Antaryami Sahu

Romance Fantasy

3  

Antaryami Sahu

Romance Fantasy

କଲେଜ ରେ ପ୍ରଥମ ଦିନର ଅନୁଭୁତି

କଲେଜ ରେ ପ୍ରଥମ ଦିନର ଅନୁଭୁତି

5 mins
160



ସେଦିନ ଥାଏ ୧୯୯୯ ମସିହା ଜୁଲାଇ ମାସ 

ଏ କୋଇଶି ତାରିଖ , ମୁଁ ସେତେବେଳେ +୨ ୧ମବର୍ଷର ଛାତ୍ର। ମୁଁ ପ୍ରଥମକରି ମୋ ସାଙ୍ଗମାନଙ୍କ ସହିତ କଲେଜ ଆସୁଥାଏ । କଲେଜରେ ଯେତେବେଳେ ପ୍ରଥମକରି ପାଦ ଦେଲି ବହୁତ ଆନନ୍ଦ ଅନୁଭବ ଲାଗିଲା। କାରଣ ନବେ ଦଶକରେ ମାଟ୍ରିକ ପାସ କରିବା ବହୁତ କଷ୍ଟ ଥିଲା। କ୍ଵଚିତ୍ ପୁଅଝିଅ ମାନେ ମାଟ୍ରିକ୍ ପାସକରୁଥିଲେ ଛାଡ ସେ ଯାହାହେଉ ନାଁ କାହିଁକି, ମୋର ମନ ବହୁତ ପ୍ରଫୁଲ୍ଳିତ ଥାଏ । ଆଉ ଗୋଟାଏ କଥା ହାପ୍ ପ୍ୟାଣ୍ଟ ସାର୍ଟ ଛାଡି ଫୁଲ, ପ୍ୟାଣ୍ଟସାର୍ଟର ଅନୁଭୁତିଟା ପାଠକେ ନିଶ୍ଚୟ ଜାଣିଥିବେ ।

କିଛି ସମୟ ଗଲା ପରେ ପ୍ରାର୍ଥନା ଆରମ୍ଭ ହେଲା ବିଘ୍ନ ବିନାଶନ ଶ୍ରୀଗଜାନନ ମହାପ୍ରଭୁ ଓ ବିଦ୍ୟାଦାତ୍ରୀ ମା' ସରସ୍ଵତୀଙ୍କ ବନ୍ଦନାରେ ସାରା କଲେଜ କମ୍ପମାନ ହେଉଥାଏ । ପ୍ରାର୍ଥନା ସରିଲା ପରେ ସମସ୍ତେ class Room କୁ ଗଲୁ । 

  କିଛି ସମୟ ଗଲାପରେ ଆମକୁ ଆମର ବଡ଼ ଭାଇ ମାନେ ଡାକିଲେ ଓ କହିଲେ ଆମ କଲେଜରେ ଆଜି "well Come metting"ଅଛି ସମସ୍ତେ ଷ୍ଟେଜପାଖକୁ ଆସ |


ଆମେ ସମସ୍ତେ ଷ୍ଟେଜପାଖକୁ ଗଲୁ। ବହୁତ ସୁନ୍ଦର ରେ ଷ୍ଟେଜ ସଜା ହୋଇଥାଏ । ସାଜସଜ୍ଜା ବହୁତ ମନଲୋଭା । ଆକର୍ଷଣୀୟ ହୋଇଥାଏ। ସ୍ଵାଗତସଭା ଆରମ୍ଭ ହେଲା। ବଡ ଭାଇ ଓ ଭଉଣୀମାନେ ଆମ ପ୍ରଥମ ବର୍ଷର ପୁଅଝିଅ ମାନଙ୍କୁ ଅଭିନନ୍ଦନ ଜଣାଉଥାନ୍ତି।


