STORYMIRROR

Kalpana Satpathy

Drama Tragedy Inspirational

3  

Kalpana Satpathy

Drama Tragedy Inspirational

ବୟସର କ୍ଳାନ୍ତ ଅପରାହ୍ନ

ବୟସର କ୍ଳାନ୍ତ ଅପରାହ୍ନ

3 mins
206

ଗୋଧୁଳି ଲଗନରେ ସୂନା ପରି ରେଣୁ ବିକିରଣ କରି ଏହି ଶରୀର ରୂପକ ସୂର୍ଯ୍ୟ ର ବି ଅସ୍ତ ନିଶ୍ଚିତ ରୂପେ ହେବ କାରଣ ଏ ହିଁ ବିଧି ନିର୍ଦ୍ଦିଷ୍ଟ ହୋଇ ଯାଇଥାଏ ଜନ୍ମ ଗ୍ରହଣ କରିବା ଦିନ ଠାରୁ। ନିଜ ନିଜ କର୍ମ ଓ ଧର୍ମ ବଳରେ ହିଁ ବୟସର କ୍ଳାନ୍ତ ଅପରାହ୍ନ କୁ ହୃଦୟଙ୍ଗମ କରି ଥାନ୍ତି। ମାୟା ମୋହର ସଂସାର ଜଜାଳରେ ପଡି କିଏ ପୁଅ ବୋହୁ ନାତି ନାତୁଣୀ ଙ୍କ ସହିତ ବୟସର ଶେଷ ଅବସ୍ଥା କୁ କଟାଇ ଥାନ୍ତି ତ କେହି କେହି ଅତି ଦୁଃଖ ଜର୍ଜରିତ ମନରେ ଅନେକ ଆଶା, ସ୍ବପ୍ନ, କାମନା ବାସନା ମଧ୍ୟରେ ବୁଡି ରହି ଲୋଭାସକ୍ତ ମନ ଦେଇ ଛନ୍ଦି ହୋଇ ପଡିଥାନ୍ତି ବୁଢିଆଣୀ ଜାଲ ର ସେ ଅଠାଳିଆ ସୂତାରେ। ପୁଅ ବୋହୁ ଙ୍କର ଦୁର୍ବ୍ୟବହାର ର ପ୍ରରୋଚନାରେ ପଡି ଅଶାନ୍ତି ର ବଳୟ ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ ଖୋଜି ଖୋଜି ନିଜକୁ ହଜାଇ ଦେଇଥାନ୍ତି ସେହି ମାଟିଘଟ ମାଟି ପିଣ୍ଡରେ। ମଣିଷ ଦିନେ ଜନ୍ମ ନେଇଛି ମାନେ ମୃତ୍ୟୁ ତ ଅବସମ୍ଭାବି। ଜୀବନରେ ସବୁ ମିଥ୍ୟା ମୃତ୍ୟୁ ହିଁ ସତ ହୋଇଥାଏ। ହେଲେ ମିଛ ମାୟା ସଂସାର ରେ ଲୋଭ ବି ପରମ ଶତୃ ହୋଇଥାଏ। ଲୋଭ ମଣିଷ କୁ ଥରେ ଗ୍ରାସକଲେ ସମସ୍ତଙ୍କ ଠାରୁ ବିଶ୍ଵାସ ଭରସା ହିଁ ତୁଟିଯାଏ। ହେଲେ ମୃତ୍ୟୁର ଦ୍ଵାର ଆପେ ଆପେ ଖୋଲିଯାଏ। ବୟସର କ୍ଳାନ୍ତ ଅପରାହ୍ନ ର ସମୟ ହାତଠାରି ଡାକି ଉପହାସ କରୁଥାଏ, ଠିକ୍ ଆମ ନେତି ମାଉସୀ ପରି। ନାତୁଣୀ ଲତା ଡାକି ଡାକି ଆସୁଥାଏ। ଜେଜେ ମା ସୂରୂଜ ମହାପ୍ରଭୁ ପଶ୍ଚିମ ଆକାଶ କୁ ଯାଇ ବାହୁଡିବାକୁ ବସିଲେଣି