Siddhartha Tripathy

Romance Tragedy Inspirational

2  

Siddhartha Tripathy

Romance Tragedy Inspirational

କଥା ରହିଗଲା ଅଧାରେ

କଥା ରହିଗଲା ଅଧାରେ

5 mins
131


*କଥା ରହିଗଲା ଅଧାରେ*... ଇଂ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ କନିଷ୍ଠ ଯନ୍ତ୍ରୀ, ଗଜପତି ସୂର୍ଯ୍ୟଙ୍କ ରକ୍ତିମ ଆଭା ଚାଳଘର ପଟେ ଘର ଭିତରକୁ ପଶୁଥିଲା। ଘରେ ହୋ ହଲ୍ଲା ହେଉଥିଲା। ବାପା କହୁଥିଲେ-- ଏ ଅଯୋଗ୍ୟ ପୁତ୍ର ! ଗୋଟିଏ ବୋଲି ଭଉଣୀ, ତାର ବାହଘର କରେଇ ପାରିଲୁ ନାହିଁ। ମୋର ଡାୟବେଟିସର ଔଷଧଟିକେ ଆଣିପାରିଲୁନି। ଏଡୁଟିରୁ ଏଡେ କଲି। ଆରେ, ବାପା ପରା କଳ୍ପବଟ ବୃକ୍ଷ। ତା ଛାଇରେ ତୁ ବଢିଲୁ, ଅଥଚ ଅଯୋଗ୍ୟ କେମିତି ହୋଇଗଲୁ ? ଭଉଣୀ ରୋଜାଲିନ କହିଲା, ଏ ଅଯୋଗ୍ୟ ଭାଇ ! ମୋ ବର ନହେଲା ନାହିଁ, ବାପାଙ୍କ ଔଷଧ ନଦେଲେ ସେ...... ସ୍ତ୍ରୀ ପ୍ରଜ୍ଞା କହିଲେ, ଏ ଶିବୁ ! କେମିତିକା ସ୍ୱାମୀ ତମେ ? ହାତଧରି ବାହାହେଲ ଶାଢୀ ଖଣ୍ଡେ ଆଣି ପାରିଲ ନାହିଁ ? ତାହେଲେ ହାତଧରି ବାହାହେଉଥିଲ କାହିଁକି ? ବାପା କହିଲେ ତୁ ମରିଯାଆ, ନହେଲେ ଆମକୁ ମାରିଦେ। ସେପଟୁ ଭଉଣୀ ଝୁଲିଝୁଲି ଆସି କହିଲା, ମୁଁ ବିଷ ପିଇଦେଇଛି ଭାଇ ! ତୋ ମୁଣ୍ଡରୁ ବୋଝ ଉତୁରିଗଲା। ଭଉଣୀ ଟଳିପଡିବା ଦେଖି ବାପା ଟଳିପଡିଲେ। ଏସବୁ ଦେଖି ସ୍ତ୍ରୀ ବିଷ ପିଇଦେଲା। ଓଃ ! ମୁଁ ଆଉ କାହିଁକି ବଞ୍ଚିବି କହି ମୁଣ୍ଡ ପିଟୁଥିଲା ଶିବୁ। ଆରେ ହେ ଶିବୁ, କ'ଣ ହେଲା ତମର ? ଏମିତି ମୁଣ୍ଡ ପିଟୁଛ କାହିଁକି ପଚାରିବସିଲା ପ୍ରଜ୍ଞା ? ଚମକିଉଠି ଆଖି ମଳିମଳି ଶିବୁ କହିଲା, ମୁଁ ଦୁଃସ୍ବପ୍ନ ଦେଖୁଥିଲି। ତମେ ସମସ୍ତେ ଠିକ୍ ଅଛ। ହସିଦେଲା ପ୍ରଜ୍ଞା । ଆଜି ପରା ଆମ ବିବାହବାର୍ଷିକୀ । ମୁଁ ମନ୍ଦିର ଯାଇ ଫେରିଲିଣି, ଅଥଚ ତମେ ସ୍ୱପ୍ନ ଦେଖୁଛ। ମଳିନ ହସଟିଏ ହସି ଶିବୁ କହିଲା, ମୋ ହାତରେ ତ କାଣିକଉଡିଟିଏ ନାହିଁ କ'ଣ କରିବି ? ପ୍ରଜ୍ଞା କହିଲା, ଆଖି ବନ୍ଦ କଲ। ହାତରେ ଘଡିଟିଏ ବାନ୍ଧିଦେଇ ପ୍ରଜ୍ଞା କହିଲା ଆଖି ଖୋଲ। ଶୁଣ ଶିବୁ, ଘଣ୍ଟା ଚାଲିଥିଲାଯାକ ପ୍ରଜ୍ଞା ଚାଲିଥିବ। ପାଟିରେ ହାତ ଦେଲା ଶିବୁ। ହେଲେ..... ଘଣ୍ଟା କୋଉଠୁ ଆଣିଲ ? ମୋ ହାତର ଭଙ୍ଗା ମୁଦିଟା ବିକିଦେଇ ଏଇଟା ନେଇଆସିଲି। ଶିବୁ ଆଖିରେ ଲୁହ । ବୁଝିଲ ପ୍ରଜ୍ଞା, ତମ ପରି ଲକ୍ଷ୍ମୀକୁ ମୋ ପରି ଅଯୋଗ୍ୟ ଭିକାରୀ। ପ୍ରଜ୍ଞା କହିଲା ସେକଥା ଛାଡ, ତମେ କହିଲ କେତେଦିନ ହେଲା ମୋ ହାତକୁ ତକିଆ କରି ଶୋଇନାହଁ ? ଶିବୁ କହିଲା, ଏ..ପ୍ରଜ୍ଞା ! ଗରିବୀ ପ୍ରେମକୁ ବି ବାଟବଣା କରେ । ଘରବାଲାର ଘରଭଡା ପାଇଁ ତାଗିଦ୍, ତେଲନୁଣ ସଂସାର ଚଳେଇବାରେ ଅସମର୍ଥ ହୋଇ ବାରମ୍ବାର ଝୁଣ୍ଟିପଡୁଥିବା ଏଇ ଶିବୁଟା ଆଖିରେ ନିଦ କାହିଁ ଯେ ତମ ହାତକୁ ତକିଆ କରିବ ? କିଛିଦିନ ପରେ.... ଦୌଡିଦୌଡି ଶିବୁ ଆସି କୁଣ୍ଢେଇପକେଇଲା ପ୍ରଜ୍ଞାକୁ। ପ୍ରଜ୍ଞା ପଚାରିଲା, ଆରେ କ'ଣ ହେଲା ? ଆମ ଗାଆଁପାଖରେ ଫ୍ୟାକ୍ଟ୍ରି କରିଥିବା ରସାନନ୍ଦବାବୁ ଆମ ଗାଆଁ ମେଲଣରେ ଆମକୁ ଦେଖିଥିଲେ। ତାଙ୍କ ଦପ୍ତରରେ ବ୍ୟକ୍ତିଗତ ସହାୟକ ଚାକିରୀଟିଏ ଦରକାର। ତାପାଇଁ ଆଜି ଦିନସାରା ମୁଁ ଇଂରାଜୀ ଶିଖେଇଦେବି। ସେ ମୋତେ ବି ଚାକିରୀଖଣ୍ଡେ ଦେବେ କହିଛନ୍ତି। ଯାହେଉ, ଭଗବାନ ଆମ ଡାକ ଶୁଣିଲେ। ଦିନସାରା ଇଂରାଜୀ ଶିଖିଲା ପ୍ରଜ୍ଞା। ପରଦିନ ଦୁହେଁ ଚାଲିଲେ ବାବୁ ରସାନନ୍ଦ ଘରକୁ। ରସାନନ୍ଦ ବାବୁ ଶିବପୂଜା କରୁଥିଲେ। ଦୁହିଁଙ୍କୁ ଦେଖି କହିଲେ, ପ୍ରଥମେ ମ୍ୟାଡମଙ୍କ ଇଣ୍ଟରଭ୍ୟୁ ନେଇଯିବା। ଶିବୁ କହିଲା ମ୍ୟାଡମ ନୁହଁ ଆଜ୍ଞା, ତା ନାଆଁ ପ୍ରଜ୍ଞା। ରସାନନ୍ଦ କହିଲେ , ଶିବୁ ସେ ପରା ଫ୍ୟାକ୍ଟ୍ରିମାଲିକ ରସାନନ୍ଦର ବ୍ୟକ୍ତିଗତ ସହାୟକ । ପ୍ରଜ୍ଞା ନୁହଁ ମ୍ୟାଡମ। ଶିବୁ ଗଦ୍ ଗଦ୍ ହୋଇ ଚୁପକିନି କହିଲା, ଦେଖିଲ ପ୍ରଜ୍ଞା, ବାବୁ କେତେ ଭଲ। ରସାନନ୍ଦ କହୁଥିଲେ ,ଓଂ ନମଃ ଶିବାୟ। ରସାନନ୍ଦ କହିଲେ ଶିବୁ ତମେ କମ୍ପ୍ୟୁଟର ଜାଣିଛ ? ମନାକଲା ଶିବୁ। ଆଚ୍ଛା ମ୍ୟାଡମ୍ ତମେ ଇଂରାଜୀ ଜାଣିଛ ? ପ୍ରଜ୍ଞା କହିଲା ଆଜ୍ଞା ହଁ । ଗୁଡ୍ ମଣ୍ଣିଙ୍ଗ୍, ଗୁଡ୍ ଇଭିନିଙ୍ଗ୍ ବାଃ, ବଢିଆ ଇଂରାଜୀ। ତମ ଚାକିରୀ ପକ୍କା। ମାସକୁ ଦରମା ଦଶହଜାର। ଖୁସି ହୋଇଗଲେ ସ୍ୱାମୀ ସ୍ତ୍ରୀ। ରସାନନ୍ଦ କହିଲେ, ଆଚ୍ଛା ଶିବୁ, ତମେ ଆମ ଦପ୍ତରରୁ କମ୍ପ୍ୟୁଟର ନେଇଯାଅ। ମାସେ, ଦୁଇମାସ ଘରେ ଶିଖିନେବ। ତାପରେ ନିଯୁକ୍ତିପତ୍ର ନେଇଯିବ। ମ୍ୟାନେଜର ଶିବୁକୁ ଚପରାଶୀ ସହ ଦପ୍ତରକୁ ପଠେଇଦେଲେ। ଅନ୍ୟ ଚପରାଶୀ ସର୍ବତ ଦେଇଗଲା। ପିଇଦେଲା ପ୍ରଜ୍ଞା। ଅଚେତ ହୋଇପଡିଲା। ରସାନନ୍ଦ ଉପଭୋଗ କରି ଚୁପଚାପ ଚାଲିଗଲା ଦପ୍ତରକୁ। ଛାତିରେ ଅସହ୍ଯ ଯନ୍ତ୍ରଣା। କାନ୍ଦି କହୁଥିଲା, କୁକୁର, ଏଠି ସମସ୍ତେ ଗୋଟାଏ ଗୋଟାଏ ଭୋକିଲା କୁକୁର। ଏ ମରଦ ଜାତିଟା କୁକୁରଜାତି। ଘରର ଦୁଧଭାତରେ ଏମାନଙ୍କ ମନ ବୁଝେନି। ଅନ୍ୟର ଅଇଁଠା ଚାଟିବାକୁ ଏମାନେ ସବୁବେଳେ ଅନେଇ ବସିଥାଆନ୍ତି। ସବୁବେଳେ ସୁଯୋଗ ଅପେକ୍ଷାରେ। ଅନ୍ୟର ଦୁଃଖ ଦେଖି ଆହା କହିବା ବଦଳରେ ଏମାନେ ତା ଇଜ୍ଜତ ଉପରେ ଆଖି ପକାନ୍ତି। ଛିଃ ଛିଃ ଛିଃ। ଅମଣିଷ, ବେଇମାନ, ଧୋକାବାଜ। ଆସିଗଲା ଶିବୁ। ରସାନନ୍ଦ ବାବୁଙ୍କ ପ୍ରଶଂସାରେ ଶତମୁଖ। କହିଲା, ଜାଣିଛ ପ୍ରଜ୍ଞା, ଘରେ କମ୍ପ୍ୟୁଟର ଟିକେ ଶିଖି ଆସିଲି। ଆମ ଭାଗ୍ୟ ଖୋଲିଗଲା। ହସୁଥିଲା ପ୍ରଜ୍ଞା। ଛାତିର ଯନ୍ତ୍ରଣା ସହ ମନର ବେଦନା ତା ଭିତରେ ଶିବୁର ଖୁସି ଦେଖି କୃତ୍ରିମ ହସ ଅଦ୍ଭୁତ ସମୀକରଣ ସୃଷ୍ଟି କରୁଥିଲା। ପ୍ରଜ୍ଞା କହୁଥିଲା, ଥଣ୍ଡା ! ଆକାଶ ଥଣ୍ଡା, ପୃଥିବୀ ଥଣ୍ଡା। ଅନେକଦିନ ଧରି ତାତି ରହିଥିବା ମାଟିଟା ଆଜି ଅଦିନ ମେଘରେ ଓଦା ହୋଇଗଲା। ପଥର ଦେହରେ ପିଟିହୋଇ ଝରଣାଟା ବି ତା ବାଟ ବଦଳାଇଦେଇ ଚାଲିଗଲା। ବିଜୁଳିର ଚକମକ ଆଲୁଅରେ ନିଜକୁ ଜଳେଇ ମାଟିଟା ବି ଆହୁରି ସୁନ୍ଦର ହେଇଗଲା। ସବୁ ଥଣ୍ଡା କହି କାନ୍ଦକୁ ଲୁଚାଇ ଛାତିଟାକୁ ଚାପିଧରି ଠୋ ଠୋ ହସୁଥିଲା ପ୍ରଜ୍ଞା। ସରଳ ଶିବୁଟା କହୁଥିଲା, ଓହୋ ବାବୁଙ୍କ ଶୀତତାପ ନିୟନ୍ତ୍ରିତ କୋଠରୀରେ ରହି ତମକୁ ଥଣ୍ଡା ଲାଗୁଛି ନା। ଦେଖିବ ଧିରେଧିରେ ଅଭ୍ୟାସରେ ପଡିଯିବ, ଆଉ କିଛି ଜଣାପଡିବନି। ପ୍ରଜ୍ଞା କହିଲା ଅଭ୍ୟାସ ହେଇଯିବ ନୁହଁ ସେସବୁ କେମିତି ଅଭ୍ୟାସ ହେବ ସେଥିପାଇଁ ଅଭ୍ୟାସ କରିବାକୁ ପଡିବ। ତମର ଟଙ୍କା ଦରକାର, ମୋର ଚାକିରୀ ଦରକାର। ଆମେ ଭଲରେ ରହିବା ଦରକାର। ଖୁସିରେ ରହିବା ଦରକାର। ଗୋଟିଏ କଥା ଆଉ କେବେ ବି ହେବନି। ତମେ ଆଉ ମତେ ଭଲପାଇପାରିବନି କି ମୋ ହାତକୁ ତକିଆ କରି ଶୋଇପାରିବନି। ଆରେ ତମେ କାନ୍ଦୁଛ କାହିଁକି ? ଆଉ ଏମିତି କ'ଣ ସବୁ କହିଯାଉଛ ? ଲୁହ ପୋଛି ପ୍ରଜ୍ଞା କହିଲା ଏ ଲୁହ ଖୁସିର ତାଛଡା ମୁଁ ତ ରାତିରୁ ରାତିଯାଏଁ କାମରେ ରହିବି ତାଛଡା ମୁଁ ତମ ଚାକିରୀ ପାଇଲାପରେ ଚାକିରୀ ଛାଡିବି, ଆଉ ଏସବୁ ହେବ କେମିତି ? ପ୍ରତିଦିନ ଉପଭୋଗ କରି ପୁଳାପୁଳା ଟଙ୍କା ଦେଉଥିଲା ରସାନନ୍ଦ। ଗାଡି, ବ୍ୟାଙ୍କ ବ୍ୟାଲେନ୍ସ ବଢିବା ସହ ସ୍ୱାଚ୍ଛନ୍ଦ୍ୟ ଜୀବନଯାପନ ଆରମ୍ଭ କଲେ ଦୁହେଁ। ପ୍ରଜ୍ଞାକୁ ରସାନନ୍ଦ ସହ ଦେଖି ସନ୍ଦେହ କରୁଥିଲା ଶିବୁ କିନ୍ତୁ ପରମୁହୁର୍ତ୍ତରେ ନିଜକୁ ବୁଝେଇଦେଉଥିଲା। ଦିନେ ହଠାତ୍,..... ପ୍ରଜ୍ଞାକୁ ଖୋଜିଖୋଜି ତା ବାପା ପହଞ୍ଚିଲେ ପ୍ରଜ୍ଞାର ଦପ୍ତରରେ। ପ୍ରଜ୍ଞାକୁ ରସାନନ୍ଦ ସହ ଅସଞ୍ଜତ ଅବସ୍ଥାରେ ଦେଖି ଘୃଣାରେ ଶିହରିଉଠିବା ସହ ପାଟିକରିଉଠିଲେ ସେ। ବାହାରିଆସିଲା ପ୍ରଜ୍ଞା। ଠୋ କିନି ଚଟକଣିଟିଏ ବସେଇଦେଲେ ବାପା ତାର। ପଚାରିବସିଲେ, ମାଆରେ ମୋ ସଂସ୍କାରରେ କ'ଣ କମ୍ ଥିଲା ଯେ ଅର୍ଥ ପାଇଁ ଏତେ କୁକର୍ମ କଲୁ ? ପ୍ରଜ୍ଞା କହିଲା ବାପା, ମୁଁ ଶିବୁକୁ ବହୁତ ଭଲପାଏ। ତାଙ୍କର ଚାକିରୀଖଣ୍ଡିକ ପାଇଁ ମୁଁ ବାଧ୍ୟ ହୋଇ..... ବାପା କହିଲେ ଭିକ୍ଷାବୃତ୍ତି କରିଥିଲେ ଖୁସିହୋଇଥାଆନ୍ତି। ହଠାତ୍.... ଚମକିଉଠିଲେ ବାପା। ପ୍ରଜ୍ଞାର ମୁହଁସାରା ରକ୍ତ। ଆରେ ମାଆ ! ଏ କ'ଣ ? ପ୍ରଜ୍ଞାର ଆଖିରେ ଲୁହ। ବାପା ! ମୁଁ ଶିବୁ ସହ କୌଣସି ସମ୍ପର୍କ ରଖିନାହିଁ। ମୁଁ ଚାହୁଁଥିଲି ସେ ମୋତେ ଘୃଣା କରନ୍ତୁ। ଆଜି ତାଙ୍କରି ନିଯୁକ୍ତିପତ୍ର ନେଇକି ମୁଁ ଯିବି। ତମେ ଚାଲିଯାଅ। ତମକୁ ମୋ ରାଣ, ତମେ ଶିବୁକୁ କିଛି କହିବନି। ବାପା ପଚାରିଲେ ମାଆରେ ! ତୋର କ'ଣ ହେଇଛି ? ବାପା ! ମୋତେ ଲିଭର କ୍ୟାନସର। ଶେଷ ସୋପାନ। ତମେ ଚାଲିଯାଅ,ତମକୁ ମୋ ରାଣ। କାନ୍ଦିକାନ୍ଦି ଚାଲିଗଲେ ବାପା। ରକ୍ତପୋଛି ଭିତରକୁ ଚାଲିଗଲା ପ୍ରଜ୍ଞା। ହଠାତ୍...... ପହଞ୍ଚିଗଲା ଶିବୁ। ପ୍ରଜ୍ଞାକୁ ଘରକୁ ଡାକିଲା। ପ୍ରଜ୍ଞା କହିଲା, ତମେ କି ସ୍ୱାମୀ ? ଶାଢୀ ଖଣ୍ଡେ ଦେବାର କ୍ଷମତା ନାହିଁ। ଅପମାନିତ କରିବା ସହ ରସାନନ୍ଦର ବାହୁବନ୍ଧନରେ ଆବଦ୍ଧ ଥିଲା ପ୍ରଜ୍ଞା। ଅପମାନିତ ହୋଇ ଚାଲିଗଲା ଶିବୁ। ଶାରୀରିକ ମିଳନ ପାଇଁ ଆହ୍ବାନ କଲା ରସାନନ୍ଦ। ସାର୍ ଲେଟର କାଇଁ ? ହାତକୁ ଶିବୁର ନିଯୁକ୍ତିପତ୍ର ବଢେଇଦେଇ କୋଳକୁ ଭିଡିନେଇ ରସାନନ୍ଦ କହିଲା ଏଥର ତମ ପ୍ରତିଶୃତି ତମେ ରଖ ।