STORYMIRROR

Kalpana Satpathy

Classics Inspirational

4  

Kalpana Satpathy

Classics Inspirational

ଭକତ ତୋ ବନ୍ଧୁ

ଭକତ ତୋ ବନ୍ଧୁ

5 mins
353

ଦୀନବନ୍ଧୁ ଜଗତର ନାଥ ଜଗନ୍ନାଥ ହେଉଛନ୍ତି ରାଷ୍ଟ୍ର ଦେବତା। ଜଗନ୍ନାଥ ସର୍ବଧର୍ମର ସମନ୍ୱୟ। ରଥଯାତ୍ରାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭକ୍ତ ଓ ଭଗବାନଙ୍କର ମିଳନ ହୁଏ। ବଡ଼ଦାଣ୍ଡରେ ବିଦେଶୀ-ସ୍ୱଦେଶୀ, ଧନୀ-ଦରିଦ୍ର, ବ୍ରାହ୍ମଣ-ଚଣ୍ଡାଳ ସମସ୍ତେ ହୋଇଯାଆନ୍ତି ଏକାକାର। ଜଗନ୍ନାଥ ସବୁଠାରୁ ପ୍ରାଚୀନ କିନ୍ତୁ ସବୁବେଳେ ନୂତନ। ସେ ହେଉଛନ୍ତି ଭାବର ଠାକୁର। ଭକ୍ତିର ଠାକୁର ଓ ଭକ୍ତର ଏକାନ୍ତ ନିଜର। ଭକ୍ତର ଭାବ ଗ୍ରହଣ କରି ସିଏ ଭାବ ବୋନିଦିଆ। ସାଧାରଣ ଭକ୍ତ ପାଇଁ ସେ ଭକ୍ତବତ୍ସଳ, ସଖା, ସହୋଦର, ବନ୍ଧୁ ସବୁକିଛି। ଭକ୍ତ ଏକାନ୍ତ ଠାକୁର ହେଉଛନ୍ତି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ। ଭକ୍ତ ହେଉଛନ୍ତି ଜଗନ୍ନାଥଙ୍କର ପ୍ରିୟ। ଯୁଗେ ଯୁଗେ ସେ ଭକ୍ତ ଭାବରେ ବନ୍ଧାହୋଇ ରହିଛନ୍ତି। ତେଣୁ ତାଙ୍କର ଅନ୍ୟନାମ ଭାବଗ୍ରାହୀ। ଭକ୍ତର ଦୁଃଖ ସହି ନପାରି କେତେବେଳେ ବନ୍ଧୁ ଭାବରେ ନିଜ ପାଖରେ ଉଭା ହୋଇଯାଆନ୍ତି ତ ଆଉ କେତେବେଳେ ଭକ୍ତକୁ ପରିକ୍ଷାର ସମ୍ମୁଖୀନ କରିଥାନ୍ତି। ସବୁଥିରେ ତାଙ୍କର ବନ୍ଧୁ ପଣିଆର ମହିମା ପ୍ରକାଶ ପାଇଥାଏ। 

ସେଥିପାଇଁ କବି ଦୀନକୃଷ୍ଣ ଦାସ ଲେଖିଛନ୍ତି - 


"ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ତ

 ଚଉଦ ଭୁବନ ବାରତା ଜାଣନ୍ତି

 ଚକ୍ରରେ ଛେଦନ୍ତି ଆରତ"


ଭକ୍ତର ଭଗବାନ ସିଏ। ଜଗନ୍ନାଥ କିପରି ବନ୍ଧୁ ସେ ବିଷୟରେ ବହୁ ଚର୍ଚ୍ଚିତ କାହାଣୀ ଶୁଣିବାକୁ ପଡିଥାଏ। ଭକ୍ତ ବଳରାମ ଦାସ, ଜଗନ୍ନାଥ ଦାସ, ଶ୍ରୀ ଚୈତନ୍ୟ, ସାଲବେଗ, ବନ୍ଧୁ ମହାନ୍ତି ଓ ଦାସିଆ ବାଉରୀ ଭକ୍ତି ଭାବରେ କପରି ଜଗନ୍ନାଥ ବନ୍ଧୁ ସତେତସ ପଣିଆର ପଦଶନ କରିଛନ୍ତି ତାହା ଆପଣମାନେ ସମସ୍ତେ ଜାଣିଛନ୍ତି। ମୁଁ ଆଜି ଯେଉଁ ଭକ୍ତ ଙ୍କ ବିଷୟରେ ଲେଖିବାକୁ ଯାଉଛି ଆପଣଙ୍କ ହୃଦୟକୁ ଛୁଇଁବ ବୋଲି ମୋର ଆଶା ତଥା ବିଶ୍ବାସ। ଅତି ଦରିଦ୍ର ଅସହାୟ ଭକ୍ତଙ୍କୁ ବନ୍ଧୁ ଭାବେ ସ୍ବୀକାର କରି ରତନ ଥାଳିରେ କିପରି ମହାପ୍ରସାଦ ଦେଇ ବଂଧୁ ଶଖୋଳିଛନ୍ତି ମହାପ୍ରଭୁ ଜଗନ୍ନାଥ ମୁଁ ତାଙ୍କରି ବିଷୟରେ ହିଁ ମୋ କାହାଣୀରେ ଲେଖୁଛି।


ଯାଜପୁର ଜିଲ୍ଲାର ଜଣେ ଭକ୍ତ ନାମ ତାଙ୍କର ନାମ 

ଦୀନବନ୍ଧୁ ମହାନ୍ତି। ସେ ଥିଲେ ଜଣେ ଜଗନ୍ନାଥଙ୍କର ପରମଭକ୍ତ। ବାଡ ଅଭାବି ମଣିଷ ସିଏ। ଜମିବାଡି ମଧ୍ୟ ନାହିଁ। ଅତି ଦୁଃଖରେ ପରିବାର ଚଳାଉଥିଲେ। ପରିବାର କହିଲେ ତାଙ୍କର ତିନିଗୋଟି ସନ୍ତାନ, ତାଙ୍କର ସ୍ତ୍ରୀ ଓ ଦୀନବନ୍ଧୁ ନିଜେ। ଜଗନ୍ନାଥଙ୍କ ନାମ ଜପକରି ସପରିବାର ଜୀବନ ବିତାଉଥିଲେ। ଯାଜପୁର ଜିଲ୍ଲା ପ୍ରାୟ ବନ୍ୟା ପ୍ରଭାବିତ ଅଂଚଳ। ପ୍ରତିବର୍ଷ ବନ୍ୟା ଆସି ଲୋକଙ୍କୁ ହଇରାଣ କରେ। ଥରେ ଏପରି ହେଲା ଖାଦ୍ୟାଭାବ ଦେଖାଦେଲା। ଭୋକିଲା ପେଟକୁ ଦାନା ମୁଠେ ଯୋଗାଡ଼ କରିବା କଷ୍ଟକର ହୋଇପଡିଲା। ଦୀନବନ୍ଧୁଙ୍କୁ ମାଗିଯାଚି ପରିବାର ଚଳାଇବା କଷ୍ଟକର ହୋଇପଡିଲା। କାହାକୁ ମାଗିବେ ସମସ୍ତଙ୍କୁ ତ ସମଦଶା। କିପରି ପିଲାମାନଙ୍କ ମୁହଁରେ ଆହାର ଦେବେ ସେହି କଥା ଭାବି ତାଙ୍କୁ ଚାରିଆଡ଼େ ଅନ୍ଧାର ଦିଶିଲା। ଦିନସାରା ବାହାରେ ବୁଲିବୁଲି ଶୁନ୍ୟ ହସ୍ତରେ ଘରକୁ ଫେରିବାକୁ ପଡ଼ିଥିଲା। କେତେଦିନ ପିଲାମାନେ ଭୋକ ଉପାସରେ ରହିବେ। ପିଲାମାନଙ୍କ ଭୋକ ଦେଖି ମା ସହିପାରିଲେନି। ଦୀନବନ୍ଧୁ ମହାନ୍ତିଙ୍କ ସ୍ତ୍ରୀ ଦୀନବନ୍ଧୁଙ୍କୁ କହିଲେ ବାପା ମା ଥାଉଥାଉ ଯଦି ପିଲା ତିନୋଟି ଭୋକ ଉପାସରେ ଯନ୍ତ୍ରଣାରେ ଛଟପଟ ହେବେ ତାହାହେଲେ ଧିକ ଆମ ବଂଚିବା। ଏହା ଶୁଣି ଦୀନବନ୍ଧୁ ତାଙ୍କର ସବୁ ଦୁଃଖ ଜଗନ୍ନାଥଙ୍କୁ ଜଣାଇଲେ। ତୁମକୁ ଆଶ୍ରା କରି ମୁଁ ପଡ଼ିରହିଛି। ତୁମେ ଯଦି ନରଖିବ ରଖିବକିଏ। ତୁମବିନା ମୋର ଆଉ ସାହାଭରସା କେହି ନାହିଁ। ତୁମେ ଯଦି ମୋତେ ପାଶୋରି ଦେବ ତେବେ ମୋର ବନ୍ଧୁ କିଏ ହେବ। ଯଦି ଛୁଆ ତିନୋଟି ଭୋକ ଉପାସରେ ମରିଯିବେ ଆଜି ପ୍ରଭୁଙ୍କ ନାମରେ କଳଙ୍କ ଲାଗିଯିବ। ଆଖିବୁଜି ଧ୍ୟାନ କରି ସବୁକଥା ଠାକୁରଙ୍କୁ ଜଣାଇଥିଵା ବେଳେ ସ୍ତ୍ରୀଙ୍କ ଡାକରେ ଦୀନବନ୍ଧୁ ଆଖି ଖୋଲିଗଲା, ସେ ଆଖିରେ ଲୁହ କୋହଭରା କଣ୍ଠରେ ସ୍ତ୍ରୀ କହିଲେ ଏତେ ବଡ଼ ଦୁନିଆରେ କ'ଣ ତୁମର ବନ୍ଧୁ କେହି ନାହାନ୍ତି ସାହାଯ୍ୟ ମାଗିଵା ପାଇଁ ତାଙ୍କୁ ଟିକେ ସାହାଯ୍ୟ ମାଗୁନ। ଦୀନବନ୍ଧୁ ମହାନ୍ତି ସ୍ତ୍ରୀଙ୍କ ମୁହଁକୁ ଚାହିଁ ମନେମନେ ଭାବୁଥାନ୍ତି। ଏ ଦୁନିଆରେ ଏତେ ବଡବନ୍ଧୁ କିଏ ଅଛନ୍ତି, ଯିଏକି ଅସହାୟରେ ତାଙ୍କ ପାଖରେ ଛିଡ଼ା ହୋଇ ସାହାଯ୍ୟର ହସ୍ତ ବଢାଇବେ। ତାଙ୍କ ଆଖି ଆଗରେ ଝଲସି ଉଠୁଥିଲା ନୀଳକନ୍ଦରରେ ଶୋଭା ପାଉଥିବା କଳାବଦନ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କଠାରୁ ଆଊ ବଡବନ୍ଧୁ କିଏ ଅଛନ୍ତି। ସିଏ ଯଦି ଏ ମହାଦୁଃଖରୁ ରକ୍ଷା ନକରିବେ ଆଉ କିଏ ରଖିବ। ଯାଉଛି ନୀଳଗିରି କାଳିଆକୁ ଦର୍ଶନ କରି ସବୁ ଦୁଃଖ ଜଣାଇବି ଶ୍ରୀକ୍ଷେତ୍ର ଯିବି। ଦୀନବନ୍ଧୁ ପ୍ରକୃତିସ୍ଥ ହୋଇ ତାଙ୍କ ସ୍ତ୍ରୀ କୁକହିଲେ ମୋର ଜଣେ ବନ୍ଧୁ ଅଛନ୍ତି।ତାଙ୍କ ଘର ଏଠାରୁ ବହୁତ ଦୂର ସାତଦିନର ଚଲାପଥ। ସେତେବେଳେ ଲୋକମାନେ ସବୁ ଚାଲିଚାଲି ଶ୍ରୀ କ୍ଷେତ୍ର ଯାଉଥିଲେ। ଯାନବାହାନ ଚଳାଚଳରେ ସୁବିଧା ସୁଯୋଗ ନଥିଲା। ଦୀନବନ୍ଧୁ କହିଲେ ତୁମେ ପିଲାମାନଙ୍କ ସହିତ ପ୍ରସ୍ତୁତ ହୁଅ ଆମେ ଆସନ୍ତା କାଲି ସକାଳୁ ବାହାରି ଯିବା। ଦୀନବନ୍ଧୁ ମହାନ୍ତି ସ୍ତ୍ରୀ ପିଲାଙ୍କୁ ନେଇ ଚାଲିଲେ ପୁରୀ। ପିଲାମାନଙ୍କୁ କେତେବେଳେ କାନ୍ଧରେ ବସାଇ ତ ଆଉ କେତେବେଳେ କାଖେଇ ଧରି ସ୍ଵାମୀ ସ୍ତ୍ରୀ କାଳିଆକୁ ସୁମରଣା କରି ବାଟଚାଲୁ ଥାଆନ୍ତି। ବାଟରେ ବସିଉଠି ସବୁ ଦୁଃଖକଷ୍ଟ ସହି ଯେତେବେଳେ ପହଞ୍ଚି ନୀଳଚକ୍ରରେ ଉଡୁଥିବା ପତିତପାବନ ବାନାକୁ ଦେଖିଲେ ଆଖିରୁ ଖସିପଡିଲା ଆନନ୍ଦର ଅଶ୍ରୁ। ହସ୍ତ ଯୋଡ଼ି ଠାକୁରଙ୍କୁ ପ୍ରଣାମ କରି ଆଗକୁ ମାଡି ଚାଲିଲେ ଅରୁଣ ସ୍ତମ୍ଭ ପାଶ୍ବଦେଇ ସିଂହ ଦ୍ୱାରରେ ପହଞ୍ଚି ଗଲେ ଏତେ ଭିଡ଼ ଭିତରେ ଠେଲା ପେଲା ହୋଇ ଯାଇନପାରି ସେହିଠାରେ ଠିଆ ହୋଇ ଦୁଇହାତରେ ଟେକି ଜଗନ୍ନାଥଙ୍କୁ ଗୁହାରୀ କଲେ।


ମଣିମା ଏ ଗରୀବ ଅଧମ ଡାକୁଛି ବାରେ ଶୁଣିମା ହେଉ ପ୍ରଭୁ ହେ ପଙ୍କଜ ମୁଖ ତୁମ ଶରଣାଗତ ହେଲି ପ୍ରଭୁ ପିଲାମାନଙ୍କୁ ରକ୍ଷା କର ମହାପ୍ରଭୁ ବାଟ ଚାଲିଚାଲି ଶରୀର ।ସ୍ତ୍ରୀ ପିଲାମାନେ ଭୋକିଲା। ଗୁମୁଟରୁ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ଦୀନବନ୍ଧୁ ମହାନ୍ତି। ମନେ ମନେ ଭାବିଲେ ଏତେ ଗହଳିରେ ଆଉ ଯାଇ ହେବନି ଗହଳି ଭାଙ୍ଗିଗଲେ କାଳିଆକୁ ମୁଁ ଭଲଭାବରେ ଦର୍ଶନ କରିବି ପାଖରେ ତ ପଇସା ପାହୁଲାଟିଏ ଵି ନାହିଁ, ଥିଲେ ଅବା ପିଲାମାନଙ୍କୁ କ'ଣ ଦେଇଥାଆନ୍ତେ ସମସ୍ତେ ସେହିଠାରେ ହିଁ ବସିଲେ। ଆଞୁଳାଏ ପାଣି ପିଇ ସମସ୍ତେ କ୍ଲାନ୍ତି ମେଣ୍ଟାଇଲେ। ଦୀନବନ୍ଧୁ ମହାନ୍ତି ମହାପ୍ରଭୁଙ୍କୁ ସୁମରଣା କରି ଗାମୁଛା ବିଛାଇ ସ୍ତ୍ରୀ ପିଲାଙ୍କୁ ସହିତ ସେଠାରେ ଶୋଇପଡ଼ିଲେ। ମହାବାହୁ ତ ଅନ୍ତର୍ଯ୍ୟାମୀ ଭକ୍ତର ମନ ଜାଣିବାରେ ସେ ସଦାସର୍ବଦା ତତ୍ପର। ଗହଳି କମିଯାଇଛି ଶ୍ରୀ ଜୀଉଙ୍କ ବଡ଼ସିଂହାର ବେଶ ସାରିପାଳିଆମାନେ ଚାଲି ଗଲେଣି।ଏମାନେ ସପରିବାର ପେଜନଳା ପାଖରେ ପଡ଼ିଛନ୍ତି। ମହାପ୍ରଭୁଙ୍କ ଆଖିକୁ ନିଦ ଆସିଲାନି। ନିଜେ ରତ୍ନ ଥାଳିରେ ମହାପ୍ରସାଦ ଧରି ପହଁଚିଲେ ଓ ଉଚ୍ଚ ସ୍ବରରେ ଡାକିଲେ, ବନ୍ଧୁ ବନ୍ଧୁ କୁଆଡେ ଗଲ। ରାତି ଅଧରେ ଦୀନବନ୍ଧୁଙ୍କ ନିଦ ଭାଙ୍ଗିଗଲା। ଦେଖିଲେ ସ୍ତ୍ରୀ ପିଲା ସମସ୍ତେ ଶୋଇପଡିଛନ୍ତି। କିଏ କାହାକୁ ବନ୍ଧୁ ବୋଲି ଡାକୁଛି। ଏତେ ବଡ଼ ନିଳାଚଳରେ କିଏ ତାଙ୍କର ଚିହ୍ନା ଅଛ ଯେ ତାଙ୍କୁ ଡାକିବା ପୁଣି ସେହି ଦିବ୍ୟସ୍ବର ଶୁଭାଗଲା। ଦୀନବନ୍ଧୁ ଉଠି ଵସିଲେ କିଏ ଯେମିତି କହୁଛି ହେ ଯାଜପୁରିଆ ବନ୍ଧୁ କେଉଁଠି ଶୋଇଛ ମୋ ପାଖକୁ ଆସ। ଦୀନବନ୍ଧୁ ଆଖିମଳି ଚାହିଁ ଦେଖିଲେ ଦିବ୍ୟ ଆଲୋକ ସ୍ପୁରିତ ହେଉଛି । ଜଣେ ବ୍ରାହ୍ମଣ ତାଙ୍କୁ ହାତଠାରି ଡାକୁଛନ୍ତି। ବ୍ରାହ୍ମଣଙ୍କ ଦେହରୁ ଏକ ଚମତ୍କାର ଆଲୋକ ବାହାରୁଛି। ସେ ବ୍ରାହ୍ମଣଙ୍କର ନିକଟତର ହେଲେ। ବ୍ରାହ୍ମଣ ହସି ହସି ତାଙ୍କ ହାତକୁ ମହାପ୍ରସାଦ ପୂର୍ଣ୍ଣରତ୍ନ ଥାଳିଟିକୁ ଦେଇ କହିଲେ,ତୁମେ ଏଠି ଉପବାସରେ ଶୋଇଛ। ବନ୍ଧୁ ଘରେ କିଏ କଣ ଉପବାସରେ ଶୁଏ।ନିଅ ଏ ମହାପ୍ରସାଦ, ସପରିବାର ଭୋଜନ କରି ଶାନ୍ତିରେ ନିନ୍ଦ୍ରା ଯାଅ। ଦିନବନ୍ଧୁ ଅନୁଭବ କଲେ ଅଗୁରୁ, ଚନ୍ଦନରେ ସେ ସ୍ଥାନ ମହମହ ବାସୁଥାଏ। ଦୀନବନ୍ଧୁ ବ୍ରାହ୍ମଣଙ୍କ ହାତରୁ ମହାପ୍ରସାଦ ଆଣି ନିଜ ସ୍ତ୍ରୀ ପିଲାଙ୍କୁ ନିଦରୁ ଉଠାଇ ତାଙ୍କୁ ଖାଇବାକୁ ଦେଲେ। ସମସ୍ତେ ଆନନ୍ଦରେ ପେଟ ଭରି ଖାଇଲେ। ଖାଇସାରିବା ପରେ ହାତଯୋଡି ମହାପ୍ରଭୁଙ୍କୁ ପ୍ରଣାମ କଲେ। ରତ୍ନ ଥାଳି ଫେରାଇଲା ବେଳକୁ ବ୍ରାହ୍ମଣ ଜଣକ କୁଆଡେ଼ ଉଭାନ ହୋଇ ଗଲେ। ଦୀନବନ୍ଧୁ ଯେତେ ଡାକିଲେ ତାହା ଶୂନ୍ୟରେ ଯେପରି ଉଭେଇ ଗଲା।ସେ ବ୍ରାହ୍ମଣଙ୍କୁ ଆଉ ପାଇଲେନି। ଦୀନବନ୍ଧୁ ଥାଳିଟିକୁ ଧରି ଫେରିଆସିଲେ। ଛିଣ୍ଡା କନାରେ ଥାଳିଟିକୁ ଘୋଡ଼ାଇ ମୁଣ୍ଡତଳେ ରଖି ଶୋଇପଡିଲେ।


ପରଦିନ ସେବକମାନେ ଯେତେବେଳେ ରତ୍ନ ଥାଳି ଖୋଜିଲେ ଭଣ୍ଡାର ଘରୁ ଆଊ ପାଇଲେନି। ସେବକମାନେ ଆଶ୍ଚର୍ଯ୍ୟ ହେଲେ, ରତ୍ନ ଥାଳି ନେଲା କିଏ। ବହୁତ ଖୋଜାଖୋଜି କଲାପରେ ଦୀନବନ୍ଧୁ ମହାନ୍ତିଙ୍କ ପାଖରେ ଥାଳି ଅଛି ବୋଲି ଜଣାପଡିଲା। ସମସ୍ତେ ଭାବିଲେ ଏ ନିଶ୍ଚୟ ଚୋରି କରି ଆଣିଛି। ଦୀନବନ୍ଧୁ ମହାନ୍ତିଙ୍କୁ ମାଡ଼ ଗାଳି ଦେଲେ ତା'ପରେ ଚୋରି ଅଭିଯୋଗରେ ରାଜାଙ୍କ ପାଖୁ ନେଇ ଗଲେ। ରାଜାଙ୍କ ଆଦେଶରେ ଦିନବନ୍ଧୁ ବନ୍ଦିଶାଳାରେ ରହିଲେ। ଦୀନବନ୍ଧୁ କାନ୍ଦି କାନ୍ଦି ମହାପ୍ରଭୁଙ୍କୁ କହିଲେ ହେ ମହାପ୍ରଭୁ ଏ କଣ କଲ, ଶେଷରେ ମୋତେ ଚୋର ବନାଇ ଦେଲ। ପରମଭକ୍ତର କଷ୍ଟ ସହିପାରିଲେନାହିଁ। ଶ୍ରୀଜଗନ୍ନାଥ ସେହିଦିନ ରାତିରେ ରାଜାଙ୍କୁ ସ୍ୱପ୍ନାଦେଶ ଦେଲେ ମୋର ପରମଭକ୍ତ ଯାଜପୁରୀଆ ବନ୍ଧୁ। ସେ ଖାଇନଥିବାରୁ ମୁଁ ନିଜେ ବ୍ରାହ୍ମଣ ବେଶରେ ଯାଇ ରନ୍ନଥାଳିରେ ମୋ ବନ୍ଧୁଙ୍କୁ ଶଂଖୋଳି ଥିଲି। ତାଙ୍କର କିଛି ଦୋଷ ନାହିଁ। ତା'ପରେ ରାଜା ଦୀନବନ୍ଧୁ ମହାନ୍ତିଙ୍କୁ ବନ୍ଦୀଶାଳାରୁ ମୁକ୍ତ କରିଦେଲେ। ନିଜ ହାତରେ ଦୀନବନ୍ଧୁ ମହାନ୍ତିଙ୍କ ମସ୍ତକରେ ପାଟଶିରିପା ବାନ୍ଧି ସମ୍ମାନିତ କଲେ। ସେହିଦିନଠାରୁ ଦୀନବନ୍ଧୁ ମହାନ୍ତି ରାଜକର୍ମଚାରୀ ଭାବେ ଜଗନ୍ନାଥଙ୍କ ସେବାରେ ନିଯୁକ୍ତି ପାଇଥିଲେ। ସେ ବନ୍ଧୁ ମହାନ୍ତି ବୋଲି ଖ୍ୟାତି ଲାଭ କଲେ।



Rate this content
Log in

Similar oriya story from Classics