ତୁ ଏଇଠି ଖୁଣ୍ଟଟା ପରି ବସିଛୁ। କ'ଣ ଖାଇଥିଲୁ ନା ନାହିଁ। ମୁଁ ତ ଏବେ ସ୍କୁଲ ରୁ ଫେରୁଛି। ନେତି ମାଉସୀ ର ବୟସ ଅଶୀ ପାଖାପାଖି ହୋଇଗଲାଣି, ମନୁଆ ବାପା ବି ତାକୁ ଏକାକରି ଛାଡି ଚାଲିଗଲାଣି ପନ୍ଦର ବର୍ଷ ହେଲାଣି। ମନୁଆର ବାପା ଯିବା ପରେ ନେତି ମାଉସୀ ବହୁତ ଦୁଃଖ ଯନ୍ତ୍ରଣା ମଧ୍ୟରେ ଥାଏ। ମନୁଆ ର ତିନୋଟି ପିଲା। ମୁଲ ଲାଗିଲେ ଚଳିବ ନ ହେଲେ ଉପାସ ରହିବ।ସେ ବି ଅନ୍ୟ ଏକ ଗାଆଁ ରେ ଯାଇ ରହିଛି ଦୁଇଟି ପିଲାଙ୍କୁ ଧରି। ଲତା ହିଁ ବୁଢ଼ୀର ଭଲ ମନ୍ଦ ବୁଝେ। ଏଵର୍ଷ ଟଙ୍କା ଅଭାବରୁ ବି ଘର ଛାଣି ହୋଇ ନଥିଲା। ଭତ୍ତା ଟଙ୍କା ପାଇବ ପାଇବ ବୋଲି ପାଞ୍ଚ ମାସ ହୋଇ ଗଲାଣି। ଦନେଇ ଆସି କହିଗଲା ନେତି ଖୁଡି ଭତ୍ତା ଆଣିବାକୁ ଯିବୁନି କି ? ନେତି ମାଉସୀ ଥିରି ଥିରି ହୋଇ ଯାଇ କହିଲା, ସତରେ ଭତ୍ତା ମିଳିବ। ଭତ୍ତା ମିଳିଲେ ମୁଁ ଘର ଛପର ଟା କରିଦେବି, ନହେଲେ ସୁରୂଜ ମହାପ୍ରଭୁ ପରା ମୋ ଘର ଭିତରେ ପଡ଼ୁଛନ୍ତି। ଦନେଇ ଏଇ ସାଇର ଲୋକ, ସେ ସମୟ ପାଇଲେ ନେତି ମାଉସୀ ସହିତ ବସି ସୁଖ ଦୁଃଖ ହୁଏ। ଦନେଇ ତା ପୁଅ ବୋହୁ କୁ ଧରି ଖୁସିରେ ଚଳୁଛି। ନେତି ମାଉସୀ ର ମନ ଟିକେ ହାଲୁକା ହୋଇଯାଇଥିଲା। ହେଲେ ବୟସ ର କ୍ଳାନ୍ତ ଅପରାହ୍ନ ତା ପାଇଁ ବାଧ୍ୟକ ସାଜିଥିଲା। ଚାଲିବାକୁ ବି ବଳ ପାଉ ନଥିଲା। ନେତି ମାଉସୀ ର ଭାଗ୍ୟ ବି ଖରାପ୍। ଗୋଟିଏ ବୋଲି ଝିଅକୁ ଏଇ ତିନି ମାଇଲି ଦୂରରେ ବାହା ଦେଇଛି ଯେ ଜୋଇଁ ଟି ମଦୁଆ। ନେତି ମାଉସୀ ଭାବୁଥାଏ କିପରି ମୁ ଟଙ୍କା ପାଇଁ ଯିବି। ଜୋଇଁ ସହିତ ଗଲେ ତ ସେ ସବୁ ଟଙ୍କା ନେଇଯିବ। ସମସ୍ତେ ବସ୍ ରେ ଯାଉଛନ୍ତି। ହେଲେ ମୋର ତ ବସ୍ ରେ ଉଠିବା ପାଇଁ ଶକ୍ତି ନାହିଁ। ମନୁଆ ବାପା ମରିବା ଦିନ ଠାରୁ ତା ବଳ ଯେମିତି କିଏ ହରଣ କରି ନେଇଛି। ଏମିତି ବସି ଭାବୁ ଭାବୁ ଲତା କ'ଣ ଦିଟା ଫୁଟାଇ ଆଣି ଦେଇଥିଲା ଖାଇବା ପାଇଁ। ଜୋଇଁ କୁ ଫୋନ୍ କରି କହିଲା କି ବ୍ୟାଙ୍କ ଯିବା ପାଇଁ। ନେତି ମାଉସୀ ବସି ବସି ହାଲିଆ ହୋଇ ଗଲାଣି ଜୋଇଁ ର ଦେଖା ନାହିଁ। ନେତି ମାଉସୀ ଟିକିଏ ଗଡି ପଡୁଛି ତ ଜୋଇଁ ନରେଶ ଆସି ପହଞ୍ଚିଲେ ପୁଣି ଟଳିଟଳି ଅବସ୍ଥାରେ। ନେତି ମାଉସୀ କୁ ଲତା ନେଇ ସାଇକେଲ ରେ ବସାଇ ଦେଲା। ନେତି ମାଉସୀ ଭତ୍ତା ପାଇଁ ଯାଇଥିଲା। ଠାକୁର ଙ୍କୁ ଡାକି ଡାକି ନେତି ମାଉସୀ ଯାଇ ସେ ସ୍ଥାନ ରେ ପହଞ୍ଚି ଯାଇଥିଲା। ଜୋଇଁ ସେଠାରେ ଛାଡି ଦେଇ କୁଆଡେ ଚାଲିଗଲା ଯେ ଗଲା। ଏତେ ଲୋକ ଜମା ହୋଇ ଥାନ୍ତି, ସେମାନଙ୍କୁ ଦେଖି ନେତି ମାଉସୀ ଗୋଟିଏ କଣରେ ବସିଯାଇଥିଲା। ନେତି ମାଉସୀ ର ଦେହଟା ଯେମିତି ଝିମ ଝିମ୍ ହୋଇ ଯାଉଥିଲା। ତଥାପି ସେ ଆଶାରେ ଜବର ହୋଇ ବସି । କିଛି ସମୟ ପରେ ଜଣେ ଲୋକ ଆସି କହିଲେ କ'ଣ ମାଉସୀ ଭତ୍ତା ନେବ, ସେତେବେଳେ କୁ ନେତି ମାଉସୀ ର ଆଖି କୁ ଯେମିତି ଝାପସା ଝାପସା ଦେଖା ଯାଉଥିଲା। ଗୋଡ ଯେମିତି ଅଚଳ ହୋଇ ଯାଇଥିଲା। ସେଇଠି ଜଣେ ବାବୁ କହିଲେ, ମାଉସୀ ତୁମ ଚେକ୍ ଟା ନିଅ, କାଗଜ ଖଣ୍ଡକୁ ଦେଖି ନେତି ମାଉସୀ ଚମକି ପଡ଼ିଥିଲା ଆଉ ଭାବୁଥିଲା ଏ କାଗଜ କୁ ତ ଜୋଇଁ ନେଇଯିବ। ମୁଁ ଆଉ କ'ଣ କରିବି। ଏମିତି ଭାବୁଭାବୁ ନେତି ମାଉସୀ ର ଆଉ ପାଟିବି ଫିଟୁନଥିଲା। ହାତରେ କାଗଜ ଖଣ୍ଡିକ ଧରି ନେତି ମାଉସୀ ସେହିଠାରେ ହିଁ ଟଳି ପଡିଥିଲା। ଏତେ ଲୋକ ଜମା ହୋଇ ଯାଇଥିଲେ। ନରେଶ ଆସି ପହଞ୍ଚି ଦେଖେ ତ ନେତି ମାଉସୀ ଆଉ ନଥିଲା।ସେ ସମୟ ର କରାଳ ଗ୍ରାସରେ ପେଶି ହୋଇ ହୋଇ ଜୀବନ ର ଅପରାହ୍ନ ର ବେଳାଭୂମି ପରେ ଲୋଟି ପଡିଥିଲା। ସାଥିରେ କିଛି ବି ନେଇ ଯାଇ ନ ଥିଲା। ବୟସର ମଉଳା ଫୁଲ ହୋଇ ତଳେ ସଭିଙ୍କ ସାମ୍ନାରେ ପଡିଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama