Sanuja Meghamala

Crime Inspirational

4.3  

Sanuja Meghamala

Crime Inspirational

ମାତୃତ୍ଵ ର ଆହ୍ବାନ

ମାତୃତ୍ଵ ର ଆହ୍ବାନ

9 mins
333


ଯେତେ ବେଳେ ନର୍ସଟି ଲେବର ରୁମରେ ଛୁଆଟିର କୁଆଁ କୁଆଁ ଶବ୍ଦ ଶୁଣି ତା କାନରେ ଫିସି ଫିସି କହିଲା ଦିଦି ଝିଅ ହେଇଚି.. ଅର୍ଦ୍ଧଚେତନ ଅବସ୍ଥାରେ ବି ସେ ଟିକେ ଭିଡ଼ି ମୋଡ଼ି ହେଲା ..।ଡକ୍ଟର ଅନିତାକହିଲେ.Congratulations .. ଟିକେ ଆଖି ପୁରେଇ ଦେଖି ଦିଅନ୍ତୁ.... ଈଶ୍ଵରଙ୍କ ଏଇ  ସୁନ୍ଦର ଉପହାରଟିକୁ.... ଝିଅ ନୁହେଁ ତ ପରୀ ଟିଏ.....। ସେ ନିଶ୍ଚେତକର ପ୍ରଭାବ, ଯୋଗୁଁ ଆଖି ଖୋଲି ଅଳ୍ପ ଚାହିଁ ପୁଣି ଶୋଇପଡ଼ିଲା. ।    ଅର୍ପିତାର ନିଦ ଭାଙ୍ଗିଲା ପରେ ଦୋଳିରେ ଗୁଡିଆ ଗୁଡେଇ ହୋଇ ଝୁଲୁଥିବା ଶିଶୁଟି ଆଡେ ଗୋଟେ ଲୟରେ ଚାହିଁଲା । ମାତୃତ୍ଵର ପରମ ତୃପ୍ତିରେ ତା ଆଖିତଳୁ ଚିବୁକକୁ ଛୁଇଁ ବୋହି ଗଲା.. କେଇ ଟୋପା ଲୁହ...।ଲୁହ ନୁହେଁ ତ ଖୁସିର ଝରଣା.....।   ଏଇ ଦିନଟି ପାଇଁ ତାକୁ କେତେ ବଡ଼ ଝଡ଼ର ସାମନା କରିବାକୁ ପଡିଚି କେମିତି ଭୁଲି ପାରିବ? ।

       

              ଅନେକ ସ୍ୱପ୍ନର ପୁଟୁଳି ଧରି ବାପଘର ଅଗଣାରୁ ଯେତେବେଳେ ଚୌଧୁରୀ ଘରକୁ ... ବୋହୂ ହେଇ ଆସିଲା... ସେ ଭାବି ନ ଥିଲା ତା ପୃଥିବୀଟା ଏମିତି ଅଚାନକ ରଙ୍ଗ ବଦଳେଇ ଓଲଟ ପାଲଟ ହୋଇ ଯିବ।..ନୂଆ ବୋହୂର ସବୁ ସ୍ଵପ୍ନ ତାର ଭାଙ୍ଗି ଚୂର୍ ମାର ହେଇଯାଇଥିଲା .ଦିନ କେଇଟା ଭିତରେ.!.. ଭଲରେ ଶାଢ଼ୀ ପିନ୍ଧି ଆସେନି ମେକ ଅପ୍ କରି ଜାଣିନି ,ଇଣ୍ଡିଆନ୍, ଚାଇନିଜ୍ , କିଛି ବି ଭଲ ରାନ୍ଧି ଆସେନି...ସ୍ମାର୍ଟ୍ ଭାବେ ହେଲୋ...ହାଇ... କହି ଜାଣେନି.. କିଛି ଆସେନି ତାକୁ ....ଯେମିତି ଅନ୍ୟ ଗ୍ରହରୁ ଆସି ଧରା ପଡ଼ିଯାଇଛି ଗୋଟେ ଏଲିଆନ୍... ଆଦବ ...କାଇଦା.. ସଭ୍ୟତା ଶିଖୁଚି...।. ତା ଭିତରର ଅନ୍ତର୍ଦାହକୁ  ଚାପି ଜଡ ପଥର ପରି ଆଖିବୁଜି ସବୁ ସହି ଯାଉଥିଲା ନିଜ ବାପା ମାଆଙ୍କ ଖୁସି ଓ  ସମ୍ମାନକୁ ଚାହିଁ। ଭୁଲି ଗଲା ଏକଦା ସେ ସ୍କୁଲର ବେଷ୍ଟ ଷ୍ଟୁଡେଣ୍ଟ୍ ,ଆଉ କଲେଜର ......ଟପ୍ପର.. ଥିଲା । କଥା କଥାରେ ସାଙ୍ଗମାନେ କହୁ ଥିଲେ ଓୟେ... ଟପ୍ପର.. ହାଏ .. ଜିନିୟସ୍...।..  ଯିଏ  ଦିନେ ସ୍ମାର୍ଟ୍ ଝିଅ ଭାବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା .... କ୍ରମଶଃ ମାନିନେଲା ଯେ ସେ...ନିହାତି ବୋକା....ମହାମୂର୍ଖ....ଅପାରଗ....।

ମଧ୍ୟବିତ୍ତ ପରିବାରର ବାପା ଖୁସିରେ ଆତ୍ମ ହରା ହୋଇଥିଲେ ....ଯେଉଁଦିନ ବହୁ ପ୍ରତିଷ୍ଠିତ ସମାଜ ସେବୀ ଶ୍ରୀମତୀ ଆଶା ଚୌଧୁରୀ ନିଜେ ତାଙ୍କ ଘରକୁ ନିଜ ଇଂଜିନିୟର ପୁଅ ପାଇଁ ପ୍ରସ୍ତାବ ଧରି ଆସିଥିଲେ । ଆଶା ଦେବୀ ସହରର ସୁପ୍ରତିଷ୍ଠିତା ନାରୀ ନେତ୍ରୀ ।ନାରୀ ସୁରକ୍ଷା ପାଇଁ ରାତି ଦିନ ଏକ କରି କାମ କରନ୍ତି। ,ଯୌତୁକ ପ୍ରଥା , ,ନାରୀ ଶୋଷଣ.., ନାରୀ ନିର୍ଯାତନା ... ବଳାତ୍କାର ବିରୋଧରେ ଆମ ଦେଶର  ପ୍ରଚଳିତ   ଆଇନି କାନୁନ  ବିଷୟରେ ସାଧାରଣ ମହିଳାଙ୍କୁ ସଚେତନ କରାଇବା ... ଓ ସର୍ବୋପରି କମି କମି ଯାଉଥିବା "କନ୍ୟା ସନ୍ତାନର ସୁରକ୍ଷା - ଆମ ପାଇଁ ଏକ ବଡ଼ ଆହ୍ୱାନ" ଉପରେ ଅନର୍ଗଳ ଭାଷଣ ଦିଅନ୍ତି..। ନାରୀର ଉନ୍ନତି ହିଁ ନାରୀ ପ୍ରଗତି...।ସମସ୍ତେ ନିଜ ଅଧିକାର ପ୍ରତି ସଚେତନ ହେବା ଆବଶ୍ୟକ। ଖାଲି ଭାଷଣ ଦିଅନ୍ତନି ପ୍ରମାଣ ସ୍ବରୂପ ସେ.. ମଧ୍ୟବିତ୍ତ ପରିବାରର ସୁନ୍ଦର ସୁଶିଖିତ ଝିଅ ଅର୍ପିତାକୁ ବିନା ଯୌତୁକରେ ନିଜ ଘରକୁ ବୋହୂ କରି ନେବାକୁ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ବ୍ୟକ୍ତିତ୍ଵର ଏହା ଠୁ ବଳି ବଡ଼ ସୁଗୁଣ କଣ ହୋଇ ପାରେ ??? କେଉଁ ବାପା ମା' ରାଜି ନ ହେବେ...? ଭାଗ୍ୟରେ ଥିଲେ ଏମିତି ଘର ମିଳେ, ତାଙ୍କ ଝିଅ କିଛି ପୂଣ୍ୟ କରିଚି...ନ ହେଲେ ଏ ମହିଳାଙ୍କ ପାଦ ତାଙ୍କ ଘରେ ପଡ଼ି ଥାଆନ୍ତା ।ଈଶ୍ଵରଙ୍କ କୃପା ..।

କର୍ପୋରେଟ ଚାକିରି କରିଥିବା ଅର୍ପିତା...ତିନି ଭଉଣୀରେ ବଡ଼। ଏବେ ଏବେ ବି. ଟେକ ସାରି କମ୍ପାନୀରେ join ... କରିଚି।।  ... କିଛି ଦିନ ଚାକିରି କରିଲା ପରେ ଏମ୍.ବି.ଏ. କରିବାକୁ ଇଚ୍ଛା ଅଛି...। ଆଶା ଦେବୀଙ୍କ ପ୍ରସ୍ତାବ ଆଗରେ ଓଲଟ ପାଲଟ  ହୋଇଗଲା ତାର ସବୁ ଭବିଷ୍ୟତ । ସେ ରାଜି ହୋଇ ନ ଥିଲା ସହଜରେ ଏ ବିବାହ ପାଇଁ ।ଯେତେ ପାଠ ପଢି ଚାକିରି କଲେ ମଧ୍ୟ ଝିଅ ଜନମ ତ ପରଘରକୁ ମା ବୁଝେଇ ଦେଇଥିଲେ...। ଭଲ ପ୍ରସ୍ତାବ ପୁଣି ବିନା ଯୌତୁକ.!. ଏମିତି ସୁଯୋଗ କମ୍ ମିଳେ । ଜଣଙ୍କର ବିବାହ ସାରିଲେ ପର ପର ହୋଇ ଅନ୍ୟ ଦୁଇ ଜଣଙ୍କର ଦାୟିତ୍ଵ ଅଛି ....ସବୁ ସାରିବାକୁ ପଡ଼ିବ ତୋ ବାପାଙ୍କ ସୀମିତ ରୋଜଗାର ରେ..।ବାପାଙ୍କ ଅସହାୟତାକୁ ହୃଦୟଙ୍ଗମ କରି ବାଧ୍ୟ ଝିଅ ଟିଏ ପରି ରାଜି ହୋଇଗଲା .. ସେ . ତାର.... ମୁଠା ମୁଠା ସ୍ୱପ୍ନକୁ ଜଳାଞ୍ଜଳି ଦେଇ। ବୈଭବଙ୍କୁ ଭେଟିଲା ପରେ ତାଙ୍କ କଥାରେ ତା ମନରେ ଭରସା ଟିକେ ଆସିଥିଲା..ବୈଭବ ତାକୁ ଚାକିରୀ ଛାଡିବାକୁ ପଡ଼ିବନି ବୋଲି ପ୍ରତିଶ୍ରୁତି ଦେଇଥିଲେ ସବୁ ପ୍ରକାରର ସ୍ଵାଧୀନତା ସେ ପାଇବ  ...ଉଚ୍ଚ ଶିକ୍ଷା ସହିତ ନିଜ ପସନ୍ଦ ମୁତାବକ ଜୀବନ ଜୀଇଁ ପାରିବ. ତ ପାଇଁ କିଛି ପ୍ରତିବନ୍ଧକ ରହିବନି ବୋଲି କଥା ଦେଇଥିଲେ ।... କିନ୍ତୁ ପ୍ରକୃତରେ କଣ କଣ ହେଲା..... କଣ ପାଇଲା ସେ?ଘରର ଚାରିକାନ୍ଥ ଭିତରେ ଦିନେ ନୁହେଁ.. ମାସେ ବି ନୁହେଁ ଦୀର୍ଘ ଦୁଇ ବର୍ଷର ବନ୍ଦିନୀ ଜୀବନ !!ଘରୁ ବାହାରକୁ ବାହାରିବାରେ କେତେ କଟକଣା... ନିଜ ଘରକୁ ଯିବା କ୍ରମଶଃ ସ୍ୱପ୍ନ. ହୋଇଗଲା.. ଚଳଚ୍ଚିତ୍ର ପରି ଭାସି ଆସୁଛି ଗୋଟେ ପରେ ଗୋଟେ ଘଟଣା ଆଗ ପଛ ହୋଇ ।ବିନା ଯୌତୁକର ବାହାଘର ଗୋଟେ ମିଛ ଅଭିନୟ ମାତ୍ର..।

         ନିର୍ବନ୍ଧ ଦିନରୁ ଆରମ୍ଭ ହୋଇଯାଇଥିଲା ମୁଖା ତଳ ଚେହେରାର ଅସଲ କାହାଣୀ..., ଯାହାକୁ ଭଲ ଭାବରେ ପଢି ପାରିଥିଲା ଅର୍ପିତା ....। ବାପାଙ୍କୁ ବାହାଘର ଭାଙ୍ଗିଦେବା ପାଇଁ ବାରମ୍ବାର ଅନୁନୟ କରିଥିଲା...।ବାପା ତାର ଝିଅ ବାହାଘର ଖୁସିର ସ୍ୱପ୍ନରେ ଏତେ ଡୁବି ଯାଇଥିଲେ ଯେ ତାଙ୍କ ନଜରକୁ ଘଟଣାଗୁଡା ସାମାନ୍ୟ ଲାଗିଥିଲା । ଆଶା ଦେବୀଙ୍କର କହିବା ଚାତୁରୀକୁ ବୁଝିବା ବଡ଼ କଷ୍ଟ ଥିଲା ତାଙ୍କ ପାଇଁ...।ନିଜ ପାଇଁ କିଛି ଡିମାଣ୍ଡ କରୁ ନ ଥିଲେ  ଆଶା ଦେବୀ ।କଣ ଆବଶ୍ୟକ ତାଙ୍କର ! ସେ ତ ସାଧା ସିଧା ମଣିଷ।ଘରକୁ ବୋହୂ ନୁହେଁ ଝିଅଟେ ନେବେ...ଯାହା ତାଙ୍କର ଅନେକ ଦିନର ଇଚ୍ଛା....ଭଗବାନ ସବୁ ଦେଇଛନ୍ତି ତାଙ୍କୁ କେବଳ ଝିଅଟେ ଦେଇ ନାହାନ୍ତି।

କଣ କରିବେ.. ତାଙ୍କ ବନ୍ଧୁ ବାନ୍ଧବମାନେ ବୁଝି ପାରୁନାହାନ୍ତି ଗୋଟେ ଗ୍ରାଣ୍ଡ ସେଲିବ୍ରେସନ ଚାହାଁନ୍ତି... ବୈଭବ ବଡ଼ ପୁଅ ତାଙ୍କ ବଂଶ ର...ସେଥିପାଇଁ ତ ନିର୍ବନ୍ଧଟା ଟିକେ ଯାକ ଜମକରେ ହେବ. ତା ସହିତ ଆଜି କାଲି ଗୋଟେ ନୂଆ ଟ୍ରେଣ୍ଡ୍ ଚାଲିଲାଣି... ରିଙ୍ଗ୍ - ସେରିମନି... ଅଯଥା ଖର୍ଚ୍ଚ ,ଭୋଜି ,ଲୁଗାପଟା ...ତଥାପି ...କଣ ଆଉ କରିବା ପିଲାଙ୍କ ମନ .. ସବୁ   ବାଧ୍ୟ ହୋଇ ସହିବାକୁ ପଡ଼ିବ.. ନ ହେଲେ  ଜୀବନ ସାରା ଆମକୁ ଦୋଷ ଦେବେ..ପ୍ରକୃତରେ ତାଙ୍କୁ ଏ ସବୁ ଗୁଡା କହିଲା ବେଳେ ଖରାପ ଲାଗୁଚି.. କଣ କରିବେ ପୁଅ ଖୁସି ପାଇଁ ନ କହି ଚାରା ନାହିଁ .।.ଆମ ସମୟ କଣ ଅଛି..।

     ସେମିତି ବାହାଘର ବେଳେ ..ଆପଣଙ୍କ ଜୋଇଁର ସମ୍ମାନ ଦୃଷ୍ଟିରୁ ହୋଟେଲରେ  କରିବେ... ନ କଲେ .. ସାଙ୍ଗମାନଙ୍କ ଆଗରେ ତାର ସମ୍ମାନ ରହିବନି.. । ତାଙ୍କର  ଡିମାଣ୍ଡ ନାହିଁ ...ସମ୍ମାନ ଦୃଷ୍ଟି ରୁ. କିଛି ଛୋଟ ଛୋଟ କଥାକୁ ଆପଣ ନଜରରେ ରଖିବେ....ସବୁ ବନ୍ଧୁମାନଙ୍କୁ ପାଟ ଶାଢ଼ୀ , ନାମୀ ଦାମୀ କମ୍ପାନୀର ପ୍ୟାଣ୍ଟ୍ ଶାର୍ଟ୍ ଉପହାର ନ ଦେଲେ ତାଙ୍କର ଓଜନ ରହିବନି ସେମାନଙ୍କ ପାଖରେ...କେତେ ବଡ଼ ବଡ଼ ଘରୁ ତାଙ୍କ ପୁଅ ପାଇଁ ପ୍ରସ୍ତାବ ଆସୁଥିଲା ...ସେ ସିନା ବିନା ଯୌତୁକର ଆଦର୍ଶ ବିବାହ କରିବାରେ ବିଶ୍ୱାସ କରନ୍ତି.. ଅନ୍ୟମାନେ ସେ କଥା ବୁଝି ପାରି ବେନି।..।ବନ୍ଧୁ ବାନ୍ଧବ ସାହି ପଡିଶା ତାଙ୍କ ଝିଅକୁ ଟାହି ଟାପରା କଲେ ତା ମନ ଦୁଃଖ ହେବ. ଆପଣଙ୍କ ଝିଅ ....ମୋ ବୋହୂ ଦୁଃଖୀ ହେଲେ ଆମେ କେହି ଖୁସି ହୋଇ ପାରି ବା କି? ନା କଣ କହୁଛନ୍ତି ମହାନ୍ତି ବାବୁ....।..। ଅର୍ପିତା ଜାଣିଥିଲା    ବାପାଙ୍କ ସାମର୍ଥ୍ୟକୁ .!..ବୋଝ ଉପରେ ନଳିତା ବିଡା...କଣ କହି ବାପାଙ୍କୁ ବୁଝେଇ ପାରିବ ସେ ଅଣନିଃଶ୍ୱାସି ହେଇ ଯାଉଥିଲା।..। ତା ମନକଥା ବାପା ବୁଝି ପାରିଥିଲେ...। ବେପରୁଆ ଢଙ୍ଗରେ କହିଲେ....ପାଠ ପଢେଇ ପୁଅଟିଏ ପରି ରୋଜଗାର କ୍ଷମ କରେଇଚନ୍ତି ବୋଲି କଣ ଖାଲି ହାତରେ ଝିଅକୁ ବିଦା କରିବେ। କନ୍ୟାଦାନ ସହିତ ଦକ୍ଷିଣା ନ ଦେଲେ ,ପୂଣ୍ୟ ମିଳିବନି..।.ଭାଗ୍ୟରେ ଥିଲେ ...କନ୍ୟା ଦାନ କରି ହୁଏ..।. ନିଜ କ୍ଷମତା ଅନୁଯାୟୀ ପତ୍ରେ ପୁଷ୍ପେ ଯେମିତି ଯାହା ଦେବେ ...ତାଙ୍କ ପରିବାରର ସମ୍ମାନ ଓ ଇଜ୍ଜତର ପ୍ରଶ୍ନ ...ସେ ମୁହଁ ଫେରେଇ ଆଣିବେ କିପରି? ଅସମ୍ଭବ...।ଉଭୟ ପରିବାର ନିଜ ସମ୍ମାନ ପାଇଁ ବ୍ୟସ୍ତ ..କେହି ବୁଝନ୍ତିନି ଅର୍ପିତାର ବି କିଛି ପସନ୍ଦ ଅଛି।

    .ବାପା ଏତେ ସବୁକଲା ପରେ ଶାଶୁ ଘରେ ଅର୍ପିତାର ଆତ୍ମସମ୍ମାନ ଯେ ବଢ଼ି ପାରିଥିଲା,... ତା ନୁହେଁ ବରଂ ପ୍ରତି ମୁହୂର୍ତ୍ତରେ ନିଜ ପରିବାରର ସମ୍ମାନ ଓ ଇଜ୍ଜତ ନିଲାମ ହେଉଥିଲା। ବାରମ୍ବାର  ଅପମାନିତ ହୋଇ ତା ବାପା ,ମାଆ ,ଭଉଣୀ ମାନଙ୍କର ତା ' ଶାଶୁ ଘରକୁ ଆସିବା ଯିବା କ୍ରମଶଃ କମିଗଲା ...। ବାପଘରୁ ପର୍ବପର୍ବାଣୀରେ ଆସୁଥିବା ମିଠା, ଶାଢ଼ୀ , ବା କିଛି ଉପହାର ସାମଗ୍ରୀକୁ ନେଇ ବିଭିନ୍ନ ପ୍ରକାର ତାତ୍ସଲ୍ୟ... ସହିହୁଏନା କି କିଛି କହି ପାରେନା....।.. ଚାକିରୀ ଛାଡିବାକୁ ପଡ଼ିଲା ..ପରିବାର ସମ୍ମାନର ଦ୍ୱାହି ଦେଇ.. ତାଙ୍କର ପଇସାର ଅଭାବ କଣ ଯେ ବୋହୂ ଯିବ ଚାକିରୀ କରିବାକୁ... ଛି ..ଛି .।. ଚାକିରୀ ତ କରିବନି .ପଢ଼ିବ କଣ ପାଇଁ .. ..ବୁଲିବା ବାହାନା...।... ବୈଭବ ତାକୁ ଦେଇଥିବା କଥା ଯାହାକୁ ବିଶ୍ୱାସ କରି ଏ ଘରକୁ ଆସିଥିଲା ସବୁ କଥାରେ ହିଁ ରହିଗଲା...। ଏ ଘରେ ଆଶା ଦେବୀଙ୍କ ସାମନାରେ କେହି ପଦେ କଥା କହି ପାରୁ ନ ଥିଲେ...କଥା କହିବାର... ସ୍ଵାଧୀନତା କାହାର ... ନ ଥିଲା...ପୁଅ ସ୍ୱାମୀ. .. ସେ ମଧ୍ୟ ସେଥିରୁ ବାଦ୍ ପଡିଲାନି... ।ଚାବି ଦିଆ କଣ୍ଢେଇ .... ଅନ୍ୟମାନଙ୍କ ପାଇଁ ହସିଲା .. କୃତ୍ରିମତାର ହସ..ଛାତିରେ ଅନେକ ଯନ୍ତ୍ରଣାକୁ ଚାପି....ରାତିରେ ଲୁଚେଇ ଲୁଚେଇ କାନ୍ଦିଲା.. । ଆଶା ଦେବୀ ଅର୍ଥାତ୍ ଶାଶୂଙ୍କର ରୁପଟା କ୍ରମଶଃ ସ୍ପଷ୍ଟ ହୋଇ ଯାଇଥିଲା ଅର୍ପିତା ନିକଟରେ . ।.. ବୈଭବ ତାଙ୍କ ମାଙ୍କ କଥା ଉପରେ କିଛି କହି ପାରନ୍ତିନି..ଭଲ... ମନ୍ଦ ଛୋଟ... ବଡ଼ ପ୍ରତିକ୍ରିୟା ଦେଖେଇବାର ସାହସ  ନ ଥିଲା ।।...ପ୍ରତିବାଦ ଦୂରର କଥା....... ।  ଝିଅ ବିଦା ବେଳେ ତା ' ମାଆ କହିଥିବା କଥାକୁ ଖାଲି ଯାହା କାନିରେ ଗଣ୍ଠି ବାନ୍ଧି ରଖି ସେ ସମସ୍ତଙ୍କ ସମ୍ମାନ ଜଗି ଚାଲୁଥିଲା ।.."ଶାଶୁ ଘରର ସମ୍ମାନ ତୋ ସମ୍ମାନ,ସ୍ୱାମୀର ସୁଖ ତୋ ସୁଖ...ଦୁଃଖ ତୋ ଦୁଃଖ....।. ନୂଆ ପରିବେଶରେ    ଆଡଜଷ୍ଟ୍ କରି ଚଳିବାକୁ ସମୟ ଲାଗେ..ପ୍ରଥମେ କଷ୍ଟ ହୁଏ.. ଆସ୍ତେ ଅଭ୍ୟାସରେ ପରିଣତ ହୋଇ ଯାଏ .।ବୁଝିପାରେନି ଅର୍ପିତା ...ସବୁ ମାଆ 'ମାନେ ଝିଅକୁ ଏମିତି ଗୁରୁ ମନ୍ତ୍ର କାହିଁକି ଦେଇ ଶାଶୁଘରକୁ ଛାଡନ୍ତି. ଯେ ..! .ଶାଶୁଘରେ ଝିଅଟି ସେଇ ମନ୍ତ୍ରକୁ ଘୋଷି.. ଘୋଷି ସାରା ଜୀବନ କାଟି ଦେଇ... ପୁଣି ନିଜ ଝିଅକୁ ସେଇ ମନ୍ତ୍ରକୁ ବୁନିଆଦି ସୂତ୍ରରେ ଦେଇଦିଏ ..ଯେତେ ଶିକ୍ଷିତ ସ୍ୱାବଲମ୍ବୀ ହେଲେ ମଧ୍ୟ...। ୟେ ପରମ୍ପରା...କେତେ ପିଢ଼ି ରୁ..ଗଡ଼ି ଚାଲିଚି... କେଜାଣି...?

 ସବୁ କିଛି ବିନା ପ୍ରତିବାଦରେ ସହି ଯାଉଥିବା ଅର୍ପିତା. ଆଗକୁ ବି ସବୁ ସହି ଯାଇଥାନ୍ତା ..ଯଦି ତାର ଗର୍ଭସ୍ଥ ଭ୍ରୁଣର ଲିଙ୍ଗ ଚିହ୍ନଟର ପ୍ରଶ୍ନ ଆସି ନ ଥାଆନ୍ତା....।. ସେ ବାଧ୍ୟ ହେଲା ପରିବାର ...ସମାଜ.. ସମୟ ସବୁ ନିୟମ କାନୁନର ଲକ୍ଷ୍ମଣରେଖା ଡେ଼ଇଁବାକୁ..... ଏଠି ଭୁଲ ଠିକର ପ୍ରଶ୍ନ ନଥିଲା...ଥିଲା ତାର ମାତୃତ୍ଵର ଆହ୍ୱାନ...।.ମାଆ ଭାବେ ଗର୍ଭସ୍ଥ ସନ୍ତାନ ପାଇଁ ତାର କର୍ତ୍ତବ୍ୟ...ସନ୍ତାନର ସୁରକ୍ଷିତ ଭବିଷ୍ୟତ ତାକୁ ବାଧ୍ୟ କଲା ନୂଆ ବାଟରେ ଚାଲିବାକୁ...।

           ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ସୁରକ୍ଷା ଶକ୍ତି ...ପ୍ରଗତି ...ସମ୍ମାନ ତଥା "ବେଟୀ ବଚାଓ , ଵେଟୀ ପଢାଓ " ସ୍ଲୋଗାନ ଉପରେ ଦିନ ଯାକ ଲମ୍ବା ଲମ୍ବା ଭାଷଣ ଦେଇ ରାତିରେ ଘରକୁ ଫେରି ଥକି ଯାଇଥିବା ଆଶା ଦେବୀ...ଡ୍ରଇଂ ରୁମର ସୋଫା ଉପରେ ବସି ପଡ଼ିଲେ..ଅର୍ପିତା ତାଙ୍କୁ ପାଣି ଗ୍ଲାସ୍ଟେ ପିଇବାକୁ ଦେଲା ..ସେଥିକୁ ଖାତିର ନ କରି ଆଶା ଦେବୀ ତାକୁ କହିଲେ ଶୁଣ... ଡକ୍ଟର ରାୟଙ୍କ ଠାରୁ ବହୁ କଷ୍ଟରେ କାଲି ଦଶଟା ବେଳକୁ ଆପଏଣ୍ଟ ମେଣ୍ଟ ନେଇଛି.... ରେଡି ହୋଇ ଯିବୁ ।ମୋର ସବୁ ମିଟିଂ କ୍ୟାନସଲ୍ କରିଚି...ଯେତେ ଶୀଘ୍ର ହେବ. କାଲି ଟେଷ୍ଟ କରି ଯାହା ଗୋଟେ ନିଷ୍ପତ୍ତି କରିବା।.. ଅର୍ପିତା ତାଙ୍କ କଥା ବୁଝି ପାରିଲା ନି ..ପଚାରିଲାମାନେ ?..ମାନେ କଣ ? କାଲି ଟେଷ୍ଟ କଲା ପରେ କନ୍ୟା ଭ୍ରୁଣ ଥିଲେ ... କାଲି ହିଁ ପେଟ ସଫା କରିଦେବା... ଡେରି କରିବାନି।ଚମକି ପଡ଼ିଲା ଅର୍ପିତା ମା 'ଆପଣ ଏମିତି କିପରି କହି ପାରୁଛନ୍ତି....ଆପଣଙ୍କୁ ଭଲ ଭାବେ ଜଣା ..ଜନ୍ମିତ ସନ୍ତାନର ଭ୍ରୁଣ ପରୀକ୍ଷା ଦଣ୍ଡନୀୟ ଅପରାଧ ଅଟେ..।..ଅନେକ ସଭା ସମିତିରେ ଆପଣ କନ୍ୟା ଭ୍ରୁଣ ସୁରକ୍ଷାର କଥା କହୁଛନ୍ତି...ଅଥଚ ଆପଣ ନିଜ ଘରେ...କେମିତି ? ଅନ୍ୟ ପାଇଁ ଭାଷଣ ଦେବାକୁ  ସୁନ୍ଦର ଲାଗେ ତା.. .ମାନେ ନୁହେଁ ...ମୁଁ ସବୁକୁ ନିଜ ଘରେ ଏକ୍ସପେରିମେଣ୍ଟ୍ କରିବି...ତୋତେ ଏ ଘରକୁ ବୋହୂ କରି ଆଣି ବହୁ ସାମାଜିକ ପ୍ରତିପତ୍ତି ସମ୍ମାନ ହରେଇ ସାରିଛି... ଆହୁରି କନ୍ୟା ସନ୍ତାନ ...ଅସମ୍ଭବ ...ଏ ଘରର ଉତ୍ତର ଦାୟାଦ ଗୋଟେ ପୁତ୍ର ସନ୍ତାନ ହେବା ଆବଶ୍ୟକ.....ଯେ ଚୌଧୁରୀ ବଂଶର ସମ୍ମାନ ...ପ୍ରତିପତ୍ତି ଓ ଗୌରବକୁ ଆଗକୁ ବଢେଇନେବ..ଝିଅଟେ କଣ କରିବ?

ତଥାପି ଦବି ଯାଇ ନ ଥିଲା ଅର୍ପିତା କହିଥିଲା ଝିଅ ହେଉ କି ପୁଅ  ,ଈଶ୍ଵରଙ୍କ ଆଶୀର୍ବାଦ ...ମୁଁ ତାକୁ ଜନ୍ମ ଦେବି ମାଆ...।ସେ ଆପଣଙ୍କ ପୁଅର ଅଂଶ.....ଆମର ପ୍ରଥମ ସନ୍ତାନ । ଏ ପର୍ଯ୍ୟନ୍ତ ମୁଁ ଆପଣଙ୍କର ସବୁ ନିଷ୍ପତ୍ତି ମାନିଚି ପ୍ରତିବାଦ କରିନି ଆଗକୁ ବି କରିବିନି ..ମୋ ସନ୍ତାନ ପୁଅ ହେଉ କି ଝିଅ ... ! ସେ ଏଇ ଦୁନିଆର ଆଲୋକ ଦେଖିବ ସେଥିରୁ ଆପଣ ତାକୁ ବଂଚିତ କରନ୍ତୁନି ।ଆପଣ ବି ଜଣେ ମାଆ ..... । ଜାଣି ଜାଣି ଏମିତି ଭୁଲ୍କୁ ମୁଁ ପ୍ରଶୟ ଦେବି ନାହିଁ..। ତା କଥାକୁ ବେଖାତିର କରି ମୁଁ ଥକି ଯାଇଛି କାଲି କଥା ହେବା କହି ତାଙ୍କ ବେଡ଼ ରୁମକୁ ପଶିଗଲେ ଆଶା ଦେବୀ। ଅସହାୟତାର ଅମାନିଆ ଲୁହ ଗୁଡା ଝରି ପଡ଼ିଲା ଅର୍ପିତା ଆଖିରୁ...।

