Bibhu Samanta

Romance

3  

Bibhu Samanta

Romance

ଲୋପାମୁଦ୍ରା : A LockDown Lovestory

ଲୋପାମୁଦ୍ରା : A LockDown Lovestory

5 mins
11.6K



ସେଦିନ whatsapp statusକୁ ଦେଖୁ ଦେଖୁ ନଜର ପଡିଲା, ଲୋପା ର status ଉପରେ। ଦୁଇଟି ଫୋଟ ଦେଇଥିଲା ସେ ନିଜ status ରେ, ଗୋଟେ, ତାର ସୁନ୍ଦର ଚମ୍ପା କଢି ପରି ଅନାମିକା ଆଙ୍ଗୁଳିରେ ସୁନା ମୁଦି ପିନ୍ଧା ଫୋଟ, ଅନ୍ୟଟିରେ କୋମଳ କଦମ୍ବ ପତ୍ର ପରି ପାପୁଲିିରେ ସଜ ହୋଇଥିବା ମେହେନ୍ଦୀର, ଆଉ ଲେଖା ଥିଲା ତଳେ, "ab hum to bhaye pardesi, me tera yahan koi nehin" ଏତିକି ମୋ ପାଇଁ ଯଥେଷ୍ଟ ଥିଲା କେତେ ଗୁଡିଏ ବିନିଦ୍ର ରଜନୀ କାଟିବାକୁ। କେଜାଣି ସେ ରାତିରେ କେତେ ଥର ଦେଖିଥିବି ସେ ଫୋଟକୁ। ପ୍ରତିଥର ସେ ଫୋଟ ଆଉ, ତାକୁ ନେଇ ସେ ଦି ଧାଡି ଲେଖା ଛାତି ଭିତରଟା କୁ କରତ ରେ କାଟି ଖଣ୍ଡଖଣ୍ଡ କରୁଥାଏ। ଅଭିମାନ ଟା ଏପରି ସ୍ତରକୁ ଯାଇପାରେ। ସେ ଜାଣି ସାରି ଥିବ ମୁଁ ତା status ଦେଖିଛି ବୋଲି, ଖୁସି ହେଉଥିବ ସେ। ପ୍ରତିଶୋଧ ନେଇଛି ବୋଲି ନା, ଏଇଆ ଭାବି ଯେ ଠିକ ଜବାବ୍ ଦେଇଛି ମତେ ସେ। ମୁଁ ବି କୋଉ କମ୍ ଯେ, ମୁଁ ବି comment କଲି, "Mubarak ho tumko yeh shadi tumhari, sada khus raho tum yeh dua hai hamari"

ଉତ୍ତର ପାଇଁ ଅପେକ୍ଷା କରିନି ଆଉ ଫୋନ୍ ଟି ବନ୍ଦ କରି ଥୋଇ ଦେଲି ଦୂରରେ, ଆଉ ଆଖି ବନ୍ଦ କଲି, ତକିଆରେ ମୁହଁ ମାଡି।


ଲୋପା, ଲୋପାମୁଦ୍ରା ଦାସ ଆମ ପଡିସା ଘର ପ୍ରଭାତ ଅଙ୍କଲ୍ ଙ୍କ ଝିଅ। ଏମିତି କେତେ ଥର ଦେଖିଛି ତାକୁ ମୁଁ, ରାସ୍ତାରେ କଲେଜ କି ଟିଉସନ ଫେରିଲା ବାଟରେ, ବେସ୍ ,ସାଧା ସିଧା ଝିଅଟେ ପରି ଲାଗେ। କୁର୍ତୀ,ଲେଗିଂସ , କଳା ଫ୍ରେମ ଚଷମା ଆଉ ଛୋଟ କଳା ଟିକିଲିର ଆବରଣ ତଳେ ଚିକଚିକ କରୁ ଥିବା ଚେହେରାଟିଏ। ସେ କେବେକେବେ ଆସେ ଆମ ଘରକୁ ଭୋଗ ନେଇ ନହେଲେ ମାମାଙ୍କ ଠୁ ସ୍ବେଅଟର୍ ବୁଣା ଶିଖିବାକୁ। ହେଲେ, ମୋର ତା ସହ ପ୍ରଥମ କଥା ହେଲା, ତା ବଡ଼ ଭଉଣୀ ବାହାଘର ସମୟରେ। ଯେବେ ମାଉସୀ ମୋତେ କହିଥିଲେ ତାକୁ ନେଇ ଘର ଘର ବୁଲି କାର୍ଡ ବାଣ୍ଟିବାକୁୁ। କାହିଁକି , କେଜାଣି ସେ ଭିତରେ ସେ ମତେ ଏତେ ଭଲ ଲାଗି ଗଲା। ସେ ବାହାଘର ଦିନ ରାତି ସାରା ମୁଁ ଆଉ ସେ ବେଦୀ ପାଖେ ବସି ଅନେକ କଥା ହେଇଛୁ। କିଛି ଶବ୍ଦରେ, କିଛି ନିଶବ୍ଦରେ। ତା ଭିତରେ କୋଉଠି କେଜାଣି ହୃଦୟ ବିଚରା ରହି ଯାଇଥିଲା ତା ଲାକମିଶା ହସ ପାଖରେ। ଅନେକ ସାହସ ଜୁଟେଇ, ମୁଁ ତାକୁ ଦିନେ କହିଥିଲି ମନର ଅବସ୍ଥା। ତା ମନରେ ବି ସମାନ ଅବସ୍ଥା।ବେନି ଜନେ ସମଦଶା। ପ୍ରେମ ପାଖେ ନିସର୍ତ୍ତ ସମର୍ପିତ ହେବା ଛଡା ଅନ୍ୟ ପନ୍ଥା କିଛି ନାହିଁ।


