Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Satyabati Swain

Romance


2  

Satyabati Swain

Romance


ମିଠାଦରଜ

ମିଠାଦରଜ

6 mins 498 6 mins 498

ପ୍ରେମ ଫ୍ରେମ କଥା ପଡିଲେ ମୋତେ ଗୋଟେ ଭୟ ବାଘ ପରି ମାଡି ବସୁଥିଲେ। ଏଇ ଶବ୍ଦଟି ମୁହଁରେ ଧରିବାକୁ ବି ଟିକେ କୁଣ୍ଠିତ ଭାଵ କି ଲଜ୍ଜା ଲାଗୁଥିଲା ମୋ ମଗଜ ବାହାରେ। କିନ୍ତୁ ଏଇଟା ଶୁଣୁଥିଲୁ କି ଟିନା ଦି ମୁନା ଭାଇଙ୍କୁ ,ଶିବାନି ଅପା ତପନ ଭାଇଙ୍କୁ,ଆମ ସାଙ୍ଗ ଫୁକୁନି ଟୁନା ଭାଇଙ୍କୁ ଭଲ ପାଉଥିଲେ। ସେମାନଙ୍କୁ ଅନ୍ୟ ମାନେ ଗୋଟେ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ। ଘରେ ତୁମ୍ଭି ତୋଫାନ ଉଠୁଥିଲା। ଛିଃ ଛାକର କରୁଥିଲେ ଲୋକେ। ଭଲ ପାଉଥିବା ହଳି ଯୋଡିକ ଭଲ ପାଇବା ପାପରେ ଘାଣ୍ଟି ହେଉଥିଲେ। କିଏ ମରୁଥିଲା ତ କିଏ ଘରୁ ଲୁଚିକି ପଳାଉଥିଲା। ସାବାଳକ ହୋଇଥିଲେ ନ୍ୟାୟ ସମ୍ମତ ରେଜେଷ୍ଟ୍ରି ମ୍ୟାରେଜ କରୁଥିଲେ ସେମାନେ।

     ଥମୁ ନଥିଲା କିନ୍ତୁ ଅପରାଧ ଝଡ଼ ସେମାନଙ୍କ ଜୀବନରୁ। ସବୁଠୁ ଖରାପ କାମ ଏଇ ଭଲ ପାଇବା ଆମ ପରି ଛୋଟ ପିଲାଙ୍କ ମନ ଭିତରେ ବସା ବାନ୍ଧିଥିଲା। କେହି କିନ୍ତୁ କହୁ ନଥିଲେ ସେ ପ୍ରେମ କରୁଛି। ଯାହା ସେଦିନ ସଙ୍କୋଚରେ,ଦ୍ବିଧାରେ କହୁଥିଲୁ ଏବେ ପ୍ରେମ କହିଲେ ସେମିତି ଲାଗୁନି।


କାରଣ ପ୍ରେମର ସଂଜ୍ଞା ମାଲୁମ ହୋଇଗଲାଣି ମୋତେ। ମା ବାବା ପ୍ରେମ କରନ୍ତି ତାଙ୍କ ଛୁଆଙ୍କୁ। ବନ୍ଧୁ ପ୍ରେମ କରେ ବନ୍ଧୁଙ୍କୁ। ଭାଇ ପ୍ରେମ କରେ ଭଉଣୀଙ୍କୁ। ପତି ପ୍ରେମ କରେ ପତ୍ନୀକୁ। ଛୁଆ ପ୍ରେମ କରେ ତା ମା ବାବାଙ୍କୁ। ପଶୁପକ୍ଷୀ,ସଚରାଚାର ଜୀଵ ଜଗତ ପ୍ରେମରେ ହିଁ ବନ୍ଧା।


ପୁନଶ୍ଚ ପ୍ରେମ; ପ୍ରେମ କରେ ହୃଦୟକୁ,ମନକୁ। ପ୍ରେମ ନିରୁତା,ପ୍ରେମ ସୁନ୍ଦର। ଅପ୍ରେମରେ ଜୀବନ ଅଛିକି କିନ୍ତୁ ସବୁ ସମୟରେ ଏଇ ପ୍ରେମକୁ ନେଇ ଯେତେ ସବୁ କନ୍ଦଳ,ମହାଭାରତ କାହିଁକି;ଏଯାଏ ବୁଝିନି କିନ୍ତୁ। 


ଜୀଵନ ତ ଗୋଟେ ପ୍ରେମର ବହି। ଯାହାର ପ୍ରତ୍ୟେକ ପୃଷ୍ଠାରେ ଗୋଟିଏ ଗୋଟିଏ ପ୍ରେମ କାହାଣୀ ଲେଖା।


ପ୍ରେମକୁ ଡରି ମରି ଥିବା ମୋତେ ଯେ କେହି ପ୍ରେମ କରି ବସିବ ଏକଥା କଳନା କରି ନଥିଲି। +2 ଶେଷ ବର୍ଷ ଘରକୁ ଆସିଥିଲି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ। ହଷ୍ଟେଲ; ଟେଷ୍ଟ ପରୀକ୍ଷା ପରେ ଖାଲି ହୋଇଯାଉଥିଲ। ସମସ୍ତେ ଚାଲି ଯାଉଥିଲେ ଘରକୁ ପ୍ରିପାରେସନ ହଲି ଡେ ରେ। ମୁଁ ବି ଆସିଥିଲି ଘରକୁ। ସ୍କୁଲର ଜଣେ ଭଲ ସାଙ୍ଗ ମୋର ଥିଲା। ଅତି ଭଲ ସାଙ୍ଗ। ମୋତେ ନେଇ ଗୀତ ବୋଲେ। ମୋ ପାଇଁ ଚିତ୍ର କରେ। କ୍ଲାସରେ ସେ ପ୍ରଥମ ହେଉଥାଏ। ସବୁ ପିଲା ତାକୁ ଭଲ ପଢେ ବୋଲି ଭଲ ପାଆନ୍ତି। ସାର୍ ମାନେ ସବୁ କଥାରେ ତାକୁ ଆଗ ଖୋଜନ୍ତି। ସେ ଗୋଟେ ବିସ୍ମୟ ଥିଲା। ଅତି ଅଭାବୀ ଘରର ପିଲା କିନ୍ତୁ ଈଶ୍ୱର ତାକୁ ସବୁ ଭଲ ଗୁଣ ଖୁନ୍ଦି ଖୁନ୍ଦି ଦେଇଥିଲେ। ମୁଁ କ୍ଲାସରେ ଦ୍ବିତୀୟ ହୁଏ। ପ୍ରଥମ ସ୍ଥାନଟି ସବୁବେଳେ ସେ ଅକ୍ତିଆର କରିଥାଏ। ଏଥି ପାଇଁ ମୋ ମନ ଭାରି କଷ୍ଟ ହୁଏ। ମୁଁ କାହିଁକି ପ୍ରଥମ ହୋଇ ପାରୁନି ବୋଲି ନିଜକୁ ଧିକାର୍ କରେ। ପ୍ରତିଯୋଗିତା ନକଲେ ମଧ୍ୟ ତା ସହ ମୋର ମାନସିକ ସ୍ତରରେ ଆଦୌ ପଡେନି।

    କିନ୍ତୁ ଆମେ ଭଲ ବନ୍ଧୁ। ଦଶମ ଟେଷ୍ଟ ପରୀକ୍ଷାରେ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦ୍ଵିତୀୟ ଓ ମୁଁ ପ୍ରଥମ ହୋଇଥିଲି। ସାର୍ ମାମ୍ ସମସ୍ତେ ଚକିତ। "ସିଦ୍ଧାନ୍ତ" ଦ୍ୱିତୀୟ କେମିତି ଗୋଟେ ଅବିଶ୍ୱନୀୟ ଭାଵ ଜାବୁଡି ଧରିଥିଲା ସମସ୍ତଙ୍କୁ। ହେଡ ସାର୍ ତାକୁ ଏମିତି କାହିଁକି ହେଲା ବୋଲି ପଚାରିଲେ। ସେ ତଳକୁ ମୁହଁ ପୋତି ନୀରବ ଥିଲା। ମୋତେ କିନ୍ତୁ ଗଦେଇ ପଡୁଥିଲା ଶୁଭେଚ୍ଛା ଓ ଆଶୀର୍ବାଦ।

    ହେଲେ ମୁଁ ଖୁସି ହୋଇ ପାରୁ ନଥିଲି। ଏଇଆ ତ ମୁଁ ଚାହୁଁଥିଲି। ଚାହୁଁଥିଲି ଅନ୍ତତଃ ସ୍କୁଲ ଛାଡ଼ିବା ପୂର୍ବରୁ ଥରେ ସିଦ୍ଧାନ୍ତକୁ ପଛରେ ପକାଇ ଦିଅନ୍ତି କି କିନ୍ତୁ ସେଇ ସ୍ୱପ୍ନ ପୂରଣ ହେଲା ପରେ ସେତେଟା ଖୁସି ହୋଇ ପାରୁନି କାହିଁକି? ସିଦ୍ଧାନ୍ତ କିନ୍ତୁ ହସୁଥିଲା ମୋତେ ଦେଖି ଦାନ୍ତ ଚିପି ଚିପି,ଗୋଟେ ରହସ୍ୟ ମୟ ହସ। ମୋତେ ଅଭିନନ୍ଦନ ଜଣାଇ କହିଲା କଣ ତପୁ ମୋତେ ପଛରେ ପକାଇ ଦେଲୁ ଏଥର। ତୁ ଖୁସି ତ

    ମୁଁ ତପସ୍ୱିନୀ ଭୋଳ,ତପୁ ଖାଲି ଟିକେ ଦାନ୍ତ ଦେଖେଇ ତା ପ୍ରଶ୍ନର ଉତ୍ତର ଦେଲି। ତା ସାଙ୍ଗ ଅଭି କହିଲା ତୁ କାହିଁକି ପ୍ରଥମ ହେଲୁନି କଣ ଅସୁବିଧା ହେଲା ଦେଖ ସେ ଝିଅ ପିଲା ଗୁଡା କେମିତି ଖୁସୁର ଫାଟି ପଡୁଛନ୍ତି। ସିଦ୍ଧାନ୍ତ କହିଲା ଯେ ପରିଶ୍ରମ କଲା ଫଳ ତାର। ମୁଁ ଟିକେ ପଢ଼ାରେ ଢ଼ିଲା କରି ଦେଲି ତ ସେଇ ପାଇଁ ତପୁ ଫାଷ୍ଟ ହେଲା।

    ମୁଁ କିନ୍ତୁ ପରେ ଜାଣିଲି ମୋ ଖୁସି ପାଇଁ ସିଦ୍ଧାନ୍ତ ଜାଣି ଜାଣି ମ୍ୟାଥ୍ ଛାଡି ଆସିଥିଲା। ଏହା ପରେ ବୋର୍ଡ ପରୀକ୍ଷା। କିଏ କୁଆଡେ ଯିବେ। ମୋ ମନ କଥା ସିଦ୍ଧାନ୍ତ କେମିତି ଜାଣିଲା ଯେ ଥରେ ତାକୁ ପଛରେ ପକାଇବା ମୋର ଗୋଟେ ସ୍ୱପ୍ନ ବୋଲି ସବୁ ସତ ଜାଣିଲା ପରେ ମୋତେ ବହୁତ ଖରାପ ଲାଗିଲା। ପ୍ରଥମ ହେବାର ଆନନ୍ଦ ମୋର ଧୂଳିସାତ ହୋଇଗଲା। ଦ୍ଵିତୀୟ ହେବାର ଅଭିମାନ ଏଇ ଅନୁଗ୍ରହରୁ ପ୍ରଥମ ହେବାଠାରୁ ଯଥେଷ୍ଟ ଗୌରବ ଦେଉଥିଲା। ଅନ୍ତତଃ ସେଇ ଟା ମୋ ନିଜସ୍ୱ ଥିଲା।

