Jyotiranjan Sahu

Tragedy Inspirational

4  

Jyotiranjan Sahu

Tragedy Inspirational

ଭୟ

ଭୟ

5 mins
51



ଆଜି ଅନେକଦିନ ପରେ ଫକୀର ବାବୁ କିଛି ଲେଖିବାପାଇଁ ବସିଛନ୍ତି । ହେଲେ କଣ ଲେଖିବେ ? ଲେଖିବାତ ଅନେକଦିନରୁ ଛାଡିସାରିଛନ୍ତି ସିଏ । ଦିନଥିଲା ତାଂକ ଲେଖା ଅନେକ ଜନାଦୃତି ପାଇଥିଲା ଆଉ ଆଜି ବି ତାଂକ ଲେଖା ଅନେକ ଲୋକ ଜାଣିଛନ୍ତି । କିନ୍ତୁ ଆଜି ଅନେକ ବର୍ଷପରେ ଲେଖନି ଧରିଲାବେଳକୁ କାହିଁକି କେଜାଣି ହାତଟା ଥରୁଛି ତାଂକର । ମନରେ ରହିରହି ଭୟଟା ଉଂକିମାରୁଛି ।ଭୟଟା ଏଇଥିପାଇଁ ଯେ ' ସତରେ ମୁଁ କଣ ଆଉ ପୂର୍ବଭଳି ଲେଖିପାରିବି ? ଲୋକେ ମୋ ଲେଖାକୁ ଆଜିବି କଣ ଗ୍ରହଣ କରିବେ "? ଏମିତି ଅନେକ ପ୍ରଶ୍ନ ତାଂକ ଭାବନା; ଲେଖନୀ ଆଉ ସୃଷ୍ଟି ଭିତରେ ପ୍ରତିବନ୍ଧକ ସାଜି ଛିଡାହୋଇଛନ୍ତି । କେମିତି ପାରିକରିବେ ଏହି ବାଧାସବୁକୁ ! ସେହିକଥା ଭାବିଭାବି ଭୟରେ ଲେଖନୀଯୁକ୍ତ ହାତଟା ଲେଖନୀଶୂନ୍ୟ ହୋଇଗଲାପରି ଲାଗୁଛି ! ହଁ ଭୟ ! ନିଜ ଆତ୍ମସମ୍ମାନର ଭୟ ! ନିଜକୁ ହରାଇବାର ଭୟ ! ଏଭୟଟା ସେ ଅନୁଭବ କରିଛନ୍ତି ରାଧା ଗଲାପରେ । ରାଧା ତାଂକ ଧର୍ମପତ୍ନୀ । ସେଥିଲେ ତାଂକ ଲେଖନୀର ବଳ; ଜୀବନ ସମସ୍ୟାର ସମାଧାନ । ଛଅ ବର୍ଷ ଆଗରୁ ରାଧା ଫକୀର ବାବୁକୁଂ ଛାଡି ଚାଲିଯାଇଚନ୍ତି ଅଫେରା ବାଟରେ । ରାଧା ଦୀର୍ଘଦିନ ଧରି ଓଭାରିଆନ୍ କ୍ୟାନସରରେ ପିଡୀତ ଥିଲେ । ପ୍ରତିକ୍ଷଣ ତାଂକର ମୃତ୍ୟୁ ସହ ସଂଗ୍ରାମ କରିବା ଫକୀର ବାବୁ ଦେଖିଛନ୍ତି । ଦେଖିଛନ୍ତି ରାଧାର ମୃତ୍ୟୁ ପାଖରେ ଜୀବନ ଭିକ୍ଷା କରିବା । ଆଜିବି ତାଂକର ମନେଅଛି ରାଧାକଂର ସେହି ଅଶ୍ରୁ ନିର୍ଗତ ବନ୍ଦ ଆଖି ; ଯନ୍ତ୍ରଣା ଜର୍ଜରିତ ଭଂଗୁର ସ୍ବରରେ ସେ କହିଥିବା କେଇପଦ କଥା " ମୋତେ ବନ୍ଚେଇ ଦିଅ ! ମୁଁ ମରିବାକୁ ଚାହୁଁନିଗ । ମୁଁ ଚାଲିଗଲେ ତୁକଥା କିଏ ବୁଝିବ ? କିଏ ତୁମ ମନକଥାବୁଝି ତୁମ ମନ ମୁତାବକ ଖାଇବା ପରସିଦେବ ? ମୁଁ କଣ ଚିହ୍ନିନାହିଁ ମୋ ପୁଅ ବୋହୂମାନକୁଂ ! ମୁଁ ତୁମକୁ ଛାଡି ଶାନ୍ତିରେ ମରି ମଧ୍ୟ ପାରୁନିଗ ! ଡାକ୍ତରକୁଂ କୁହନା ମୋତେ କେମିତି ହେଉ ବନ୍ଚେଇ ଦିଅନ୍ତେ "!! ରାଧାକଂର ପ୍ରତ୍ୟେକଟି ଶବ୍ଦରେ ଫକୀରବାବୁ ବନ୍ଚିଥାଉଥାଉ ମୃତ୍ୟୁକୁ ଅନୁଭବ କରିଥିଲେ । ରାତିରାତି ରାଧାକଂର ମୁଣ୍ଡ ପାଖରେ ଏହି ପରିଣତ ବୟସରେ ଗୋଟଏ ଲକ୍ଷ୍ୟରେ ଚାହିଁବସିଥିଲେ ରାଧାକଂର ମୃତ୍ୟୁ ଅପେକ୍ଷାରେ ଥିବା ସେହି ନିଶ୍ଚେତ ସଜୀବ ଶରୀରଟାକୁ । ସେହିଠାରେ ବସିବସି ସେ ଜାଣିଥିଲେ ସଂସାରରେ ସବୁଠାରୁ ବଡ ଅସ୍ପୃଶ୍ୟ ଅନ୍ୟ କିଛି ନୁହେଁ ଅସ୍ପୃଶ୍ୟ ହେଉଛି ଗୋଟିଏ ରୋଗାଗ୍ରସ୍ତ ଶରୀର ; କାହିଁକିନା ସେଠାରେ ଥାଏ ସଂକ୍ରମଣର ଭୟ ;ସେଠାରେ ଥାଏ ମୃତ୍ୟୁର ଠିକଣା ; ସେଇଠି ବସିବସି ସେ ପ୍ରଥମ କରି ଅନୁଭବ କରିଥିଲେ ଭୟକୁ । ପରିଚୟ ପାଇଥିଲେ ଭୟର ; ଚିହ୍ନିପାରିଥିଲେ ଭୟକୁ । ଭୟ ; ନିଜ ପ୍ରେମକୁ ହରାଇବାର ; ଭୟ ମୃତ୍ୟୁପାଖରେ ହାରିଯିବାର ; ଭୟ ନିଃସଂଗତାର ; ଭୟ ଭବିଷ୍ୟତର ! ! ସତେ ଯେପରି ରାଧା ଗଲାପରେପରେ ଭୟଟା ତାଂକର ଚିରସହୋଦର ହୋଇଯାଇଛି । ଆଜି ପାଦେପାଦେ ସିଏ ଅନୁଭବ କରୁଛନ୍ତି ଭୟକୁ । ରାଧାକଂର ଦେହ ଖରାପ ହେବା ଦିନଠାରୁ ସିଏ ଲେଖାଲେଖି ଛାଡିଦେଇଥିଲେ । ଆଉ ଆଜି ଅନେକ ବର୍ଷପରେ ଲେଖିବାକୁ ଚେଷ୍ଟାକଲେବି କିଛି ଲେଖିହେଉନାହିଁ । ଭାବନାର ସୂର୍ଯ୍ୟଟା ଭୟର କଳାବାଦଲ ପଛେପଟେ ବାରମ୍ବାର ଲୁଚିଯାଉଛି !

     

       ଏତିକିବେଳେ ହଠାତ୍ ବଡ ବୋହୂ କବାଟ ଖଟଖଟ କରି ବଡପାଟିରେ କହିଗଲା" ବାପା ! ଖାଇବା ବାଢିଦେଇଛି " ! " ହଁ ହଁ ମା ! ଯାଉଛି ଯାଉଛି " କହି ଲେଖିବାଛାଡି ଫକୀର ବାବୁ ଦୌଡିଗଲେ ଡାଇନିଂ ପାଖକୁ । ଯାଉଯାଉ ହାତଟା ବାଜି ଏକ୍ବାରିୟମ୍ ବାଉଲଟା ତଳେପଡି ଭାଂଗିଗଲା । ଶବ୍ଦ ଶୁଣି ଦୌଡିଆସିଲେ ଉଭୟ ବଡ ଆଉ ସାନ ପୁଅ । ବିରକ୍ତି ପ୍ରକାଶକରି ବଡ ପୁଅ ମଧୁ କହିଲା " ଟିକିଏ ଦେଖି କି ଆସିପାରୁନ ? ଏମିତି ଭୋକରେ ପେଟ ଜଳୁଥିଲା " ? ସେତେବେଳକୁ ଫକୀର ବାବୁକଂ ପାକଳ ଆଖିରେ ଭୟର ଚିହ୍ନ ! ଭୟ କରିଥିବା ଅକ୍ଷମଣୀୟ ଅପରାଧପାଇଁ ! ନିଜ ଭୋକଟା କଣ ଏଦାମୀ ବାଉଲ ପାଖରୁ ଅଧିକ ମୂଲ୍ୟବାନ ? ଭୟ ମିଶ୍ରିତ ସ୍ବରରେ ଫକୀରବାବୁ କହିଲେ " ନାଁ ରେ ବାବା ! ସକାଳୁ ପେଟଭରି କିଛି ଖାଇନଥିଲିତ ! ବହୁତ ଭୋକଲାଗୁଥିଲା । ସେଇଥିପାଇଁ ବିକଳରେ ଦୌଡି ଆସୁଆସୁ ହାତଟା ବାଜିଗଲା ସେ ମାଛ ଘରଟାରେ " ! ଏହାଶୁଣି ବଡ ବୋହୂମୁହଁ ଝିନ୍ଚାଡି କହିଲା" କଣ ହେଲା! ସକାଳୁ ମୁଁ ପେଟଭରି ଖାଇବାକୁ ଦେଇନି ? ସକ‍ଳୁପରା ଚା ବିସ୍କୁଟ ଖାଇଥିଲେ ! ଆହୁରି ଭୋକ " ! 

ଫକୀର ବାବୁ - ନା ମା ! ବୁଢା ଲୋକଟା ତ ! ଘରେ ବସିବସି ଅଧିକ ଭୋକ ଲାଗୁଛି ବୋଧେ । ମୋତେ କ୍ଷମାକରିଦିଅ ବୋହୂମା ! ମୋର ଭୁଲ ହୋଇଯାଇଛି । ଏ ନିଆଁଲଗା ପେଟକୁ କଣଯେ ହୋଇଛି ଯାହା ପଡୁଛି ସବୁ ଭସ୍ମ ହୋଇଯାଉଛି ।

ବଡ ପୁଅ : ହଉହଉ! ଖାଇବ ଯାଅ !

ବଢା ହୋଇଥିବା ଖାଦ୍ୟ ପାଖରେ ଯାଇ ବସିଗଲେ ଫକୀରବାବୁ । ଚାହିଁଦେଲେଖାଦ୍ୟ କୁ । ଖାଇବା ଦେଖି ତାଂକ ମନ ମରିଗଲା । ମନେପଡିଗଲେ ରାଧା । ଆଜି ଆଉ କଣ ରାଧା ଅଛିଯେ ତାଂକ ମନକଥା ବୁଝି ତାଂକ ମନ ମୁତାବକ ଖାଇବା ପରଶିଦେବ ! ଛାତିତଳେ ବିରହର କୋହଟା ଆଖିରେ ଜଳଜଳ ହୋଇ ଦେଖାଯାଉଥାଏ । ହେଲେ ଅନ୍ତର କୋଣରେ ଲୁଚିଥିବା ଭୟଟା ତାଂକୁ ଅନିଚ୍ଛା ସତ୍ତ୍ବେ ଖାଇବାକୁ ବାଧ୍ୟକରୁଥାଏ । କାହିଁକିନା ଯଦି ସେ ନଖାଇବେ ତାହାହେଲେ ପୁଅ ବୋହୂ ରାଗିଯିବେ । ସେମାନେ ରାଗିଗଲେ ତାଂକ କଥା ବୁଝିବ କିଏ ? ଯାହା ଯେମିତି ହେଉ ଜୀବନ ଧରିବାକୁ ଖାଇବାଗଣ୍ଡେ ତାଂକୁ ଦେବ କିଏ ? ପୁଅ ବୋହୂ ଯଦି ନିଜର ନହୋଇପାରିଲେ ତାହାହେଲେ ଏ ଦୁନିଆଁ ବା କେମିତି ନିଜର ହୋଇପାରିବ ? ଏତିକିବେଳେ ବୋହୂ ରୋଷେଇ ଘରେ ତାଂକ ପୁଅକୁ କହୁଥିବାର ଶୁଣିଲେ " ତୁମ ବାପାକଂର ଫରମାଇସ୍ ହିସାବରେ ମୁଁ ଏତେ ରୋଷେଇ କରିପାରିବିନି । ଭାତ ଟାଣ ହେଲା ନରମ ହେଲା ତରକାରୀ ରେ ବେଶି ତେଲ ମସଲା ପଡିଲା ଆଜି ଲୁଣିଆ ହେଲା ଅଲଣା ହେଲା ଇତ୍ୟାଦି ଇତ୍ୟାଦି ! ଯଦି ମୋ ଖାଇବା ଦେବା ପସନ୍ଦ ଆସୁନି ତେବେ ତାଂକ ସାନ ବୋହୂ ପାଖରୁ ନହେଲେ ହୋଟେଲରୁ କିଣି ଖାଆନ୍ତୁ । ମୁଁ ଆଉ ୟାଂକ କଥା ବୁଝିପାରିବିନି ! ୟାଂକ କାମ ବି କର ଆଉ ବଦନାମି ବି ନିଅ " ! ପୁଅ ବୋହୂକଂର ଏତାଦୃଶ କଥାବାର୍ତ୍ତା ଫକୀର ବାବୁକଂ ମନର ଭୟଟା ବହୁଗୁଣିତ କରିଦେଲା । ଏହାଭିତରେ ଫକୀର ବାବୁକଂ ଖାଇବା ପିଇବା ଆଉ ଔଷଧ ବାବଦ ଖର୍ଚ୍ଚଟା ବେଶ୍ କିଛି ବଢିଯାଇଛି । ବିଶେଷକରି ଔଷଧ ଖର୍ଚ୍ଚ । ସେଇଥିପାଇଁ ଔଷଧବି ଠିକ୍ ସମୟରେ ଆଉ ଖାଉନାହାନ୍ତି ଫକୀର ବାବୁ । କାହିଁକିନା ଅଧିକ ଖର୍ଚ୍ଚ ଭାଗଟା କେହି ଦେବାକୁ ଅନିଚ୍ଛୁକ । ଏହିକଥାପାଇଁ କିଛିଦିନ ହେବ ଘରେ ଅଶାନ୍ତି । ଏସବୁ ଦେଖିଦେଖି ଅତିଷ୍ଠ ହୋଇଯାଇଥିଲେ ଫକୀର ବାବୁ । 

       ସେଦିନ ରାତି ପାହିଲେ ରାଧା ଯିବାର ସାତ ବର୍ଷ ପୁରିଯିବ ! ରାତି ସାରା ଫକୀର ବାବୁକଂର ନିଦ ନାହିଁ ! ମନଟା ଛଟପଟ ହେଉଥାଏ ରାତିସାରା । ହଠାତ୍ କାନରେ ବାଜିଲା କାହାର ଜଣାଶୁଣା ସ୍ବର । ସେହି ଅନ୍ଧାରିଆ କୋଠରୀ ଭିତରେ ସେହି ସ୍ବର ପଚାରିଲା " କଣ ନିଦ ଲାଗୁନି " ।

 ଫକୀର ବାବୁ : କେମିତି ଲାଗିବ ରାଧା ? ଭୋକରେ ପେଟଟାପରା କାଉଁ କାଉଁ କରୁଛି ? 

ରାଧା : କାହିଁ ପେଟଭରି ଖାଉନ କି ?

ଫକୀର ବାବୁ : ରାଧା ! ଆଉ କଣ ଦେହରେ ବଳ ଅଛି ? ତୁମେ ହିଁ ତ ମୋର ବଳ ଥିଲ ? ଏବେ ବସିଲେ ଉଠାଇବାକୁ ଆଉ ଉଠିଲେ ଚାଲିବାକୁ ବଳ କୁଳଉନି ! ଆଜିକାଲି ତ ମୋତେ ସବୁବେଳେ ଝାଡା ଧରୁଛି । ତୁମକୁ ଭୁଲିବାକୁ ଡାକ୍ତର ଯେଉଁ ମେଡିସିନ ଦେଉଥିଲା ସେଇ ମେଡିସିନସବୁ ଖାଇଲାବେଳକୁ ଖାଦ୍ୟ ଆଉ ହଜମ କରିପାରୁନି । ସେଇଥିପାଇଁ ରାତିରେ ବେଶି ଖାଇଲେ କାଳେ ରାତି ଅଧରେ ଝାଡା ଲ‍ାଗିବ ! ପୁଣି ପୁଅକୁ ରାତି ଅଧରେ ଡାକିବିନା !! ତା ନିଦ ଖରାପ ହୋଇଯିବନି !! ନିଜେ ରାତି ଅଧରେ ମୁଁ ପାଇଖାନାତ ଯାଇପାରିବିନି । ସେଇଥିପାଇଁ କେବେ ଅଳ୍ପ ଖାଏ କେବେ ଭୋକ ଲାଗୁନି ନହେଲେ ଦେହ ଭଲ ଲାଗୁନି କହି ରାତି ଖାଇବାକୁ ଏଡାଇ ଦିଏ ! ଆଉ ଜାଣିଛ ରାଧା ! ମୋର ସବୁ କଥାରେ ପ୍ରତିବାଦ କରୁଥିବା ପୁଅ ବୋହୂ ମୋତେ କେବେ ପ୍ରତିବାଦ କରି କହିନାହାନ୍ତି ଯେ ନା ବାପା ! ତୁମକୁ ଖାଇବାକୁ ପଡିବ " !!! 


          ସେଦିନ ରାତି ପାହି ସକାଳ ହେଲା । ବଡ ପୁଅ ଲାଇଟ୍ ଅନ୍ କରି ଫକୀର ବାବୁକଂ ରୁମ୍ ଭିତରକୁ ପଶୁପଶୁ ଚିତ୍କାର କରିଉଠିଲା । ଘରସାରା ରକ୍ତ । ସାଂଗେସାଂଗେ ଡାକ୍ତର ଆସିଲେ । ସବୁ ଚେକ୍ କରିକହିଲେ " ସାର୍ କଂର ଡିପ୍ରେସନ୍ ଲେଭେଲ୍ ବଢିଯାଇଥିଲା " ! ବଡ ପୁଅ କହିଲା " ହଁ ହଁ ! ଅନେକ ଦିନ ହେଲାଣି ବାପା ଯେତେ ସାଇକାଟ୍ରିଷ୍ଟ ଦେଇଥିବା ମେଡିସିନ୍ ଖାଇଲେବି ରାତିସାରା ଗୁଣୁଗୁଣୁ ହେଉଥିଲେ । ତାଂକୁ ସବୁବେଳେ ଖାଲି ମା ଦେଖାଯାଉଥିଲେ " ! 

ଡାକ୍ତର ବାବୁ : ୟସ୍ ! ସେହି ଡିପ୍ରେସନ ପାଇଁ ମନରେ ଆସୁଥିବା ଭୟ ଆଉ ପାଗଳାମିରେ ସେ ଅଜାଣତରେ ନିଜ ହାତ ଶିର କାଟିଦେଇଛନ୍ତି ! ସରି ଟୁ ସେ ! ହି ଇଜ୍ ନୋମୋର୍ " !

ଦୁଆର ମୁହଁରୁ ରାଧା ଦେଖୁଥାନ୍ତି ଫକୀର ବାବୁକଂର ନିର୍ଜୀବ ନିଶ୍ଚଳ ଶରୀରକୁ ।

ଫକୀର ବାବୁ : ଏକ ଲୟରେ କଣ ଦେଖୁଛ ରାଧା ?

ରାଧା : ତୁମର ସେ ଆଖି ଦୁଇଟିକୁ ! କେମିତି ଏବେବି ଚାହିଁରହିଛି !!

ଫକୀର ବାବୁ : କଣ ଦେଖିଲ ?

ରାଧା ( ଛଳଛଳ ଆଖିରେ ) :

"ସେଦିନ ଯେଉଁ ଭୟ ପୁଅ ଆଖିରେ ଦିଶୁଥିଲା ଆଜି ଚାଳିଶି ବର୍ଷପରେ ସେହି ଭୟ ବାପ ଆଖିରେ ; ଫରକଟା ଖାଲି ଏତିକିଯେ ସେତେବେଳର ଭୟଟା କାରଣଯୁକ୍ତ ଆଉ ଆଜିର ଭୟଟା କାରଣଶୁନ୍ୟ ; ସେତେବେଳର ଭୟ ପଛରେ ଲୁଚିଥିଲା ସ୍ନେହ, ଆକଟ ଓ ତ୍ୟାଗ ଆଉ ଆଜିର ଭୟ ପଛରେ ଲୁଚିଛି ପ୍ରତାରଣା , ସ୍ବାର୍ଥ ଓ ଘୃଣା " ॥


Rate this content
Log in

Similar oriya story from Tragedy