ଉପରକୁ ସରସ ସୁନ୍ଦର ଦିଶୁଥିବା ପ୍ରେମ ପାଠ କିନ୍ତୁ ଭାରି କଠିନ ଓ ଜଟିଳ। ଏଠି ସମାନ ସୂତ୍ର ରେ ଅଙ୍କ ଭୁଲ୍ ହୁଏ ଆଉ ଠିକ ବି ହୁଏ। ସହମତି, ସମର୍ପଣ ଆଉ ସାଥି ହୋଇ ରହିବା ଭାବନାଟି କେତେବେଳେ ମତାନ୍ତର, ବିଶ୍ଵାସଘାତ ଓ ସଂଗହୀନ କରେଇ ଦିଏ କେହି କହିପାରେନା। ଗୋଟେ ସାମାନ୍ୟ କଥାରେ ତା ସହ ମୋର ଝଗଡା ହୋଇଗଲା, ଏମିତି କେତେ ଝଗଡା ହୁଏ ଆମ ଭିତରେ ଫୋନରେ, facebook chat ରେ,ହେଲେ ସାମ୍ନାସାମ୍ନି ଦେଖା ହେଲେ, ମୋ ଆଖି ପଡ଼ିଯାଏ ତା ଆଖିରେ ଆଉ ସେ ରାଗ ଅଭିମାନ ଭୂଲି ହସିଦିଏ। ଶରତର ବଉଦ ପରି ସେମାନେ ଭାସି ଯାଆନ୍ତି ଆକାଶରେ ଆଉ ଆମେ ଲୁଚକାଳି ଖେଳୁ ତାରି ଭିତରେ। ଏଥର କିନ୍ତୁ ତା ସହ ଦେଖା ହୋଇପାରିଲାନି। ସେ ଘରେ ଥାଏ କିନ୍ତୁ ମୁଁ ଅନ୍ୟ ଏକ ସହରରେ। କଥା କଟକାଟି ଏମିତି ହୋଇ ଯାଇଥିଲା ଯେ ଆଉ ସମ୍ଭବ ହେଲାନି ତାକୁ ବୁଝେଇବା, କି ନିଜେ ବୁଝିବା। ତେଣୁ ଚୁପ ହୋଇଗଲୁ ଆମେ ଦି ଜଣ। ହେଲେ, ମୁଁ କଣ ଜାଣିଥିଲି ଏମିତି ହେବ ସେ ଏମିତି ନିଷ୍ପତ୍ତି ଟେ ନେବ? ହଉ! ଯାହା ତା ଖୁସି ସେ କରୁ। ଏବେ ଦି ଜଣ ଙ୍କ ପୃଥକ୍ ଦୁନିଆ। ଯାହାର ସୀମାକୁ କେହି ଲଙ୍ଘି ପାରିବେ ନାହିଁ। ସେ ଏବେ ବି ମୋ ଆକାଶର ସଞ୍ଜତାରା ଟିଏ। 


ମାର୍ଚ୍ଚ ମାସର ମାୟା ମୋତେ ଟାଣି ଆଣିଲା ପୁଣି ଘରକୁ। ମୁଁ ଆସିଥାଏ କାମରେ, ସାଙ୍ଗ ବାହାଘର, ଭଉଣୀ ପାଇଁ ପୁଅ ଦେଖା, ଜମି କାମ ଏମିତି କେତେ କଣ। ଆଉ ତାପରେ ଆରମ୍ଭ ହେଲା corona ର କୋପ। ବାଧ୍ୟ ହୋଇ ରହିବାକୁ ପଡିଲା ମୋତେ ଘରେ। ଦିନେ ଲୋପ ସାଙ୍ଗ ମାନି ମତେ କହିଲା, "ତମେ ଜାଣ ରାଜୁ ଭାଇ? ଲୋପାର ବାହାଘର ଭାଙ୍ଗିଗଲା"। କଥାଟି ଶୁଣି ମୁଁ କଣ କହିବି ଜାଣି ପାରିଲିନି। ଯାହା ନ ହେଉ ବୋଲି ମୁଁ ଆଶା କରିଥିଲି, ଆଉ ପରେ ତା ଖୁସି ପାଇଁ ସେ ବାହାଘର ହେଉ ବୋଲି ଠାକୁରଙ୍କୁ ଡାକୁଥିଲି। ସେ ପୁଣି ଭାଙ୍ଗିଗଲା ଏମିତି। ନିୟତି କଣ ଲେଖିଛି କେଜାଣି।

ମୁଁ କଥା ଶେଷ କରି ଭାବି ବସିଲି ତା କଥା। ବିଚାରି, କେତେ ଖୁସି ଥିଲା, ଏବେ କେମିତି ଥିବ। କାହିଁକି ଭାଙ୍ଗିଲା ସେ ବାହାଘର? ଏମିତି କେତେ କଣ ଭାବୁଥିଲି। ତା ସହ ଭେଟ ହେଲା ତାଙ୍କ ଗେଟ ପାଖେ, ନିଜ ମୁହଁକୁ mask ରେ ଢାଙ୍କି ଦେଇ ଥିଲା। ଆଖି ମିଶିଲା। ଅଭିମାନର ଅଗ୍ନିବାଣ ଗୁଡିକ ମତେ ଦାୟୀ କରଥିଲେ ଏସବୁ ପାଇଁ। 


 ତା ପର ଦିନ ସକାଳ, ସୂର୍ଯ୍ୟ ଆସି ପହରା ଦେଉଥିଲେ ରାସ୍ତା ଘାଟ, ତାଙ୍କ ଛାତ ଆଉ ଆମ ଛାତରେ ବି। ଶୁନଶାନ୍ ଚାରିଆଡ଼ ଅଜଣା ରୋଗର ଭୟରେ । ଲୋକ ନିଜ ଘର ଭିତରେ ବନ୍ଦୀ। ମୁଁ ଛାତ ଉପରେ ଠିଆ ହୋଇ ଦେଖୁଥିଲି ଗଛରେ ପାଚିଲା ଅମୃତ ଭଣ୍ଡାକୁ ଖାଉଥିବା ଦି ଟା ପକ୍ଷୀଙ୍କୁ। ହଠାତ୍, ଅମୃତଭଣ୍ଡା ଟି ଛିଡି ତଳେ ପଡ଼ିଗଲା। ଆଉ ପକ୍ଷୀ ଦି ଟା ଅନେକ ସମୟ ଯାଏ ଚାହିଁ ରହିଥିଲେ ସେ ଭୂପତିତ ଫଳକୁ। ନଜରଟି କାହିଁ କେଜାଣି ଲୋପା ଘର ଛାତକୁ ଚାଲିଗଲା। ସେ କପଡା ଶୁଖେଇବାକୁ ଆସି ମୋ ସହ ସେ ଦୃଶ୍ୟକୁ ଦେଖୁଥିଲା କେତେବେଳୁ। ମୋତେ ଦେଖି ଚାଲି ଯାଉଥିଲା, ମୁ କହିଲି , ଜୀବନରେ ସୁଖଟା ବି ଏମିତି ନା? ମିଠା କୁ ମିଠା ବୋଲି ଚିହ୍ନିଲା ବେଳକୁ ସେ ଏମିତି ଖସିପଡ଼େ ନୁହେଁ?

ସେ ହୁଁ କହି ନୀରବ ରହିଲା।

- ଏ ଯାଏ ରାଗିଛୁ? 

ସେ କହିଲା, ନା ରାଗିବି କଣ ପାଇଁ। ମୁଁ ମାନି ନେଇଛି ନେଇଛି ସତ୍ୟ କୁ। ବାପା ବୋଉ ଏମାନଙ୍କୁ ଟିକେ ସମୟ ଲାଗିବ।

- ତୁ କଣ ଭାବୁଛୁ ଏ ସବୁ ପାଇଁ ମୁଁ ଦାୟୀ?

ସେ ମତେ କିଛି ସମୟ ଚାହିଁ ରହିଲା ଆଉ କହିଲା, ନା, ମୁଁ ଜାଣେ ତମେ ଏମିତି କରିପାରିବନି। 

ଟିକେ ଦୁଷ୍ଟାମୀ ଗଳାରେ ପଚାରିଲି, ଆଚ୍ଛା! ତେବେ କଣ କରିପାରିବି ମୁଁ। 

ସେ ବୁଝିଗଲା ଆଉ କହିଲା, ତମେ ବୁଦ୍ଦୁ,ଚୋର, ବଦମାସ କିଛି କରିପାରିବନି। 

ମୁଁ ତାଙ୍କ ଛାତ ଆଡକୁ ଚାଲିଗଲି। ସେ ଦୁରେଇ ଯାଇ କହିଲା, "ଏ ମିଷ୍ଟର୍, ଭୁଲି ଯାଅନି ସରକାର କହିଛନ୍ତି social distancing,ଆଉ ପୁଣି ତମେ ବାହାରୁ ଆସିଛ। 

ମୁଁ କହିଲି, ହଉ ସଞ୍ଜ ହେଉ ତୋ କଥା ବୁଝୁଛି ମୁଁ।

ସେଦିନ ସଞ୍ଜରେ ଅନେକ ସମୟ ଯାଏ ସେ ଆଉ ମୁଁ ବସି ରହିଲୁ ଛାତରେ, ହାତରେ ହାତ ଛନ୍ଦି। ତା ହାତରେ ନଥିଲା ସେଦିନର ନିର୍ବନ୍ଧ ମୁଦି , ପାପୁଲିରେ ଲିଭି ଲିଭି ଆସୁଥିଲା ମେହେନ୍ଦୀ ଗାର। ବାହାଘର ଭାଙ୍ଗିବା ପରେ ସମାଜର ଡରରେ ସେ କେମିତି ଗୋଟେ ହଜି ଯାଇଥିଲା। ଏବେ ଖୋଲୁଛି ସେ ମନ ତଳର କଥା ସବୁ। କେମିତି ଭାଙ୍ଗିଲା ବାହାଘର, କେତେ ଦୁଃଖ ତାର ସବୁ ସେ କହିଲା। ମୁଁ ଖାଲି ଶୁଣୁଥିଲି, ସେ ବି ଠିକ ଏୟା ଚାହୁଁଥିଲା। କିଏ ଜଣେ ଶୁଣୁ ତା କଥା। କେହି ଏମିତି ଜଣେ ଯାହା ପାଖେ ସେ ଗପିଯିବ ତା ତମାମ ଦୁଃଖକୁ। lockdown ରେ ପୁରା ଦୁନିଆ ଥିଲା ବେଳେ ଆମ ଭିତରର lock ଏବେ ଖୋଲୁଥିଲା। ତା ହାତ ଧରି ମୁଁ କହିଲି, ଲୋପା, I am sorry, ତୋର ଏଇ ଦୁଃଖ ସମୟରେ ମୁଁ ତୋ ପାଖେ ନଥିଲି। ସେ ମତେ ଚାହିଁ କହିଲା, ନା,ବେଳେ ବେଳେ ସମ୍ପର୍କରେ ଦୂରତ୍ୱ ଦରକାର। ଦୂରକୁ ଗଲେ ହିଁ ମନେ ପଡେ ଆପଣା ଲୋକର କଥା। ଏକଥା ଏ corona ଆମ କୁ ଶିଖେଇଦେଲା। ତମେ ଦୂରରେ ରହି ବି ମୋ ପାଖରେ ଥିଲ । ତମେ ଦୂରକୁ ଯାଇନଥିଲେ କଣ କେବେ ଏ ବୁଝିପାରିଥାନ୍ତେ ଏ ସମ୍ପର୍କର ଦୃଢତାକୁ। ସେ ଦିଶୁଥିଲା ପ୍ରବଚନ ଦେଉଥିବା ଜଣେ ବାଗ୍ମୀଙ୍କ ପରି। ଆମ ମନରେ ଥିବା ସବୁ ଅଭିମାନ ଅଭିଯୋଗ ଦୂର ହୋଇ ଯାଇଥିଲା ପ୍ରେମ ର sanitizer ବାସ୍ନାରେ।


Rate this content
Log in

Similar oriya story from Romance