Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF
Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF

Jyotiranjan Sahu

Romance


3  

Jyotiranjan Sahu

Romance


ଲଭ୍ ଷ୍ଟୋରୀ - ୦୨

ଲଭ୍ ଷ୍ଟୋରୀ - ୦୨

8 mins 507 8 mins 507

ଆକାଶରେ କଳା ହାଣ୍ଡିଆ ମେଘ। ବର୍ଷିଚାଲିଥାଏ ଧାରା ଶ୍ରାବଣ । ଚାରିଆଡେ ଖାଲି ପାଣି ଆଉ ପାଣି । ସୁଲୁସୁଲିଆ ପାଣି ମିଶା ଥଣ୍ଡା ପବନଟା ପଶିଆସୁଥାଏ ହଷ୍ଟେଲ ଭିତରକୁ । ରୁମ ନଂ ୧୫ ର ଝରକା ପାଖରେ ଛିଡ଼ା ହୋଇ ଅପଲକ ନୟନରେ ବାହାରକୁ ଚାହିଁ କଣ ସବୁ ଭାବିଯାଉଥାଏ ଅଜୁ। ଏତିକି ବେଳକୁ ଦୟା ଆସି ହଠାତ୍ ଜୋରରେ ହଲେଇ ଅଜୁ​କୁ କହିଲା"ଆରେ ଗୋଟାଏ ବାଜିଲାଣି । ଆଜି ଯିବୁନି "! ତା କଥା ଶୁଣି ତର ତର ହୋଇ ସାଇକେଲ ଟା ଧରି ଚାଲିଗଲା ଅଜୁ । ପଛରୁ ଦୟା ପାଟିକରୁଥାଏ"ବର୍ଷା ହେଉଛି, ଛତାଟା ନେଇ ଯା'ରେ..."।

ସେଦିନ ହାଇୱ କଡ଼ ତାରିଣୀ ମନ୍ଦିର ପାଖରେ ପହଞ୍ଚି ଅଜୁ ଖୋଲିଦେଲା ତାର ସାଇକେଲ ଚେନ ଟା । ଅନେକ ସମୟ ଧରି ବର୍ଷା ରେ ଭିଜି ଭିଜି ଅପେକ୍ଷା କଲାପରେ ଦୂରରୁ ଦେଖିଲା ସେହି ଚିହ୍ନା ଚିହ୍ନା ଲାଲି ରଙ୍ଗ ର ହିରୋ ହୋଣ୍ଡା ର ବାଇକ୍। ସାଙ୍ଗେ ସାଙ୍ଗେ ଚେନ ଲଗାଇ ବାର ବାହାନାରେ ତଳେ ବସି ପଡ଼ିଲା ଅଜୁ । ବାଇକ୍ ର ପଛ ସିଟ୍ ରେ ରେନ କୋଟ ପିନ୍ଧି ବସିଥିବା ଝିଅ ଟି ଅଜୁକୁ ଦେଖି ଦେଇ ଟିକିଏ ବିଚଳିତ ଟିକିଏ ଅବୁଝା ଭଙ୍ଗୀ ରେ ଆଖି ରେ ଆଖି ରେ ପଚାରିବସିଲା"କଣ ହେଲା? ଏ ବର୍ଷା ରେ ଏଠି ବସିଛୁ କାହିଁକି"? ଅଜୁ ବି ମୁଣ୍ଡ ଟୁଙ୍ଗାରି ଆଖି ରେ ଆଖିରେ କହିଦେଲା" ନା, କିଛି ନାହିଁ। ତୁ ଯା "। ଏହା ପରେ ସେହି ବର୍ଷା ରେ ଭିଜି ଭିଜି ଅଜୁ ହଷ୍ଟେଲ ରେ ଆସି ପହଁଚିଲା । ତା ଅବସ୍ଥା ଦେଖି ଦୟା କହିଲା " ୟାର! ଆଜି ଲାଗୁଛି ତୁ ବର୍ଷାରେ ନୁହେଁ ପ୍ରେମ ରେ ଭିଜିଯାଇଛୁ "। ଆଉ ତା କଥା ଶୁଣି ଅଜୁ ବି ମୁରୁକି ହସଟେ ମାରି ଚାଲିଗଲା ରୁମ ଭିତର‌‌‌ କୁ । ଏହା ଥିଲା ପ୍ରଥମ ପ୍ରେମ ରେ କିଛି ବି କରିଯିବାର ପ୍ରଥମ ଅନୁଭୂତି ଅଜୁ ପାଇଁ ।  

ଏହା ଭିତରେ ବିତିଗଲାଣି ୧୪ବର୍ଷ । ଆଜି ବି ସେହି ଅନୁଭୂତି କୁ ଭୁଲିପାରିନାହିଁ ଅଜୁ । ଗତକାଲିର ଅଜୁ ଆଜିର ଜଣାଶୁଣା ସିଂଗର ଅଜୟ କୁମାର । ଆଜି ଯେତେବେଳେ ରେଡିଓ ଏଫ୍ ଏମ୍ ରେ ତାଂକର ଲାଇଭ୍ ସାକ୍ଷାତକାର ଚାଲିଥାଏ ସେତେବେଳେ ଆର୍ ଜେ ରମେଶ ତାଂକୁ ପଚାରି ବସିଲେ ତାଂକର ପ୍ରଥମ ପ୍ରେମର ପ୍ରଥମ ଅନୁଭୂତି ସମ୍ପର୍କ ରେ । ଆଉ ଏହାର ଉତ୍ତର ଅଜୟ କୁମାର ଦେଲେ ସେଦିନର ଅଜୁ ହୋଇ । ଷ୍ଟୁଡିଓ ରୁ ଥାଇ ସେ ହଜାର ହଜାର ଲୋକଙ୍କୁ କହିଗଲେ ନିଜର ପ୍ରଥମ ପ୍ରେମର ସେ ବର୍ଷାଭିଜା ପ୍ରଥମ ଅନୁଭୂତି । ଏହା ଭିତରେ ଅନେକ ଫ୍ୟାନ ଙ୍କର ଫୋନ କଲ ଆସୁଥିଲା ଷ୍ଟୁଡିଓ କୁ। ତାଂକର ପ୍ରଶ୍ନର ଉତ୍ତର ବି ଦେଇଚାଲିଥିଲେ ଅଜୟ । ଏତିକି ବେଳେ ଷ୍ତୁଡିଓକୁ ଆସିଲା ଜଣେ ଲେଡିଜ ଙ୍କର ଫୋନ କଲ୍ । ସେ ଧୀରେଧୀରେ କହିଲେ " ହ୍ୟାଲୋ! କ୍ୟାନ ଆଇ ସ୍ପିକ ଟୁ ମିଃ ଅଜୟ କୁମାର "! ଆର୍ ଜେ ରମେଶ କହିଲେ " ୟସ୍ ମ୍ୟାଡାମ! ପ୍ରଥମେ ଆପଣଂକ ନାଁ ଟା ଜାଣିପାରେ "? ସେପଟୁ ଉତ୍ତର ଆସିଲା " କ୍ୟାନ ଆଇ ସ୍ପିକ୍ ଟୁ ମିଃ ଅଜୟ କୁମାର ପ୍ଲିଜ "! ଏଥର ଆର୍ ଜେ ରମେଶ କହିଲେ " ହଁ ହଁ ମ୍ୟାଡାମ! ଆପଣ ତାଂକ ସଂଗେ ଡାୟରେକ୍ଟଲି କଥା ହୁଅନ୍ତୁ"। ଏହା ଶୁଣି ସେ ମ୍ୟାଡାମ ଜଣକ କହିଲେ " ଅଅଅ...ଜୁ... "! ବାସ୍ ଆଉ ଅଧିକ କିଛି କଥା ଶୁଣାଗଲାନାହିଁ କାହାକୁ । ଅଜୟ କୁମାରଙ୍କ କାନରେ କିନ୍ତୁ ଗୁନ୍ଜରୀ ଉଠୁଥାଏ ସେହି ସ୍ବର ଟି । ଆର୍ ଜେ ରମେଶ କହିଲେ " ବୋଧ ହୁଏ ମ୍ୟାଡାମ ଙ୍କ ଲାଇନ କଟି ଯାଇଛି । ୱି ୱିଲ ଗୋ ଫର ଆୱାର ନେକ୍ସଟ କଲର "। 