     ଏହା ଭିତରେ ବୋର୍ଡ ପରୀକ୍ଷା ରେଜେଲଟ୍ ବାହାରିଲା। ଆମେ ବାର ଜଣ ଫାଷ୍ଟ କ୍ଲାସ୍ ଶତକଡା ନବେ ଉପରକୁ ରଖି ପାସ୍ କରିଥିଲୁ। ସିଦ୍ଧାନ୍ତ ଟପ୍ ହଣ୍ଡ୍ରେଡ୍ ଭିତରେ ଥିଲା। ମୁଁ ବି ତା ତଳକୁ ଥିଲି। ସେ ଓଭର୍ସିଅର୍ ପଢିଲା ଆଉ ମୁଁ ରେଭେନ୍ସାରେ ସାଇନ୍ସ।+2 ଫାଇନାଲ ପରୀକ୍ଷା ଦୁଇ ମାସ ଥାଏ। ମୁଁ ଘରକୁ ପ୍ରିପାରେସନ୍ ରେ ଘରେ ରହି ପଢୁଥାଏ। ସିଦ୍ଧାନ୍ତ ଅନ୍ୟ ଗାଁର ପିଲା,ପୁଣି ଅଲଗା କଲେଜରେ ପଢୁଥିଲା। ଦୁଇ ବର୍ଷ ଧରି ଦେଖା ହୋଇ ନଥିଲା। ପଢା ଓ ନୂଆ ସାଙ୍ଗ ମାହୋଲ ଭିତରେ ସିଦ୍ଧାନ୍ତ ମୋ ମନରୁ ଲିଭି ଯାଇଥିଲା ଯେମିତି।

    ଦିନେ ସନ୍ଧ୍ୟା ଦେଇ ସାରି ମୁଁ ପଧଘରକୁ ଯାଉଥାଏ। ମୋ ବାବା ଗୋଟିଏ ଖାତା ଆଣି ମୋତେ ଦେଇ କହିଲେ "ତପୁ ସୁବର୍ଣ୍ଣପୁର ଗାଁର ତୋ ସହ ପଢ଼ୁଥିବା ସିଦ୍ଧାନ୍ତ କଣ ଗୋଟେ ନୋଟ୍ ପଠେଇଛି। ତୁ କାଳେ ତାକୁ ପଡ଼ିବୁ ବୋଲି ମାଗିଥିଲୁ .ଆଜି ହାଟରେ ଦେଖା ହେଲାସେ। ମୋ ହାତରେ ନୋଟ ଟି ପଠାଇଛି ନେ।"

ନୋଟ


କି ନୋଟ


ମୋର ତ ଦେଖା ହୋଇନି ତା ସହ ପାଖାପାଖି ଦୁଇ ବର୍ଷ ହେବ ତଥାପି ଖାତାଟି ଖୋଲିଲି। ଫୁଲ ପେଜର୍ ଚଉଦ ଫ ର୍ଦ୍ଦିଆ ହାତ ତିଆରି ଖାତାଟିଏ। ଆଶ୍ଚର୍ଯ୍ୟ ହୋଇ ଖୋଲିଲି ସେଇଟିକୁ।


ଓ ମାଇଁ ଗଡ୍


ଏ କଣ ଏ ତ ଗୋଟେ ଚିଠି। ସିଦ୍ଧାନ୍ତ ଲେଖିଛି ତା ମନ କଥା। ଟିକି ନିକି ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋର ସମସ୍ତ କାର୍ଯ୍ୟ କଳାପ । ସ୍କୁଲରେ କେଉଁଠି ମୁଁ କରମଙ୍ଗା ଗଛରେ ଚଢ଼ୁ ଚଢ଼ୁ ପଡିଥିଲି,କେଉଁଠି ବଗିଚାରୁ ଗୋଲାପ ଫୁଲ ଲୁଚେଇ ଚିଣ୍ଡେଇଥିଲି,କେବେ ଦ୍ଵିତୀୟ ହେଉଛି ବୋଲି ଲୁଚେଇ ଲୁଚେଇ କାନ୍ଦିଥୁଲି, ଲଙ୍ଗ୍ ଜମ୍ପ୍ କରୁ କରୁ ମୋ ଫ୍ରକ୍ ଚିରି ଯାଇଥିଲା,ଶନିବାର ସକାଳୁଆ କେବେ ଗୋଟା ସୁଦ୍ଧା ଓଦା ହୋଇ କ୍ଲାସକୁ ଯାଇନ ଥିଲି,ପରୀକ୍ଷା ସରିବା ଦିନ ବରଗଛ ମୂଳରେ କଲମ ପୋତା ଇତ୍ୟାଦି।

