STORYMIRROR

Kalpana Satpathy

Tragedy Classics Inspirational

3  

Kalpana Satpathy

Tragedy Classics Inspirational

ନୀରବ ପ୍ରଶ୍ନ

ନୀରବ ପ୍ରଶ୍ନ

1 min
146

ଝିଅଟିଏ ଏ ଧରା ପୃଷ୍ଠରେ ଜନ୍ମ ନେଲା ପରେ ଆରମ୍ଭ ହୋଇଯାଏ ତା ଜୀବନ ପଥର ସଂଘର୍ଷ। ମୁକ୍ତ ଆକାଶ ତଳେ ଖେଳି ବୁଲି ସମୟ ବିତାଉ ଥିବା ଝିଅଟିଏ ଅଣନିଃଶ୍ବାସୀ ହୋଇ ଯାଏ। କିରଣ ଭଳି ଝିଅ ଦେଖିବାକୁ ସାଧା ସିଧା ମନଟି ସବୁବେଳେ ଖୋଲା ଆକାଶର ତାରା ପରି ଯେମିତି , ନଥିଲା ତାର ପାଇବାର ଇଛା ନା ଦ୍ବଧା। ଦୀପ ପରି ଜଳିବାର ସ୍ଵପ୍ନ ଥିଲା ତା'ର କିନ୍ତୂ ବିବାହ ବନ୍ଧନରେ ବାନ୍ଧି ହୋଇ ଛନ୍ଦି ହୋଇ ଏପଟ ସେପଟ ତା'ର ହୋଇ ଯାଇଥିଲା ତା'ର ସବୁ ଆଶା। ବିବାହ ପରେ ଝିଅଟିଏ ରୁ ବୋହୁ ସାଜି ଚାଲି ଯାଇଥିଲା ତା'ର ଅତି ନିଜର ଜନ୍ମ ମାଟି କୁ ଛାଡ଼ି ଦେଇ ଜୀବନର ଦିତୀୟ ପାହାଚ ହେଉଛି ତା'ର ଶାଶୁଘର। ଶାଶୁ କେବେ ନିଜ ମା ପରି ଅମୃତ କଥା କହି ପାରିବେ ନାହିଁ। ନିଜ ଖୁସି କୁ ପଛରେ ପକାଇ ଯେତେ କାମ କଲେ ମଧ୍ୟ କିରଣ କୁ ସବୁ ବେଳେ ନିନ୍ଦା ସହିବାକୁ ପଡ଼ିଥିଲା। କିରଣ ର ଦୁଇଟି ଝିଅ ହେଲା ପରେ ସେ ବହୁତ ଭାଙ୍ଗି ପଡ଼ିଲା, ଲୋକଙ୍କର ଟାହି ଟାପରାରେ କିରଣ ର ମୁଣ୍ଡ ତଳକୁ କରିଦେଲା। ଆଜି କାଲିର ସମାଜରେ ମଧ୍ୟ କିଛି ଲୋକ ପୁଅ ଝିଅ ମଧ୍ୟରେ ପ୍ରଭେଦ ଦେଖୁଛନ୍ତି କିନ୍ତୁ କିରଣ ସେପରି ଝିଅ ନୁହେଁ। ତଥାପି କିରଣ କାହା କଥା କିଛି ନଶୁଣି ସେହି ବିଶ୍ଵନିୟନ୍ତାଙ୍କ ଚରଣ ତଳେ ନିଜକୁ ସମର୍ପଣ କରିଦେଇ ନୀରବରେ ପ୍ରଶ୍ନ ପଚାରୁଛି ମୋର ଭୁଲ୍ ରହିଲା କେଉଁଠି ଯେ ତୁମେ ମୋତେ ଏତେ ଶାସ୍ତି ଦେଉଛ। କିଛି ଦିନ ପରେ କିରଣ ର ସ୍ଵପ୍ନ ସାର୍ଥକ ହୋଇଛି। କିରଣ ର ପୁଅ ଟିଏ ହୋଇଛି। ପରିବାରରେ ଖୁସି ର ଲହରୀ ଖେଳିଯାଇଛି। ଏ ଖୁସି ଟିକୁ କିରଣ ଭଗବାନ ଙ୍କ ପାଖରେ ସମର୍ପଣ କରିଦେଇ ଆଗକୁ ବଢ଼ିବାର ଆଶାକୁ ଉଜ୍ଜିବିତ କରିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy