BISWESWAR MAJHI

Others

4.3  

BISWESWAR MAJHI

Others

ଭାରତୀୟ ଦର୍ଶନରେ ରାମକଥା

ଭାରତୀୟ ଦର୍ଶନରେ ରାମକଥା

2 mins
344



ଅଯୋଧ୍ୟା: ଯେଉଁଠାରେ ଯୁଦ୍ଧ ହୁଏନାହିଁ ବା ଅନ୍ୟ କେହି ଯୁଦ୍ଧ କରି ଯାହାକୁ ଜିତି ପାରିବେ ନାହିଁ। ଆମ ଶରୀରର ପ୍ରତୀକ । ଆମ ଶରୀର ଉପରେ ନିଜ ବ୍ୟତୀତ ଆଉ କେହି ଜିତି ପାରିବେ ନାହିଁ ।


ସୂର୍ଯ୍ୟ ବଂଶ: ସଦା ପ୍ରକାଶମାନ, ଜଗତ ମଙ୍ଗଳ ପାଇଁ ଅବିରତ ଗତିଶୀଳ।


ପିତା ଦଶରଥ : ଦଶ ରଥ ବିଶିଷ୍ଟ ରଥ; ପାଞ୍ଚ ଜ୍ଞାନେନ୍ଦ୍ରିୟ ପାଞ୍ଚ କର୍ମେନ୍ଦ୍ରିୟ।


ମାତା କୌଶଲ୍ଯା: କୋଶଳ ରାଜକନ୍ୟା, କୁଶଳୀ ମଧ୍ୟ। ରାମଙ୍କ ଚରିତ୍ର ଗଠନର ମୁଖ୍ୟ କୁଶଳୀ ବିନ୍ଧାଣୀ। ବିବେକର ପ୍ରତୀକ ।


ମାତା କୈକେୟୀ : କୈକେୟ ରାଜ କନ୍ୟା, (କେ କେ) କେହି ବି। ଆମ ମନ ପରି ସଦା ଚଞ୍ଚଳ, କେତେବେଳେ କଣ କରେ ଜାଣିବା କଷ୍ଟ। 


ମାତା ସୁମିତ୍ରା: ସର୍ବଦା ମିତ୍ରତା ଆଚରଣ ଯାହା ବିଶେଷତ୍ୱ। ସୁବୁଦ୍ଧିର ପ୍ରତୀକ ।


ଭାଇ ଭରତ: ସୁଭରତ, ସଦା ଶୁଭ କାର୍ଯ୍ୟରେ ରତ। ଆମ ମୁଖର ପ୍ରତୀକ ।


ଭାଇ ଲକ୍ଷ୍ମଣ: ସୁ ଲକ୍ଷଣ ଯୁକ୍ତ, ଲକ୍ଷ୍ୟର ମୂର୍ତ୍ତି, ସମର୍ପିତ ଜୀବନ । ଆମ ପାଦ ପରି ସେବାର ପ୍ରତୀକ ।


ଭାଇ ଶତୃଘ୍ନ: ଶତୃ ହନ୍ତା । ହାତ ପରି ସେବାର ପ୍ରତୀକ। 


ସ୍ତ୍ରୀ ସୀତା : ସତ୍ୟର ସ୍ୱରୂପ, ଭୂମିର କନ୍ୟା ସର୍ବଂସହା । ଆମ ହୃଦୟର ପ୍ରତୀକ, ଯାହା ବିନା ଶରୀର ଧାରଣ ଅସମ୍ଭବ। 


ପାରିଷଦ ହନୁମାନ: କପି ବା ସରଳମତି ବାଳକତ୍ୱର ପ୍ରତୀକ । ଅତୁଲିତ ବଳଶାଳୀ, ନିଜ କ୍ଷମତା ନିଜକୁ ଅଜଣା, ରାମମୟ ଜୀବନୀ, ସାତଜଣ ଅମର ମାନଂକ ମଧ୍ୟରୁ ଜଣେ ।


ପାରିଷଦ ବିଭୀଷଣ: ଜ୍ଞାନର ପ୍ରତୀକ । ଲଙ୍କାରେ ଜନ୍ମ ହୋଇ ମଧ୍ୟ ଯେ ଭୀଷଣ ନୁହେଁ, ନୀତି ସହିତ ସାଲିସ୍ ନାହିଁ। ସିଏ ମଧ୍ୟ ଅମର ।


ଖଳନାୟକ ରାବଣ : ବଣର ରାଜା, ଜଙ୍ଗଲ ରାଜର ରୂପ। ମହାଜ୍ଞାନୀ କିନ୍ତୁ ଅହମିକା ସବୁଠାରୁ ବଡ ଦୋଷ, ଭଲଗୁଣ ଉପରେ ପରଦା ଟାଣିଦିଏ । ଅହଂକାରର ପ୍ରତୀକ ।


କୁମ୍ଭକର୍ଣ୍ଣ : ଆମ ଭିତରେ ସଦା ଶୋଇ ପଡିଥିବା ଚେତନାର ପ୍ରତୀକ, ଯିଏ ବହୁତ କ୍ଷତି କାରକ। 


ନାୟକ ଶ୍ରୀରାମ: ରମ୍ୟତେ ଈତି, ଯିଏ ନିଶ୍ୱାସ ପ୍ରଶ୍ୱାସରେ ପ୍ରାଣବାୟୁ ହୋଇ ଯାତାୟାତ କରନ୍ତି। ପ୍ରାଣର ପ୍ରତୀକ ।


