କାଗଜ ଫୁଲ
କାଗଜ ଫୁଲ
ପ୍ରକୃତିର ନିୟମରେ ବନ୍ଧା ଏହି ଜୀବନ
କେତେ କରୁଥିଲି ମୁଁ ଯେ କାଗଜରେ ଫୁଲ
କାହିଁ ଚାଲିଗଲା ସେହି ପିଲାଦିନ
ନାଲି ନେଳି କାଗଜରେ ଫୁଲ କରି
ବିତିଯାଉଥିଲା ଦିନ।
ନଥିଲା ମନରେ ଭୟ ଭ୍ରାନ୍ତି
ସତେ ଯେମିତି ଉଡା ପ୍ରଜାପତି
ଉଡିବୁଲି କାଗଜରେ ଫୁଲ କରି
ମେଳମାଳା ସମ ଉଡାଇ ଦେଉଥିଲି
ସୂନୀଳ ଆକାଶ ତଳେ ଖୁସି ର ଅଶ୍ରୁ
ବୋହି ଯାଉଥିଲା ଶ୍ରାବଣ ର ଧାର ପରି
ନିଜ ହାତ ତିଆରି କାଗଜ ଫୁଲ
ଯାଉଛି ଉଡି ଉଡି ଦୁରେ ଦୁରେ
ପବିତ୍ର ମନ ନେଇ ଆସିବ ସେ ଫେରି
ବାର୍ତ୍ତାନେଇ ଶୁଭ ସମାଚାର।
ସବୁ ଆଜି ହୋଇଛି ଅତୀତ
ଜୀବନ ଏଠି ଖାଲି ଲାଗେ ବିଷମୟ
ହାତେ ଯେମିତି ପଡିଛି ମୋର ବେଡି
ସ୍ବାଧୀନତାର ବଳୟ ମଧ୍ୟରେ
ପରାଧୀନତାର ସ୍ବର ଶୁଭେ
କାଗଜରେ ଫୁଲ ସବୁ ମୋର
ଆଖିଆଗରେ ସ୍ବୟଂ ନାଚିଯାଏ
ସ୍ମୃତି ର ମହକ ଦେଇ
ଭାବି ବସେ ସେହି ଅଭୁଲା ଅତୀତ।