ଜୀବନସାରା ସବୁରାତି ରଙ୍ଗିନ କରିବ। ହଁ ଭରିଲା ପ୍ରଜ୍ଞା । ଭକ୍..ଭକ୍..ଭକ୍ ଘୃଣାରେ ଦୂରେଇଯାଇ ରସାନନ୍ଦ ପଚାରିଲା ଏତେ ରକ୍ତ କ'ଣ ? ପ୍ରଜ୍ଞା କହିଲା ମୋତେ ଲିଭର କ୍ୟାନସର। ଶାଳୀ, ଚାଲିଯା ଏଠୁ। ରୋଗୀଟାକୁ ମୁଁ ଆଜିଯାଏଁ ଉପଭୋଗ କରି ଆସୁଥିଲି। ନିଯୁକ୍ତିପତ୍ର ଧରି ପ୍ରଜ୍ଞା ଆସିଲା ଘରକୁ। ତିରସ୍କାର କରିବାରେ ଲାଗିଲା ଶିବୁ। ରାଣଦେଇ ନଛୁଇଁବାକୁ କହିଲା ଶିବୁ। ନିଯୁକ୍ତିପତ୍ର ଗ୍ରହଣକର ଶିବୁ କହିଲା ପ୍ରଜ୍ଞା। ଫୋପାଡିଦେଇ ଦୃରେଇଗଲା ଶିବୁ। ପ୍ରଜ୍ଞାର ବାପା ଉପସ୍ଥିତ ରହି ଆଖିରୁ ଲୁହ ଗଡୋଉ ଥିଲେ। ନିୟମ ଭାଙ୍ଗି ପ୍ରଜ୍ଞା ବିଷୟରେ ସବୁ କହିଗଲେ ସେ। ପ୍ରଜ୍ଞାର ମୁହଁରୁ ରକ୍ତ ପୋଛୁ ପୋଛୁ ନିଜ ଛାତିଟାକୁ ଚିପିଧରିଥିଲା ଶିବୁ। ପ୍ରଜ୍ଞା କହୁଥିଲା ,ହେ ମୃତ୍ୟୁ ! ତମେ କେତେବେଳେ କେମିତି କେଉଁରୂପରେ ଆସ କେହି କହିପାରେନା। କିନ୍ତୁ ହାତଯୋଡୁଛି ମୋତେ କିଛିକ୍ଷଣ ଦିଅ ! ଭିଡିଧରିଥିଲା ଶିବୁ ଓ କହୁଥିଲା ଏ....ପ୍ରଜ୍ଞା ! ହେ ଦେବୀ ! ଆରଜନ୍ମରେ ବି ତମେ ମୋର ସ୍ତ୍ରୀ ହେବ। ପ୍ରଜ୍ଞା କହିଲା ତମେ କାଲି ଅଫିସ୍ ରେ ଜଏନ୍ କରିବ। ଛାତିକୁ ଚାପିଧରି ହସିହସି ଶିବୁ କହିଲା ତମକୁ ରସାନନ୍ଦ ସହ ଦେଖି ମୁଁ ବିଷପାନ କରିଛି। ବାପା... କିଛିକ୍ଷଣ ମଧ୍ୟରେ ରସାନନ୍ଦର ଛୁରିବିଦ୍ଧ ଶରୀରରଟାକୁ ଧରିଆଣି ବାପା କହୁଥିଲେ-- ଦେଖରେ କୁକୁର ନର୍କରେ ଥାଇ ! ଶରୀର ତୋର ଥିଲା ହେଲେ ହୃଦୟମନରେ ପ୍ରଜ୍ଞାର ଶିବୁ। ଗାଆଁ ମଶାଣିରେ ଦୁଇଟି ଜୁଇ ହୁତୁହୁତୁ ଜଳୁଥିଲା। ପ୍ରେମ ନୁହେଁ ଶରୀରର ମିଳନ। ପ୍ରେମ ମନର ମିଳନ, ଆତ୍ମାର ମିଳନ। ଶରୀର ନଶ୍ୱର। ପ୍ରେମ ବଳିଦାନ। ସ୍ରେମ ଅଜର ଅମର।


Rate this content
Log in

Similar oriya story from Romance