    ସିଦ୍ଧାନ୍ତ ପାଗଳ ହୋଇ ଯାଇଛି ନା କଣ? ଏତେ କିଏ ମନେ ରଖି ଏମିତି ଲେଖେ ପୁଣି ମୋ ବାବା ଙ୍କ ହାତରେ ନୋଟ କହିଦିଏ ବାବା ଯଦି ଖୋଳିଥାନ୍ତେ  ଆଉ ତେଣିକି ଭାବି ପାରିଲି ନାହିଁ। ମଝିରେ କଣ ଲେଖା ଥିଲା ମୁଁ ଆଉ ପଢ଼ିବାର ଧୈର୍ଯ୍ୟ ନଥିଲା। ଶେଷ ପୃଷ୍ଠାରେ ଲେଖିଥିଲା"ତପୁ ଆଇ ଲବ ୟୁ। ତୋ ଉତ୍ତର ଅପେକ୍ଷାରେ।

   ମୁଁ ଥରୁଥିଲି ଗୋଟା ସୁଦ୍ଧା। ମୋ ତଣ୍ଟି ସୁଖୀ ଯାଉଥିଲା। ଧାଉଁ ଧାଉଁ ଛାତି ପଡୁଥିଲା ଉଠୁଥିଲା। ଝାଳରେ ଗାଧୋଇ ପଡ଼ିଥିଲି,ଯଦିଓ ଗରମ ଦିନ ହୋଇ ନଥିଲା। ମୋତେ ଲାଗୁଥିଲା ଏ ଚିଠି ଯେମିତି ସମସ୍ତେ ମୋ ଆଗରୁ ପଢି ଦେଇଛନ୍ତି। ହୁଏତ ପଢା ଘରୁ ବାହାରିଲା ମାନେ ମୋତେ ବାବା ମା ସାଇ ଭାଇ ସମସ୍ତେ ଜେରା କରିବେ। ଏ କଣ ସେ ପିଲାଟା କିଏ ଏତେ ସାହସ କଲା କେମିତି ତୋ ସାହସ ସେ ପାଇଛି। ହୁଏତ ପଢ଼ା ନାଁରେ ସହରରେ ଯାଇ ନାଚ କରୁଛ।

     ସେ ଖାତା ନାଁର ଚିଠିଟିକୁ ମୁଁ ଟିକି ଟିକି କଲି। ସେ ଟୁକୁରା କାଗଜ ଗୁଡିକ କଣ କରିବି ଆହୁରି ଗୋଟେ ସମସ୍ୟା ହେଲା। ଧୀରେ କବାଟ ଖୋଲି ଦେଖିଲି,ମା ରୋଷେଇ ସାରି ଗୁହାଳକୁ ଯାଇଛି। ବାବା ନାହାନ୍ତି। ମୋ ଭାଇ ବି ଛକକୁ ଯାଇଛି ବୋଧେ। ଜେଜେ ନିଆଁ ପୋଉ

ଛନ୍ତି ଚୁଲୀ ମୂଳେ। ଚୋରି କି ମଣିଷ ମାରିବା ଅପରାଧୀ କଲା ପରି ମୋତେ ଲାଗୁଥିଲା। ବାଁରେଇ ଡାକିଲି ମା ରୋଷେଇ ସରିଲାଣି। ଭୋକ ହେଲାଣି ଖାଇ ଥାନ୍ତି କହି କହି ଚୁଲୀ ପାଖକୁ ଆସିଲି। କାଠ ନିଆଁ ଡହ ଡହ ହେଉଥାଏ। ଆକୁଳରେ ଚିରା କାଗଜ ଗୁଡା ପକେଇ ଦେଲି ଚୁଲୀ ଭିତରେ। ଖେଞ୍ଚି ଦେଲି ଗୋଜଣା ଭଲ କି। ଜଳି ଉଠିଲା କାଗଜ ଗୁଡା ହାଉ ହାଉ ହୋଇ।

