STORYMIRROR

Kalpana Satpathy

Inspirational

4  

Kalpana Satpathy

Inspirational

ଚିଠି ଟି ଥିଲା ତାର ଶେଷ ସନ୍ତକ

ଚିଠି ଟି ଥିଲା ତାର ଶେଷ ସନ୍ତକ

5 mins
265


ହସଖୁସି ରେ ବାପା ମା ଙ୍କର ଆଦର ଯତ୍ନ ରେ ବଢିଥବା ଝିଅଟିଏ ସବିତା। ସେ ବାପା ମା ଙ୍କର ଗୋଟିଏ ଗେହ୍ଲା ଝିଅ। ପାଠରେ ଯେମିତି ରୂପ ଗୁଣ ରେ ବି କିଛି କମ୍ ନ ଥିଲା ସେ। ବିଏସି ପାସ୍ ପରେ କମ୍ପ୍ୟୁଟର କୋର୍ସ୍ ମଧ୍ୟ କରିଥିଲା। ପାଠ ପଢି ଚାକିରି କରିବାକୁ ତା'ର ପ୍ରବଳ ଇଛା ଥିଲା। ପ୍ରତ୍ୟେକ କ୍ଷେତ୍ରରେ ସେ ଆଗୁଆ ଥିଲା। ପାଠ ପଢିବା ସହିତ ଘର କାମରେ ବାପା ମା ଙ୍କୁ ମଧ୍ୟ ସାହାଯ୍ୟ କରୁଥିଲା। ବିଏସି ପାସ କଲାପରେ ସେ ଟିଉସନ କରୁଥିଲା। କାହିଁକି ନା ତା ପାଖରେ ପଢ଼ିବା ପାଇଁ ପିଲାମାନେ ବହୁତ ଆଗ୍ରହ କରୁଥିଲେ। ସବିତା ର ବାପା ଗୋଟିଏ ଛୋଟ ଚାକିରି କରୁଥିଲେ ତଥାପି ସେଥିରେ ତାଙ୍କର ଛୋଟ ପରିବାର ଟି ଖୁସିରେ ଚଳି ଯାଉଥିଲେ। ଠିକ୍ କରୋନା ଟିକେ କମି ଯାଇଥାଏ ଦିନେ ସବିତା ଙ୍କ ଘରେ ଜଣେ ଲୋକ ଆସି ପହଞ୍ଚିଲେ। ସେ ଆସି ଅତି ନିଜର ପରି ସବିତା ର ବାପା ଶ୍ରୀଧର ପଟ୍ଟନାୟକ ଙ୍କୁ ଖୋଜିଲେ। ଘରେ ସବିତା ପିଲାମାନଙ୍କୁ ପାଠ ପଢାଉଥାଏ । ତେଣୁ ସେ ଫୋନ୍ କରି ବାପାଙ୍କୁ ଘରକୁ ଡାକିଲା। ଶ୍ରୀଧର ବାବୁ ଆସି ଘରେ ପହଞ୍ଚିଲେ।

ସେ ଲୋକ ଜଣକ ଶ୍ରୀଧର ବାବୁ ଙ୍କୁ ପ୍ରଣାମ କରି କହିଲେ ଆପଣ ଭଲ ଅଛନ୍ତି। ଶ୍ରୀଧର କହିଲେ ଆପଣ କିଏ, ମୁଁ ଆପଣଙ୍କୁ ଚିହ୍ନି ନାହିଁ।‌ ଆପଣ କୁଆଡେ ଆସିଛନ୍ତି କ'ଣ କିଛି କାମ ମୋ ପାଖରେ ଥିଲା। ସୁବାସ ପଟ୍ଟନାୟକ (ଆଗନ୍ତୁକ) କହିଲେ ହଁ ଆଜ୍ଞା ଆପଣଙ୍କ ପାଖରେ ମୋର କାମ ଥିଲା। ଆପଣ ଝିଅକୁ ବାହାଘର କରିବେ। ଶ୍ରୀଧର ବାବୁ କହିଲେ ଏବେ ଏବେ ତା'ର ପଢ଼ା ସରିଛି ଆଉ ଦୁଇ ବର୍ଷ ପରେ କରିବି। ସୁବାସ ପଟ୍ଟନାୟକ କହିଲେ ମୋର ଗୋଟିଏ ପୁଅ ପାଠ ବି ପଢିଛି। ବିଟେକ୍ ପାସ୍ କରି ଗୋଟିଏ ମଲ୍ଟି ନେସନାଲ କମ୍ପାନୀରେ ‍ଚାକିରି କରୁଛି। ମୁଁ ବି ଚାକିରି କରୁଥିଲି ଏଇ ବର୍ଷେ ହେବ ଅବସର ଗ୍ରହଣ କରିଛି। ମୋର କୋଉଁଥିରେ ଅଭାବ ନାହିଁ, କେବଳ ମୋ ପୁଅ ପାଇଁ ଭଲ ଝିଅ ଟିଏ ଦରକାର ତେଣୁ ମୁଁ ଆପଣଙ୍କ ପାଖକୁ ଆସିଥିଲି। ମୋର ଝିଅଟି ବାହା ହୋଇ ଯାଇଛି। ଛୋଟ ପରିବାର ଟିଏ ମୋର। ଆଗରୁ ମୁଁ ବାହାରେ ରହୁଥିଲି, ଅବସର ପରେ ଆସି ଗାଁ ରେ ଘର କରି ରହୁଛି। ଆପଣ ଙ୍କ ଗାଁ ର ଜଣେ ଲୋକ ଆପଣଙ୍କ ଝିଅ ଟିଏ ଅଛି ବୋଲି କହିଥିଲେ ତେଣୁ ମୁଁ ଆପଣଙ୍କ ପାଖକୁ ଆସି ପହଁଚିଛି। ଶ୍ରୀଧର ବାବୁ କହିଲେ ମୋ ଝିଅର ଚାକିରି କରିବାକୁ ବହୁତ ଇଛା ଅଛି। ସେ କହୁଛି ଚାକିରି କରି ସାରିବା ପରେ ବାହାଘର ହେବ ତେଣୁ ମୁଁ ଆଉ କ'ଣ କହିବି। ମୋ ଝିଅ ଯଦି ରାଜିହେବ ତାହା ହେଲେ ମୁଁ ଆପଣଙ୍କୁ ଜଣାଇବି। କିନ୍ତୁ ସୁବାସ କହିଲେ ଆପଣ ଥରେ ଯାଇ ଆମ ଘର ଦେଖି ଆସନ୍ତୁ। ଶ୍ରୀଧର ବାବୁ କହିଲେ ଆପଣ ଆସନ୍ତୁ, ମୁଁ ପରେ ବାହାଘର କଥା ଆପଣଙ୍କୁ ଜଣାଇବି। ସୁବାସ ପଟ୍ଟନାୟକ କହିଲେ ହଉ ଆଜ୍ଞା ମୁଁ ଯାଉଛି କିନ୍ତୁ ଆପଣଙ୍କ ଫୋନ୍ ନମ୍ବର ଟି ଦେଇ ଥାଆନ୍ତୁ ମୁଁ ଆପଣଙ୍କ ସାଙ୍ଗରେ ଫୋନ୍ ରେ ଯୋଗାଯୋଗ କରିବି। ଶ୍ରୀଧର ବାବୁ ସବିତା କୁ ଡାକିଲେ ନମ୍ବର ଦେବାକୁ। ସେଠାରେ ହିଁ ସୁବାସ ସବିତା କୁ ଦେଖି ଦେଖିଲେ। ସବିତା ଅତି ସୁନ୍ଦର ଦେଖିବାକୁ ତେଣୁ ସୁବାସ ବାହାଘର କରିବାକୁ ବହୁତ ଇଛା କଲେ, ଫେରିବାବେଳେ କହିଲେ ଆପଣଙ୍କ ଝିଅ ଯଦି ଚାକିରି କରିବାକୁ ଚାହୁଁଛି ତାହା ହେଲେ ବାହାଘର ପରେ ମଧ୍ୟ କରିପାରିବେ। ସେ ମୋ ପାଖରେ ଝିଅ ହୋଇ ରହିବେ କିଛି ଅସୁବିଧା ନାହିଁ। ମୋର ମଧ୍ୟ କୌଣସି ଜିନିଷ ଆବଶ୍ୟକ ନାହିଁ । ଆପଣ ମାନେ ଭାବିଚିନ୍ତି ଯାହା ନିଷ୍ପତ୍ତି ନେବ। ଫୋନରେ ମୋତେ ଜଣାଇବେ ମୋ ଫୋନ୍ ନମ୍ୱର୍ ଟି ରଖନ୍ତୁ। ଏହା କହି ଫୋନ୍ ନମ୍ୱର୍ ଦେଇ ଚାଲିଗଲେ। ଏମାନେ ଦେଖିବାକୁ ପୁଅ ର ଫଟୋ ଟିକୁ ମୋବାଇଲ ରେ ଛାଡ଼ିଲେ । ପୁଅ ଟି ଦେଖିବାକୁ ବହୁତ ସୁନ୍ଦର। ତେଣୁ ଏମାନଙ୍କର ମନରାଜି ହୋଇ ଗଲା। ସବିତା ର ବାପା ସବିତା ର ମା କବିତା ଙ୍କୁ କହିଲେ ଆମର ଯେମିତି ଛୋଟ ପରିବାର ତାଙ୍କର ମଧ୍ୟ ସେହି ଛୋଟ ପରିବାର ତେଣୁ ପ୍ରସ୍ତାବ ଟି ମନ୍ଦ ନୁହେଁ। ସୁବାସ ବାବୁଙ୍କ କଥାବାର୍ତ୍ତା ତ ବହୁତ ଭଲ ମୁଁ ଥରେ ଯାଇ ତାଙ୍କ ଘର ଦେଖି ଆସେ ତାପରେ ଆମେ ଆଗେଇବା । ଦିନେ ଶ୍ରୀଧର ବାବୁ ଓ ସବିତା ର ମାମୁଁ ସୁବାସ ବାବୁଙ୍କ ଘରକୁ ଗଲେ ସୁବାସ ବାବୁଙ୍କ ଘର ଦେଖିଲେ ବହୁତ ଭଲ। ସେମାନେ ଦେଖି ବହୁତ ଖୁସି ହୋଇଗଲେ।ଏ ଦୁଇଜଣଙ୍କୁ ବହୁତ ଭଲ ଭାବରେ ମଧ୍ୟ ଚର୍ଚ୍ଚା କଲେ। ସୁବାସ ବାବୁଙ୍କ ସ୍ତ୍ରୀ ମଧ୍ୟ ବହୁତ ମେଳାପି ପ୍ରକୃତି ର ସବୁ କଥା ରେ ତାଙ୍କ ମନ ପାଇଗଲା କେବଳ ପୁଅଟି ନଥିଲା ପୁଅର ତ ଫଟୋ ଦେଖିଥିଲେ ତେଣୁ ଶ୍ରୀଧର ବାବୁ ଙ୍କ ଶଳା ସବିତା ର ମାମୁଁ କହିଲେ ଏତେ ଭଲ ପ୍ରସ୍ତାବ ହାତ ଛଡ଼ା କରନ୍ତୁନି ଭାଇ ପ୍ରସ୍ତାବ ଆଗକୁ ନିଅନ୍ତୁ। ଶ୍ରୀଧର ବାବୁ ବି ରାଜି ହୋଇଗଲେ। ଶ୍ରୀଧର ବାବୁ ସେ ଘର ଦ୍ବାର ଦେଖି ବହୁତ ଖୁସି ହୋଇଗଲେ।ଘରେ ଆସି ସବିତା ର ମା ଙ୍କ ଆଗରେ ସବୁ କଥା କହିଲେ। ସବିତା ମଧ୍ୟ ପୁଅର ଫଟୋ ଦେଖି ରାଜି ହୋଇ ଯାଇଥିଲା।କରୋନା ସମୟ ବୋଲି ମନ୍ଦିର ରେ ବାହାଘର ହେବାର ସବୁ ଯୋଜନା ହେଲା। ଗୋଟିଏ ଦିନରେ ସବୁ କିଛି ଫାଇନାଲ ହୋଇ ଯାଇଥିଲା। କେବଳ ପୁଅ ର ଆସିବାକୁ ଅପେକ୍ଷା ଥିଲା। ସୁବାସ ବାବୁଙ୍କ ପୁଅ ଘର କୁ ଆସିଲା ପରେ ତାଙ୍କ ପରିବାର ସମସ୍ତେ ସବିତା ଙ୍କ ଘର କୁ ଆସିଥିଲେ। ତାପରେ ବାହାଘର ର ଦିନ ସ୍ଥିର ହୋଇ ଯାଇଥିଲା ବହୁତ ଆନନ୍ଦ ଉଲ୍ଲାସ ମଧ୍ୟରେ ବାହାଘର ସରି ଯାଇଥିଲା। ସବିତା ତା ବାପା ମା ଙ୍କୁ ଛାଡି ଚାଲିଯାଇଥିଲା ତା ଶାଶୁଘର କୁ। ମଣିଷ ର ମାୟା ଭଗବାନ ଙ୍କୁ ବି ଜଣା ନ ଥାଏ। ମଣିଷ ର ଚେହେରା ମଧ୍ୟରେ ଏପରି ଅମାନୁଷିକ ପଣିଆର ଖୋଳପା ଅଛି ବୋଲି କିଏ ବା ଜାଣି ପାରିବ। ବାହାଘର ର କିଛି ଦିନ ଭଲରେ ଭଲରେ ସବିତା କୁ ଚଳାଇ ନେଲେ ତାପରେ ଚାଲିଲା ଅତ୍ୟାଚାର। ସବିତା ର ବାପା ସବିତା କୁ ମଧ୍ୟ ସୁନା ଜିନିଷ ଦେଇଥିଲେ। ଝିଅ କୁ ଯାହା କିଛି ଦେବାକଥା ସବୁକିଛି ଦେଇ ଥିଲେ। କିନ୍ତୁ ପଛରେ ପୁଣି ସବିତାକୁ ବାଧ୍ୟ କରାଗଲା ନଗଦ ଲକ୍ଷେ ଟଙ୍କା ଆଣିବାକୁ ସେ ତଥାପି ଫୋନ୍ ରେ କିଛି କହୁନଥିଲା।ସେ ଯେଉଁ ପୁଅକୁ ବାହା ହୋଇ ଥିଲା ସେ ଆଉ ଜଣକୁ ଭଲ ପାଉଥିଲା। ତେଣୁ ସବିତା ର ତା ସ୍ଵାମୀ ସହିତ ସଂପର୍କ ବି ଭଲ ରହିଲାନି। ନିଜେ ଦିନେ ସୁବାସ ସବିତା ର ଶଶୁର ସବିତା ସାଙ୍ଗରେ ଖରାପ ବ୍ୟବହାର କରିବାକୁ ମଧ୍ୟ ପଛାଇ ନଥିଲେ। ଦିନେ ସବିତା ର ସ୍ବାମୀ ଘରେ ନଥିବା ସମୟରେ ସୁବାସ ଯାଇ ତା ସହିତ ଖରାପ ବ୍ୟବହାର କରିବା ପାଇଁ ବାଧ୍ୟ କରିଥିଲେ କିନ୍ତୁ ସବିତା ତାଙ୍କୁ ପୋଲିସ ର ଧମକ ଦେଇଥିଲା। ସବିତା ଏସବୁ କଥା କିଛି ବାପା,ମା ଙ୍କୁ ଜଣାଇ ନ ଥିଲା।ତା ଛଡା ବାପା ମା ଙ୍କ ପାଖରେ କେହି ନାହାନ୍ତି। ସେମାନେ ମନଦୁଃଖ କରିବେ ତେଣୁ ସେ କିଛି କହିଲାନି। ଶେଷରେ ଯେତେବେଳେ ତାକୁ ଅସହ୍ୟ ହେଲା ସେ ଫୋନ୍ କରି ବାପାଙ୍କୁ ଜଣାଉଥିବା ବେଳେ ତା ଶାଶୁର ଆଖି ପଡ଼ିଯାଇଥିଲା। ସେ ଯାଇ ତା ଶ୍ଵଶୁର ଆଗରେ କହିଦେଲା। ସେଦିନ ରାତିରେ ସବିତା ଗୋଟିଏ ଚିଠି ଲେଖି ଥିଲା ବାପା ଙ୍କ ପାଖକୁ ତା ଦୁଃଖର କାରଣ ସବୁ। ବାପା ଙ୍କୁ ବି ଲେଖି ଥିଲା ବାପା ମତେ ଏଠାରୁ ଶୀଘ୍ର ନେଇ ଯାଅ ନହେଲେ ଏମାନେ ମତେ ଭାରି ଦେବେ।ସକାଳ ହେଲା ବେଳକୁ ଆଉ କିଛି ନ ଥିଲା। ରାତି ରେ ସବିତା ଓ ତାଙ୍କ ପରିବାର ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ତାପରେ ସେମାନେ ସମସ୍ତେ ମିଶି ସବିତା କୁ ମାରି ଦେଇଥିଲେ। ପଡୋଶୀ ମାନେ ପାଟି ଶୁଣି ଯେମିତି ଆସିଲେ ସୁବାଷ ତାଙ୍କୁ ଗାଳି ଦେଇ ବିଦା କରି ଦେଇ ଥିଲେ। ସକାଳୁ ସକାଳୁ ସୁବାସ ନିଜେ ସବିତା ର ବାପାଙ୍କୁ ଫୋନ୍ କରି ଜଣାଇଲେ କି ତୁମ ଝିଅ ଆତ୍ମହତ୍ୟା କରିଦେଇଛି। ସେମାନେ ବହୁତ ନିରୀହ ଛନ୍ଦ କପଟ କିଛି ଜାଣନ୍ତି ନାହିଁ। ଫୋନ୍ କଲ୍ ଶୁଣି ସାରିବା ପରେ ସବିତା ର ବାପା ମା ଦୁଇଜଣ ମିଶି ଆସି ପହଁଚିଲେ ସବିତା ଙ୍କ ଘରେ। ସେତେବେଳକୁ ଆଉ କିଛି ବାକି ନଥିଲା।ସେ ରାକ୍ଷସ ମାନେ ସବିତା କୁ ବହୁତ ଦୂର କୁ ପଠାଇ ଦେଇଥିଲେ। ଶ୍ରୀଧର ବାବୁ ଙ୍କର ସବିତା ର ଫୋନ୍ କଲ୍ କଥା ମନେପଡିଲା। ସବିତା ର ଫୋନ୍ ଟି କାହିଁକି କଟିଗଲା ସେ ଭାବୁଥଗଲେ।ସେ କ'ଣ ଜାଣି ଥିଲେ ଏପରି ଭଦ୍ର ଚେହେରା ତଳେ ଏମିତି ଶୈତାନି ଶକ୍ତି ଅଛି ବୋଲି। ସବିତା ଚିଠି ଟିକୁ ହାତରେ ମୁଠାଇ ଧରି ଥିଲା।ସେ ଚିଠି ଉପରେ କାହାର ନିଜର ପଡ଼ି ନ ଥିଲା। ସବିତା ର ମା ଯେତେବେଳେ ସବିତା କୁ କୁଣ୍ଢେଇ ପକାଇଲେ ସେତେବେଳେ ଚିଠିଟି ତଳେ ପଡି ଯାଇଥିଲା। ଚିଠି ଖଣ୍ଡିକ ତା'ର ଶେଷ ସନ୍ତକ ଥିଲା ଯାହା ଦ୍ଵାରା ଅସଲ ଦୋଷୀ ଧରା ପଡ଼ିଥିଲେ। ସେମାନଙ୍କୁ ଜେଲ ମଧ୍ୟ ହୋଇଥିଲା।




Rate this content
Log in

Similar oriya story from Inspirational