କାହାଣୀ: କୈକେୟୀ ବା କେହି ବି ଚଉଦ ସେକେଣ୍ଡ ପାଇଁ ଆମ ହୃଦୟ ଓ ପ୍ରାଣବାୟୁ ବନ୍ଦ କରିବାକୁ (ଶରୀର ବାହାରକୁ ପଠାଇ ଦେବାରେ) ସକ୍ଷମ ହୁଏ । ଲକ୍ଷ୍ମଣ ସଦା ଜାଗ୍ରତ ରହି ଲକ୍ଷ୍ୟ ପଥରୁ ବିଚ୍ୟୁତ ହେବାକୁ ନଦେଇ, ତାଙ୍କୁ ଫେରାଇ ଆଣିବାରେ ଶତତ ଚେଷ୍ଟିତ । ଭରତ ଆମର ମୁଖ ପରି ଅଯୋଧ୍ୟା (ଶରୀର)କୁ ହୃଦୟ ଓ ପ୍ରାଣବାୟୁର ଅବର୍ତ୍ତମାନରେ ଚଳାଇ ରଖିବାର ପ୍ରୟାସ କରିଛି । କିନ୍ତୁ ଅଧୈର୍ଯ୍ୟ ହୋଇ ଦଶରଥ ପ୍ରାଣତ୍ୟାଗ କରନ୍ତି। ହୃଦୟ ଓ ପ୍ରାଣବାୟୁ ଅବର୍ତ୍ତମାନରେ ଶରୀରରେ ହୃଦଘାତ ହୁଏ ।


ଏହି ସୁଯୋଗରେ ଆମ ଅହଂକାରର ପ୍ରତୀକ ରାବଣ, ହୃଦୟ ରୂପୀ ସୀତା ହରଣ କରନ୍ତି। ତେଣୁ ଆମେ ହୃଦୟହୀନ ପାଲଟି ଯାଉ । ଆମ ଭିତରର ବାଳ ସୁଲଭ ସରଳମତି ହନୁମାନ ହୃଦୟକୁ ଫେରାଇ ଆଣିବାକୁ ସମୁଦ୍ର(ମନର ଅମାପତା) ଡେଇଁ ଯାଆନ୍ତି। ସେତେବେଳେ ଅହଂକାରୀ ରାବଣ ଇନ୍ଦ୍ରଜିତ ମେଘନାଦ(ବଡ ଗର୍ଜନ) ସହାୟତାରେ ଭୀଷଣ ଗର୍ଜନ କରେ । କିନ୍ତୁ ଜ୍ଞାନର ପ୍ରତୀକ ନୀତିବାନ ବିଭୀଷଣ ଅହଂକାରକୁ ତ୍ୟାଗ କରି ପ୍ରାଣ (ରାମ)ଙ୍କ ସହିତ ଯୋଗ ଦିଅନ୍ତି। ବାନର ସେନା(ଚପଳ ମତି)ଙ୍କ ସହାୟତାରେ ରାମ ରାବଣକୁ ସବଂଶେ ଲୋପ କରି ସୀତା ଓ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରନ୍ତି। 

ଶିକ୍ଷା: ଯେତେ ଗୁଣ ଥିଲେ ବି ସେଥିପାଇଁ ଅହଂକାର ସର୍ବଦା ବର୍ଜନୀୟ । ମନ ଅସ୍ଥିର କରିବ ଓ ଇନ୍ଦ୍ରିୟ ମାନଙ୍କୁ ବିପଥଗାମୀ କରାଇବ । ଅହଂକାର ହୃଦୟହୀନ କଲିଦିଏ ତେଣୁ ପ୍ରାଣବାୟୁ ଅଟକି ଯାଏ । କିନ୍ତୁ ଜ୍ଞାନ ଅହଂକାର କୁ ପ୍ରଶ୍ରୟ ନଦେଇ, ପ୍ରାଣବାୟୁ ସହିତ ମିଶି ଯୁଦ୍ଧ କରି ଅହଂକାରକୂ ହଟାଇ ଦିଏ । ବାଳ ସୁଲଭ ସରଳତା ହିଁ ଅହଂକାରକୁ ନାଶ କରିବାରେ ଶ୍ରେଷ୍ଠ ସହାୟକ। ମଣିଷ ପୁଣି ହୃଦୟବାନ ହୋଇଯାଏ । 


ସରଳ ଭାଗବତ ଭାଷାରେ:

"ମୁଁ ମଲେ ମତେ ତୁ ପାଇବୁ"

ଅର୍ଥାତ୍ ମୁଁ ରୂପୀ ଅହଂକାର କୁ ଯିଏ ମାରି ପାରିବ, ସିଏ ଈଶ୍ବର ପ୍ରାପ୍ତି କରି ପାରିବ । ଖ୍ରୀଷ୍ଟ ଧର୍ମର ପ୍ରତୀକ ମଧ୍ୟ " I " cross.


Rate this content
Log in