STORYMIRROR

Kalpana Satpathy

Tragedy Classics Inspirational

4  

Kalpana Satpathy

Tragedy Classics Inspirational

ଜୀବନର ଅପରାହ୍ନ

ଜୀବନର ଅପରାହ୍ନ

2 mins
419

ଜୀବନ ଏକ ନାଟକ ର ପୃଷ୍ଠଭୂମି। ଯେଉଁଠି ମଣିଷକୁ ପ୍ରତି ସ୍ତର ଦେଇ ଗତି କରିବାକୁ ପଡ଼ିଥାଏ। କେତେବେଳେ ମଣିଷ ବାଟବଣା ହୋଇ ଯାଏ ତ କେତେବେଳେ ସୁଦୃଢ ଭାବେ ଜୀବନ କୁ ତନଖି ସଂଘର୍ଷ ରେ ସଂଘର୍ଷ ରେ ନିଜର ଜୀବନ ର ଅପରାହ୍ନ କୁ ଅପେକ୍ଷା କରି ଥାଏ। ସେହିପରି ଗୋଟିଏ ମା ର ଜୀବନର ଅପରାହ୍ନର କାହାଣୀ ଟିଏ ମୋ ଦୃଷ୍ଟି ଆକର୍ଷିତ କରି ମୋ ମନକୁ ଆନ୍ଦୋଳିତ କରିଥିଲା। ସେଥିରୁ ପଦେ ଆଜି ମୁଁ ଆପଣ ମାନଙ୍କୁ ଭେଟି ଦେଉଛି। ଦିନେ ବାଟରେ ଯାଉଯାଉ ମୋର ଆଖି ପଡିଯାଇଥିଲା ରାସ୍ତା କଡ଼ରେ ଥିବା ଦୋକାନ ପାଖରେ। ସେଠାକୁ ଯାଇ ଦେଖିଲି ଜଣେ ବୁଢୀଲୋକ ଦୋକାନ ପାଖରେ ବସି କଣ ଗୁଡିଏ କଥା ଭାବୁଛନ୍ତି। ମୁଁ ଭାବିଲି ଏ ଯଦି ଆଜି ମୋର ମା ହୋଇଥାନ୍ତା ମୁଁ କ'ଣ ଛାଡି ଚାଲି ଯାଇଥାନ୍ତି।ମୋ ବିବେକ ମୋତେ ବାଧା ଦେଇଥିଲା ପଛକୁ ଫେରିବାକୁ। ତେଣୁ ମୁଁ ଯାଇ ପଚାରିଲି ମାଉସୀ ଆପଣ ଏ ବୟସରେ ଏଠାରେ କ'ଣ କରୁଛନ୍ତି। ମାଉସୀ ତାଙ୍କ ଥର ଥର ଓଠରେ ମୋତେ କହିଲେ, ମା ତୁ କିଏ ମୁଁ ଜାଣିନି ହେଲେ ତୋର ସେହି ମାଉସୀ ଡାକଟି ମୋତେ ଅମୃତ ପରି ଲାଗିଲା, ଆଉ ଥରେ ମୋତେ ମାଉସୀ ବୋଲି ଡାକ୍। ପୁଣି ଥରେ ମାଉସୀ ଡାକି ଦେଇ ତାଙ୍କର ଅତି ନିଜର ହୋଇ ଯାଇଥିଲି। ତେଣୁ ସେ ତାଙ୍କ ଜୀବନର ଅପରାହ୍ନ ର କଥା ମୋ ଆଗରେ ସଵୁ କହି ଯାଇଥିଲେ। ମାଉସୀ କହିଲେ ତୁ ମୋ ଝିଅ ବୟସର ହେବୁ, ମୋ ଝିଅ ଥିଲେ ବି ତୋରି ଭଳି ମୋତେ ଆଜି ମା ମା ବୋଲି ଡାକି ମୋର ବେଦନା ଭରା କଥା ସବୁ ପଚାରି ଥାନ୍ତା। ମାଉସୀ କହିଲେ, ମୁଁ ଯେତେବେଳେ ଛୋଟ ଥିଲି ମୋ ଦେହର ରଙ୍ଗ କଳା ଥିଲି ବୋଲି ମୋ ବାପା ମା କେହି ମୋତେ ପସନ୍ଦ କରୁ ନଥିଲେ। ଯେତେବେଳେ ପାଠ ପଢିଲି ମୋର ପାଠ ପଢିବାକୁ ପ୍ରବଳ ଇଛା ଥିଲେ ବି ମୋ ପାଠପଢ଼ାରେ ଡୋରି ବନ୍ଧା ହୋଇ ଯାଇଥିଲା। ସେଠି ବି ମୋର ଜୀବନର ଅପରାହ୍ନ ର ଅନ୍ତ ଘଟିଥିଲା। କେବଳ ହାଣ୍ଡି ଚୁଲି ରେ ମୋ ଜୀବନ ସୀମିତ ରହିଥିଲା। ବଡ ହେଲା ପରେ ଜବରଦସ୍ତ ମୋତେ ବାହା କରାଇ ଦିଆଯାଇଥିଲା ଜଣେ ବୟସ୍କ ବ୍ୟକ୍ତି ଙ୍କ ସହିତ। ତଥାପି ବି ମୁଁ ସ୍ଥିର ନିଶ୍ଚିନ୍ତ ଭାବରେ ସବୁ ସମ୍ଭାଳି ନେଇଥିଲି। ବାହାଘର ପରେ ମୋର ଯେତେବେଳେ ପିଲାଟିଏ ପେଟରେ ରହିଲା, ସେତେବେଳେ ଝିଅଟିଏ ଅଛି ଜଣାଯିବାରୁ ମୋର ଭ୍ରୁଣ ନଷ୍ଟ କରି ଦିଆଗଲା। ସେତେବେଳେ ମୋ ଜୀବନ ର ଆଉ ଗୋଟିଏ ଅପରାହ୍ନ ଆସି ଯାଇଥିଲା। ତାପରେ ମୋର ଦୁଇ ପୁଅ ଜନ୍ମ ହୋଇଥିଲେ। ତାଙ୍କ ମୁହଁ କୁ ଚାହିଁ ମୋର ସମୟ କଟିଯାଉଥିଲା। ପୁଣି ମୋ ଜୀବନରେ ଆସିଥିଲା ଏକ ଝଡ ମୋ ସ୍ବାମୀ ମୋତେ ଛାଡ଼ି ଚାଲିଯାଇଥିଲେ ବହୁତ ଦୁରକୁ। ସେତେବେଳେ ମୋ ଜୀବନର ଏପରି ସମୟ ଆସିଥିଲା କହିଲେ ତୋ ଆଖିରେ ବି ଲୁହ ରହିବନି। ଏକା ଏକା ପିଲା ଦୁଇଟି ଙ୍କୁ ମଣିଷ କରିଥିଲି ଏଇ ହାତରେ। ଏବେ ବି ମୁଁ ଏକା ଜୀବନର ଅପରାହ୍ନରେ ବୃଦ୍ଧାଶ୍ରମରେ ରହୁଛି ମୋର କେହି ନଥିବା ଭଳି। ପୁଅମାନେ ଚାକିରି କରିବା ପରେ ମୋତେ ବା କିଏ ପଚାରେ। ଏବେ ମୋ ଜୀବନର ଅପରାହ୍ନ ରେ କେବଳ ମୋର ଶରୀରଟି ପଡି ରହିଛି। କେଉଁ ଦିନ ଏହା ବିଲୀନ ହୋଇଯିବ, ମୁଁ ସେହିକଥା ବସି ମନେ ମନେ ଭାବୁଥିଲି ତୁ ଆସି ମୋତେ ମାଉସୀ ବୋଲି ଡାକିଥିଲୁ ମୁଁ ଚମକି ପଡିଲି। ଠିକ୍ ଭାବରେ ଚାଲି ପାରୁ ନଥିବା ମାଉସୀ ଙ୍କୁ ନେଇ ମୁଁ ନିଜେ ସେ ବୃଦ୍ଧାଶ୍ରମରେ ଛାଡି ଆସିଥିଲି। ସେଦିନ ତାଙ୍କର ସେ ଚାହାଣୀ, ମୋତେ ଝିଅ ବୋଲି ଭାବି ତାଙ୍କ ହୃଦୟ ର କଥା କହିବା, ଆଜି ପର୍ଯ୍ୟନ୍ତ ମୋ ମନରେ ଯେମିତି ଜୀବନର ଅପରାହ୍ନ ର ଚିହ୍ନ ଆଙ୍କି ଦେଇଛି।



Rate this content
Log in

Similar oriya story from Tragedy