 

ଜେଜେ "କହିଲେ ଆଲୋ କଣ ପୋଡୁଛୁ?"ରକ୍ଷା ଜେଜେ ପଢି ନାହାନ୍ତି,ନଲେ ଏଇଲେ ନାକରେ କନ୍ଦେଇ ଥାନ୍ତେ।

   ତାପରେ ଆଠ ଦିନ କାଳ ମୁଁ ସ୍ଥିର ହୋଇ ପସରୁ ନଥିଲି। ରାଗରେ ମୋ ଦେହ ଜଳି ଯାଉଥିଲା। ଦେଖା ହୁଅନ୍ତା କି ସିଦ୍ଧାନ୍ତ ତା ପ୍ରେମ ଛଡେଇ ଦିଅନ୍ତି। ପାଜି ଚିଠି ଦେଇଛି ପୁଣି ମୋରି ବାବା ହାତେ ମୋତେ

   ଓଃ କି ଦ୍ଵନ୍ଦ। କି ଚଞ୍ଚଳତା,କି ଭୟ ରେ ବାବା ସେଦିନ ମୁଁ ଅନୁଭବ କରିଥିଲି ହଁ ଏଇଟା ବି ସତ ସବୁ ପରେ ବି ଗୋଟେ ଅଦ୍ଭୂତ ଖୁସି ମୋତେ ସେଦିନ ନିଶ୍ଚିନ୍ତ ଛୁଇଁଥିଲେ।

   ଅବଶ୍ୟ ସିଦ୍ଧାନ୍ତ ଚିଠିର ଉତ୍ତର ତ ଦେଇ ନଥିଲି ମୁଁ। ମୋ ଦ୍ୱାରା ସମ୍ଭବ ନୁହେଁ ବୋଲି। କିନ୍ତୁ ବେଳେବେଳେ ଅବଶୋଷ ହୁଏ ସିଦ୍ଧାନ୍ତ ଚିଠିଟି ମୂଳରୁ ଶେଷ ଯାଏ ପଢି ନ ପାରି ଥିବାରୁ। କେଜାଣି କଣ କଣ ଆଉ ଲେଖିଥିବ ଭାବି ମୋତେ ଯେମିତି କୁତୁକୁତୁ କରେ କିଏ ଏବଂ ଅସୁସ୍ଥ ଅସୁସ୍ଥ ଅନୁଭବ କରେ ମୁଁ। ତେବେ କଣ ମୁଁ ବି ଭଲ ପାଉଥିଲି ସୁଦ୍ଧାନ୍ତ କୁ। କେବଳ ଭୟ ଯୋଗୁଁ ସମାଧି ନେଇଗଲା ମୋ ପ୍ରେମ!!!

   ଏବେ ସେ ଜଣେ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି।ମୁଁ ବି ଜଣେ ସଂସାରୀ।କିନ୍ତୁ ସେ ନୋଟ୍ ନାମର ଚିଠି କଥା ମନେ ପଡିଲେ ମନେ ମନେ ହସିଦିଏ। ସିଦ୍ଧାନ୍ତ ବିଚରା ମୋତେ ଏତେ ଭଲ ପାଉଥିଲା ଭାବି ଖୁସି ବି ଲାଗେ।

      ସେଇ ଅପମାନ କି ଅପ୍ରାପ୍ତି ଯୋଗୁଁ ସିଦ୍ଧାନ୍ତ ଆଉ ମୋ ସହ ସମ୍ପର୍କ କି ଖବର ଅନ୍ତର ରଖିନି। ମୋତେ କିନ୍ତୁ ଭଲ ଲାଗେ ଆଖି ବୁଜି ତା କଥା,ସେ ଚିଠି କଥା ନିରୋଳାରେ ଭାବିବାକୁ। ମିଠା ମିଠା ଦରଜରେ ଫାଟି ପଡେ ଦେହ,ମନ ଆତ୍ମା। ଏହାହିଁ କଣ ପ୍ରେମ



Rate this content
Log in

More oriya story from Satyabati Swain

Similar oriya story from Romance