Sanuja Meghamala

Romance

3  

Sanuja Meghamala

Romance

କିଛି କଥା କିଛି ବ୍ୟଥା

କିଛି କଥା କିଛି ବ୍ୟଥା

8 mins
323



ପ୍ରେକ୍ଷାଳୟ ଭିତର ଟା ଉଜ୍ଜ୍ୱଳ ଆଲୋକରେ ଝଲସି ଉଠୁଥିଲା । ଭିଡ କ୍ରମଶଃ ବଢ଼ି ବଢ଼ି ଚାଲୁଥିଲା । ଅଳ୍ପ ସମୟ ପରେ ସଭା କାର୍ଯ୍ୟ ଆରମ୍ଭ ହେବ ବୋଲି ବାରମ୍ବାର ସୂଚନା ଦିଆ ଯାଉଥାଏ  । ପ୍ରଖ୍ୟାତ କବି ପୁଲକଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏତେ ବଡ଼ ମଞ୍ଚର ଆୟୋଜନ କରିଛନ୍ତି ତାଙ୍କ ସ୍କୁଲ୍ ଜୀବନର ବନ୍ଧୁମାନେ । ଏଇ ତ ବନ୍ଧୁତା । ଜଣଙ୍କ ଖୁସିରେ ଆଉ ଜଣେ ଆନନ୍ଦିତ । ବନ୍ଧୁର ସଫଳତାରେବନ୍ଧୁ ମାନେ ଉଲ୍ଲସିତ । ଏଇ ବାହାନାରେ ଭିନ୍ନ ଭିନ୍ନ ସହରରୁ ଆସିଥିବା କିଛି ପୁରୁଣା ବନ୍ଧୁ ଏକତ୍ରିତ ହୋଇ ହୋ ହାଲ୍ଲା କରିବେ ।   


   

ଏମିତି ଭିଡ ପାର୍ଟି ପିକନିକ୍ କୁ ଜମା ପସନ୍ଦ କରେନି  ସଲୋନୀ ।  ଅଣ ନିଃଶ୍ବାସୀ ହେଇ ମୁଣ୍ଡ ବିନ୍ଧା ହୁଏ ତାର । ଥକି ଯାଏ ସେ ।  ଫାଙ୍କା ସମୟ ପାଇଲେ ନୀରବରେ କିଛି ସମୟ ଅତିବାହିତ କରି ପୁରୁଣା ଗୀତ ଶୁଣିବା ଓ ସେଥିରେରେ ଆତ୍ମ ବିସ୍ମୃତ ହୋଇ ଯିବା ପସନ୍ଦ ସଲୋନୀର ।  କିନ୍ତୁ ଆଜିର କଥା ସମ୍ପୁର୍ଣ୍ଣ ଭିନ୍ନ ।   ଆଜି ସଭାରେ ସେ ଭେଟିବ ଜଣେ ନିଆରା ମଣିଷ ଙ୍କୁ । ଯିଏ ନିଜର ସର୍ବସ୍ବ ହରାଇ ସାରିଲା ପରେ ବି ବଞ୍ଚିବା ପାଇଁ ଅନ୍ୟ ଉପରେ ବୋଝ ନ ହୋଇ ବରଂ ଅନ୍ୟ ମାନ ଙ୍କ ପାଇଁ ପ୍ରେରଣା ସାଜି ଛନ୍ତି । ବଞ୍ଚିବାର ମାନେ କୁ ବଦଳେଇ ଦେଇଛନ୍ତି । ତାଙ୍କୁ ଦେଖିବା ଓ ତାଙ୍କ ଠାରୁ ଦୁଇ ପଦ ନିଜ ଜୀବନ ବିଷୟରେ ଶୁଣିବାକୁ ଉତ୍ସାହର ସହିତ ସେ ଆସିଛି ଏ ସଭାକୁ ସ୍ବାମୀ ସ୍ମାରକ ଙ୍କ ସହିତ ।   ସ୍ମାରକ କୁହନ୍ତି କାର୍ ଦୁର୍ଘଟଣାରେ ନିଜର ଦୁଇ ଗୋଡ଼ ଆଣ୍ଠୁ ତଳକୁ କଟିଗଲା ପରେ ବହୁତ ଦିନ ହସ୍ପିଟାଲ୍ ରେ  ରହି ଚିକିତ୍ସିତ ହେଲେ ପୁଲକ ।


 ଏବେ ହୁଇଲ  ଚେଆରରେ ହିଁ ଯିବା ଆସିବା କରନ୍ତି । କାର୍ଯ୍ୟାଳୟରେ ବହୁତ ଦିନ ଅନୁପସ୍ଥିତରହିବାରୁ ନିଜ ଚାକିରି ହରେଇ ବସିଲେ । ସେହି ଦୁର୍ଦ୍ଦିନ ସମୟରେ ନିଜ କୁ ସମ୍ଭାଳି ନେବା ପାଇଁ ସେ କବିତା ଲେଖିବା ଆରମ୍ଭ କରିଥିଲେ ଯେ ଆଉ ପଛକୁ ଫେରି ନାହାନ୍ତି । ତାଙ୍କ କବିତା ଯାହା ଆଜି ଅନେକ ଙ୍କ ମନ ଛୁଇଁ ଛାତି ତଳେ କମ୍ପନ ସୃଷ୍ଟି କରୁଛି । ଆଉ ସେ ପାଲଟି ଯାଇଛନ୍ତି ଜଣେ ଲବ୍ଧ ପ୍ରତିଷ୍ଠିତ ରୋମାଣ୍ଟିକ କବି । ଏ ସମ୍ବର୍ଦ୍ଧନା  କବି ପୁଲକ ଙ୍କୁ ଆଉ ପାଦେ ଆଗକୁ ବଢିବା ପାଇଁ ପ୍ରେରଣା ନିଶ୍ଚୟ ଦେବ । ଅନେକ କବିତା ପୁଲକ ଙ୍କର ପଢିଛି ସଲୋନୀ ଲାଗେ ସେ ଯେମିତି  କିଛି ଅକୁହା ପ୍ରେମ କୁ ନିଜ ଭିତରେ ସାଇତିରଖିଛନ୍ତି ଠିକ୍ ତା ପରି । କିନ୍ତୁ ତାଙ୍କ ପ୍ରେମ କବିତାରେ ଅଭିମାନ ନାହିଁ ପାଇବାର କାମନା ବି ନାହିଁ ।  ମଧୁର ପ୍ରେମର ଅପୂର୍ବ ପରି କଳ୍ପନା । ଦିବ୍ୟ ଚେତନା । ଶାଶ୍ଵତ ଚିରନ୍ତନ ପବିତ୍ର ପ୍ରେମ କୁ ଅନୁଭବ କରିହେବ ପବନ ପରି ଫୁଲର ସୁଗନ୍ଧ ପରି । ନଈ ପରି ଜହ୍ନ ପରି । ରାଧା ପରି ମୀରା ପରି । ନାହିଁ ମିଳନରାଗିଣୀ ନାହିଁ ବି ବିରହର ଛନ୍ଦ । କେଉଁଠୁ ଆସେ ଏତେ ଶାନ୍ତ ସରଳ ନୈସର୍ଗିକ ଭାଵନା ।    । କେହି ତ ଜଣେ ତାଙ୍କ ପ୍ରେରଣା ଥିବ....ଯାହା ପାଇଁ ସେରାତିରାତି ଲୁହ ନ ଝରେଇ ସୁନ୍ଦର କବିତା ଝରାଉଛନ୍ତି.. । ସୁଯୋଗ ମିଳିଲେ ନିଶ୍ଚୟ ପଚାରିବ କବି ପୁଲକ ଙ୍କୁ ବାସ୍ତବରେ କିଏ ତାଙ୍କ କାବ୍ୟ ନାୟିକା ।


ତାର ଭାଵନାରେ ବାଧା ଦେଇ ସ୍ମାରକ ଆସି ନଇଁ ପଡି ତା କାନରେ ଧୀରେ ଧୀରେ କହିଲେ ପୁଲକ ଆସିଗଲାଣି ମୋ ସହିତ ଗେଟ୍ ପାଖକୁ ଚାଲ ତାକୁ ରିସିଭ୍ କରିବା..ଆମ ବାହାଘରକୁ ଆସି ପାରି ନ ଥିଲା ତମ କୁ ତା ସହିତ ପରିଚୟ କରାଇ ଦେବି ଖୁସି ହେଇଯିବ ସେ । ସ୍ମାରକ ଙ୍କ ସହିତ ବାହାରିଗଲା ସଲୋନୀ ନିଜ ଅପେକ୍ଷିତ କବିଙ୍କୁ ଟିକେ ନିକଟରୁ ଦେଖି ନେବା ପାଇଁ । ସ୍ମାରକ ଙ୍କ ପଛେ ପଛେ ଭିଡ କାଟି ଆଗକୁ ଯାଉ ଯାଉ ତାର ପାଦ ଟା ଅଟକି ଗଲା ।   ତା ଆଖି ଧୋକା ଖାଉନି ତ ଇଏ  ତ ତନ୍ମୟ .ତେବେ ତନ୍ମୟ   କଣ୍ କବି ପୁଲକ !


ଅଚାନକ ତା ମୁଣ୍ଡ ଟା ଘୂରେଇ ଦେଲା । ସେ କିଛି ସିଦ୍ଧାନ୍ତରେ ପହଞ୍ଚି ପାରୁ ନ ଥିଲା.. । ସ୍ମାରକ ତାକୁ ଚିନହେଇ ଦେଇ କହିଲେ ପୁଲକ ଇଏ ସଲୋନୀ ମିଶ୍ର ମୋ ଧର୍ମ ପତ୍ନୀ । ସଲୋନୀ ଇଏ ହେଲା ପୁଲକ ଊର୍ଫ୍ ତନ୍ମୟ ରଥ । ତନ୍ମୟ ସାଙ୍ଗେ ସାଙ୍ଗେ ତାକୁ ମିଳିଥିବା ବୁକେରୁ ଗୋଟେ ସଲୋନୀ କୁ ବଢ଼େଇ ଦେଇ କହିଲେ ମ୍ୟାଡ ମ ମୋର ଛୋଟ ଉପହାର ଟା ଗ୍ରହଣ କରନ୍ତୁ । । । ସେହି ସମୟରେ ସ୍ମାରକ ଵୁକେ ଟା ନିଜ ଆଡକୁ ଭିଡି ଆଣି କହିଲେ ଆରେ ୟାର ତାରରୋଜ ଆଲ୍ରଜିକ୍ । ପୁଣିରେଡ୍ କଲର୍ ତାର ଜମା ପସନ୍ଦ ନୁହେଁ । ହସିଦେଲେ ।  ପୁଲକ ସଲୋନି କୁ ଚାହିଁ କହିଲେ ମୁଁ ଜାଣି ନ ଥିଲି ଆପଣ ଙ୍କୁ ଲାଲ୍ ଗୋଲାପ ପସନ୍ଦ ନୁହେଁ ।  ସଲୋ ନୀ ନୀରବରହିଲା । ପୁଲକ ଙ୍କ ବ୍ୟବହାରରୁ ଟିକେ ବି ସୁରାକ ମିଳିଲାନି ସେ ସଲୋନୀ କୁ ଆଗରୁ ଜାଣନ୍ତି ବୋଲି । ସମସ୍ତେ ଆଗପଛ ହୋଇ ସଭା ଗୃହକୁ ପଶି ଗଲେ ।


ସଭା ଆରମ୍ଭ ହେଲା । ଶ୍ରୋତା ମାନଙ୍କର ଅପେକ୍ଷା ଥାଏ କବି ପୁଲକ ଙ୍କ ବିଷୟରେ କିଛି ଶୁଣିବାକୁ ।  ସଲୋନୀର ଆଉ କିଛି ଶୁଣିବାକୁ ଧୈର୍ଯ୍ୟ ନ ଥାଏ ଅନ୍ୟମନସ୍କ ହୋଇଗଲା ସେ ଭାବୁଥିଲା ତନ୍ମୟ ଏକା ଆସିଛନ୍ତି ତାଙ୍କ ପତ୍ନୀ ଆସି ନାହାଁନ୍ତି ସାଥିରେ ।  ତନ୍ମୟ ଙ୍କୁ  ଏମିତି ଅବସ୍ଥାରେ ଦେଖି ଭୁଲି ଗଲା ସେ ବିବାହି ତା ବୋଲି , ବୁକୁରେ ଚାପି ଧରି ଚିତ୍କାର କରି କାନ୍ଦିବାକୁ ଇଛା ହେଉଥିଲା ତାର । ଦିନେ ନିଜର ଅତି ଆପଣାର ଥିବା ମଣିଷର ଏ ଅବସ୍ଥା ଦେଖି ସହି ହୁଏ କି? ଆଖିର ଅମାନିଆ ଲୁହ ଗୁଡା କିଛି ନ ବୁଝି ନିଗିଡ଼ି ପଡୁ ଥାଆନ୍ତି । ସେ ନିଜକୁ କ୍ଷମା କରି ପାରୁ ନ ଥିଲା । ମନ କୁ ମନ କହୁଥିଲା ମୁଁ କେବେ ବି ତମର ଅମଙ୍ଗଳ କାମନା କରିନି ତନ୍ମୟ..କେବେ ନୁହେଁ . । ଆମ ସଂପର୍କ କୁ ମୁଁ ଗୋଟେ ଦୁଃସ୍ଵପ୍ନ ଭାବି ଭୁଲି ଯିବାକୁ ଚେଷ୍ଟା କରିଛି ।

ଅତୀତକୁ ଫେରି ଯାଉଥିଲା ସେ ଅନାମିକା ଆଙ୍ଗୁଳିର ମୁଦି ଟା ଉପରେ ବାରମ୍ବାର ହାତ ବୁଲେଇ ନେଇ । ଏଇ ମୁଦି ଟା ଦିନେ ତାକୁ ପିନ୍ଧେଇ ଦେଇ ଥିଲେ ତନ୍ମୟ ବିବାହର ପ୍ରତିଶୃତି ଦେଇ । ଜାଣି ଜାଣି ସେ ମୁଦି ଟା ସେ ହାତରୁ କାଢ଼ିନି ଆଜି ଯାଏଁ ।  ପ୍ରେମକୁ ନ ଭୁଲିବା ପାଇଁ ନୁହେଁ ବରଂ ମୁଦି ଟା ତାକୁ ବାରମ୍ବାର ମନେ ପକେଇଦିଏ ସହଜରେ ଆଉ କାହାକୁ ବିଶ୍ୱାସ ନ କରିବାକୁ । ଦିନେ ଭଲ ପାଇବାର ପ୍ରତୀକ ଥିବା ଏଇ ମୁଦି ଟା ତାକୁ ତନ୍ମୟ କୁ ଘୃଣା କରିବା ଶିଖାଇ ଥିଲା ।  ତନ୍ମୟ ତା ହାତରେ ମୁଦି ଟା ପିନ୍ଧେଇ ଦେଇ ଫେରିଗଲା ବେଳେ କଥା ଦେଇଥିଲେ ତାକୁ ଖୁବ୍ ଶୀଘ୍ର ନିଜର ବଧୂ କରିନେବା ପାଇଁ । ସେ ମନପବନ ଘୋଡ଼ାରେ ବସି ଉଡି ବୁଲୁଥିଲା ନିଜ ସପନରାଜକୁମାରଙ୍କ ସହିତ । ରାତିରାତି ଅନିଦ୍ରା ହେଇ ସ୍ଵପ୍ନରେ ବିଭୋର ହେଲା ବେଳେ ଜମା ଥକି ଯାଉ ନା ଥିଲା ।


କିଛି ଦିନ ପରେ ବାସ୍ତବତା କୁ ଫେରି ଆସି ଦେଖିଲା ଏବେ ବହୁତ୍ ଦିନ ହେଇଗଲଣି ତନ୍ମୟ କାହିଁ ଜମା ଫୋନ କରୁ ନାହାନ୍ତି । ଏତେ ବ୍ୟସ୍ତ ଅଛନ୍ତି ନିଜ କାମ କୁ ନେଇ । ନିଜେ କରିବ ଭାବି ଯେତେ ଚେଷ୍ଟା କଲେ ମଧ୍ୟ ତନ୍ମୟ ଙ୍କ ସହିତ ସମ୍ପର୍କ ହୋଇ ପାରୁନି ।   ସବୁ ବେଳେ ତନ୍ମୟଙ୍କ ଫୋନ ସୁଇଚ ଅଫ୍  ଆସିଲା । ମେସେଜ ପରେ ମେସେଜ କରି ଥକି ଗଲେ ବି କିଛି ଉତ୍ତର ନ ଥିଲା । ମନ ତାର ଅଥୟ ହେଉଥିଲା । କାହାକୁ ପଚାରି ବୁଝିବ ଯେ ତନ୍ମୟ ଙ୍କ ଖବର ।

କିଛି ଭାବି ପାରୁ ନ ଥିଲା । ତାର ସବୁ ସଂଶୟ କୁ ଦୂର କରି ଦିନେ ତନ୍ମୟ ଫୋନ କଲେ ସେ ଖୁସିରେ ଆତ୍ମ ହରା ହୋଇଗଲା । ଅଭିମାନରେ କହି ପକେଇଲା ମୁଁରାଗିଛି ତମ ସହିତ ଜମା କଥା ହେବିନି । ଏତେ ଦିନ କିଏ ଫୋନ କୁ ବନ୍ଦରଖେ । ସେପଟରୁ ଗୋଟେ ଭୟଙ୍କର ହସ ସହିତ କଟାକ୍ଷ ଭରା କଣ୍ଠରେ ତନ୍ମୟ କହୁଥିଲେ. ମୁଁ ମୋ ବାହା ଘର କୁ ନେଇ ବିଜି ଥିଲି । ଜାଣେ ତମେ ବାରମ୍ବାର ଫୋନ କରି ମୋ ମୁଡ୍ କୁ ଖରାପ୍ କରିଦେବ ସେଥି ପାଇଁ ଫୋନ ବନ୍ଦରଖିଥିଲି । ଦେଖ ସେ ପୁରୁଣା ସମ୍ପର୍କ କୁ ଭୁଲି ଯାଅ । ମୁଁ ମୋ ଜୀବନରେ ଆଗକୁ ବଢ଼ି ଯାଇଛି ଆଉ ଏବେ ତମେ ମଧ୍ୟ ଆଗକୁ ବଢ଼ି ଯାଅ । ପୁରା କଥା ଶୁଣିବା ପାଇଁ ଆଉ ଧୈର୍ଯ୍ୟ ନ ଥିଲା ସଲୋନୀର । ଘୃଣା ଓ ଅପମାନରେ ତା ନାକ ଫୁଲି ଫୁଲି ଯାଉଥିଲା । ନିଜ କୋହ ଆବେଗ ଏବଂ ଘୃଣା କୁ ମିଶେଇ ଚିତ୍କାର କରି କହିଲା . ଠକ. ପ୍ରତାରକ ବିଶ୍ୱାସ ଘାତକ ତମେ ମୋ ପ୍ରେମ ପାଇଁ ଯୋଗ୍ୟ ନ ଥିଲ.. ।  ତମକୁ ମୁଁ ବିଶ୍ୱାସ କରି ମସ୍ତବଡ ଭୁଲ୍ ଟେ କରିଚି । ଭାବିଲେ ନିଜ ପ୍ରତି ଘୃଣା ଆସୁଛି ଛି.. କହି ସେଦିନ ଫୋନରଖି ଦେଇଥିଲା ସଲୋନୀ ।


ସଲୋନି ବାସ୍ତବତା କୁ ଫେରି ଆସିଲା । ଦେଖିଲା ସଭା ଗୃହରେ ଏବେ ବିମୁଗ୍ଧ ଶ୍ରୋତା ମାନେ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲି ଥାନ୍ତି କବି ପୁଲକ ଙ୍କୁ ।  ଜଣେ ପାଠକ ପଚାରିଲେ ସାର୍ ଆପଣ କୋଟ୍ ପକେଟ୍ରେ ଏ ଲାଲ୍ ଗୋଲାପ କଣ୍ ସବୁବେଳେରଖି ଥାଆନ୍ତି?