 ଦଉଡ଼ି ଯାଇ ବୈଭବଙ୍କୁ ବିକଳ ଅନୁରୋଧ କଲା..ମାଆଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ କରିବାକୁ..ଛୁଆଟା ଆମର.ପୁଅ ହେଉ କି. ଝିଅ .. ।ସବୁ କଥାକୁ ସହଜ ଭାବରେ ନେଉଥିବା ଏବଂ ମାଆଙ୍କ ସବୁ ନିଷ୍ପତ୍ତିକୁ ଅନ୍ଧ ଭାବରେ ଗ୍ରହଣ କରୁଥିବା ବୈଭବ ଶୋଇପଡ଼ କାଲି ମାଆଙ୍କ ସହିତ କଥାହେବି ...ରେ...ଆଜି ଆଉ ସନ୍ତୁଷ୍ଟ ହୋଇପାରିଲା ନାହିଁ ଅର୍ପିତା...। ତା ଆଖିରେ ନିଦ ନ ଥିଲା ...ଥିଲା ମେଞ୍ଚା ମେଞ୍ଚା ଭୟ ...।କିଛି ଗୋଟେ କରିବାକୁ ନିଜକୁ ପ୍ରସ୍ତୁତ କଲା । ଏଇ ରାତି ଭିତରେ..ଯାହା କରିବ.. କାଲି କଣ୍ ହେବ କିଏ ଜାଣେ ?...ଭ୍ରୁଣ ପରୀକ୍ଷାରେ ଯଦି ତାର ଗର୍ଭସ୍ଥ ସନ୍ତାନ କନ୍ୟା ଜଣା ପଡ଼େ !!! ତେବେ ତାକୁ ସେଇଠି ହିଁ ମାରି ଦିଆ ଯିବ....ଲୁହ ଛଳ ଛଳ ଆଖିରେ ସେ ତା ପେଟ ଉପରେ ହାତ ବୁଲେଇ ଆଣିଲା ଆଉ ଛୁଆଟିର ହୃଦ୍ ସ୍ପନ୍ଦନକୁ ଅନୁଭବ କଲା ।ତାକୁ ଲାଗିଲା ଗର୍ଭସ୍ଥ ସନ୍ତାନ କହୁଚି ମୋତେ ବଞ୍ଚିବାକୁ ଦେ ମାଆ...ମୁଁ ବଞ୍ଚିବାକୁ ଚାହୁଁଚି...।ଛୁଆଟା ଯେ ତାର ....ସମ୍ପୂର୍ଣ୍ଣ ତାର....। ସେ ଆଉ ଚୁପ୍ ରହି ପାରିବନି... ଗୋଟେ କଠୋର ନିଷ୍ପତ୍ତି ନେଲା....।ସମସ୍ତେ ଶୋଇଗଲା ପରେ ଛୋଟ ଚିଠିଟେ ବୈଭବକୁ ଲେଖିଲା ..."ମୋତେ କ୍ଷମା କରିଦେବ...ମୁଁ.....ମୋ ଗର୍ଭସ୍ଥ ସନ୍ତାନର ଲିଙ୍ଗ ପରୀକ୍ଷାକୁ ବିରୋଧ କରି ଆଜି ତୁମ ଘର ଛାଡୁଚି " ।ତୁମ ଠାରୁ ଆମ ସନ୍ତାନର "ସୁରକ୍ଷିତ ଜନ୍ମ"ର ପ୍ରତିଶୃତି ଆଶା କରୁଥିଲି.. ଯାହା ପାଇ ପାରିଲି ନାହିଁ।ମୁଁ ଏକୁଟିଆ ମାଆ ଭାବେ ଯାହା ସମ୍ଭବ ହେବ କରିବି..,"।କୋଉଠୁ ଆସିଲା ତାର ଏତେ ଶକ୍ତି କେଜାଣି.....,?

ନିର୍ଜନ ରାତିର ନୀରବ ପ୍ରହରରେ ସେ ଘରୁ ଗୋଡ଼ କାଢି ଏକା ଏକା ଚାଲି ଚାଲି ଆସିଲା ଏକମାତ୍ର ଭରସା ସ୍ଥଳ ବାପାଙ୍କ ଘରକୁ ...।ରାତି ଅଧରେ ଘର ବେଲ୍ ଶବ୍ଦରେ କବାଟ ଖୋଲି ଆଶ୍ଚର୍ଯ୍ୟ ହୋଇଥିଲେ ବି  ଆଗ ପଛ ଚାହିଁ କିଛି ପଚାରି ନ ଥିଲେ. ମାଆ ବାପା।.।ପାଣି ମୁନ୍ଦେ ପିଇ ସେ ମା କୋଳରେ ଶୋଇ ଗଲା ଶାନ୍ତିରେ ଆଶ୍ୱସ୍ତିରେ ଭରସା ରେ...।କେତେ ବେଳ ହେବା କେଜାଣି . ହୋ ହାଲ୍ଲାରେ ତାର ନିଦ ଭାଙ୍ଗିଗଲା..। ଆଶା ଦେବୀଙ୍କ ଚିତ୍କାର.....।ସେ ଥକି ଯାଇଥିବା ଅବଶ ପାଦରେ ଥିରି ଥିରି ହୋଇ ଡ୍ରଇଂ ରୁମକୁ ଆସି ଧୀର ଭାବରେ କହିଲା .....ଏତେ ଶବ୍ଦ କଣ ପାଇଁ? ଓଃ ଆପଣ ତାହେଲେ ଏଠି ବି ପହଞ୍ଚି ଗଲେଣି ଭଲ ହେଲା ।ଏଠି ଆପଣଙ୍କ ପରି ଧନୀ ଲୋକମାନେ ନ ରହି ପାରିଥାନ୍ତି...ମାତ୍ର ଭଦ୍ରଲୋକ ରହୁଛନ୍ତି..।ଯାହା କହିବାର ଅଛି ଆସ୍ତେ କୁହନ୍ତୁ... ମୋ ବାପାଙ୍କ ଘର ଇଏ..ତାଙ୍କୁ ତାଙ୍କ ଘରେ କିଛି କହିବାକୁ ଆପଣ ସାହସ କଲେ କିପରି??..ଆପଣଙ୍କ ଘର ଛାଡ଼ିବା ନିଷ୍ପତ୍ତି ମୋର ଏକାନ୍ତ ବ୍ୟକ୍ତିଗତ.. ମୋ ସନ୍ତାନର ସୁରକ୍ଷା ଦୃଷ୍ଟିର ଆପଣଙ୍କ ଅନ୍ୟାୟ ଭାବେ ଭ୍ରୁଣ ପରୀକ୍ଷାର ବିରୋଧ କରି ସେ ଘର ଛାଡ଼ିବାକୁ ବାଧ୍ୟ ହେଲି..। . ... ମୁଁ... ଚାହିଁଲେ ଗୋଟିଏ ମିନିଟରେ ଆପଣଙ୍କର ସବୁ ସାମାଜିକ ପ୍ରତିପତ୍ତି... ସମ୍ମାନ ......ପ୍ରତିଷ୍ଠାକୁ ମାଟିରେ ମିଶେଇ ଦେବି...।ଗୋଟେ ସାମ୍ବାଦିକ ସମ୍ମିଳନୀ ବା ପୋଲିସରେ ରିପୋର୍ଟ ... ଆପଣକଂ . ଚେହେରାରୁ ମୁଖା ଖୋଲି ଦେବାକୁ ଯଥେଷ୍ଟ ..।  ଏ ପର୍ଯ୍ୟନ୍ତ ଆପଣଙ୍କର ସବୁ ଅପମାନ ଓ ନିର୍ଯାତନାକୁ ସହି ଯାଉଥିଲି ...ମାନେ ମୁଁ ଦୁର୍ବଳ ନୁହେଁ...ମୋର ସଂସ୍କାର ,ପରିବାର ପ୍ରତି କର୍ତ୍ତବ୍ୟ ମୋତେ ନୀରବ ରଖିଥିଲା....ରହି ଯାଇଥାନ୍ତି ବି ଯଦି ମୋ ଗର୍ଭସ୍ଥ ସନ୍ତାନର ପ୍ରଶ୍ନ ଉଠି ନ ଥାଆନ୍ତା...ଗୋଟେ ଝିଅ ବା ବୋହୂ ବହୁତ୍ କିଛି ସହିପାରେ ମାତ୍ର  ଗୋଟେ ମାଆ ......ଅସମ୍ଭବ...। ମାଆ ହିସାବରେ ମୁଁ ମୋ ସନ୍ତାନକୁ ସବୁ ପ୍ରକାର ସୁରକ୍ଷା ଦେବାକୁ ଚାହେଁ...।ଆଜି ଏକବିଂଶ ଶତାବ୍ଦୀରେ ଆପଣ ଝିଅ ...ପୁଅ...ଭିତରେ .ଏତେ ଫରକ୍ ଦେଖନ୍ତି.. ଭାବିଲେ ଲାଜ ଲାଗେ.... ମୋ ସନ୍ତାନର ସୁରକ୍ଷିତ ଭବିଷ୍ୟତ ପାଇଁ ମୁଁ ଆଉ ଫେତିବିନି...।ଏବେ ଆପଣ ଆସି ପାରନ୍ତି ..।

    ଅର୍ପିତାର ଜିଦକୁ ସମ୍ମାନ ଦେଇ ମାଆ ବାପା ତାକୁ ସେ ଘରକୁ ଫେରିଯିବାକୁ ବାଧ୍ୟ କରିନାହାନ୍ତି...ବରଂ ତା ଛୁଆ କିପରି ସୁସ୍ଥ ଭାବରେ ଜନ୍ମ ନେଇ ଏଇ ଦୁନିଆର ସୂର୍ଯ୍ୟା ଲୋକ ଦେଖିବ ସେଥି ପାଇଁ ସବୁ ପ୍ରକାର ସହଯୋଗ କରିଛନ୍ତି..। କେତେ ତଫାତ ସତରେ ତା ମଧ୍ୟବିତ୍ତ ପରିବାର ଆଉ ତଥାକଥିତ ସମ୍ଭ୍ରାନ୍ତ.. ସମାଜ ସେବୀ ଆଶା ଦେବୀଙ୍କ ଚିନ୍ତା ଧାରା ଭିତରେ...। ଗୋଟେ ପରିଚିତ ହାତ ତା ମୁଣ୍ଡ ଆଉଁସୁ ଥିବା   ସେ ଅନୁଭବ କଲା...ଚାହିଁ ଦେଖିଲା ବାପା... .।ବାପା ତା ଆଖିରୁ ଲୁହ ପୋଛି ଦେଇ କହିଲେ.. ତୋ ଆଖିରେ ଲୁହ ଶୋଭା ପାଉନି... ଆଜି ତୋର ବହୁ ପ୍ରତିକ୍ଷୀତ ଖୁସିର ଦିନ ମାଆ..।ମୁଁ ଗର୍ବିତ...ଯେ. ମୋ ଝିଅ..

ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ପାରିଚି...।

. କିନ୍ତୁ ଖାଲି ନିଜ କନ୍ୟା ସନ୍ତାନର ସୁରକ୍ଷା କରିଦେଲେ ତୋ ଦାୟିତ୍ଵ ସରିଯିବନି....ବରଂ ତୋର କର୍ତ୍ତବ୍ୟ ହେବ ତୋ ପରି  ନିର୍ଯାତିତ ଅନେକ ଝିଅ ଙ୍କୁ... .. ଏକ ସୁରକ୍ଷିତ ଭବିଷ୍ୟତ. ...ଦେବା ପାଇଁ ସହଯୋଗର ହାତ ବଢ଼ାଇ ଉଚିତ୍ ମାର୍ଗ ଦର୍ଶନ କରିବା....।ତେବେ  ଯାଇ କିଛି ପରିବର୍ତ୍ତନ ସମାଜରେ ହେବ ।



Rate this content
Log in

Similar oriya story from Crime