BISWESWAR MAJHI

Romance

5.0  

BISWESWAR MAJHI

Romance

ଜୀବନର ସନ୍ଧି କ୍ଷଣରେ

ଜୀବନର ସନ୍ଧି କ୍ଷଣରେ

5 mins
426


ସୀମା ମନେ ପକାଉ ଥାଏ ବାପାଙ୍କ ପିଲା ଦିନ କଥା, "ଜୀବନରେ ସବୁବେଳେ ଦୁଇଟି ରାସ୍ତା ଦେଖାଯିବ। ଗୋଟିଏ ଠିକ୍, ଆଉ ଗୋଟିଏ ଭୁଲ୍ । ଭୁଲ୍ ରାସ୍ତାରେ ଅନେକ ଲୋକ ଯାଉଥିବେ, ଠିକ୍ ରାସ୍ତାରେ ଖୁବ୍ କମ୍ ଲୋକ ଯାଉଥିବେ ବା କେହି ଯାଉ ନ ଥିବେ। ତୁ କିନ୍ତୁ ଠିକ୍ ରାସ୍ତାଟି ବାଛିବୁ ।" ଆଖିରୁ ତା'ର ବହି ଯାଉଥାଏ ଧାର ଧାର ଲୁହ । କାରଣ ସେ ଆଜି ଛିଡା ହୋଇଛି ଜୀବନର ଦୋଛକିରେ । କେଉଁ ନିଷ୍ପତ୍ତି ନେବ ସେ ??


ସ୍ୱମୀ ଅନିମେଶ ସରଳ ଆମାୟିକ ବ୍ୟକ୍ତିତ୍ୱ, ସ୍ୱାମୀ କମ୍ ବନ୍ଧୁ ବେଶୀ । ପନ୍ଦର ଦିନର ବୈବାହିକ ଜୀବନରେ ସୀମାର ଉପେକ୍ଷା ଛାଛଛାଡ ଭାବ, ସେ କିଛି ଜାଣି ପାରନ୍ତି ନାହିଁ। ମଧୁ ଶଯ୍ୟାରେ ସୀମା କରିଥିଲା ଚୁକ୍ତି, ଦେଖ ମୁଁ ମାନସିକ ଭାବରେ ଏ ବିବାହ ପାଇଁ ପ୍ରସ୍ତୁତ ନଥିଲି। ତାଛଡା ଆଉ ମାସେ ପରେ ମୋର ଫାଇନାଲ୍ ପରୀକ୍ଷା। ତେଣୁ ସେ ପର୍ଯ୍ୟନ୍ତ ଆମର କୌଣସି ସମ୍ପର୍କ ରହିବ ନାହିଁ। ଅନିମେଶ ସୀମାର ବାହୁରୁ ହାତ ଖସାଇ ଆଣି, ତା ଆଖିରେ ଆଖି ମିଶାଇଲେ । ହସି ହସି କହିଲେ, "କୌଣସି ସମ୍ପର୍କ ରହିବ ନାହିଁ ଠିକ୍ ନୁହେଁ। ସେ ପର୍ଯ୍ୟନ୍ତ ଆମେ ବନ୍ଧୁ ଭାବରେ ରହିବା । ତୁମର ପରୀକ୍ଷା ସରୁ। ତୁମେ ଠିକ୍ ଭାବେ ପଢାପଢି କର । ଖାଲି ମୋର ଗୋଟିଏ ଅନୁରୋଧ ରଖିବ । ମୋ ବାପା ଜଣେ ପକ୍ଷାଘାତ ରୋଗୀ । ନର୍ସ ତାଙ୍କର ସେବାଯତ୍ନ କରୁଛି । ବନମାଳି ମଉସା ଘରର ସବୁକିଛି ସମ୍ଭାଳିବେ । ତୁମକୁ ଖାଲି ଦିନରେ ଦୁଇଥର ବାପାଙ୍କ ପାଖରେ ପାଂଚ ମିନିଟ୍ ଲେଖାଏଁ ବସିବାକୁ ପଡିବ, ମୁଁ କଲେଜ୍ ଯିବା ସମୟ ଭିତରେ । କଣ ପାରିବ ?" ସୀମା ଅଗତ୍ୟା ହଁ ମାରିଥିଲା ଆଉ ତାପରେ ଗୁଡ୍ ନାଇଟ୍ କହି ଅନିମେଶ ପାଖ ବିଛଣାରେ ଶୋଇ ଯାଇଥିଲେ। 