ବିଭିନ୍ନ ପ୍ରକାର ନାଚ -ଗୀତରେ ଅଭିନନ୍ଦନ କରୁଥାନ୍ତି ଆମର ବଡ ଭାଇ ଓ ଭଉଣୀମାନେ। ଏହି ସମୟରେ ପ୍ରିନ୍ସିପାଳ ମହାଶୟ ଘୋଷଣା କଲେ ଯେ,ନୁଆଁ ଆସିଥିବା ପୁଅ ଝିଅ ମାନଙ୍କ ପାଖରେ ଯାହା ପ୍ରତିଭା ଅଛି ତାହା ପ୍ରକାଶ କର। ଯେଉଁମାନେ ନାଚ-ଗୀତ ଯାହା ବି ଜାଣିଛ ତାହା ପରିବେଷଣ କର। 


ଏହି କଥା ଶୁଣି ମୁଁ ବହୁତ ଖୁସି ହୋଇଗଲି, ଭାବିଲି ଯାହା ବି ହେଉ ଆଜି ଗୋଟାଏ ସୁଯୋଗ ଆସିଛି ତାହା ହାତ ଛଡ଼ା କରିବାର ନାହିଁ। କାରଣ ୟା ଆଗରୁ ମୁଁ ଗାଁ କୀର୍ତ୍ତନ ମଣ୍ଡଳୀରେ ହରି ନାମ ଗାଉଥିଲି,ଗାଁ ନାଟକରେ ମଧ୍ୟ କିଛି ଛୋଟ ବଡ ରୋଲ କରୁଥିଲି ତେଣୁ ମୋତେ ଡର ମଧ୍ୟ ନଥିଲା ।ଏହା ଭାବି ମୁଁ ଛିଡା ହୋଇ କହିଲି ସାର୍, ମୁଁ ଗୋଟାଏ ଗୀତ ଗାଇବି ।ସାର୍ ସଙ୍ଗେସଙ୍ଗେ କହିଲେ ଠିକ୍ ଅଛି ,କି ଗୀତ ଗାଇବ।

ମୁଁ ସଙ୍ଗେସଙ୍ଗେ କହିଲି ସାର୍ ଗୋଟାଏ ଭଜନ ଗାଇବି । ସାର୍ କହିଲେ ଠିକ୍ ଅଛି ଗୀତ ଗାଇବା ଆରମ୍ଭ କର

ମୁଁ କେଉଁ ଭଜନ ଗାଇବି ଭାବୁ ଭାବୁ ହଠାତ୍‌ ମନରେ ମୋର ନିଜସ୍ଵ ଲେଖା ଭଜନ ଗାଇବାକୁ ମନ ବଳିଲା ଆଉ ମୁଁ ସେହି ଭଜନଟି ଗାଇବାକୁ ଆରମ୍ଭ କଲି ଗୀତର ବୋଲ ହେଲା...

କେତେ ଦୁଃଖ ମୋତେ ଦେବୁରେ କାଳିଆ...

ସହି ମୁଁ ପାରୁନି ସତେରେ ...

ସହି ମୁଁ ପାରୁନି ସତେ ।

ମୋ ଦୁଃଖ ଦେଖିତୁ ଖୁସିରେ ରହିଛୁ(୨)

ଗମ୍ଭିରା ଭିତରେ ସତେ . . . .

କେତେ ଦୁଃଖ ମୋତେ ଦେବୁରେ କାଳିଆ

ସହିମୁଁ ପାରୁନି ସତେ,. . . ।। ଠା।

ଅନାଥ ଜନର ଦୁଃଖ ଦେଖି ତୁହି

ଦୁଃଖ ସହିପାରୁନାହୁଁ. . .

ତୁ ଦୁଃଖ ସହି ପାରୁନାହୁଁ ।

ମୁଁ ଦୁଃଖି ଡାକିଲେ ଶୁଭେ ନାହିଁ ତୋତେ

ଡାକି ଡାକିଯାଏ ଥକି..

ମୁଁ ଡାକି ଡାକିଯାଏ ଥକି ।

କେବେ ତୁ ଶୁଣିବୁ ଏଦୁଃଖିର ଦୁଃଖ ( ୨)

ଆହେ କାଳିଆ ସାଆନ୍ତେ. . . .

