Jyotiranjan Sahu

Romance Crime

3  

Jyotiranjan Sahu

Romance Crime

ପ୍ରତାରଣା

ପ୍ରତାରଣା

4 mins
539



ଆଜି ବିବେକର ଅଫିସ୍ ଏଡ୍ରେସ୍ରେ ଚିଠି ଟିଏ ଆସିଲା । କାହାର ଚିଠି ବୋଲି ଉତ୍କଣ୍ଠାର ସହ ତାକୁ ଖୋଲିଲା ବିବେକ । ହେଲେ ଏ କଣ ! ଚିଠି ପଢୁପଢୁ ତା ମୁହଁଟା କେମିତି ଶୁଖି କଳାକାଠ ପଡିଗଲା ! କଥା କଣକି ଚିଠିଟା ଆସିଥିଲାରେଣୁ ପାଖରୁ ।ରେଣୁ ! ଗୋଟିଏ ପ୍ରଶ୍ନବାଚୀ ତା ଜୀବନରେ !ରେଣୁ ! ଯାହା ନାଁରେ ଲେଖା ଅଛି ବିବେକ ଜୀବନର ଅତୀତର କିଛି ପୃଷ୍ଠା ! ଇଞିନିୟରିଂ କଲାବେଳେ ଏହିରେଣୁ ସହ ବିବେକର ଘନିଷ୍ଠତା ବଢିଯାଇଥିଲା । ଏତେବଢିଯାଇଥିଲା ଯେ ପ୍ରେମଟା ମନରୁ ଯାଇ ଶରୀରର ମିଳଣରେ ପୂର୍ଣ୍ଣତା ଲାଭକଲା । ହେଲେ ଏହି ପୂର୍ଣ୍ଣତା ଟା ଧିରେଧିରେ ଅଭ୍ୟାସଗତ ହୋଇ କେତେବେଳେ ଆଉ କାହିଁକି ଯେ ପ୍ରତାରଣାରରୂପ ନେଲା ସେଇଟା ନାରେଣୁ ବୁଝିପାରିଲା ନା ବିବେକ ! ବୋଧହୁଏ ଏଇଟା ମଣିଷର ପ୍ରକୃତି । କୌଣସି ଦୁର୍ଲଭ ଜିନିଷ ପ୍ରାପ୍ତି ହେଲାପରେ ମଣିଷ ପାଖରେ ତାର ମାନ ଗୌଣ ହୋଇପଡେ ଆଉ ମଣିଷ ପୁଣି ଆଗକୁ ବଢିଚାଲେ ନୂତନ କିଛି ଦୁର୍ଲଭ ପ୍ରାପ୍ତିର ସନ୍ଧାନରେ । ହେଲେ ଆଜିରେଣୁର ଚିଠି ପାଇ ବିବେକ ମନଟା ବ୍ୟତିବ୍ୟସ୍ତ ହୋଇଉଠିଛି । ମନରେ ଘୁରିବୁଲୁଛି ଅନେକ କଥା , କଲେଜ ଦିନର ଅନେକ ଘଟଣା ସବୁ ଯାହାପାଇଁ ସେ କେବେ ଅନୁତପ୍ତ ନଥିଲା । ଯୌବନର ଖସରା ବାଟରେ ପଥହୁଡି କେତେ ଯେ ଅକ୍ଷମଣୀୟ ଅପରାଧ ସେରେଣୁ ସହ କରିଛି ତାହା ଆଜି ଗୋଟିଗୋଟି ହୋଇ ତାର ମାନସପଟ୍ଟରେ ନାଚିଉଠୁଛି । ସେଦିନ ତାଦେଇ ଭୁଲ୍ ହୋଇଯାଇଥିଲା ସତ ! ହେଲେ ସବୁଦୋଷ କଣ ସେ ଏକା କରିଛି !!ରେଣୁର କଣ କିଛି ଦୋଷ ନାହିଁ ? ଦୋଷ କେମିତି ନାହିଁ ? ସେ ଭୁଲ୍ ପାଇଁ ସେ ଯେତିକି ଦୋଷୀରେଣୁ ମଧ୍ୟ ଅନୁରୂପ ଦୋଷୀ । କାହିଁକି ନହେବ ସେ ? କାହିଁକି ବାପା ମା କଂର ବିଶ୍ବାସ କୁ ସେ ଭାଂଗିଦେଇଥିଲା ? କାହିଁକି କୋଡିଏ ବର୍ଷର ବିଶ୍ବାସ ଆଗରେ ଜଣେ ଅଜଣା ଅଶୁଣା ଯୁବକର ମିଠା କଥା ଆଉ ମିଥ୍ୟା ପ୍ରତିଶ୍ରୁତିଟା ତାପାଇଁ ସବୁକିଛି ହୋଇଗଲା ? ସ୍ବାର୍ଥ କଣ ଖାଲି ମୋର ଏକୁଟିଆ ଥିଲା ? ତାର କଣ କିଛି ସ୍ବାର୍ଥ ନଥିଲା ? ସ୍ବାର୍ଥ ନଥିଲେ କଣ ଜଣେ କେବେ ବାପା ମାର କୋଡିଏ ବର୍ଷର ବିଶ୍ବାସକୁ ଜଣେ ଅପରିଚିତର ମିଥ୍ୟା ପ୍ରତିଶ୍ରୁତିର ଭଣ୍ଡ ବଜାରରେ ନଗ୍ନ କରି ବିକ୍ରିକରିଦିଅନ୍ତା ! ସ୍ବାର୍ଥ ପାଇଁ କେହି କଣ କେବେ ବିଶ୍ବାସକୁ ବନ୍ଧକ ରଖିଦେଇପାରେ !!! ଏମିତ ଅନେକ ପ୍ରଶ୍ନ ଭିତରେ ନିଜେନିଜ ପ୍ରଶ୍ନସବୁର ଉତ୍ତର ଖୋଜିବାକୁ ଚେଷ୍ଟା କରୁଥାଏ ବିବେକ ! ତଥାପି କେମିତି ଗୋଟିଏ ଅଜଣା ଭୟ ତା ମନରେ ଘରକରି ବସିଯାଇଥାଏ । କାହିଁକି ନା ଆଜି ଅନେକ ବର୍ଷ ପରେ ରେଣୁ ତାପାଖକୁ ଧମକ ଭରା ପତ୍ରଟିଏ ଦେଇଛି । ଯେଉଁଥିରେ ସେ ଲେଖିଛି ସେ କୁଆଡେ ବିବେକର ପିଲାର ମା । ତା ପିଲା ଆଜି ପାଞ୍ଚ ବର୍ଷର । ତାର ପାଳଣ ପୋଷଣ ପାଇଁ ମାସକୁ ମାସ କିଛି ଅର୍ଥର ଆବଶ୍ୟକତା ରହିଛି । ଆଉ ସେ ଅର୍ଥ ଯୋଗାଇବ ବିବେକ । ବୋଧହୁଏ କୌଣସି ସୂତ୍ରରୁ ରେଣୁ ଜାଣିପାରଛି ବିବେକ ଜଣେ ଉଚ୍ଚ ପଦସ୍ଥ ଅଫିସର ହୋଇଯାଇଛି । ଅର୍ଥ ମାନ ସମ୍ମାନ କୌଣସି ଥିରେ ତିଳେହେଲେ ଅଭାବ ନାହିଁ ତାର । ତେଣୁ ବୋଧହୁଏ ବିବେକ ବାଧ୍ୟ ରେଣୁର ଦାବି ମାନିବାକୁ । କାହିଁକିନା ଏଘଟଣାର ପ୍ରଘଟରେ ରେଣୁ ଅପେକ୍ଷା ବିବେକର କ୍ଷତି ଅଧିକ ! ଏଇତ ଦୁଇ ବର୍ଷ ହେବ ବିବେକ ବିବାହ କରିଛି ରୁପାକୁ ।