ପରଦିନ ସକାଳୁ ବିଛଣାରୁ ଉଠିଲା ବେଳକୁ ବନମାଳି ମଉସା ଡୋର୍ ନକ୍ କଲେ ବେଡ୍ ଟି ଆଣି । ଆଉ ପଚାରିଲେ "ବୋହୁ ମା, ଏତେ ଦିନକେ ଅନିମେଶକୁ ବହୁତ ଖୁସି ଦେଖିଲି । ପିଲା ଦିନରୁ ମା କୁ ହରାଇ ଯେଉଁ ବାପାଙ୍କ ପାଖରେ ବଢିଥିଲା, ସେଇ ବାପା ରିଟାୟାରମେଣ୍ଟ ପରେ ପାଂଚ ବର୍ଷ ହେଲା ଶଯ୍ୟାଶାୟୀ। ବାହା ହେବାକୁ ବିଲକୁଲ୍ ରାଜି ନଥିଲେ, କାହିଁକି ପର ଝିଅଟିଏ ଏସବୁ ସମ୍ଭାଳିବ ? ମୋ ବାପାଙ୍କ ଦାୟିତ୍ୱ ମୋର । ମୁଁ ଘରର ଚାକର ହେଲେ ବି ବାବୁଙ୍କୁ ବୟସ ବେଳରୁ ଦେଖି ଆସୁଛି । ମୋ କଥା ସେ ମାନନ୍ତି। ବୁଝାଇଲି, ମୁଁ ତ ଆସି ବୁଢା ହେଲିଣି, ସବୁ ଦିନେ ନଥିବି। ତୁମେ ଦିନରେ କଲେଜ ଗଲେ ବାପାଙ୍କ କଥା କିଏ ବୁଝିବ । ତାଛଡା ଘରକୁ ବୋହୁ ଟିଏ ଆସିଲେ, ବୁଢାବାବୁ ଖୁସିରେ ଶୀଘ୍ର ଭଲ ହୋଇଯିବେ । ତୁମର ବି ଭବିଷ୍ୟତ ପଡିଛି । ବହୁ କଷ୍ଟରେ ରାଜି ହେଲେ । ହଁ ମା, ମୁଁ ଅସଲ କଥାଟି ଭୁଲିଗଲି ଯେ, ଆଜି ଜଳଖିଆ ରେ କଣ କରିବି ?" ସୀମାକୁ ବଡ ବିରକ୍ତ ଲାଗୁ ଥାଏ। ତଥାପି ମନର କଥା ମନରେ ରଖି ଉତ୍ତର ଦେଲା, "ବାବୁଙ୍କୁ ପରାରୁନ?" ବନମାଳି କହିଲେ, " ମା ସବୁ ଦିନେ ତାଙ୍କୁ ପଚାରେ, ହେଲେ ଆଜି କହିଲେ ତୁମକୁ ପଚାରିବାକୁ।" ସୀମା ସଂକ୍ଷେପରେ କହିଲା, "ମୋର ରୋଷେଇ ଅଭିଜ୍ଞତା ନାହିଁ। ରୋଗୀ ଜଣେ ଘରେ, ତାଙ୍କ ପାଇଁ ଯାହା ପଥ୍ୟ ସେୟା କର ।" 


ଠିକ୍ ସାଢେ ଆଠଟାରେ ସୀମା ଗାଧୁଆ ପାଧୁଆ ସାରିଲା ବେଳକୁ ପୁଣି ନକ୍ । ମା ବାବୁ ଅପେକ୍ଷା କରିଛନ୍ତି ବ୍ରେକଫାଷ୍ଟ୍ ପାଇଁ। ସୀମା ରୋଷେଇ ଘରୁ ବଢା ହୋଇଥିବା ଜଳଖିଆ ଧରି ବୁଢା ବାବୁଙ୍କ ରୁମ୍ କୁ ଗଲା । ଅନିମେଶ ସେଇଠି ବସିଥିଲେ । ପ୍ରଥମେ କର୍ତ୍ତବ୍ୟ ବଶତଃ ପାଦ ଛୁଇଁଲା, ଶଯ୍ୟାଶାୟୀ ବୃଦ୍ଧଙ୍କର । ଆଖିରୁ ତାଙ୍କର ବହି ଆସିଲା ଦୁଇ ଧାର ଲୁହ । ହାତ କଷ୍ଟରେ ଉପରକୁ ଉଠାଇଲେ, ଆଶୀର୍ବାଦ କରିବାକୁ ପୁଣି ଖସି ପଡିଲା । ସୀମାକୁ ଅନିମେଶ ସହଯୋଗ କଲେ, ତାଙ୍କୁ ଖୁଆଇ ଦେବାକୁ । ଏଥର ଦୁଇଜଣ ଡାଇନିଂ କୁ ଆସିଲେ ଚୁପ୍ ଚାପ୍ ବ୍ରେକଫାଷ୍ଟ୍ କଲେ । ଅନିମେଶ ହସିହସି ବାହାରିଲେ କଲେଜ୍ । ସୀମା ଏବେ କୋଠରୀରେ ସମ୍ପୂର୍ଣ୍ଣ ଏକା । ମୋବାଇଲ ଖୋଲିଲା ।


ରାକେଶର ମେସେଜ୍। "ହାଏ ଜାନ୍। ମିସିଂଗ୍ ୟୁ । ତମେ କଣ ପ୍ଲାନ କଲ, କେବେ ଆମେ ମିଶିବା ?" ସୀମା ଉତ୍ତର ଦେଲା ନାହିଁ। ଫେରିଗଲା ଅତୀତକୁ । କଲେଜ ସାଥୀ, ଲଭର ବୟ ରାକେଶ। ଡ୍ୟାସିଂ ହ୍ୟାଣ୍ଡସମ୍ ପରସନାଲିଟି, ଟ୍ୟାଲେଣ୍ଟେଡ୍ । କଲେଜର ବହୁ ଝିଅ ରାକେଶ ପାଇଁ ପାଗଳ, ରାକେଶ କିନ୍ତୁ ପାଗଳ ସୀମା ପାଇଁ। ବନ୍ଧୁତା କେତେବେଳେ ପ୍ରେମର ରୂପ ନେଲା ସୀମା ଜାଣି ପାରିଲା ନାହିଁ। ଫାଇନାଲ୍ ଇୟର୍ କେତେ ସ୍ୱପ୍ନରେ ମସଗୁଲ୍ ଦୁହେଁ, ହଠାତ୍ ଚଡକ ପଡିଲା, ବାପା ସ୍ଥିର କଲେ ସୀମାର ବାହାଘର । ସୀମା ସାହସ ଜୁଟାଇ ପାରିଲା ନାହିଁ ବାପାଙ୍କ ପାଖରେ ସତ କହିବାକୁ। ମା ସବୁ ଶୁଣି କହିଲେ, "ମା ରେ ବାପାଙ୍କର ମାଇଲ୍ଡ ଆଟାକ୍। ଆଦର୍ଶବାଦୀ ମଣିଷ। ସେ ଯାହା କରିଛନ୍ତି, ତୋ ଭଲ ପାଇଁ । ଏବେ ତାଙ୍କ ମନରେ ଦୁଃଖ ଦେବୁ କି ଗ୍ରହଣ କରିବୁ, ତୋ ସଂସ୍କାର ତତେ ଯାହା କହିବ ତୁ ସେଇଆ କର ।" ଆଖିରୁ ଝରି ପଡିଥିଲା, ଦୁଇ ଧାର ଲୁହ । ସୀମା ଲୁହ ପୋଛିଦେଇ କହିଥିଲା, "ମୋ ଭଲ ପାଇବାକୁ ବଳି ଦେବା ବହୁତ କଷ୍ଟକର ମା, କିନ୍ତୁ ତାଠାରୁ ଅଧିକ କଷ୍ଟ ମୋ ବାପାଙ୍କୁ ଦୁଃଖୀ କରିବା, ତାଙ୍କ ଜୀବନ ପ୍ରତି ବିପଦକୁ ବରଣ କରିବା । କାରଣ ରାକେଶ ଭିନ୍ନ ଧର୍ମାବଲମ୍ବୀ ।"


ସୀମାର ବାପା ମା ଥିଲେ ଆଦର୍ଶବାଦୀ । ପିଲାଟି ଦିନରୁ ତାଙ୍କ ସଂସ୍କାର ପାଇ ସୀମା ଆଦର୍ଶରୁ ବିଚ୍ୟୁତ ହୋଇନାହିଁ କେବେ ବି । ଆଜି ଏ ସନ୍ଧି କ୍ଷଣରେ ଯଜ୍ଞ ବେଦୀ ଚାରିପଟେ ସାତଥର ପ୍ରଦକ୍ଷିଣ କରି ହୋମ ଅଗ୍ନିରେ ନିଜ ଅତୀତକୁ ଆହୁତି ଦେଇ ପାରିନି ସୀମା, ତେଣୁ ଦେବ ତୁଲ୍ୟ ସ୍ୱାମୀଙ୍କୁ ଗ୍ରହଣ କରିବା ସହଜ ହେଉନି । ଏଣେ ରାକେଶ ବାରମ୍ବାର ଉଚ୍ଚାଟ କରି ନିଆଁରେ ଘିଅ ଢାଳୁଛି, ସୀମା ବିନା ସେ ବଂଚି ପାରିବ ନାହିଁ। ଦିନ ପରେ ଦିନ ଅନିମେଶଙ୍କ ଅନାବିଳ ବନ୍ଧୁତ୍ୱ, ଶ୍ୱଶୁରଙ୍କ ମୁହଁରେ ଭରପୁର ଖୁସିର ଝଲକ ସୀମାକୁ ଜୀବନର ଦୋଛକିରେ ଛିଡା କରି ଦେଇଛି। ସୀମା ଭାବିଥିଲା ପରୀକ୍ଷା ସରିବା ପରେ ଅନିମେଶଙ୍କୁ ସବୁ ସତ କହିଦେବ ଓ ଫେରିଯିବ ରାକେଶର ଜୀବନକୁ । 


