କଥା ଦେଇଥିଲି
କଥା ଦେଇଥିଲି
ଦେହ ମୁଣ୍ଡ ଭଲ ରହୁନି। କେତେ କଷ୍ଟରେ କୋରାପୁଟର ଝିଅ ଟିଏ ଠିକ୍ ହେଇଛି। ହେଲେ ତା ସର୍ତ୍ତରେ ତାକୁ କଥା ଦେଇଥିଲି, ତା ମାଆ ସହ ତାକୁ ଜଗନ୍ନାଥଙ୍କ ଦର୍ଶନ କାରାଇବି। କଥା ଦେଇଛି ଯେତେବେଳେ ମାଆ ଝିଅଙ୍କୁ ଧରି ମନ୍ଦିର ଗଲି। ଅଣସର ଘରେ ଠାକୁର। ଫୁଲୁରି ତେଲ ଓ ପଞ୍ଚ ମହୋଦଧି , ତଥା ପଥି ପାଞ୍ଚନରେ ଗମ୍ଭିରା ରେ ଅଛନ୍ତି ତ ଏହିସମୟରେ ଭକ୍ତ ମାନେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ କରି, କ୍ଷୀରି ଭୋଗ ପାଇ ମନ୍ଦିରରେ ପଟି ଦିଅଁ ଦର୍ଶନ କରୁଛନ୍ତି।
ମାଆ ଝିଅ କିଛି ବୁଝିବାକୁ ପ୍ରସ୍ତୁତ ନଥିଲେ। ଇଏ କି ଠାକୁର, ଆମେ କଣ ଫୋଟୋ ରେ ଟିଭିରେ ଦେଖିନୁ ଯେ ତୁମେ ଆମକୁ ଅଲାରନାଥ ଓ ପଟିଦିଅଁ ଦେଖାଇ ଭୁଲେଇଦେବ। ଯେତେ ବୁଝାଇଲେ ମାଆ ଝିଅ ବୁଝୁନଥିଲେ। ଜଣେ ନନାଙ୍କ ସାହାଯ୍ୟ ନେବା ଯୋଗୁଁ କେତେ କଷ୍ଟରେ ବୁଝିଲେ। ତା ପରଦିନ ନବଯୌବନ ଦର୍ଶନ ଗହଳି ଟପି ମଧ୍ୟ ଚତୁର୍ଦ୍ଧାଙ୍କୁ ଦେଖିନପାରି କି କାନ୍ଦ। ତାଙ୍କୁ ଦେଖି ମତେ ଲାଗିଲା କି ପ୍ରକୃତ ଭକ୍ତ ହିଁ, ଏମାନେ।
କେତେ କଷ୍ଟରେ ରାଜି କରି ରଖିଲି ମାଆଙ୍କୁ। ମାଆ ଝିଅ ରଥ ଉପରେ ଠାକୁର ଦେଖି ଖୁସି ହେଲେ। ଯା ହେଉ ମୋ କଥା ରହିବାରୁ ଝିଅକୁ ଛାଡି ମାଆ କୋରାପୁଟ ଫେରିଗଲେ ସତ, ହେଲେ ନବଦିନ ବ୍ୟାପୀ ମୋ ଝିଅକୁ ଠାକୁର ଦେଖେଇ ଅବଢ଼ା ଖୁଆଇବା କଥା ଦେଇ, ମାଆ ଙ୍କୁ ବିଦା କଲି। କଥା ଦେବା ଆଳ ରେ ମୋର ମଧ୍ୟ ନବଦିନ ବ୍ୟାପୀ ଜଗନ୍ନାଥ୍ ଦର୍ଶନ ଓ ଅବଢ଼ା ଭୋଜନ ସୁରୁଖୁରୁରେ ହୋଇଗଲା।