ରୁପା ମଧ୍ୟ ଜଣେ ଉଚ୍ଚ ପଦସ୍ଥ ଅଫିସର । ଯଦି ଏ କଥାରୁପା ଜାଣେ ତେବେ କଣ ହେବ ବିବେକର ଆଉ ତାର ଛୋଟ ପିଲାର ! ଯଦିଓ ସେ ଜଣେ ପ୍ରତାରକ ତେବେ ଦୁନିଆଁ ଆଖିରେ ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ । ଆଜି ଯଦି ଦୁନିଆଁ ଆଖିରେ ତାକୁ ଜଣେ ପ୍ରତାରକର ମାନ୍ୟତା ମିଳେ ତେବେ କେଉଁ ମୁହଁନେଇ ସମାଜକୁ ସାମନା କରିବ ବିବେକ !! ତେଣୁ ମନେମନେ ଠିକ୍ କଲା ବିବେକ ରେଣୁର ପ୍ରତ୍ୟେକଟି ସର୍ତ୍ତକୁ ସେ ମାନିନେବ ନିରବରେ ! ଅତୀତର ଗୋଟିଗୋଟି ଭୁଲ ର ନିରବ ପ୍ରାୟଶ୍ଚିତ କରିବ ସେ ।ରୁପାର ଅଜ୍ଞାତରେ ସେ ଚେଷ୍ଟା କରିବ ଅତୀତର ଭୁଲ୍ ସବୁକୁ ସୁଧାରିବାକୁ । ଏମିତି କିଛିମାସ ଚାଲିଗଲା । ଅଶାନ୍ତ ମନଟା ମୁହଁରେ ତାର ପ୍ରତିଫଳିତ ହୋଇଯାଉଥାଏ । କଥାଟା ଠିକ୍ ଠଉରାଇନେଲା ରୁପା । କାରଣର ଅନୁସନ୍ଧାନ କରୁକରୁ ଜାଣିପାରିଲା ବିବେକର ଅଶାନ୍ତ ମନର କାରଣ ବିଷୟରେ । ଦିନେ ରେଣୁର ଠିକଣାରେ ରୁପା ଚିଠିଟିଏ ଲେଖିଲା । ଯେଉଁଥିରେ ସେ ଅନୁରୋଧ କରିଥିଲା ରେଣୁକୁ କୌଣସି ଏକ ଏକାନ୍ତ ଜାଗାରେ ଭେଟକରିବାକୁ । ଆଉ ତା ଅନୁରୋଧ ରଖି ରେଣୁ ଗୋଟିଏ ଏକାନ୍ତ ଜାଗାରେରୁପାକୁ ଭେଟକଲା । ପ୍ରଥମ ସାକ୍ଷାତରେରେଣୁ ଗୋଟିଗୋଟି କରି ବିବେକର ପ୍ରତାରଣାର ଇତିହାସ କହିଗଲା ରୁପା ପାଖରେ । ଆଉ ଏକଥା ବି କହିଲା ସେ ବିବେକର ଅବାନ୍ଛିତ ସନ୍ତାନର ଜନନୀ । ସବୁକଥା ଶୁଣି ନିରବରହିଲାରୁପା । ଅନେକ ସମୟ ପରେରୁପା କହିଲା " ତୁମର ଯାହା ଆବଶ୍ୟକ ମୋତେ କୁହ ! ହେଲେ ମୋର ଆଉ ବିବେକ ଜୀବନରୁ ଦୂରେଇ ଯାଅ " । ଅନେକ ସମୟ ଚିନ୍ତା କଲାପରେରେଣୁ କହିଲା" ମୋର କୋଡିଏ ଲକ୍ଷ ଦରକାର " । ନିରବରେ ମୁଣ୍ଡ ହଲାଇ ସମ୍ମତି ଜଣାଇଲା ରୁପା । କହିଲା " ଏହା ଆମ ଭିତରର କଥା ! ଯେମିତି ବିବେକ ନଜାଣନ୍ତି " । ଏକଥାରେ ହସିଦେଇ ରେଣୁ କହିଲା "ରୁପା ! ଏତେ କଥା ଶୁଣିଲା ପରେ ତୁମର କଣ କିଛି ପ୍ରତିକ୍ରିୟା ନାହିଁ " ! ଏଥରରୁପାକହିଲା " ତୁମ ପ୍ରତି ହୋଇଥିବା ପ୍ରତାରଣାର ମୂଲ୍ୟ କୋଡିଏ ଲକ୍ଷ । ଏହା ହିଁ ତୁମ ଚରିତ୍ରର ବ୍ୟାଖ୍ୟା କରିବାକୁ ଯଥେଷ୍ଟ । ହେଲେ ଯେଉଁ ପିଲା କଥା କହି ତୁମେ ବିବେକ କୁଂ ବ୍ଲାକମେଲ କରୁଛ ମୁଁ ଜାଣେ ସେ ପିଲା କେବେହେଲେ ବିବେକ କଂର ନୁହେଁ " । ଏହା କହି କୋଡିଏ ଲକ୍ଷର ଚେକ୍ରେଣୁ ହାତକୁ ବଢାଇଦେଲା ରୁପା । ଇଚ୍ଛା ଅନିଚ୍ଛାର ଦ୍ବନ୍ଦ୍ବ ଭିତରେ ରୁପା ହାତରୁ ଚେକ୍ ଟି ଧରିଲା ରେଣୁ । ହତବାକ୍ ହୋଇ ଚାହିଁଥାଏ ସିଏ ରୁପାକୁ ।ରୁପା କିନ୍ତୁ ନିଶ୍ଚିନ୍ତ ହୋଇ ଯାଇ କାର୍ ଷ୍ଟାଟ୍ କଲା । ମିରର୍ରେ ସେ ଦେଖୁଥାଏ ରେଣୁ ସେମିତି ମୂର୍ତ୍ତିଟିଏ ହୋଇ ଚେକ୍ ଟିକୁ ହାତରେ ଧରି ଛିଡା ହୋଇଥାଏ । ଗାଡି ଡ୍ରାଇଭ୍ କରୁକରୁ ରୁପା ଭାବୁଥାଏ ' ଜୀବନର ଚଲାବାଟରେ ଜାଣତ ଅଜାଣତ ଇଚ୍ଛା ଅନିଚ୍ଛା ଭିତରେ ଆମେ ଅନେକ ଭୁଲ୍ କରିବସୁ । ହେଲେ ସବୁ ଭୁଲ୍ ଭିତରେରେଣୁ ବୋଧେ ଜାଣେନାହିଁ ବିବେକ କେବେ ହେଲେ ନିଜ ସନ୍ତାନର ପିତା ହୋଇପାରିବେନି । ପ୍ରତାରଣା ଖାଲି ସେ ମୋତେ ଦେଇନାହାନ୍ତି ମୁଁ ମଧ୍ୟ... !!!ରେଣୁର ଯେଉଁ ମିଥ୍ୟା ଅଭିଯୋଗରେ ବିବେକ ଅଭିଯୁକ୍ତ ସେହି ସମାନ ଅଭିଯୋଗର ମୁଁ ହେଉଛି ପ୍ରକୃତ ଦୋଷୀ । ପ୍ରତାରଣାର ଅଭିଯୋଗ ଠାରୁ ବୋଧହୁଏ ସମ୍ପର୍କରେ ଦୃଢତାଟା ଆଜି ଆମ ଦୁହିଁକଂପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ । ସମ୍ପର୍କ କୁ ନେଇ ସେ ଯେତିକି ତତ୍ପର ଆଉ ବିବ୍ରତ ତାକୁ ବନ୍ଚାଇରଖିବାକୁ ମୁଁ ମଧ୍ୟ ସେତିକି ଚେଷ୍ଟିତ ' । ଏମିତି ଅନେକ କଥା ଭାବିଚାଲିଥାଏରୁପା ଆଉ ଏତେସବୁ ଭିତରେ ମୁହଁରେ ତାର ଖେଳୁଥାଏ ଚିନ୍ତାମୁକ୍ତ ସ୍ମିତହାସ୍ୟ ଟିଏ ॥



Rate this content
Log in

Similar oriya story from Romance