ଶ୍ୱଶୁରଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ସେ ଅଳ୍ପ କଥା କହିଲେଣି ଖନେଇ ଖନେଇ । ସୀମା ହାତ ଧରି ଆଜି କହିଲେ, "ମା'ରେ ଅନିମେଶ ମାତୃ ସ୍ନେହରୁ ବଂଚିତ, ସ୍ନେହ କାଂଗାଳଟିଏ । ତୁ ତାକୁ ମାଆର ମମତା ତଥା ପତ୍ନୀର ପ୍ରେମ ଉଭୟ ଦେବୁ । ମୁଁ ତ ଝଡିବାକୂ ଥିବା ପତ୍ରଟିଏ, ମୋ ଚିନ୍ତା ଛାଡ ।" ଆଜି କାହିଁକି ବାପାଙ୍କର ସେହି ପିଲଦିନ କଥା ତୁହାଇ ତୁହାଇ ମନେ ପଡୁଛି, "ଜୀବନର ଦୋଛକିରେ ପଡିଲେ, କେବଳ ଗୋଟିଏ ରାସ୍ତା ହିଁ ଠିକ୍ । ନିଜ ଅନ୍ତରାତ୍ମା ଯେଉଁଟି ଠିକ୍ ବୋଲି କହିବ, ସେ ପଥରୁ ବିଚ୍ୟୁତ ହେବୁ ନାହିଁ।" ସୀମା ଏଥର ମନ ସ୍ଥିର କଲା । ରାଧା ଯଦି କୃଷ୍ଣ ବିନା ଏବଂ କୃଷ୍ଣ ରାଧା ବାନା ସଂସାର କରି ପାରିଲେ ସେ କାହିଁକି ନ ପାରିବ ! ରାକେଶ ବୁଝିବ ନାହିଁ, ଅନୁମତି ବି ଦେବ ନାହିଁ । ସେଥିପାଇଁ ଉପାୟ ସ୍ଥିର କଲା । ବନମାଳି ମଉସାଙ୍କୁ କହି ବଜାର ଗଲା, ନୂଆ ସିମ୍ କାର୍ଡଟିଏ ଆଣିଲା। ବାଟରେ ପୋଲ ଉପରେ କାରରୁ ଓହ୍ଲାଇ ପୁରୁଣା ସିମ୍ ଟି ବିସର୍ଜନ କଲା ନଦୀ ଗର୍ଭରେ, ତା ସହିତ ରାକେଶର ଚିନ୍ତା। ଘରକୁ ଫେରି ଅପେକ୍ଷା କଲା ଅନିମେଶଙ୍କ ଫେରିବା ବାଟକୁ । ଅନିମେଶ ଆସିଲା ପରେ ସେ ତାଙ୍କ କୋଳରେ ଲୋଟି ଯାଇ ଜଣାଇ ଦେଲା, ଆଉ ବ୍ରହ୍ମଚର୍ଯ୍ୟ ପାଳନ ତା ଦେଇ ହେଉନି । ଫାଇନାଲ୍ ପରୀକ୍ଷା ଖରାପ ହେଲେ ସେ ଆଉ ଥରେ ଦେବ । କିନ୍ତୁ ହାତ ପାହାନ୍ତାରେ ଏତେ ସୁଖକୁ ସେ ହତାଦର କରି ପାରିବ ନାହିଁ। କାରଣ ସେ ମାଟିର ମଣିଷ ଟିଏ, ଅନିମେଶଙ୍କ ପରି ଦେବତା ନୁହେଁ। ଅନିମେଶଙ୍କ ଆଖିରୁ ବହି ପଡୁଥାଏ ଆନନ୍ଦାଶୃ ଅବାରିତ । କହିଲେ, "ଚାଲ କାଲି ତୁମ ବାପା ବୋଉଙ୍କୁ ଦେଖାକରି ଆଶୀର୍ବାଦ ନେଇ ଆସିବା । କାଲି ତ ୱିକ୍ ଏଣ୍ଡ ନା !!

        


Rate this content
Log in

Similar oriya story from Romance