କେତେ ଦୁଃଖ ମୋତେ ଦେବୁରେ କାଳିଆ

ସହିମୁଁ ପାରୁନି ସତେ,...।। ୧।।

ଦୁନିଆରେ କେହି ନଥିବେ ମୋପରି

ମନ୍ଦ କପାଳିଆମୁହିଁ

ମୁଁ ମନ୍ଦ କପାଳିଆମୁହିଁ . . .

କେଉଁ କର୍ମଫଳେ ଭୋଗୁଛି ମୁଁ ଦୁଃଖ

କହିବୁ କି ଚକା ଆଖି . . . .

କହିବୁ କି ଚକା ଆଖି

ସହିମୁଁ ପାରୁନି ଏ ଦୁଃଖ ବେଦନା (୨)

ନେଇଯା ସଂସାରୁ ମୋତେ . . . .

କେତେ ଦୁଃଖ ମୋତେ ଦେବୁରେ କାଳିଆ

ସହି ମୁଁ ପାରୁନି ସତେରେ . . . ।।୨।।

ଏହି ଭଜନଟି ଆରମ୍ଭ କଲି ।ଏହି ଭଜନ ହେଉଛି ଭାବର ହୃଦୟସ୍ପର୍ଶୀ ଭଜନ | ଭଜନ ଗାଇ ସାରିଲାପରେ ବହୁତ କର ତାଲିଦେଲେ ସମସ୍ତଙ୍କୁ ମୁଁ କୃତଜ୍ଞତା ଜଣାଇଲି । ସାର ମାନେ ବହୁତ ପ୍ରଶଂସା କଲେ ଓ କହିଲେ ଭବିଷ୍ଯତରେ ତୁମେ ଜଣେ ଭଲ ଲେଖକଟିଏ ଓ ଭଲ କଣ୍ଠଶିଳ୍ପୀ ଟିଏ ହେବ । ହାତଯୋଡିସାର୍ ମାନଙ୍କୁ ନମସ୍କାର କଲି ଓ ଚାଳିଆସିଲି ମୋ ଚେୟାର ପାଖକୁ, କିଛି ସମୟ ଗଲାପରେ ମୋ ଆଗ ସିଟରେ ବସିଥିବା ଜଣେ ଝିଅ ମୋତେ ଅନାଉଛି, ମୁଁ ଦେଖୁଛି ସତ ହେଲେ କିଛି ଭାବିପାରୁନଥାଏ | ଦେଖିଲି ଯେ ସେ ଝିଅ ବାରମ୍ଵାର-ବାରମ୍ବାର ପଛକୁ କାହିଁକି ଅନାଉଛି । ତାପରେ ମୁରୁକି ମୁରୁକି ହସୁଛି । ସେତେବେଳେ ମୋତେ ଭଲପାଇବା କଣ ଜଣା ନଥିଲା । ତାପରେ ସେ ଝିଅଟିକଣସବୁ ଇଙ୍ଗିତ କରିଚାଲିଲା । ତାର ଭାବ ଭଙ୍ଗି ଦେଖି ମୋର ମନଭିତରେ ମଧ୍ୟ କିଛି ଅପୁର୍ବ ସିହରଣ ଜାଗ୍ରତ ହେଲା। ମୁଁ ମଧ୍ୟ ସେହି ଝିଅଟିକୁ ଦେଖିବାକୁ ଆରମ୍ଭ କଲି।

କିଛି ସମୟପରେ ସଭା ସାଙ୍ଗ କରାଗଲା । ତାପରେ ଆମେ ସମସ୍ତେ ଭୋଜନ ପର୍ବରେ ମାତିଲୁ,ଭୋଜନ ପର୍ବ ସରିଲା । କଲେଜ ଛୁଟିହେଲା ଯିଏ ଯାହା ଘରକୁ ଯିବେ, ଠିକ୍ ଏହି ସମୟରେ ସେହି ଝିଅଟି ମୋ ପାଖକୁ ଆସି କହିଲା


ସତରେ ଅନ୍ତର୍ଯ୍ୟାମୀ ତମେ ବହୁତ ସୁନ୍ଦର ଭଜନ ଗାଇଲ lଆଉ ଗୀତ ମଧ୍ୟ ବହୁତ ସୁନ୍ଦର ଥିଲା। ମୁଁ ତାଙ୍କ କଥା ଶୁଣି କହିଲି ଧନ୍ୟବାଦ ଭଉଣୀ।

ସେ ଟିକେ ରାଗ ମିଶା କଣ୍ଠରେ କହିଲେ ମୁଁ ତମ ଭଉଣୀଭଲି ଦିଶୁଛିକି?

ମୁଁ କହିଲି ତମେ ମୋର ସାନ ଭଉଣୀ ଭଲି, ଯଦି ବ୍ୟବହାରରେ କିଛି ତ୍ରୁଟି ଥାଏ ତା ହେଲେ କ୍ଷମା କରିଦେବ।ସଙ୍ଗେସଙ୍ଗେ ସେ ଝିଅଟିକହିଲା

Please please ତୁମେ ମୋତେ ସ୍ଵପ୍ନା(ଛଦ୍ମନାମ) ବୋଲି ଡାକି ପାର।କିନ୍ତୁ ମୁଁ ତମଭଉଣୀ ନୁହେଁ । ଖାଲି କେବଳ ମୋର ଗୋଟିଏ କଥା ମନେ ରଖିବ ତମେ ଗୋଟିଏ ବୁଦୁ । ମୁଁ କାହିଁକି ଏମିତି କହିଲି ତମ ସାଙ୍ଗମାନଙ୍କୁ ପଚାରି ବୁଝିବ ok ଆସୁଛି କାଳିକି ଯେମିତି କଲେଜ ଆସିବା ନଭୁଲ । Good Bye . . .


ଏତିକି କହି ସେ ଝିଅଟି ଚାଲିଗଲା ।ସେ ଝିଅର କଥା ଶୁଣି ମୋ ମୁଣ୍ଡ ପୁରା ଗୋଲମାଲ ହୋଇଗଲା, ଆରେ ମୋ ଜୀବନରେ ଇଏ କଣ ହେବାକୁ ଯାଉଛି ସେଇ ଝିଅଟି ମୋତେ କାହିଁକି ଏମିତି କହୁଛି, ଟିକେ ରାଗ ପୁଣି ଟିକେ ସ୍ନେହବୋଲା କଣ୍ଠରେ Good Bye. . .

ୟାରମାନେ କଣ । ମନକୁ ମନ ପଚାରି ବୁଝିଲି ଯେତେବେଳେ ଛାତି ଧକଧକ ହୋଇଗଲା ଓଷ୍ଠ ଶୁଖିଲା ଶୁଖିଲା ଭଲି ଲାଗିଲା । ସଙ୍ଗେସଙ୍ଗେ ମୁଁ ପ୍ରକୃତିସ୍ଥ ହେଲି, ମୋ ସାଙ୍ଗକୁ ଯାଇ ପଚାରିଲି ଓ ଘଟିଯାଇଥିବାଘଟଣା ସବୁ ପ୍ରକାଶ କଲି । ମୋ ସାଙ୍ଗ ଥିଲା ପ୍ରେମପାଠରେ ଟିକେ ଧୁରନ୍ଧର । ସେ ମୋତେ ସଙ୍ଗେସଙ୍ଗେ କହିଲା ,ବନ୍ଧୁ ତତେ ପ୍ରେମ ହୋଇଯାଇଛି। ଆଉ ସେହି ଝିଅଟି ତୋତେ ପ୍ରେମ କରୁଛି। ଆଉ ତୁମଧ୍ୟ । ଠିକ୍ ଅଛି ଏଇଟା ହିଁ ପ୍ରକୃତ ସମୟ ସାଙ୍ଗ । ସମୟ କୁ ହାତଛଡା କରନା ଶୀଘ୍ର ତୋ ମନ କଥା ତାକୁ କହିଦେ।

ମୁଁ କହିଲି ଠିକ୍ ଅଛି ସାଙ୍ଗ , ହଉ ଆସନ୍ତାକାଲିକୁ ଅପେକ୍ଷା। ଆମେ ଦୁଇ ସାଙ୍ଗ ଘରକୁ ଫେରିଲୁ। କେବଳ ସେ ଝିଅଟି ର କଥା ଭାବି ଭାବି ସେଦିନ ବିତିଗଲା। ରାତି ସମୟ_ ଆଖିରେ ଆଉ ଯମାରୁ ନିଦ ନାହିଁ ।କେବଳ ତାର ହସ-ହସ ମୁହଁ, ତାର କହିଯାଇଥିବା Good bye ବାରମ୍ଵାର ମୋତେ ମନେ ପକାଇ ଦେଉଥାଏ । ଏମିତି ରାତି ପାହିଲା ସକାଳ ହେଲା ନୂତନ ସୂର୍ଯ୍ୟୋଦୟର ଆରମ୍ଭରୁ ମୋ ଜୀବନର ଗତିପଥ, ତାପରେ ଆରମ୍ଭ ହୋଇଗଲା ଆମ ଦୁଇଜଣଙ୍କ ଭିତରେ ଭଲପାଇବା ଅନେକ ସଂପର୍କ । ଯାହା ଆଜି ଯାଏ ବଞ୍ଚିକି ରହିଛି । ଏଇଥିଲା ମୋର କଲେଜ ରେ ପ୍ରଥମ ଦିନର ସେଇ ଅଭୁଲା ଜୀବନର ସ୍ମୃତି ଓଅନୁଭୂତି।ଆଉ ବାକି ପ୍ରକାଶ କରିପାରୁନାହିଁ

କ୍ରମଶଃ . . .

କିନ୍ତୁ ସମସ୍ତ କଲେଜ ପଡ଼ୁଆ ପୁଅ-ଝିଅ ମାନଙ୍କୁ ଏତିକି ନିଶ୍ଚୟ କହିବି ଯେ, ସେମାନେ ସଦା ସର୍ବଦା ପ୍ରେମ ପାଠରେ ମନ ନଦେଇ ନିଜର କ୍ୟାରିଅର ଗଢିବା ପାଇଁ ପ୍ରଥମରେ ଚେଷ୍ଟା କରନ୍ତୁ ତାପରେ ପ୍ରେମ ପାଠ । ଥରେ ଯଦି ପାଠରେ ଉତ୍ତୀର୍ଣ ନହେଲେ କେତେ ଯେ ଯନ୍ତ୍ରଣାଦାୟକ ତାହା ସେହି ଅନୁଭବି ହିଁ ଜାଣିଥାଏ । ଏଣୁ ସମସ୍ତେ ସତ ମାର୍ଗରେ ଚାଲି ନିଜର ବାପାମାଆଙ୍କର ମୁଣ୍ଡ ଉଚ୍ଚ କରିପାରିଲେ ନିଜର ମଧ୍ୟ ଗର୍ବ ଓ ପରିବାରର ମଧ୍ୟ ଗର୍ବ ..

କେତେ କଷ୍ଟରେ ବାପା ମାଆ ପୁଅ-ଝିଅର ପାଠ ପଢିବା ପାଇଁ ଅର୍ଥ ଯୋଗାଡ କରିଥାନ୍ତି । ସେହି କଥାକୁ ପ୍ରଥମରେ ଧ୍ୟାନ ଦେଇ ଆମେ କଲେଜ ଜୀବନ ଆରମ୍ଭ କରିପାରିଲେ ଆମର କଲେଜ ଜୀବନରେ ଆଗକୁ ମାଡି ମାଡି ଚାଲି ପାରିବା ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା . . . .





Rate this content
Log in

Similar oriya story from Romance