ଦୁଇ ସାଙ୍ଗ
ଦୁଇ ସାଙ୍ଗ
ବସ୍ତି ଅଞ୍ଚଳ ର ଗାଁ ଟିଏ। ସେଠାରେ ପ୍ରାୟ ଦଶଟି ପରିବାର ରହୁଥିଲେ। ଉଭୟ ମିଳି ମିଶି ଚଳୁଥିଲେ। ପୂଜା ପାର୍ବଣ ଯାହା ପଡେ ମିଳିମିଶି ପାଳୁଥିଲେ। ସେହି ବସ୍ତି ରେ ରହୁଥିଲେ ଦୁଇ ଜଣ ସାଙ୍ଗ। ଛୋଟ ବେଳୁ ସେମାନେ ସବୁବେଳେ ସାଙ୍ଗ ହୋଇ ସ୍କୁଲ ଯାଆନ୍ତି ଯେଉଁ ଫକସନ ହେଲେ ବି ସେ ଦୁହେଁ ସାଙ୍ଗହୋଇ ଯାଆନ୍ତି। ଜଣେ ଜଣଂକୁ ନ ଦେଖିଲେ ଚଳି ପାରନ୍ତି ନାହିଁ। ସେମାନଙ୍କ ମଧ୍ୟରେ ଜଣଂକ ନାମ ସୁଧୀର ଓ ଅନ୍ୟ ଜଣଙ୍କ ନାମ ସମୀର। ସୁଧୀର ର ବାପା ଗୋଟିଏ ଛୋଟ ଦୋକାନ ଟିଏ କରି ଥାଆନ୍ତି। ସମୀର ର ବାପା ଗା ସ୍କୁଲ ରେ ପିଅନ ଥିଲେ। ଦୁଇ ପରିବାର ମଧ୍ୟରେ ସଂପର୍କ ଅତି ନିବିଡ଼ ଥିଲା। କିନ୍ତୁ ସୁଧୀର ବହୁତ ଚାଲାଖ ଓ ସରଳ ପାଠ ମଧ୍ୟ ସେ ଭଲ ପଢୁଥିଲା। ବୁଦ୍ଧି ବହୁତ ପ୍ରଖର ଥିଲା ତା'ର। ସମୀର ଏତେ ଭଲ ପାଠ ପଢୁ ନ ଥିଲା। ସୁଧୀର ସବୁବେଳେ ତାଙ୍କୁ ସାହାଯ୍ୟ କରେ। ସୁଧୀର ବହୁତ ଭଲ ପାଏ ସମୀର କୁ ସବୁ ଦିନେ ସମୀର ପାଖରେ ନ ବସିଲେ ସୁଧୀର ଖାଏ ନାହିଁ। ଖରାଦିନ ଛୁଟି ହୋଇଗଲା, ସୁଧୀର ତା ମା କୁ ଯାଇ କହିଲା ମା ସ୍କୁଲ ତ ଛୁଟି ହୋଇଗଲା ମୁଁ ଆଉ ସୁଧୀର ମିଶି ଆମ ମାମୁଁ ଘରକୁ ଯିବୁ। ମା କହିଲେ ତୁମେ ଏତେ ଛୋଟ ପିଲା ଏତେ ବାଟ କିପରି ଯିବ ପୁଣି ମାମୁଁ ଘରକୁ ଯିବା ବାଟରେ ଜଙ୍ଗଲ ପଡ଼ିବ ତୁମେ ଦୁଇ ଜଣ ଙ୍କୁ ଡର ଲାଗିବ। ବାପା ଙ୍କୁ କହିବି କେଉଁ ଦିନ ଦୋକାନ ବନ୍ଦ କରି ତୁମ ଦୁଇ ଜଣଙ୍କୁ ନେଇ ବୁଲାଇ ଆଣିବେ। କିନ୍ତୁ ସୁଧୀର ର ଏକା ଜିଦ୍ ସେ ଦୁଇ ଜଣ ସାଙ୍ଗ ହୋଇ ଯିବେ।ମା ତା କଥାକୁ ଭାଙ୍ଗି ପାରିଲେ ନାହିଁ। ସୁଧୀର କହିଲା ତୁ ଆମକୁ କିଛି ଖାଇବା ଜିନିଷ ଦେ ଆମେ ବାଟରେ ଖାଇ ଖାଇ ଯିବୁ ବହୁତ ମଜା ଆସିବ। ସୁଧୀର ଯାଇ ସମୀର ଙ୍କ ଘରେ ଏକଥା କହିଲା ସମୀର ଶୁଣି ତା ମନ ବହୁତ ଖୁସି ହୋଇଗଲା।ମଜା କରି କରି ଯିବେ ଚାଲି ଚାଲି ବହୁତ ଖୁସି ଥାଆନ୍ତି ଦୁଇ ଜଣ।ତା ଦୁଇ ଜଣଙ୍କ ବୟସ ଚେର ବର୍ଷ ହେବ।ତା ପରଦିନ ସକାଳୁ ସକାଳୁ ଦୁହେଁ ବାହାରି ପଡିଲେ ମାମୁଁ ଘରକୁ । ଚାଲି ଚାଲି ଯାଉଥାନ୍ତି ଦୁଇ ଜଣ। ବାଟରେ ମଧ୍ୟ ଜଙ୍ଗଲ ଟିଏ ପଡ଼ିଲା। ସେ ସମୟ ରେ ଜଙ୍ଗଲ ରେ କିଛି ଲୋକ ଜାଳ କଟା କଟି କରୁଥିଲେ ସେମାନଙ୍କୁ ଆଉ ଡର ଲାଗିଲା ନାହିଁ। ବାଟରେ ବସି ମା ଦେଇ ଥିବା ପିଠା ଦୁଇ ଜଣ ମିଶି ଖାଇଲେ,ପାଣି ପିଇ ଦେଇ ପୁଣି ବାଟ ଚାଲିଲେ। କିଛି ସମୟ ଗଲାପରେ ଦୁଇ ଜଣ ମାମୁଁ ଘରେ ପହଞ୍ଚିଗଲେ। ମାମୁଁ ଘରେ ମାମୁଁ,ମାଇ ସମସ୍ତେ ଦେଖି ଖୁସି ହୋଇ ଗଲେ।ଅଜା,ଆଈ ଙ୍କ ସହିତ ଗପସପ ହେଉ ହେଉ ସମୟ କଟିଗଲା। ମାମୁଁ ନେଇ କିଛି ଦୋକାନ ବଜାର ମଧ୍ୟ ବୁଲାଇ ଆଣିଲେ। ଦୁଇ ଦିନ ରହିବା ପରେ ଦୁହେଁ ଜାକ ବାହାରିଲେ ଘରକୁ ଆସିବା ପାଇଁ,ମାଇ କୁ କହିଲେ ତୁମେ ଆମକୁ କିଛି ଖାଇବା ଜିନିଷ ଦିଅ ଆମେ ନେଇ କରି ଯିବୁ।ମାଇ ତାଙ୍କୁ କିଛି କେକ ଆଣି ଦେଲେ, ସମୀର ଓ ସୁଧୀର ଖୁସି ରେ ଖୁସି ରେ ପୁଣି ଫେରିଲେ ଘରକୁ। କିଛି ବାଟ ଆସିବା ପରେ ଜଗଲ ପଡ଼ିଲା, ସେଦିନ ଜଗଲ ଟି ଭାରି ନିଛାଟିଆ ଲାଗୁଥିଲା। ଦୁଇ ଜଣଙ୍କୁ ଭାରି ଡର ଡର ଲାଗୁଥିଲା। ସୁଧୀର ସମୀର କୁ କହୁଥାଏ ତୁ ବ୍ୟସ୍ତ ହୁଅନି ସାଙ୍ଗ ଆମେ ତ ଦୁଇଜଣ ମିଶି ଅଛନ୍ତି। ଏତିକି କଥା ହେବା ମଧ୍ୟରେ କୁଆଡୁ ଭାଲୁଟିଏ ଚାଲିଆସିଲା। ଦୁହେଁ ଦେଖି ଭାରି ଡରି ଗଲେ। ସୁଧୀର କୁ ଗଛ ଚଢି ଆସେ ନାହିଁ କିନ୍ତୁ ସମୀର ଗଛ ଚଢି ପାରେ।ଭାଲୁ ଯେମିତି ଆସିଛି ସମୀର ଗଛ ଚଢ଼ିଗଲା। ସୁଧୀର କଥା କିଛି ଚିନ୍ତା କଲା ନାହିଁ। ସୁଧୀର ବିଚରା କରିବ କ'ଣ ଭାଲୁ ଆସ୍ତେ ଆସ୍ତେ ସୁଧୀର ଆଡେ ମାଡ଼ି ଆସୁଥାଏ। ସୁଧୀର ମୁଣ୍ଡ କୁ ଏକ ବୁଦ୍ଧି ଆସିଲା ସେ କିଛି ହଲଚଲ ନ ହୋଇ ତଳେ ନିଶ୍ବାସ ବନ୍ଦ କରି ଶୋଇ ପଡ଼ିଲା।ଭାଲୁଟି ଭାବିଲା ଇଏ ମରି ଯାଇଛି ତା ଆଖି କାନ କୁ ଶୁଘି ଦେଇ ତା ବାଟରେ ପଳାଇଲା ।ଗଛ ରେ ସମୀର ବସି ସବୁ ଦେଖୁ ଥାଏ।ଭାଲୁ ଯେମିତି ଯାଇଛି ସମୀର ଗଛ ରୁ ଓହ୍ଲାଇ ଆସି କହିଲା ସାଙ୍ଗ ତୁ ଭଲ ଅଛୁ।ଆଉ ଶୁଣ ଭାଲୁ ତୋ କାନରେ କ'ଣ ଫୁସ୍ ଫୁସ୍ ସ୍ୱରରେ କହିଲା। ସୁଧୀର କହିଲା ଭାଲୁଟି ମୋତେ କହିଲା ଏପରି ସ୍ବାଥପର ପିଲା ସାଙ୍ଗରେ କେବେ ସାଙ୍ଗ ହେବ ନାହିଁ। ତାପରେ ଦୁହେଁ ଦୁହିଁଙ୍କ ମଧ୍ୟରେ ମୁହଁ ବୁଲାବୁଲି ହୋଇ ଚାଲିଲେ ଘରକୁ। ଦୁଇ ଜଣ ଙ୍କ ର ସଂପର୍କ ର ଡୋର ଟି ଯେମିତି ଛିଡି ଯାଇଥିଲା ସବୁ ଦିନ ପାଇଁ। ଏତେ ଭଲ ପାଇବା ସାଙ୍ଗଠାରୁ ଏପରି ଭାବନା ଦେଖି ସୁଧୀର ପୁରା ପୁରି ପରିବର୍ତ୍ତନ ହେଇ ଯାଇଥିଲା। ଜିଦି ମଧ୍ୟ ଭାଙ୍ଗି ଯାଇଥିଲା।
