କୈବଲ୍ୟ
କୈବଲ୍ୟ
ଟାୱାର୍ ଫେଲ୍ ଥିଲା ଆସିଗଲା ବୋଧେ। ପୁଣି ଫୋନ୍ ରିଙ୍ଗ ହେଲା। ସେଇ ଏକା ଅନ ନୋନ୍ ନମ୍ବର।ବିରକ୍ତିରେ ଚଢା ଗଳାରେ ମା କହିଲି ---କିଏ?କାହିଁକି ବାରମ୍ବାର କଲ୍ କରୁଛନ୍ତି?କୁହନ୍ତୁ କଣ କାମ ଥିଲା?
ନୀରବରେ କଟି ଗଲା କିଛି ସମୟ। ମୁଁ ଅଗତ୍ୟା ସୁଇଚ୍ ଅପ୍ କରି ବାକୁ ଗଲା ବେଳକୁ ଭାସି ଆସିଲା "ଆ ଲେକେ ତୁଝେ ମେ ଚଳତା ହୁଁ ଏସି ଗଗନ୍ କି ତଲେ,ଯାହାଁ ତୁମ୍ ଭି ନେହି ଯାହାଁ ହମ୍ ଭି ନେହିଁ ବାସ୍ ପ୍ୟାର ହି ପ୍ୟାର ପଲେ"
ଚମକି ପଡିଲା ମୁଁ ! ଫୋନ୍ ସେପଟେ କିଏ?କିଏ କୋରୁଛି ମୋର ଶୁଖିଲା କ୍ଷତ! ଏ ଗୀତଟି ମୋ ମଲା ଅତୀତର ଛିଣ୍ଡା କିନ୍ତୁ ଅତି ଲୋଭନୀୟ ପୃଷ୍ଠାଟିଏ।କେବେ ଦିନେ ଏଇ ମୋ ପ୍ରିୟ ଗୀତ ଜଣଙ୍କ କଣ୍ଠରୁ ଝରୁଥିଲା କେବଳ ମୋ ପାଇଁ।
ବେଳେ ବେଳେ ଅତୀତ ଟା ଏମିତି ଛିଡା ହୁଏ ଆଗରେ ପଥ ଓଗାଳି। ଆଗକୁ ବଢ଼ିବାରେ ପାହାଡ଼ ପରି ବାଧା ଦିଏ। ବର୍ତ୍ତମାନ ଆଖିରୁ ଲୁହ ନୁହେଁ ଲହୁ ନିଗାଡେ।
କୁହନ୍ତି ଅତୀତ ଦୁଃଖ, ଲୁହ ଦିଏ।ତାକୁ ଭୁଲିବା ଉଚିତ।ସତରେ କଣ କେହି ତା ସୁଖ ହେଉ ବା ଦୁଃଖ ଅତୀତକୁ ଭୁଲି ପାରିଛି?ହଁ ଭୁଲିବାର ଛଳନା,ଅଭିନୟ କରା ଯାଇ ପାରେ.......
କେବଳ।
ମୋ ଭାବନାରେ ପୂର୍ଣ୍ଣ ଛେଦ ଟାଣି ଭାରି ଓଦା କଣ୍ଠରେ ସେପଟୁ ଶୁଭିଲା----ମୁଁ......ମୁଁ.. ରାଗିଣୀ।
ମୁଁ ! କେଉଁ ମୁଁ !!
ମୁଁ.ଉଁ ଉଁ....ପ୍ରସାଦ। ତୋ ପ୍ରସାଦ ମିଶ୍ର।ଫିଜିକ୍ସ ଅନର୍ସ,ରେଭେନ୍ସା କଲେଜ....ବୁର୍ଲା ମେଡିକାଲ୍ କଲେଜ.....
ମୋ ପ୍ରସାଦ ! ମୁଁ କେଉଁ ପ୍ରାସାଦକୁ ଜାଣିନି।ମୋ ପ୍ରସାଦ ତ କେବେଠୁ କୈବଲ୍ୟ ପାଲଟି ଗଲାଣି।ଏବେତ ମୋ ପେଟ ପୁରେ କୈବଲ୍ୟ କଣିକାରେ।ପ୍ରସାଦ ଖାଇବାକୁ ଅପେକ୍ଷା ବା ମୋ ଯୋଗ୍ୟତା କାଇଁ ?
ଠିକ୍ ରାଗିଣୀ। ତୋ ଅଭିମାନ ତୋ ସ୍ଥାନରେ ଠିକ୍। ତେବେ ମନ ବହୁତ ଚାହୁଁ ଥିଲା ତୋତେ ଦେଖିବାକୁ, କଥା ହେବାକୁ। କାଲି ଦୈବାତ ଝିଅକୁ ରେଭେନ୍ସାରେ ଆଡ଼ମିସନ୍ କରି ଫେରିଲା ବେଳେ ତୋ ସହ ଦେଖା ହୋଇଗଲା। ଦୋ ଦୋ ଚିହ୍ନା ହେଲି। ଅଫିସ ଯାଇ ତୋ ବିଷୟରେ ଡିଟେଲସ୍ ଜାଣିଲି ।ତୁ ଏଇ ଶହୀଦ ନଗର
,ଭୁବନେଶ୍ୱର ମୋର ଏତେ ପାଖରେ ଅଛୁ?ଅଥଚ ଅନେକ ବର୍ଷ ଧରି ଆମର ଦେଖା ହେଇ ପାରୁନି।ମୁଁ ଭୁବନେଶ୍ୱର ଏମସ୍ ରେ ଅଛି।
ତୋତେ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି ରାଗିଣୀ !କେତେ ସୁନ୍ଦର,ସ୍ମାର୍ଟ,ରିଜର୍ଭ ହେଇ ଯାଇଛୁ ତୁ ୟା ଭିତରେ! ବୟସ ହାର ମାନିଛି ତୋ ପାଖରେ।ଲାଗୁନି ତୁ ଏତେ ବୟସ୍କା ବୋଲି!
ବାଜେ କଥା ଶୁଣିବାକୁ ମୋ ପାଖେ ସମୟ ନାହିଁ।ଆଉ କେବେ ଏ ନମ୍ବରରେ ଫୋନ୍ କରିବନି । ଅନୁରୋଧ ନୁହେଁ ଧମକ ଭାବି ପାର।
ହେ...ହେ... ରାଗିଣୀ ଫୋନ୍ ରଖିବୁନି । ମୁଁ ଜାଣେ ତୁ ଭାରି ରାଗି। ପ୍ଲିଜ୍....ଅନେକ କଥା ତୋତେ କହିବାର ଅଛି।
ବ୍ୟସ୍ତ ଓ ବିବ୍ରତ ହୋଇ ମୁଁ କହିଲି --କଣ ଇଆଡୁ ସିଆଡୁ ଗପୁଛନ୍ତି ପାଗଳ ପରି। କିଏ ପ୍ରସାଦ କହିଲି ତ ମୁଁ ଜାନିଣି। ଏମିତି ନାମ ମୋ ଜୀବନରେ ଆସିନି କେବେ। ଦୟାକରି ଫୋନ ରଖନ୍ତୁ ...
ରା... ଗି... ଣୀ..ପ୍ଲିଜ୍...ତୁ ମୋତେ ରାଗିବା ସ୍ୱାଭାବିକ,ନ ଚିହ୍ନିବା ବି ଭୁଲ ନୁହେଁ। ମୋ ପରି ସ୍ୱାର୍ଥ ସର୍ବସ୍ୱ ମଣିଷ କୁ କିଏ ବା ବନ୍ଧୁ କହିବ
,ଚିହ୍ନିବ !
ହେଲେ କହରେ! ତୁ ଖୁସିରେ,ଭଲରେ ଅଛୁ ତ!ତୋତେ ଦେଖିଲା ପରେ ମୋତେ କେମିତି ଲାଗୁଛି ତା ପାଇଁ ଭାଷା ଖୋଜି ପାଇବା ମୁସ୍କିଲ।ଫୋନ୍ କାଟି ଦେଲେ ମୁଁ ଦି ଗଡ଼ ହୋଇଯିବି।
ତୁ ତ ଏବେ ନାମୀ ଦାମୀ କଲେଜର ଉପାଧ୍ୟକ୍ଷା।।ମୋ ଝିଅ ତୋରି କଲେଜରେ 2 ଆଡମିସନ୍ ନେଇଛି।ତୋ ବିଷୟରେ କିଛି କହ।।ନଲେ ଏମିତି କର ବହେ ଗାଲିଦେ,କିନ୍ତୁ କିଛି କହ.....
ଧପ୍ କରି ଜଳିବା ଶିଖାଟା ଲିଭଗଲା ଯେପରି ମୋର।।
ଏତେ ଆର୍ଦ,ଏମିତି ଭାରି କଣ୍ଠ କାହିଁକି ପ୍ରାସାଦର?କଣ କହିବି ସେ ତାକୁ!ଗୋଟେ ଭୀରୁ ସ୍ୱାର୍ଥ,ଅର୍ଥ ସର୍ବସ୍ୱ ପଳାୟନ ପନ୍ଥୀକୁ! କେଜାଣି ଅସୁସ୍ଥ ଅସୁସ୍ଥ ହୋଇ ପଡିଲି ମୁଁ।
ଏଇ ମୋ ପରୁଷ ବନ୍ଧୁ ଯାହା ସହ ଅନେକ ଆଗକୁ ଚାଲି ଯାଇଥିଲି କେବେ। ଚାହିଁଲି ଦେହକୁ କେଉଁଠି ଛୁଇଁ ନ ଥିଲା ପ୍ରସାଦ! ଏଇ ହାତ ପାପୁଲି....କେତେ ଚୁମା ଖାଇଛି ପ୍ରସାଦ ଠାରୁ।ଏ ଗାଲ....କେତେ ଛୁଇଁବାର ବାହାନାରେ ଟିପିଛି ପ୍ରାସାଦ। ଏ ବେଣୀ ବେଶୀ ଲାଗେ ଏଥିରେ ସେ।।କୁହେ "ତୁମ ଚୁଟିରଏକ ନିଆରା ବାସ୍ନା"ଅଛି।
ଏବଂ ଆଖି!ସବୁଠାରୁ ଫାଜିଲି ତୁମ ଆଖି ରାଗିଣୀ! ବହି ଖୋଲିଲେ ଆଖି। ଶୋଇଲେ ଆଖି। ଖାଲି ଆଖି...ଆଖି।ଇସ୍ !! ମାଟିଆ ରଙ୍ଗର କଥା କୁହା ଆଖି ଦିଟା ଭାରି ମାରାତ୍ମକ । ତୁମର ଏ ଆଖି କେଉଁ ଦିନ ମୋତେ ଡୁବେଇ ମାରିବ, ରାଗିଣୀ।
" 3 ଦ୍ଵିତୀୟ ବର୍ଷ ମେଡିକାଲ ପାଇଗଲା ପ୍ରସାଦ।।ରାସ୍ତା ଭିନ୍ନ ହୋଇଗଲା। ମୁଁ ରେଭେନ୍ସା ରେ ପ୍ରାସାଦ ବୁର୍ଲା ମେଡିକାଲ କଲେଜରେ।
ପାଖରେ ଥିଲା ବେଳେ ପ୍ରସାଦ ଏତେ ପାଖରେ ପହଞ୍ଚି ପାରି ନଥିଲା ମୋର। କିନ୍ତୁ ଦୁରେଇ ଗଲା ପରେ ବହୁତ ପାଖକୁ ଚାଲି ଆସିଲା ପ୍ରସାଦ।।
ମନଟା ସେମିତି ପାଖରେ ଥିଲେ ଏତେଟା ଗୁରୁତ୍ୱ ଦିଏନି।।ଦୁରେଇ ଗଲେ ପାଗେଳି ହେଇଯାଏ।।ଆଖି,ମନ ଛଟ ପଟ ହୁଅନ୍ତି ଦେଖିବାକୁ।ନିମିଷେ ସମୟ ଯୁଗେ ଲାଗେ। ଓହୋ... କି କଷ୍ଟ ! କି ହଲ ଚଳ ହୁଏ ଛାତି ଭିତର!
ପନ୍ଦର ଦିନରେ ପ୍ରସାଦ ଆସିବା ଥୟ ମୋ ପାଖକୁ। ରେଭେନ୍ସା ଲେଡିଜ ହଷ୍ଟେଲ ଆଗ ଦେବଦାରୁ ଗଛ ତଳେ ଦେଖା,ବସା, ଗପା ଗପି,ହସାହସି,ଆଉରି କେତେ କ'ଣ.....ସକାଳୁ ସଂଜ ହୋଇଯାଏ ମାଲବାର କେଫ୍ ରେ।ଉଭୟ ସେ ଦିନଟିକୁ ମନ ଭରି ମଜାରେ କାଟୁ।ନିୟମ ଅନୁଯାୟୀ ସନ୍ଧ୍ୟା ପୂର୍ବରୁ ମୁଁ ଫେରେ ହଷ୍ଟେଲ
,ପ୍ରସାଦ ଟ୍ରେନ ଧରେ ବୁର୍ଲା।
ଏବେ ସେଇ ରେଭେନ୍ସା ଅଛି।ନାହିଁ ଦେବ ଦାରୁ ଗଛ।।ବାତ୍ୟାରେ ଉପୁଡି ପଡିଛି।ହେଲେ ସେ ଜାଗାଟି ସେମିତି ଅଛି। ସେ ପଟେ ଗଲା ବେଳେ ଦେଖା ଯାଏ ଦୁଇଟି ମୁହଁ।ରାଗିଣୀ-ପ୍ରସାଦର।
ଜେ ଏନ ୟୁ ରେ ପିଜି କରେ ମୁଁ।ଆମ ଦୁହିଁଙ୍କ ଭିତରେ ଦୂରତା ବନ୍ଧୁତା ସୃଷ୍ଟି କରେ କି" ସମୟ ବୁଝି ପାରେନି ମୁଁ। ପ୍ରସାଦ ଯେ ମୋ ଠାରୁ ଦୂରେଇ ଯାଉଛି ଏଇଟା ଅନୁଭବ କରେ,ବୁଝି ପାରେ। ଅପେକ୍ଷା ରଖେ..ଅବସ୍ଥାକୁ ବୁଝିବାକୁ ଚେଷ୍ଟା କରେ ।
କିନ୍ତୁ ମନ ! ସେ ବୁଝେନି,ଝୁରେ। ଅପେକ୍ଷା ରଖେନି ଧୈର୍ଯ୍ୟ ଚ୍ୟୁତି ଘଟେ ତାର। ଆପଣାର ଲୋକର ଅଣ ଦେଖା ଭାରି ବାଧେ ମନକୁ। ଝରି ପଡେ ଲୁଣି ଖାଇବା କାନ୍ଥ ପରି। କାରଣ ଖୋଜେ.....
ଖାସ୍ ପ୍ରସାଦ ସଙ୍ଗେ କଥା ହେବା ପାଇଁ ଟିଫିନ ନ ଖାଇ ସଞ୍ଚୟ କଲି ଫୋନ ଟିଏ କିଣିବି । ବାପା ଅଯଥା ଖର୍ଚ୍ଚ ପାଇଁ ଦେବେନି। ସେମିତି ଆର୍ଥିକ ସ୍ଵଛଳ ନୁହନ୍ତି ଆମେ। ବହୁ କଷ୍ଟରେ ଧାର କରଜ କରି ପଢ଼ାଉଛନ୍ତି ଏତେ ଦୂର ପୁଣି ଏଡ଼େ ବଡ଼ କଲେଜରେ।ଏଣୁ ଉପାୟ ପାଞ୍ଚିଲା ଫୋନ ଟିଏ ନିତାନ୍ତ ଦରକାର।।ଦେଖା ନ ହେଉ ପଛେ କଥା ହୋଇ ଖୁସି ହେବ ତ? ନଚେତ ପଢି ପାରୁନି ଯେ......ପ୍ରସାଦ ଚିନ୍ତାରେ। ଆବୁରି ବସିଛି ମନ,ଆତ୍ମା ଓ ମସ୍ତିଷ୍କ ସେ।
ଅତି କଷ୍ଟେ ମଷ୍ଟେ ଫୋନ ଟିଏ କିଣିଲି।
ଆଃ ...ଯେଉଁ ଦିନ ଫୋନ କିଣିଲା ସେ ଦିନ ମୁଁ ଆକାଶରେ ଉଡୁଥିଲା କି? ଅନେକ ଗପିବି ପ୍ରସାଦ ସଙ୍ଗେ। କେତେ କଥା ମନ ଚାହିଁଛି କହିବାକୁ। କିନ୍ତୁ ଲଜ୍ଜା ବଶତଃ କହି ପାରିନି।ଫୋନରେ ସବୁ କହି ଦେବି।
ତୁରନ୍ତ ପ୍ରସାଦ ଦେଇଥିବା ଫୋନ ନମ୍ବର ଟ୍ରାଏ କଲି । ସବୁବେଳେ ବିଜ଼ି ଦେଖାଇଲା। ଅପେକ୍ଷା କରି ପାରୁ ନଥିଲି ।କଣ କାହା ସଙ୍ଗେ ଏତେ ଗପୁଛନ୍ତି ପ୍ରସାଦ!
ରାତି ଦଶଟା ପରେ ଫୋନ ଲାଗିଲା।।ଜଣେ ଝିଅ ଫୋନ୍ ରିସିଭ୍ କରି କହିଲେ ହାଲୋ....ଶୁଭୁଥିଲା ପ୍ରସାଦଙ୍କ ପାଟି "କିଏ ଫୋନ୍ କରିଛି,ଡାର୍ଲିଂ"?
ଅନନୋନ୍ ନମ୍ବର....କହିଲେ ଝିଅ ଜଣଙ୍କ।।
କାଟିଦିଅ...
ଏକା ଥରେ ବାଇଶିଟି ମିସ୍ କଲ ! କେହି ଜଣେ ନିହାତି ଜରୁରୀ କଥା ହେବା ପାଇଁ ଚାହୁଁଛି,ନିଅ ଡାର୍ଲିଂ ଅନ୍ତତଃ ଜାଣ ସେ କିଏ??କହିଲେ ଝିଅ କଣ୍ଠ।
ଆଃ.....କି ଫୋନ୍ ହେଲା!ପ୍ରାଇଭେସି କିଛି ନାହିଁ। ମୁଡ଼ ଥିଲା ଉ ଫ୍..... ହେଉ ଦିଅ କହିଲେ ପ୍ରସାଦ।
ଏତେ ବେଳକୁ ଏସବୁ ଶୁଣି ମୋ ଅନ୍ତରରୁ କେବଳ କରୁଣ ଧୁନ୍ ବାହାରୁଥିଲା।
ତଥାପି କୋହକୁ ଚାପି ପ୍ରକୃତ ଘଟଣା ଜାଣିବା ପାଇଁ ମୁଁ କହିଲି---ହାଲୋ ମୁଁ ରାଗିଣୀ କହୁଛି ।କେମିତି ଅଛ?କେଉଁଠି ଅଛ ?ମୁଁ ମନେ ପଡୁନି!
ହଡ଼ ବଡେଇ ଗଲେ ପ୍ରସାଦ।ସତେ କି ଚୋରି ତାଙ୍କର ଧରା ପଡି ଗଲା।।ଥଙ୍ଗ ମଙ୍ଗ ହେଇ ଗଲେ।।
ରା..ଗି..ଣୀ ! ତ ...ତ...ତମେ ! ମାନେ ....ମୁଁ କଣ କହୁଥିଲି କି ମୁଁ ଏବେ ଦିଲ୍ଲୀ ଏ ମ୍ ସ ରେ ପିଜି ଆଡ଼ମିସନ କରିଛି। ମୋ ସାଙ୍ଗରେ ପଢ଼ୁଥିବା" ନିମି" ଅଛି। ଆମେ ସାଙ୍ଗ ହୋଇ ରହୁଛୁ, ଲିଭ୍ ଇନ୍ ରିଲେସନ୍ ରେ।।
ଏଇ ଦିଲ୍ଲୀ ରେ....ଅଥଚ ମୋତେ ଟିକେ ଦେଖା କରିନ!
ଫୁରୁସତ ମିଳିଲେତ....ଆମେ କ'ଣ ତୁମ ପରି ଆର୍ଟସ୍ ଷ୍ଟୁଡେଣ୍ଟ୍ ହୋଇଛୁ।।ପିଜି କରୁଛି ନା।ବହୁତ ଚାପ।
ଆଛା!ଏମିତି କଥା କି ?ମୁଁ ଜାଣି ନଥିଲି।ଦୁଃଖିତ,ଆଉ କେବେ ଏ ଭୁଲ ହେବନି।ତୁମ ନିମି ବାନ୍ଧବୀର ଆଖି କ'ଣ ମାଟିଆ ? ଉତ୍ତର ମିଳିବା ପୂର୍ବରୁ ଝିଅ କଣ୍ଠରୁ ଶୁଭୁ ଥିଲା---କ'ଣ ଏତେ ଗପୁଛ?ମୋ ପରି ଆଉ କେଉଁ ଗାର୍ଲ ଫ୍ରେଣ୍ଡ କି ?
ଆରେ ନାଇଁମ ତୁମ ଆଗେ ସବୁ ଗାର୍ଲଫ୍ରେଣ୍ଡ ଫିକା...ଆରେ ରୁହ ନା କଣ ଏ ମି ତି ବ୍ୟସ୍ତ ହେଉଛ...କହୁଥିଲେ ଝିଅଟିକୁ ପ୍ରସାଦ।।
ଫୋନରେ ଶୁଭୁ ଥିଲା ଖିଲି ଖିଲି ଦୁଇ ଜଣଙ୍କ ହସର ସ୍ୱର।
ହାର୍ଟ ଆଟାକ୍ ହେଇ ଯିବକି ମୋର....
ବାସ କ୍ଲୋଜ୍ ହେଇଗଲା ପ୍ରସାଦ ଅଧ୍ୟାୟ ସେବେ ଠାରୁ।।ଏଇ ଭାବିବା ଭିତରେ ମୋର ଭଲ ପାଇବା ଓଦା କରି ଦେଇ ଥିଲେ ମୋ ମନ ହୃଦୟ।
କଥା ହେବୁନି ବୋଲି ପଣ କରିଛୁ ନା କଣ ?ଭାବନାରେ ବାଧା ଦେଇ ପଚାରିଲେ ପ୍ରସାଦ।।
ନିଜର ଦୁର୍ବଳତା ଲୁଚାଇ ସହଜ ହୋଇ କହିଲି --ନା ସେମିତି କିଛି ନୁହେଁ।କୁହ କଣ କହିବ?
ଆଜି ବି ତୁ ମୋ ଭିତରେ ଅଛୁ,ରାଗିଣୀ।ନିମି ଭିତରେ ତତେ ଖୋଜେ। ତୋ ସହ ନିମିକୁ ତୁଳନା କରେ। ନିମି କେବେ ତୋ ଭଳି ଲଭିଙ୍ଗ ହେଇ ପାରିବନି।ମୋତେ କ୍ଷମା କରିଦେବୁ ତୋତେ ଠକି ଥିବାରୁ।
କେତେ ବିଚିତ୍ର ଏ ପୁରୁଷ ଜାତିଟି! ପରିଣତ ବୟସରେ ବି ପ୍ରେମିକାକୁ ଦେଖିଲେ ଉଛୁଳି ପଡେ ପ୍ରେମ!ବହି ଯାଆନ୍ତି ପ୍ରେମ ଫଲ୍ଗୁରେ ! ଏମାନଙ୍କ ପ୍ରେମର ଫୁଲ୍ ଷ୍ଟପ୍ ନଥାଏ ନା କଣ? ପ୍ରେମର ସଂଜ୍ଞା କ'ଣ ଏପରି ପୁରୁଷ ପାଖରେ?ଶରୀର, ସୌନ୍ଦର୍ଯ୍ୟ, ଷ୍ଟାଟସ୍ ନା ମେଧା ?
ଷ୍ଟପ୍ ଇଟ!!ଦିସ୍ ଇଜ୍ ନଟ୍ ଫେୟାର୍।।ପରିଣତ ବୟସରେ ଏତେଟା ପ୍ରଗଳ୍ଭତା ଶୋଭା ପାଏନି, ସମାଜ ସ୍ୱୀକୃତି ନାହିଁ,ଆତ୍ମାର ନିବେଦନ ମଧ୍ୟ।।
ମୋତେ ଦେଖ!!ତୁମେ ବସି ଥିବା ଜାଗା ଟିକୁ କେମିତି କାଟି ଫିଙ୍ଗି ଦେଇଛି।।ନଚେତ କ୍ୟାନ୍ସର୍ ହୋଇ ଯାଇଥାନ୍ତା।
ସେଠି ମୋ ସ୍ୱାମୀ କୈବଲ୍ୟ ବସିଛନ୍ତି।। କୈବଲ୍ୟ ଦେବ ତୁଲ୍ୟ ମଣିଷ।ମୋ ହୃଦୟ କେବଳ କୈବଲ୍ୟ ବାସ୍ନାରେ ମହ ମହ।କୈବଲ୍ୟ ମୟ। କୈବଲ୍ୟ ଛାଡି ପ୍ରସାଦ ମୋହ ମୋ ନାରୀ ଧର୍ମର ଅବମାନନା।ମୋର କୈବଲ୍ୟ ପ୍ରାପ୍ତିରେ ମୁକ୍ତି। ଅନେକ ରାତି ହେଲାଣି ,ରଖୁଛି,ଵାଏ ବାଏ।
ଆଖି ଲୁହ କିନ୍ତୁ ଓଠ ପିଇ ଗଳି ଆସିଥିଲେ ହୃଦୟ ପର୍ଯ୍ୟନ୍ତ ବାଏ ବାଏ କହିଲା ବେଳକୁ।