" ରମେଶ ଟିକିଏ ଅପେକ୍ଷା କର । ମୁଁ ଭାବୁଛି ଫୋନ ଟି କଟିନାହିଁ "କହି ଚୁପ୍ ରହିଲେ ଅଜୟ କୁମାର । ଆର୍ ଜେ ରମେଶ କହିଲେ" କିନ୍ତଉ..ଉ..ଉ..."। ଏତିକି ରେ ରମେଶ ଙ୍କୁ ଅଟକି ଯିବାପାଇଁ ଷ୍ଟୁଡିଓ ଭିତରେ ହାତ ଠାରି ଇସାରା କଲେ ଅଜୟ କୁମାର । କିଛିସମୟ ପରେ ଅଜୟ କୁମାର ଖୁବ୍ ଧୀର ଆଉ ନମ୍ର ଭାବେ କହିଲେ " ଏଇଟା ତୁମେ କହୁଛ ନା ! ମୁଁ ଜାଣେ ତୁମ ଛଡା ଆଉ କେହି ନୁହେଁ "। ବାଷ୍ପରୁଦ୍ଧ କଣ୍ଠ ରେ ସେ ମ୍ୟାଡାମ ଜଣକ କହିଲେ" ହଁ ! ମୁଁ କହୁଛି । ତୁମ ଚଷ୍ମିସ୍ "। ଖୁସିରେ ଆତ୍ମହରା ହୋଇ ଅଜୟ କୁମାର କହିଲେ " ତୁମେ ସତ କହୁଛତ ତୁମେ ମୋର ସେଇ ..."। ଆଉ ଆଗକୁ କହିବାକୁ ନଦେଇ ସେପଟରୁ ଉତ୍ତର ଆସିଲା " ହଁ ହଁ ମୁଁ ତୁମର ସେହି ଚଷ୍ମିସ୍ , ଅଜୁ ,ମୁଁ ତୁମର ସେହି ଚଷ୍ମିସ୍ ।" । ଆଉ କିଛି କହିବାର ନଥିଲା କାହାରି । କିଛି ସମୟ ପାଇଁ ନିରବୀ ଗଲା ସମୟଟା । ଷ୍ଟୁଡିଓ ଭିତରେ ବସିଥିବା ଅଜୟ କୁମାର ଙ୍କ ଆଖିରୁ ବହିପଡୁଥାଏ କେଇଟୋପା ଲୁହ । ସେତିକି ବେଳେ ଆର୍ ଜେ ରମେଶ ହଠାତ୍ କହିଉଠିଲେ " ମାଇଁ ଡିୟର ଫ୍ରେନ୍ଡସ୍! ଏବେ ଏଠିକା ମାନେ ଆମ ଷ୍ଟୁଡିଓ ର ମାହୋଲ ଟା ଟିକେ ସିରିୟସ୍ ହୋଇପଡିଛି । ଲାଗୁଛି କେଉଁଠି କିଛି କଥା ଅକୁହା ରହିଯାଇଛି । ମୁଁ ଅନୁରୋଧ କରିବି ଆଜି ଏ ଶୋଟା ଏମିତି ଚାଲୁଥାଉ , ଆଉ ଆମ ଅଜୟ ସାର୍ ଙ୍କୁ ଅନୁରୋଧ କରୁଚି ସେ ଯଦି ଠିକ୍ ଭାବନ୍ତି ତାହାହେଲେ ଏଇ ଅକୁହା କାହାଣୀ ଟିର କିଛି ପୃଷ୍ଠା ଆମ ପାଖରେ ଖୋଲିବାର କୃପା କରନ୍ତୁ । ହଁ ଆଉ ମୁଁ ଅନୁରୋଧ କରିବି ସେହି ମ୍ୟାଡାମ ଙ୍କୁ ଯିଏ ବର୍ତ୍ତମାନ ଫୋନ ଲାଇନ ରେ ଅଛନ୍ତି; ପ୍ଲିଜ ପ୍ଲିଜ ପ୍ଲିଜ ଫୋନ କାଟିବେନି । କଣ ଅଜୟ ସାର୍ ! ଆପଣ ଆପଣଙ୍କ ଫ୍ୟାନ୍ ମାନଙ୍କ ସହ କିଛି ସେୟର କରିବେନି "? ଗମ୍ଭୀର ହୋଇ ଅଜୟ କୁମାର କହିଲେ " ହଁ; କରିବି ସେୟର "। ସବୁ ଶ୍ରୋତା ଉତ୍କଣ୍ଠାର ସହ ଶୁଣୁଥାନ୍ତି ଏବେ କଣ କହିବେ ଅଜୟ କୁମାର ତାଂକ ବ୍ୟକ୍ତିଗତ ଜୀବନ ବିଷୟରେ !

କିଛି ସମୟ ର ନୀରବତା ପରେ ଅଜୟ କୁମାର ଖୋଲିଲେ ନିଜ ଅତୀତ ର କିଛି ଅନାଲୋଚିତ ପୃଷ୍ଠା ଯାହା ଥିଲା ତାଂକର ଏକାନ୍ତ ବ୍ୟକ୍ତିଗତ । ବିଗତ ଦିନର ସେହି ସୁନେଲୀ ପୃଷ୍ଠା ଗୁଡିକ ଉପରେ ସମୟର ସ୍ରୋତଟା ମଡେଇ ଦେଇଥିବା ଧୂଳି ର ସେ ଆସ୍ତରଣ ଟି ଯେତେଯେତେ ଅପସରି ଯାଉଥାଏ ସେତେସେତେ ଅଜୟ କୁମାର ଙ୍କ ଆଖି ଦୁଇଟି ଲୁହ ଭାର ସମ୍ଭାଳିବାକୁ ଅସମର୍ଥ ହୋଇପଡୁଥାନ୍ତି । ଏଭଳି ଏକ ପରିସ୍ଥିତି ରୁ ନିଜକୁ ଯଥାସମ୍ଭବ ସମ୍ଭାଳିନେଇ ଅଜୟ କୁମାର କହିଲେ :" ସେଦିନ ଯେତେବେଳେ ସେହି ଚଷମା ପିନ୍ଧା ଝିଅଟିକୁ ପ୍ରଥମ ଥର କଲେଜ କ୍ୟାମ୍ପସ୍ ରେ ଦେଖିଲି ସେହିଦିନ ହିଁ ବୋଧହୁଏ ମୁଁ ତା ପ୍ରେମରେ ପଡିଯାଇଥିଲି। ମୋତେ ଲାଗିଲା ସତେଯେପରି ମୋ ମନ ପରଦାର ଅଢୁଆଳ ରେ ଥିବା ମୋ ମନର ମାନସୀ ମନ କାଗଜରୁ ବାହାରି ମୋ ଆଗରେ ଛିଡାହୋଇଛି । ମୁଁ ମନେମନେ ଭାବିଲି ସତରେ କଣ ଏଇଟା ସତ ନା ମୋ ଆଖି ର ଭ୍ରମ । ମୋ ଅଜାଣତରେ ମୋ ମୁହଁରୁ ବାହାରି ପଡିଲା ଏ ଚଷ୍ମିସ୍ ! ଆଉ ପରେ ସେଇ ନାଁ ହିଁ ତାର ପରିଚୟ ପାଲଟିଗଲା କଲେଜରେ । କିଛିଦିନ ପରେ ଜାଣିବାକୁ ପାଇଲି ସେ ଝିଅଟି ଆମ କଲେଜରେ ଆମ ବ୍ୟାଚ୍ ର ନୂଆ ଫାଷ୍ଟ ୟର ଷ୍ଟୁଡେନ୍ଟ । ନାଁ ଟା ସୀମା । ତାର ହାବଭାବରୁ ଜଣାପଡିଗଲା ଝିଅଟି ଟିପିକାଲ ମିଡିଲକ୍ଲାସ ଫେମିଲିକୁ ବିଲଂଗ କରୁଥିଲା। ଜାଣିଗଲି ମୋ ପ୍ରେମ ରେ ପରୀକ୍ଷାର ବେଳଟା ଆସିଗଲା । ଦୀର୍ଘ ଦେଢ ବର୍ଷ ଲାଗିଗଲା ମୋତେ ତା ମନରେ ମୋ ପାଇଁ ଜାଗାଟିଏ ତିଆରି କରିବାକୁ । ଆମ ପ୍ରେମରେ ମୁଁ ଥିଲି ନୀରବ ପ୍ରେମିକ ଆଉ ସେ ଥିଲା ନୀରବ ପ୍ରେମିକା । ଆଖି କହୁଥିଲା କଥା ଆଉ ମନ ବି ବୁଝିପାରୁଥିଲା ତାର ଭାଷା । ଦୟା ସୀମା ଆଉ ମୋ ବ୍ୟତୀତ ଆମ ପ୍ରେମର କାହାଣୀଟା ଅନ୍ୟ ସମସ୍ତଙ୍କୁ ଥିଲା ଅଜଣା । ଦିନ ପରେ ଦିନ ଗଡି ଚାଲିଲା। ମୋର ଇନ୍ଜିନିୟରିଂ କଲେଜ ଜୀବନଟା ମୋ ଠାରୁ ବିଦାୟ ନେଲା ଆଉ ମୁଁ ବି କଲେଜରୁ ବିଦାୟ ନେଇ ଘରକୁ ଯିବାକୁ ବାହାରିଲି । ସେ ଦିନ ଘରକୁ ଯିବା ପାଇଁ ରେଳଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥାଏ । ଦୂରରୁ ଦେଖିଲି ସୀମା କେତେବେଳୁ ଆସି ଛିଡା ହୋଇଛି ଚୁପ୍ ଚାପ୍ । ତା ପାଖକୁ ଗଲି। ଦେଖିଲି ଆଖିରେ ତାର ଶ୍ରାବଣର ବନ୍ୟା । ତାକୁ ଜାବୁଡିଧରି ମୁଁ ବି ଭାସିଗଲି ସେହି ବନ୍ୟାରେ । କଥା ଥିଲା ପୁଣି ଦେଖା ହେବା । ଘର କୁ ଆସିଲା ପରେ ତାକୁ ନେଇ ମୁଁ ଅନେକ ସ୍ବପ୍ନ ଦେଖୁଥିଲି । ଜଣେ ବନ୍ଧୁ ହିସାବରେ ଅନେକ ଚିଠି ତା' ପାଖକୁ ଲେଖିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରତିଉତ୍ତର କିଛି ପାଇନାହିଁ । କିଛି ଦିନ ପରେ ଜାଣିବାକୁ ପାଇଲି ସୀମାର ପରିବାର ଅନ୍ୟ କେଉଁଠାରେ ସିପ୍ଟ ହୋଇ ଯାଇଛନ୍ତି। ଏହାପରେ ଅନେକ ଚେଷ୍ଟା କରିଛି ତାସହ ଦେଖାକରିବାକୁ । କିନ୍ତୁ ପ୍ରତିଥର ଅସଫଳ ହୋଇଛି । ଏପରିକି ସାହି ପଡିଶା ସମସ୍ତେ ତାଙ୍କ ବିଷୟରେ ଥିଲେ ନିରୁତ୍ତର। ତାପରେ ଏଇଟା ହେଉଛି ରାଜଧାନୀ । ଯେଉଁଠି ରକ୍ତର ସମ୍ପର୍କ ଅର୍ଥରେ ବନ୍ଧା , ଯେଉଁଠି ପୋଡଶୀ ଚିହ୍ନେନା ପୋଡଶୀଙ୍କ ସେଠାରେ ଏ ପରଦେଶୀ ପ୍ରେମିକ ଟା ତାପ୍ରେମିକା ର ଠିକଣା ଟା ପାଇବ କେମିତି? ଏଥିପାଇଁ ମନେମନେ ଖୁବ୍ ଭାଂଗିପଡିଲି ମୁଁ । ଆଉ ଜାଣିପାରିନାହିଁ ତା ପାଇଁ ଗୀତ ଗାଉ ଗାଉ କେବେ ଅଜୁ ରୁ ଅଜୟ କୁମାର ପାଲଟିଗଲି । ଆଜି ମୋ ଜୀବନ ରେ ସୀମା ର ଶୂନ୍ୟ ଜାଗା ଟା ସଙ୍ଗୀତ ପୂରଣ କରିଦେଇଛି । ଆଜି ସଙ୍ଗୀତ କୁ ନେଇ ମୁଁ ବଞ୍ଚିଛି । କିନ୍ତୁ ଆଜିବି ତାକୁ ଅପେକ୍ଷା କରିଛି ମୁଁ । ଦେଖୁଛି ,କେବେ ସିଏ ତା କଥା ରଖୁଛି "!

ଏତିକି କହି ଚୁପ୍ ରହିଲେ ଅଜୟ କୁମାର । ଏହାପରେ ଆର୍ ଜେ ରମେଶ କହିଲେ " ଅଜୟ ସାର୍ ! ୟୁ ଆର୍ ଗ୍ରେଟ୍ । ଆଜି ର ସମୟରେ ଏପରି ଭଲପାଇବା ମିଳିବା କଷ୍ଟ । କ'ଣ ମ୍ୟାଡାମ୍ ! ଆଉ ଅଭିମାନ କରନ୍ତୁନି । ୟୂ ଆର୍ ଲକି। ମ୍ୟାଡାମ୍ ମ୍ୟାଡାମ୍ ! ଆପଣ ମୋତେ ଶୁଣିପାରୁଛନ୍ତି ! ନାଁ; ବୋଧହୁଏ ଲାଇନ୍ ଡିସ୍କନେକ୍ଟ ହୋଇଯାଇଛି " । ଦୀର୍ଘ ନିଶ୍ବାସ ଟେ ଛାଡି ଅଜୟ କୁମାର କହିଲେ " ନା; ସିଏ ପୁଣି ମୋତେ ଠକିଦେଲା "। ଅଭିମାନ ଭରା ହସଟେ ହସି ଅଜୟ କୁମାର ପୁଣି କହିଲେ "କଣ ସୀମା ଆଜିବି ତୁମେ ମୋତେ ଠକିଦେଲ ନା "!  

ଏତିକି କହି ଚୁପ୍ ରହିଲେ ଅଜୟ କୁମାର । ଆଉ ଆର୍ ଜେ ରମେଶ ଆଗେଇ ନେଲେ ନିଜ କାର୍ଯ୍ୟକ୍ରମ । ଏହା ଭିତରେ ରାଜଧାନୀ ର କୌଣସି ଏକ ଘର ର କୋଠରୀ ଭିତରେ କିନ୍ତୁ କେହିଜଣେ କରୁଥାଏ ନୀରବ ଚିତ୍କାର । ଆଖି ରେ ତାର ସେହି ଶ୍ରାବଣ ର ବନ୍ୟା , ଯେଉଁ ବନ୍ୟାରେ ଦିନେ ଭାସିଯାଇଥିଲା ଅଜୁ । ଆଜି କିନ୍ତୁ ସେହି ବନ୍ୟାରେ ଏକାଏକା ଭାସିଚାଲିଛି ନିରବୀ ପ୍ରେମିକା ସୀମା । ପାଖରେ ଛିଡା ହୋଇଛି ସାନ ଭଉଣୀ ରୀମା । ରୀମା କହିଲା " ଦିଦି ! ସେ ତୋତେ ଆଜିବ ବହୁତ ଭଲ ପାଉଛି । ତୁ ତାକୁ ସତ କଥାଟା କହି ଦେଲୁନି ! କହିଦେଲୁନି ଯେ ତୁ ପ୍ରେମରେ ପ୍ରତାରଣା ଦେଇନାହୁଁ ବୋଲି । କହିଦେଲୁନି କଣ ଘଟିଲା ସିଏ ଗଲାପରେ ତୋ ଜୀବନରେ । ତୁ ଯଦି ନକହିବୁ ତାହା ହେଲେ ମୁଁ କହିଦେବି "। "ନା " କହି ବଡ ପାଟିରେ ଚିତ୍କାର କଲା ସୀମା । କହିଲା " ମୋ ରାଣ ଯଦି ତୁ କିଛି କହିଛୁ । ତାକୁ ତା ଜୀବନ ବନ୍ଚିବାକୁ ଦେ । ମୋ ପାଇଁ ତା ଭବିଷ୍ୟତ କାହିଁକି ନଷ୍ଟ ହେବ "? ରୀମା କାନ୍ଦିକାନ୍ଦି କହିଲା " ଦିଦି! ସେ ଆଜିବି ତୋତେ ଭଲପାଉଛି । ତୁ ଶୁଣିଲୁନି କେମିତି ତୋ ପାଇଁ ଆଜିବି ସିଏ ଅପେକ୍ଷା କରିଛି "! ରୀମା ମୁହଁରୁ ଏକଥା ଶୁଣି ଦୀର୍ଘ ଶ୍ବାସ ଟେ ନେଇ ସୀମା କହିଲା " ମୋ ପାଗେଳିଟା ! ଆରେ ସମୟ ଟା ବହୁତ ବଡବଡ ଯନ୍ତ୍ରଣା ର ଉପସମ କରିଦିଏ । ଦେଖିବୁ ମୋର ଏ ସ୍ମୃତି ଗୁଡାବି ସମୟ ର ଗର୍ଭରେ ଆଉ ଦିନ କେଇଟାରେ ବିଲୀନ ହୋଇଯିବ । କାହିଁକି ମୋର ଏ ଅଭିଶପ୍ତ ଜୀବନଟାକୁ ଅନ୍ୟ ଜଣକ ଗଳାର କଣ୍ଟା ସଜେଇଦେବି କହିଲୁ "? ଏହା ପରେ ଦୁଇ ଭଉଣୀ ପରସ୍ପରକୁ କୁନ୍ଢାଇ ଧରି ଭାସିଗଲେ ଲୁହ ର ବନ୍ୟାରେ । 

ସେତିକିବେଳେ ହଠାତ୍ ରେଡିଓ ଏଫ୍ ଏମ୍ ରୁ ଭାସିଆସିଲା ଗୋଟିଏ ଜଣାଶୁଣା ସ୍ବର। ସେହି ସ୍ବରଟି କହିବାର ଶୁଣାଗଲା " ଆଜ୍ଞା ମୁଁ ଭରତ ଚୌଧୂରୀ କହୁଥିଲି । ସୀମାର ବାପା । ବାପା ନୁହେଁ ମୁଁ ଜଣେ ଅପରାଧୀ "। ଏତିକି ଶୁଣୁଶୁଣୁ ସୀମା ଆଉ ରୀମା ଏକାସହ ପାଟିକରି ଉଠିଲେ " ଆରେ ! ଏତ ଆମ ବାପା "! ଭରତ ବାବୁ କହିବାର ଶୁଣାଗଲା " ଅଜୁ ! ନା ନା ସେ ଅଧିକାର ମୋର ନାହିଁ । ଅଜୟ କୁମାର ବାବୁ ! ପ୍ରକୃତରେ ମୁଁ ଜଣେ ଅପରାଧୀ । କଣ କରିବି ? ଦୁଇ ଦୁଇ ଟି ବଢିଲା ଝିଅ ଙ୍କ ବାପା ମୁଁ । ବହୁତ ଭଲପାଏ ଦୁହିଁଙ୍କୁ । ମୋର ଏଇ ଭଲପାଇବାଟା କେତେବେଳେ ଯେ ସେମାନଂକର ପାଦ ର ଶିକୁଳି ପାଲଟିଗଲା ମୁଁ ଜାଣିପାରିଲିନି । ଆଜିର ଦୁନିଆଁ କୁ ଦେଖି ମୋ ଦୁଇ ଝିଅଙ୍କ ଭବିଷ୍ୟତ ପାଇଁ ଟିକିଏ ଶଂକିତ ହୋଇପଡିଥିଲି ମୁଁ । ସେଥିପାଇଁ ଯେଉଁଦିନ ତୁମ ଦୁହିଁଙ୍କୁ ଷ୍ଟେସନରେ ପରସ୍ପରର ବାହୁବନ୍ଧନରେ ଦେଖିଲି ଖୁବ୍ ବ୍ୟସ୍ତ ହୋଇପଡିଲି ମୁଁ ସୀମା ଓ ରୀମାର ଭବିଷ୍ୟତ କୁ ନେଇ । ସେଥିପାଇଁ ଚିନ୍ତାକରି ରହୁଥିବା ଘରଟା ବଦଳାଇଦେଲି । ଭାବିଥିଲି ସୀମା କୁ ମୋ ରାଣ ଦେବି ତୁମ ସହ ଯେପରି ଆଉ ସମ୍ପର୍କ ନରଖୁ । କିନ୍ତୁ ଦେଖ ବିଧିର ବିଧାନ; ମୋ ପାପ ଚିନ୍ତାର ଅଭିଶାପଟା ବୋଧହୁଏ ମୋ ସୀମା ଉପରେ ପଡିଗଲା । ସେଦିନ ଗୋଟିଏ ଟ୍ରକ ସହ ଦୁର୍ଘଟଣାରେ ସୀମାର ମେରୁଦନ୍ଡରେ ଆଘାତ ଲାଗି ସବୁଦିନ ପାଇଁ ତାର ଅନ୍ଟା ତଳକୁ ସମ୍ପୂର୍ଣ୍ଣ ଅଂଶ ପାରାଲାଇଜ୍ଡ ହୋଇଗଲା । ଆଜି କୁ ଚଉଦ ବର୍ଷ ହୋଇଗଲା ସେହି ହ୍ବିଲଚେୟାର ଟିରେ ତାକୁ ।ଯେତେବେଳେ ମୁଁ ତା ନିରୀହ ଆଖି ଯୋଡିକୁ ଦେଖେ ନିଜକୁ ଜଣେ ଅପରାଧୀ ଭଳି ଲାଗେ । କଣ କରିବି କୁହ ଯେତେହେଲେବି ମୁଁ ଜଣେ ବାପା । ଆଉ ଆଜି ତୁମ କଥାଶୁଣି ଗୋଟେ ବାପ ର ହୃଦୟ ବୁଝିପାରିଛି ସବୁ ପ୍ରେମ ର ମାନେ ପ୍ରତାରଣା ନୁହେଁ । ଆଉ ହଁ ବାପା ! ମୋ ସୀମାର ପ୍ରେମ ରେ ବି ସେଦିନ ଛଳନା ନଥିଲା କି ଆଜି ବି ଛଳନା ନାହିଁ " । ଏହା କହି କାନ୍ଦିବାକୁ ଲାଗିଲେ ଭରତ ବାବୁ ଆଉ ତା ସଂଗେ ସଂଗେ ସେହି ସମୟରେ ଏଫ୍ ଏମ୍ ଶୁଣୁଥିବା ଶ୍ରୋତା ଙ୍କ ଆଖିବି ଭରି ରହିଥିଲା ଲୋତକରେ । ଭରତ ବାବୁଙ୍କ କାନ୍ଦ ଶୁଣି ପାଖ ରୁମ୍ ରେ ଏଫ୍ ଏମ୍ ଶୁଣୁଥିବା ରୀମା, ସୀମାକୁ ନେଇ ତ୍ବରିତ ବେଗରେ ଗଲା ବାପାଙ୍କ ରୁମ ଆଡକୁ । ଆଉ ଦୁଇଜଣ ବାପାଙ୍କୁ କୁଣ୍ଢାଇ ଧରି କହୁଥିଲେ " ବାପା ! ଆମକୁ କ୍ଷମା କର "! 


Rate this content
Log in

More oriya story from Jyotiranjan Sahu

Similar oriya story from Romance