STORYMIRROR

Sunanda Mohanty

Comedy Tragedy

3  

Sunanda Mohanty

Comedy Tragedy

କରୋନା ଓ ବିଚଳିତ ଜୀବନ

କରୋନା ଓ ବିଚଳିତ ଜୀବନ

2 mins
313


ବେଳ କାଳ ଯାହା ହେଇଛି କେହି କାହା ଘରକୁ ଯାଉ ନଥିଲେ, ପାଖ ପଡୋଶୀ ମାନେ ବି ଦୁରେଇ ରହୁଥିଲେ, ତ ରମେଶ ବାବୁ ବି ସମୟ କାଟିବା ପାଇଁ ପୋକ ଲାଗିଥିବା ଚାଉଳ ଛାତ ଉପରେ ଖରାରେ ଶୁଖେଇ ତଳକୁ ଆସି ଟିକେ ରେଷ୍ଟ ନେଇ ଗଲାବେଳକୁ ଅସରାଏ ବର୍ଷା ତାଙ୍କ ପରିଶ୍ରମ ବିଗାଡି ଦେଇଛି ତ ସ୍ତ୍ରୀ ଙ୍କ ଉପରେ ଗରଗର ହେଲେ କଣ ହେବ ସ୍ତ୍ରୀଙ୍କର ଉତ୍ତର ରେ ତାଙ୍କ ରାଗ ପଞ୍ଚମ ରେ, ଏତେ ଚାଉଳ କୁଆଡେ ପକ୍ଷୀ ଖାଇବ, ତ ହଉ ଥୁଆ ରଖା କର ମୁଁ ଯାଏ, ବେଳ ଥାଉ ଥାଉ ପରିବା ଦିଟା ନେଇଆସେ ନହେଲେ ଗୁଲାବ ବାତ୍ୟାରେ କେତେବେଳେ କଣ, କହି କହି ତଳକୁ ଯାଇ ଝିଅ କୁ ଡାକ ପକେଇଲେ ମମି କି ଡାକେ ମମି ତା ଭାଇ ଆସିଲେଣି, ତ ମାଆ ଝିଅ ଦୁହେଁ ଦଉଡି ଯାଇ ଦେଖନ୍ତି ଭିକାରୀ ବ୍ରାହ୍ମଣ, ଯିଏ କେବେ କିଛି ମାଗିଲେ ଏଯାଏଁ କରୁଣା ମନା ନକରି ଦେଇଥାନ୍ତି କେବେ ଛତା ତ କେବେ ପୁରୁଣା ଚପଲ, ଆଉ ଆଜି ପଇସା ନେବା ପରେ ମାସ୍କ ମାଗୁଥିଲେ ସେ l

    ଭିକାରୀ ଭାଇନାଙ୍କୁ ମାସ୍କ ଟିଏ ଦେଇ ଉପରକୁ ଆସିଛନ୍ତି ମାଆ ଝିଅ ପୁଣି ବଜାର ରୁ ଫେରି ରମେଶ ବାବୁ ଡାକ ପକେଇଲେ, ଦେଖ ଦେଖ କିଏ ସବୁ ଅତିଥି ଅଭ୍ୟାଗତ ଆସିଛନ୍ତି ତ କରୁଣା ଝିଅ ସହ ଯାଇ ଦେଖନ୍ତି ଛେଳି ଗୁଡିଏ ବର୍ଷା ପବନରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇ ଘର ଅସନା କରିଛନ୍ତି, ତ ରମେଶ ବାବୁ ଓଦା ହୋଇ ଉପରକୁ ଉଠୁ ଉଠୁ କହୁଥିଲେ, ମାଆ ଝିଅ ଘର ପରିଷ୍କାର କରି ଦୁଆର ଦେଇ ଆସ, କରୁଣା କହୁଥିଲେ ମଲା ଏ ବର୍ଷାରେ ପଶୁଗୁଡ଼ାଙ୍କୁ କେମିତି ବାଡ଼େଇବି ଯେ, ବାଡ଼େଇବାକୁ କେହି କହୁନି ଘର ପରିଷ୍କାର କରିବାକୁ କହୁଛି, ନହେଲେ କାଲି ଯାଏଁ ଘର ଶୁଖିବନି, ଚାଉଳ ଦିଟା ଶୁଖେଇବାକୁ, ଏତେବେଳକୁ କଥାଟା ବୁଝି କରୁଣା ହସୁଥିଲେ ଠୋ ଠୋ, ଆଉ ରମେଶବାବୁ ଦାନ୍ତ କଡମଡ କରି ଚାଉଳ ର ଥଇଥାନ କରିବା ଉଦ୍ଯୋଗ ରେ ଥିଲା ବେଳେ ଝିଅ କହୁଥିଲା ଭିକାରୀକୁ ମାମୁଁ ଆଉ ଛେଳି କି ଅତିଥି କହି ଆମକୁ ହସେଇଲ ବାପା, ତଥାପି ରମେଶବାବୁ କହୁଥିଲେ, ତୋ ମମିର ଇମ୍ମ୍ୟୁନିଟି ବଢ଼ିଯାଇଥିବ, ମୋର ବି ବଢିଗଲା ବାପା କହି ଝିଅ ଫେଁ ଫେଁ ହସୁଥିଲା, ହେଲେ ରମେଶ ବାବୁ ଓଦା ଚାଉଳ କୁ ନେଇ ବିଚଳିତ ଥିଲେ, ଏଥର ମାଆ କରୁଣା ଓ ଝିଅ ହୃଦୟଙ୍ଗମ କରୁଥିଲେ କରୋନା କାଳରେ ବାପାଙ୍କ ବିଚଳିତ ହେବାର ସୁଦୂରପ୍ରସାରି ଚିନ୍ତା ଓ ଚୈତନ୍ୟ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy