Madhumita Mishra

Romance

2  

Madhumita Mishra

Romance

ଗଜରା

ଗଜରା

3 mins
231


       ଆମ କଲୋନୀ କୁ ନୂଆ କରି ପାତ୍ର ଦମ୍ପତି ଆସିଥାନ୍ତି। ଅନ୍ୟ ସ୍ବାମୀ ସ୍ତ୍ରୀ ଙ୍କ ପରି ସେମାନେ ମଧ୍ୟ ନିଜ ଘର କାମରେ ମନ ଦେଇ ଖୁସିରେ ରହୁ ଥାଆନ୍ତି। ପାତ୍ର ବାବୁ ଅଫିସ୍ କୁ ଗଲା ପରେ ମିସେସ୍ ପାତ୍ର ଆମ ସମସ୍ତଙ୍କ ସହ ଗପ ସପ କରନ୍ତି। ସେହି ସମୟକୁ ପ୍ରାୟ ଆମେ ସମସ୍ତେ ମଧ୍ୟ ଅପେକ୍ଷା କରି ଥାଉ।


     ପାତ୍ର ଦମ୍ପତି ଅନ୍ୟ ସମସ୍ତଙ୍କ ଠାରୁ ଅଳ୍ପ ଅଲଗା ଥିଲେ। ସତ କହିବାକୁ ଗଲେ ମିସେସ୍ ପାତ୍ର ଙ୍କ ର ବହୁତ ଲମ୍ବା ଚୁଟି ଥିଲା ଆଉ ସେଇ ଲମ୍ବା ଚୁଟି ହିଁ ତାଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ଵ ର ଅଂଶବିଶେଷ ଥିଲା। ସକାଳୁ ସକାଳୁ କଲୋନୀର ଅନ୍ୟ ସ୍ତ୍ରୀ ଲୋକମାନେ ଯାବତୀୟ ନିତ୍ୟକର୍ମ ରେ ବ୍ୟସ୍ତ ରହି ନିଜର କେଶ ବିନ୍ୟାସ ପ୍ରତି ଦୃଷ୍ଟି ଦେଇ ପାରୁନଥିବା ବେଳେ ମିସେସ୍ ପାତ୍ର ଯେପରି ଅତି ଯତ୍ନରେ ନିଜ କେଶଚର୍ଯ୍ୟା କରନ୍ତି ତାହା ସ୍ଥଳବିଶେଷରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ଆଉ ବେଳେ ବେଳେ ଈର୍ଷାନ୍ଵିତ ବି...


     ସବୁଠାରୁ ଈର୍ଷା ଲାଗେ ଯେତେବେଳେ ପ୍ରତିଦିନ ପାତ୍ରବାବୁ ତାଙ୍କ ସହଧର୍ମିଣୀ ପାଇଁ ଏକ ଗଜରା ଆଣନ୍ତି। ଅଫିସ୍ ରୁ ଆସିଲା ବେଳେ ସେ ନିଶ୍ଚୟ ଏକ ଗଜରା ନେଇ ଆସନ୍ତି ଯାହା ତାଙ୍କର ପ୍ରେମିକ ପ୍ରବୃତ୍ତି ର ପରିଚୟ ଦେଉଥିଲା। ଅନ୍ୟ ପୁରୁଷ ମାନେ କ୍ଵଚିତ ଗଜରା ଆଣନ୍ତି ନ ହେଲେ ନାହିଁ। ଅବଶ୍ୟ ଫୁଲ ଗଜରା ସେମିତି ମୂଲ୍ୟବାନ ଜିନିଷ ନୁହେଁ କିମ୍ବା ତାକୁ ପିନ୍ଧିବା ସମସ୍ତଙ୍କୁ ଭଲ ଲାଗେ ତା ବି ନୁହେଁ..କିନ୍ତୁ ଏ ସବୁଦିନିଆ ଗଜରା ଭେଟି କେତେ ଜଣଙ୍କୁ ଆନନ୍ଦିତ କରୁଥିଲା ତ କାହା କାହାକୁ କ୍ରୋଧିତ..


     ଦିନେ ଦି ଦିନ ନୁହଁ ଦୀର୍ଘ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଦୈନନ୍ଦିନ ଜୀବନରେ କୌଣସି ପରିବର୍ତ୍ତନ ନ ଥିଲା। ଆଉ ଗୋଟିଏ ଆଶ୍ଚର୍ଯ୍ୟ କଥା ମିସେସ ପାତ୍ରଙ୍କ ଏ ଯାଏଁ କୋଳ ଶୂନ୍ୟ ଥିଲା। ଏ ସବୁ ସତ୍ତ୍ୱେ ମଧ୍ୟ ତାଙ୍କ ସେହି ଲମ୍ବା ଚୁଟି ଆଉ ତା ଗଜରା ରେ ବ୍ୟତିକ୍ରମ ନ ଥିଲା। କହିବା ନ କହିବା ଲୋକେ କହି କହି ଚୁପ୍ ହୋଇ ଯିବାକୁ ଉଚିତ ମନେ କରୁଥିଲେ। ଯାହା ଜୀବନ ସେ ଯେମିତି ପାରିବ ଯିଉଁ..ଆଉ କେହି ସେଥିରେ ହସ୍ତକ୍ଷେପ ବା କାହିଁକି କରିବ..??


      ଜୀବନ ସବୁବେଳେ ସମାନ ତ ନ ଥାଏ..ଦିନେ ସନ୍ଧ୍ୟାରେ ମିସେସ ପାତ୍ର ଙ୍କ ଦେହ ବହୁତ ଖରାପ ହେଲା। ବେଶୀ ସମୟ ନୁହେଁ ତା ପରଦିନ ସକାଳେ ସେ ଇହଧାମ ତ୍ୟାଗ କଲେ। ଜଣେ ଅଧା ବୟସର ମହିଳା ହଠାତ୍ ଜୀବନ ହାରିବା ସାମାନ୍ୟ ଘଟଣା ନୁହେଁ। ତେଣୁ ଜଣା ଅଜଣା ବହୁତ ଲୋକ ଜମା ହୋଇଗଲେ। ଆଉ ସବୁଠୁ ଆଶ୍ଚର୍ଯ୍ୟ ଲାଗିଲା ଯେତେବେଳେ ପାତ୍ରବାବୁ ସେତେବେଳେ ବି ଏକ ଗଜରା ଆଣି ଆସିଥିଲେ। ଅହ୍ୟ ସ୍ତ୍ରୀ ର ଶେଷ ଯାତ୍ରା ସମୟରେ ଫୁଲ ପିନ୍ଧିବା ଏକ ଅସ୍ବାଭାବିକ ପ୍ରକ୍ରିୟା ନୁହେଁ..କିନ୍ତୁ ସମସ୍ତେ ଆଖି ମେଲି ରହିଗଲେ ଯେତେବେଳେ ପାତ୍ରାବାବୁ ନିଜ ଦିବଂଗତ ପତ୍ନୀର ମଥାରେ ହାତ ବୁଲାଇ ତା ଲମ୍ବା ବେଣୀକୁ ଅଚିରେ କାଢି ଆଣିଲେ ଓ ଗଜରାଟି ଲମ୍ବାଇ ଦେଲେ।


       ମିସେସ ପାତ୍ର ଙ୍କ ପତ୍ନୀ ମୁଣ୍ଡରେ ଗୋଟିଏ ମଧ୍ୟ ଚୁଟି ନ ଥିଲା...ସମସ୍ତଙ୍କ ଅନୁସନ୍ଧିତ୍ସୁ ମନର କୌତୁହଳ ମେଣ୍ଟାଇ ପାଟ୍ରବାବୁ କହିଲେ.." ମୋ ସ୍ତ୍ରୀ କୁ କ୍ୟାନ୍ସର ହେଇଥିଲା। ବାହାଘର ଅଳ୍ପ ଦିନ ବାକି ଥାଏ। ଏ କଥା ଜଣା ପଡ଼ିବା ପରେ ସେ ମୋତେ ଭୂଳିଯିବାକୁ କହିଲା। କିନ୍ତୁ ତା ଯାଗାରେ ଯଦି ମୋ ଦେହ ଖରାପ ହୁଅନ୍ତା..ସେ କଣ ମୋତେ ଛାଡ଼ି ଦିଅନ୍ତା..! ??ମୁଁ ସେହି ମୁହୂର୍ତ୍ତରେ ହସ୍ପିଟାଲ ରେ ହିଁ ତା ସହ ବିବାହ କଲି ଓ କେମୋ ଥେରାପି ଆରମ୍ଭ କଲି। ଦିନୁ ଦିନ ସେ ସୁସ୍ଥ ହେଲା ସତ ହେଲେ ତା ଅତି ପ୍ରିୟ ମୁଣ୍ଡ ଚୁଟି ଝଡ଼ିଗଲା। ବହୁତ କାନ୍ଦିଲା ସେ। ତେଣୁ ଏ ଉଇଗ୍ ତାକୁ ଦେଇଥିଲି। ଆଉ କେବେ ସେ ବିଷୟ ସେ ମନେ ନ ପକାଉ ବୋଲି ମୁଁ ତାର ସେହି ନକଲି ଚୁଟି ପାଇଁ ଗଜରା ଆଣୁଥିଲି। ଖାଲି ସେତିକି ନୁହେଁ ସେ ଏଇଥି ପାଇଁ ହିଁ ମା ହେବାକୁ ଚାହିଁ ନ ଥିଲା। ବିଧିର ବିଡମ୍ବନା..କିଛି ଦିନ ତଳେ ମୋର ମଧ୍ୟ କ୍ୟାନ୍ସର ବାହାରିଛି। ହେଲେ ମୁଁ ତାକୁ ଛାଡି କାଳେ ଚାଲିଯିବି ଭାବି ସେ ଆଗରେ ଚାଲିଗଲା।"


     ହାତରେ ଧରିଥିବା ଗଜରା ଆଉ ନକଲି ଚୁଟି କୁ ଯେତେବେଳେ ପତ୍ରବାବୁ ତାଙ୍କ ମୃତ ପତ୍ନୀ କୋକେଇରେ ରଖିଦେଲେ...ଆଉ କାହାରି ଲୁହ ସୁଖୁ ନ ଥିଲା। ଦାମ୍ପତ୍ୟ ପ୍ରୀତିର ଏ ଭବ୍ୟ ଦିବ୍ୟ ଅନୁଭୂତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା।


Rate this content
Log in

Similar oriya story from Romance