BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ସବୁ ଧର୍ମର ସାରମର୍ମ ଗୋଟିଏ

ସବୁ ଧର୍ମର ସାରମର୍ମ ଗୋଟିଏ

2 mins
300


ମହାବାତ୍ୟା ଫନି ଯୋଗୁଁ ଭୁବନେଶ୍ବରରେ ବିଜୁଳି ପାଣି ସବୁ ଅବ୍ୟବସ୍ଥିତ ହୋଇଗଲା ଦୀର୍ଘ ଦିନ ଧରି । ଯେଉଁ ସ୍ତ୍ରୀ ପିଲାଙ୍କୁ ଖରା ଦିନ ଛୁଟିରେ ଗାଆଁକୁ ବୁଲିଯିବାକୁ କହିଲେ ନାକ ଟେକୁଥିଲେ, ସେମାନେ ଗାଆଁରୁ ଜେଜେ ଜେଜୀମା'ଙ୍କ ଠାରୁ ଖବର ପାଇ ଆଜି ଉଛନ୍ନ । ନାତି ନାତୁଣୀ ଅବସରପ୍ରାପ୍ତ ଶିକ୍ଷକ ଜେଜେଙ୍କ ପାଖରେ ବସିଲାରୁ ଜାଣିଲେ ସେ କେତେ ଜ୍ଞାନୀ ଗୁଣୀ ଲୋକ । ତେଣୁ ପ୍ରତିଦିନ ନୂଆ ନୂଆ ବିଷୟରେ ଆଲୋଚନା କରିବାକୁ ଅଳି କରନ୍ତି । ଦିନେ ପଚାରି ବସିଲେ ଜେଜେ ଆମ ହିନ୍ଦୁ ଧର୍ମ ଭଲ ନାଁ ଖ୍ରୀଷ୍ଟିଆନ ଧର୍ମ ନାଁ ମୁସଲମାନ ଧର୍ମ ?


ଜେଜେ ଅଡୁଆରେ ପଡିଲେ କିପରି ବୁଝାଇବେ ଏ ଗହନ ପାଠକୁ ସରଳ ଭାବରେ ଯେ ପିଲାମାନେ ଉଚିତ ଶିକ୍ଷା ପାଇ ପାରିବେ । ଜେଜେ ପଚାରିଲେ "ଅଭିପ୍ସା, ବାଘ ଆମକୁ ଦେଖିଲେ କଣ କରିବ ?" ଚଟାପଟ୍ ଉତ୍ତର ମିଳିଲା "ସିଏ ତ ହିଂସ୍ର ଜନ୍ତୁ, କୁଦି ପଡିବ, ମାରି ଖାଇଯିବ। " ପରବର୍ତ୍ତୀ ପ୍ରଶ୍ନ ବୈଜୟନ୍ତକୁ "ନଦୀ କାହିଁକି ସମୁଦ୍ରକୁ ଧାଉଁଛି ?" ବୈଜୟନ୍ତ କହିଲା "ନଦୀର ଧର୍ମ ପାହାଡରୁ ବାହାରି ବହିବ ସମୁଦ୍ରରେ ପଡିବା ଯାଏ ।" ଜେଜେ ଏଥର କଥାର ମୋଡ ବଦଳାଇଲେ । "କହିଲ ପିଲେ ଆମର ଦେବାଦେବୀ ମିଶି କେତେ ଜଣ ?" ଉଭୟ ଏକ ସ୍ୱରରେ କହିଲେ "ତେତିଶ କୋଟି, ପୁଣି ହତାଶ ହୋଇଗଲେ ତେତିଶ କୋଟି ଜେଜେ ! ପୃଥିବୀର ଜନସଂଖ୍ୟା ଛ ଶହ କୋଟିକୁ ଦେବତା ତେତିଶ କୋଟି ! ବାପରେ, ତୁମେ ତାଙ୍କ ନାଁ ମନେ ରଖିଛ ଜେଜେ ?"


ଏଥର ଜେଜେଙ୍କୁ ରାସ୍ତା ମିଳିଗଲା । ବଝାଇଲେ କୋଟି ଏଠାରେ ସଂଖ୍ୟା ଅର୍ଥରେ ନୁହେଁ ପ୍ରକାର ଅର୍ଥରେ ବ୍ୟବହୃତ, ଯେମିତି ଉଚ୍ଚ କୋଟିର ଗାୟକ ଇତ୍ୟାଦି । ଯେଉଁ ଈଶ୍ବରୀୟ ଶକ୍ତି ମାନେ ଆମ ଉପକାର ପାଇଁ ନିୟୋଜିତ ଯଥା ଏକାଦଶ ରୁଦ୍ର, ଦ୍ୱାଦଶ ଆଦିତ୍ଯ, ଅଷ୍ଟ ବସୁ, ଅଶ୍ୱିନି ଓ କୁମାର । ମୋଟ ତେତିଶ ପ୍ରକାରର ଦେବତା । ସେହିପରି ଆମ ଧର୍ମରେ ସାକାର ଦେବତା ତଥା ନିରାକାର ଦେବତା ଅଛନ୍ତି । ବୌଦ୍ଧ, ଜୈନ, ଶିଖ, ମହିମା ଧର୍ମ ତଥା ମୁସଲିମ ଓ ଖ୍ରୀଷ୍ଟିଆନ ଧର୍ମ ରେ ମଧ୍ୟ ନିରାକାର ଦେବତାଙ୍କୁ ପୂଜା କରାଯାଏ । ସବୁ ଧର୍ମ ମୂଳମନ୍ତ୍ର ଅନ୍ୟ ଧର୍ମ ପ୍ରତି ସହନଶୀଳତା ତଥା ଈଶ୍ବରଙ୍କୁ କୃତଜ୍ଞତା ।


ଠିକ୍ ଯେପରି ଆମର ଆଦି ମାନବ କରିଥିଲା । ବିଶାଳ ପ୍ରକୃତି, ସାଗର, ନଦନଦୀ, ବନଲତା, ଋତୁଚକ୍ର, ବୃକ୍ଷର ଉପକାରୀତା ଇତ୍ୟାଦି ପାଇଁ ଈଶ୍ବରଙ୍କୁ ଧନ୍ୟବାଦ ଦେବା ପାଇଁ ସବୁ ପୂଜା ବିଧି ଉଦ୍ଦିଷ୍ଟ । ଜେଜେ ମା ଖାଇବାକୁ ଡାକିବାରୁ ଧର୍ମ ପାଠରେ ଡୋରି ବାନ୍ଧିବା ପୂର୍ବରୁ ଜେଜେ ପ୍ରାଂଜଳ ଭାବରେ ବୁଝାଇ ଦେଇଥିଲେ ସବୁ ଧର୍ମର ସାରମର୍ମ କଣ । ଅଥଚ ଧର୍ମ ନାମରେ କେତେ ବ୍ୟଭିଚାର, ହିଂସା ଦ୍ବେଷ ଧର୍ମ ଧ୍ୱଜାଧାରୀ ମାନେ ନକରୁଛନ୍ତି । ପିଲା ମାନଙ୍କର ଆଖି ଖୋଲି ଯାଇଥିଲା । ସକାଳ ପାହିଲେ ସେମାନେ ପୁଣି ଫେରିଯିବେ ସହରକୁ । କିନ୍ତୁ ଏ ଅମୂଲ୍ୟ ସଂପଦ ଆଉ ମିଳିବ ନାହିଁ । ସେଥିପାଇଁ ଖାଇବାରେ ନା ମନଥିଲା ଅଭିପ୍ସାର ନା ବୈଜୟନ୍ତର।



Rate this content
Log in

Similar oriya story from Inspirational