ହସିଲେ କବି ପୁଲକ କହିଲେ ଗୋଲାପ ଫୁଲ ଏବଂ ଲାଲ୍ରଙ୍ଗ ଉଭୟ ମାେ ପ୍ରେମିକାର ଭାରି ପସନ୍ଦ ।  ସେଥିପାଇଁ ତାକୁ ଛାତିରେ ସାଇତିରଖିଛି । ସେ ମୋ କବିତା ଏବଂ ବଞ୍ଚିବା ପାଇଁ ଏକ ମସ୍ତ ବଡ ପ୍ରେରଣା ।


ଆପଣ କଣ ବିବାହ କରିନାହାନ୍ତି ସାର୍..

ନାଇଁ ଆଜ୍ଞା ଯଦି ବିବାହ କରି ଥାଆନ୍ତି ତେବେ ମୁଁ ପତି (ସ୍ବାମୀ) ହୋଇ ଯାଇ ଥାଆନ୍ତି କିନ୍ତୁ କବି ହୋଇ ପାରି ନ ଥାଆନ୍ତି ।

 ଆଉ ଜଣେ ଶ୍ରୋତା ପ୍ରଶ୍ନ ପଚାରିଲେ ଆପଣ ଙ୍କୁ ଆପଣ ଙ୍କ ପ୍ରେମିକା ଧୋକ୍କ ଦେଇ ଦେଲା କି?

ହସିଲେ ଗୋଟେ କାରୁଣ୍ୟ ଭରା ହସ କବି , କହିଲେ ନା ଭଗବାନ ଙ୍କର ଇଚ୍ଛା ନ ଥିଲା.. ଯେଉଁ ଦିନ ମୋ ପ୍ରେମିକା କୁ ପତ୍ନୀରୂପରେ ଗ୍ରହଣ କରିବି ବୋଲି ତା ହାତରେ ମୁଦି ଟେ ପିନ୍ଧେଇ ଦେଲି ସେଦିନ ମୁଁ ଖୁସିରେ ପାଗଳ ହୋଇ ଯାଇଥିଲି. । ଅଳ୍ପ ଦିନ ପରେ ତାକୁ ଭେଟିବି ବୋଲି ପ୍ରତିଶ୍ରୁତି ଦେଇ ଫେରୁଥିଲି ବାଟରେ ସଡ଼କ ଦୁର୍ଘଟଣା ହେଲା । ସବୁ ଶେଷ ହୋଇଗଲା ମୋ ସ୍ଵପ୍ନର ମହଲ ଟା ଭାଙ୍ଗି ଧୂଳିରେ ମିଶିଗଲା ମନେ ନାହିଁ ଅନେକ ଦିନ ହସ୍ପିଟାଲ୍ରେରହିଲି ଶେଷରେ ନିଜର ଗୋଡ଼ କୁ ହରେଇ ବସିଲି । ପ୍ରେମିକା କୁ ଭେଟିବାକୁ ସାହାସ ନ ଥିଲା ମନରେ ।  ପ୍ରେମିକା ନୁହେଁ ମୋ ଭାଗ୍ୟ ମୋତେ ଧୋକା ଦେଲା ।


ସାଲୋନି ଚୁପ୍ରହି ପାରିଲାନି ଏଥର ଉଠିଲା ଥର ଥର କଣ୍ଠରେ ପ୍ରଶ୍ନ କଲା ତନ୍ମୟ ଙ୍କ ଆଖିରେ ଆଖି ମିଶେଇ । ଆପଣ ଦୁର୍ଘଟଣା କଥା ଆପଣ ଙ୍କ ପ୍ରେମିକା କୁ କହିଥିଲେ କି?  ଯଦି ନା ତେବେ କାହିଁକି କହିଲେନି? ବିଶ୍ୱାସ ନ ଥିଲା ।

ଏମିତି ପ୍ରଶ୍ନ ଟେ ସଲୋନୀ ପଚାରି ଦେବ ବୋଲି ଜମା ଆଶା କରି ନ ଥିଲେ ପୁଲକ ।   ସଲୋନୀ ସହିତ ଆଖି ମିଶାଇ କଥା ହୋଇ ପାରିଲେନି ପୁଲକ । ସବୁ ସତ ସଲୋନି  ଜାଣି ଯିବ ଯେ କିନ୍ତୁ ସେ ଏତେ ଲୋକ ଙ୍କ ଆଗରେ ମିଛ କେମିତି କହିବେ । ଯାହା ହେଲେ ବି ଆଜି ସଲୋନୀ  ପ୍ରଶ୍ନର ଉତ୍ତର ଦେବାକୁ ହେବ । ମୁହଁ ତଳକୁ କରି ଗମ୍ଭୀର ଭାବରେ ଦୋଷୀ ଟେ ପରି କହିଲେ ନା ମୋ ପ୍ରେମିକା କୁ ଜଣେଇ ନ ଥିଲି ଦୁର୍ଘଟଣା କଥା ।


ତାର ଦୁଇଟା କାରଣ ଥିଲା..ମୁଁ ଚାହୁଁ ନ ଥିଲି ମୋ ପ୍ରେମିକା ମୋତେ ଦୟା ଦେଖେଇ ମୋ ପରି ଗୋଟେ ଅପାହିଜ ସହିତ ସବୁ ଦିନ ପାଇଁ ବନ୍ଧନରେ ବାନ୍ଧି ହୋଇରହୁ ।

ଦ୍ଵିତୀୟରେ ମୁଁ ଅପାହିଜ ହୋଇଗଲି ତା ପାଇଁ ଯୋଗ୍ୟ ନୁହେଁ କହି ମୋର ହାତ ସେ ଛାଡ଼ି ନ ଦେଉ ସେମିତି ହୋଇଥିଲେ ମୁଁ ସଂପୂର୍ଣ୍ଣ ଭାଙ୍ଗି ଯାଇ ଥାଆନ୍ତି ।


ମାଡମ ଆପଣ ମୋତେ  ସ୍ବାର୍ଥପର କହିପାରନ୍ତି ମୁଁ ବାଧ୍ୟ ହୋଇ ତାକୁ ସେଦିନ ମିଛ କହିଲି ବାହା ହେଇ ଯାଇଛି ବୋଲି ।  ଯାହା ସେତେ ବେଳେ ଆମ ଉଭୟଙ୍କ ପାଇଁ ଉଚିତ୍ ଥିଲା ।

କବି ମହାଶୟ ଆପଣ ଙ୍କର କେବେ ଯଦି ଆପଣଙ୍କ ପ୍ରେମିକା ସହିତ ଭେଟ ହୋଇ ଯାଏ ତାକୁ କଣ୍ କହିବେ?


ତା ହାତ କୁ ଭିଡ଼ି ସ୍ମାରକ ବସେଇ  ଦେଇ କହିଲା ହୋସରେ ଅଛ ତ !ଏମିତି ପ୍ରଶ୍ନ କିଏ ପଚାରେ? ଯେଉଁ ଘଟଣା ତାକୁ ଆଘାତ ଦେବ ସେମିତି ପ୍ରଶ୍ନ ପଚାରି ତାକୁ ଦୁର୍ବଳ କରି ଦେଉଛ କାହିଁକି? ସେ ତମର କଣ ଦୋଷ କରିଛି ଯେ ।


ପୁଲକ ଉତ୍ତର ଦେଲା ଅତି ଧୀର ଭାବରେ ମୋ ପ୍ରେମିକା ସହିତ ମୋର ପ୍ରତିଦିନ  ଭେଟ ହୁଏ କାଗଜ ଓ କଲମରେ । ପ୍ରତି ମୁହୂର୍ତ୍ତରେ ସେ ମୋ ଆତ୍ମାରେ ଅଛି । ସେ ଆଉ ମୁଁ ଅଭିନ୍ନ । ସ୍ଥୂଳ ଶରୀରରେ  ତା ସହିତ ଆଉ ଭେଟ ହେବା ଅସମ୍ଭବ । ଯଦି କେବେ ଭେଟ ହୁଏ ମୁଁ ତାକୁ ସମ୍ମାନ ଦେବି ଭକ୍ତି କରିବି । ଯାହା ବିଧି ନିର୍ଦ୍ଧିଷ୍ଟ ଅଟେ  ଆମକୁ ତାହା ମାନି ବାକୁ ପଡିବ ବୋଲି ବୁଝେଇ ଦେବି ।  ମୋ ଜୀବନର କଠୋର ସତ୍ୟ ଜାଣିଲା ପରେ ସେ ମୋତେ କ୍ଷମା କରିଦେବ ବୋଲି ମୋର ଆଶା ।


ସାଲୋନୀ ନିର୍ବାକ ହୋଇ ଶୁଣୁଥିଲା ପୁଲକ ଙ୍କ କଥାକୁ ।

ଭାବୁଥିଲା ସ୍ମାରକ ଙ୍କ ସହିତ ଥିବା ସବୁ ବନ୍ଧନରୁ ମୁକ୍ତ ହୋଇ ଫେରି ଯାଆନ୍ତା କି ତନ୍ମୟ  ପାଖକୁ ହେଇ ଯା ଆନ୍ତା କି ତାଙ୍କ ଆଶା ବାଡ଼ି । ଚଲେଇ ନିଅନ୍ତା ବାକି ଥିବାରାସ୍ତା କୁ ହାତ ଧରି ।   । କିନ୍ତୁ ନା ଏ ସବୁ ସେ କରି ପାରିବନି ସ୍ମାରକ ତାକୁ ଯଥେଷ୍ଟ ସମ୍ମାନ ଓ ଭଲ ପାଇବା ଦେଇଛନ୍ତି । ସେ ସ୍ମାରକ ସହିତ ବିବାହ ପରି ପବିତ୍ର ବନ୍ଧନରେ ବାନ୍ଧି ହୋଇ ସାରିଛି ।  ତନ୍ମୟ କଥା ଭାବିବା ତାର ଏକ କ୍ଷଣିକ ଉତ୍ତେଜନା ମାତ୍ର । ସେ ଏମିତି ଭୁଲ୍ କୁ ପ୍ରଶୟ ଦେବ ନାହିଁ । କିଛି କ୍ଷଣ ପୂର୍ବରୁ ତନ୍ମୟ ଯାହା କହିଲେ ସବୁ ବିଧି ନିର୍ଦ୍ଧିଷ୍ଟ , ସେ କଥା ତାକୁ ମାନି ନେବାକୁ ପଡି ବ । ତନ୍ମୟ କୁ ସବୁ ଦିନ ପାଇଁ ନିଜ ଛାତିରେ କବର ଦେଇ ଭୁଲି ଯିବା କୁ ପଡ଼ିବ ଏବଂ କବି ପୁଲକ ଆଗରେ ଅଭିନୟ କରିବାକୁ ପଡିବ ଯେ ତାର କିଛି ଫରକ୍ ପଡେନି ତୁମ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ କୁ ନେଇ ।     କାମନା କରୁଥିଲା ତୁମେ ସଫଳତାର ଶୀର୍ଷ କୁ ଛୁଇଁ ଛୁଇଁ ଯାଅ ତନ୍ମୟ ମୁଁ ଖୁସି ହେବି  ତୁମକୁ  ଦୂରରୁ ଦେଖି  ।



Rate this content
Log in

Similar oriya story from Romance