STORYMIRROR

Kalpana Satpathy

Tragedy Inspirational

3  

Kalpana Satpathy

Tragedy Inspirational

ଚୁଲବୁଲି ଝିଅ

ଚୁଲବୁଲି ଝିଅ

2 mins
171

ଚୁଲବୁଲି ନାୟିକା ‌ସାଜି ଗାଁ ର କୋଣ ଅନୁକୋଣ ରେ ଘୂରି ବୁଲୁଥିବା ଝିଅଟିଏ କିପରି ସବୁ ଝଡ଼ ର ସାମ୍ନା କରି ନିଜକୁ ସମାଜରେ ପ୍ରତିଷ୍ଠିତ କରି ପାରିଛି ତାହା ମୋର ବର୍ଣ୍ଣିତ ବିଷୟବସ୍ତୁ।


ଚୁଲବୁଲି ଝିଅ ଟିଏ କଳିକା। ଛୋଟ ବେଳୁ ସେ ପାଠ ପଢିବା ସହିତ ବାପାଙ୍କ ସହ ମିଶି ବିଲବାଡ଼ି କାମ ଘର କାମ ସବୁକିଛି କରୁଥିଲା। ଗାଁର ସେ ସଭିଙ୍କ ପାଖରେ ହସକୁରି ଝିଅ ଭାବରେ ପରିଚିତ ଥିଲା। ଯେତେ ଅଭାବ, ଅସୁବିଧା ଆସିଲେ ସେ କେବେ ଭାଙ୍ଗି ପଡୁ ନ ଥିଲା। ଗାଁ ରେ ସମସ୍ତେ କୁହନ୍ତି ଏହି ଦେଖ ପାଗେଳି ଆସୁଛି। ଏକଥା ଶୁଣି ଚିଡି ଯାଉଥିଲା କଳିକା। ରାଗି ପଳାଇ ଆସୁଥିଲା ସେଠାରୁ। ପାଠପଢା ବି ତା'ର ବହୁତ ଭଲ। ବହୁତ କଷ୍ଟରେ କଳିକା ଯୁକ୍ତ ଦୁଇ ପରୀକ୍ଷା ଦେଇ ଭଲ ମାର୍କ ରଖି ପାସ୍ କରିଛି। ଯୁକ୍ତ ଦୁଇ ପଢ଼ିବା ପାଇଁ ସେ ଟିଉସନ କରିଛି, ନିଜେ ଗାଈ ଓ ଗୋରୁ ମଧ୍ୟ ରଖିଛି, କିନ୍ତୁ ଦିନେ ହେଲେ ସେ ତା ବାପା ମା ଙ୍କ ଉପରେ ଅଭିମାନ କରିନି। ସବୁ ବେଳେ ସେ ବାପା ମା ଙ୍କ ସହିତ ଆଗକୁ ବଢ଼ିବାର ପ୍ରୟାସ କରିଛି। ଯୁକ୍ତ ଦୁଇ ପରେ ସେ ଆଉ ପାଠ ପଢିବା ପାଇଁ ଚାହୁଁଥିଲେ ବି ବାପାଙ୍କ ଅସୁବିଧା ବୁଝି ଆଉ ପାଠ ପଢିବା ପାଇଁ ଚାହିଁ ନାହିଁ। ବାପା ତା'ର ବାହାଘର କରିବା ପାଇଁ ଠିକ୍ କରିଛନ୍ତି। କଳିକା ର ଇଛା ନ ଥିଲେ ବି ସେ ରାଜି ହୋଇ ଯାଇଛି ତା ବାପାଙ୍କ ମୁହଁ କୁ ଚାହିଁ। ବାପା ଯଦି ମନଦୁଃଖ କରିବେ କଳିକା ସହିପାରିବ ନାହିଁ। ତେଣୁ ସେ କିଛି ନ କହି ରାଜି ହୋଇ ଯାଇଛି ଖୁସିରେ ଖୁସି ରେ।ଭାବିଲା ବାହାଘର ପରେ ତା'ର କିଛି ବଦଳି ଯିବ ବାପା ଓ ମା ଦୁଇ ଜଣ ଜାକ ଭଲରେ ରହିବେ। କଳିକା ର ବାହାଘର ହୋଇଯାଇଛି। ବାପା ତାକୁ ଘର ପାଖରେ ବାହାଘର କରିଛନ୍ତି, ତାଙ୍କ ସୁଖ ଦୁଃଖ ରେ ଦେଖିବ ବୋଲି। କଳିକା ର ଇଛା ଥାଏ ଆଉ କିଛି ପଢ଼ିବା ପାଇଁ କିନ୍ତୁ ତାହା ପୁରା ହୋଇ ପାରିଲା ନାହିଁ। ବାହାଘର ପରେ ତା ଉପରେ ଆହୁରି ଅନେକ ଚିନ୍ତା ସବାର ହେଲା। ଛୁଆଙ୍କର ଦେଖାଶୁଣା ସହିତ ଶାଶୁ, ଶ୍ଵଶୁର ଙ୍କ ସେବାରେ ସେ ସବୁ ସମୟ କାଟି ଦେଲା। ସବୁକିଛି ଭଗବାନ ଙ୍କ ପାଖରେ ସମର୍ପଣ କରିଦେଇ ନୀରବ ହୋଇଗଲା ଯେପରି ସବୁଦିନ ପାଇଁ ତା ଆଶା ଆଶାରେ ହିଁ ରହିଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy