STORYMIRROR

Kalpana Satpathy

Comedy Drama Tragedy

4  

Kalpana Satpathy

Comedy Drama Tragedy

ମୁଣ୍ଡ ବ୍ୟଥା

ମୁଣ୍ଡ ବ୍ୟଥା

2 mins
300

ଏ ମୁଣ୍ଡ ବ୍ୟଥାଟି ହେଉଛି ଦୁଇ ଜଣ ସ୍ବାମୀ, ସ୍ତ୍ରୀ ଭିତରର କଥା।ହସ ଲାଗିବ ଯେତିକି ଦୁଃଖ ବି ଲାଗିବ ସେତିକି। ଏକ ସତ୍ୟ କଥାର ଏ ବିବରଣୀ ଯାହା ମୁଁ ନିଜେ ଅନୁଭବ କରିଛି।


ବୁଢା ବୁଢୀ ଦୁଇ ଜଣ ଗାଁରେ ରହୁଥିଲେ।ପୁଅ,ବୋହୁ,ନାତି, ନାତୁଣୀ ସମସ୍ତେ କଟକରେ ରୁହନ୍ତି।ପୁଅଟି କଲେଜରେ ଚାକିରି କରିଥାଏ। କିନ୍ତୁ ବୁଢ଼ାବୁଢ଼ୀ ପୁଅ ବୋହୁଙ୍କ ପାଖରେ ରହିବାକୁ ନାରାଜ। ପୁଅ ଯେତେ ଆସି ଅନୁରୋଧ କଲା ବାପା ବୋଉ ଚାଲ ମୋ ପାଖରେ ରହିବ ଦୁଇ ଜଣ ଜାକ କେହି ରାଜି ହେଲେ ନାହିଁ ଯିବା ପାଇଁ ପୁଅ ସହିତ। ବାଧ୍ୟ ହୋଇ ପୁଅ ତା ଚାକିରିକୁ ଚାଲିଗଲା। ବୁଢା ଓ ବୁଢୀ ଦୁଇଟି ବଡ଼ ବଡ଼ ଗାଈ ରଖିଥାନ୍ତି।ତାଙ୍କରି କାମ କରି କରି ସେମାନଙ୍କ ସମୟ କଟିଯାଏ। ହେଲେ ବୁଢାଟିର କାନକୁ ଭଲ ଶୁଣାଯାଏନି କି ବୁଢୀଟିର ଆଖିକୁ ଭଲ ଦେଖା ଯାଏ ନାହି।ଏ ଦୁଇଟି କଥା ଥିଲା ବୁଢ଼ାବୁଢ଼ୀଙ୍କର ମୁଣ୍ଡ ବ୍ୟଥାର କାରଣ।ବୁଢାର ଅଣ୍ଟା ପୁରା ପୁରି ଭାଙ୍ଗି ପଡିଥାଏ ସେଥିରେ ସେ କ୍ଷୀର ନେଇ ପ୍ରତିଦିନ ଚାଲି ଚାଲି ସେଣ୍ଟରକୁ ଯାଇ କ୍ଷୀର ଦେଇ ଆସେ। ଦିନକର କଥା ସକାଳୁ ସକାଳୁ ବୁଢା ବାହାରିଥାଏ କ୍ଷୀର ନେଇ ଯିବା ପାଇଁ। ଯେଉଁ ଘରୁ ବୁଢା କ୍ଷୀର ନେଇ ଯିବ ସେ ଘରେ ବୁଢୀ ବସି ପାନ ଭାଙ୍ଗୁ ଥାଏ କିନ୍ତୁ ବୁଢା ଏକଥା ଜାଣିନି ତରତରରେ କ୍ଷୀର କେନଧରି ବାହାରିଲା ଯିବାପାଇଁ ଦେଖିଲା ଭୁଆ ବିଲେଇଟିଏ ତାଙ୍କ ଘର ଆଡେ ଆସୁଛି। ତେଣୁ କବାଟଟିକୁ ବୁଢା ଦେଇଦେଲା। ବୁଢୀ ଯେତେ ଡାକିଲା ବୁଢ଼ାକୁ ତ ଶୁଣାଯାଉନି ସିଏ କ'ଣ କରିବ ସିଧା ଯାଇ ବୁଢା ବଜାରରେ ବୁଢି ଏଠି ଘରଭିତରେ ପଡି ଛଟପଟ ହେଉଥିଲା। ଯାହା ମନକୁ ଆସୁଥାଏ ବୁଢ଼ାକୁ ଗାଳି ଗୁଲଜ କରୁଥାଏ।ବୁଢା ଜଳଖିଆ ଦୋକାନରେ ବସି ପେଟେ ଜଳଖିଆ ଖାଉଥାଏ। ଆସିଲା ବେଳକୁ ବୁଢି ପାଇଁ ବି ଆଳୁଚପ ଆଣି ବୁଢା ଆସିଥାଏ। ହେଲେ ଏଠି ବୁଢି କାନ୍ଦି କାନ୍ଦି ନୟାନ୍ତ। ପାଖରେ ବି ଘର ନାହିଁ କିଏ ଖୋଲି ଦେବ। କିଛି ସମୟ ପରେ ଗୋଟିଏ ସ୍ତ୍ରୀଲୋକ ସେପଟେ ଯାଉଥିଲା ବୁଢୀର ପାଟିଶୁଣି କବାଟଟିକୁ ଖୋଲି ଦେଲା। ତା'ର କିଛି ସମୟ ପରେ ବୁଢା ଆସି ପହଁଚିଲା।ହେଲା ଆଜି ବୁଢୀର ଅଗ୍ନିବର୍ଷା ବୁଢା ଉପରେ ବୁଢାକୁ ତ କିଛି ଶୁଭୁନାହିଁ ବୁଢୀ କ'ଣ କହୁଛି। ଵୁଢା କହିଲା ନେ ତୋ ପାଇଁ ଆଳୁଚପ ଆଣିଛି ଖାଇଦେ। ବୁଢୀ ରାଗି କହିଲା ଆଳୁଚପ ନା ଚୂଲିଚପ ତୁ ଖା ତୋ ଆଳୁଚପ। ବୁଢୀର ରୂପ ଦେଖି ବୁଢା ସେ ସ୍ତ୍ରୀ ଲୋକଟିକୁ ପଚାରିଲା ସେ ରାଗୁଛି କାହିଁକି। ସ୍ତ୍ରୀ ଲୋକଟି ତାକୁ ସବୁ କଥା ବୁଝାଇ ଦେଇଥିଲା। ବୁଢ଼ାବୁଢ଼ୀ ବୟସରେ ଦେଖା ନଜିବା ଓ ଶୁଣି ନପାରିବା ଏ ହେଉଛି ଏକ ମୁଣ୍ଡ ବ୍ୟଥା ର କାରଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy