Bharatabandhu Biswal

Romance Tragedy Inspirational

3  

Bharatabandhu Biswal

Romance Tragedy Inspirational

ଘାଟ-ଅଘାଟ

ଘାଟ-ଅଘାଟ

2 mins
180



ଆଇ.ଏ.ଏସ ମନୋରମା ମହାନ୍ତି ଏବେ ଖୁବ୍ ଚର୍ଚ୍ଚାରେ । ଚାରି ବର୍ଷ ତଳେ ସେ ସର୍ବ ଭାରତୀୟ ପ୍ରଶାସନିକ ସେବା ପାଇଁ ହୋଇଥିବା ଅତି କଷ୍ଟସାଧ୍ୟ ପରୀକ୍ଷାରେ ଶ୍ରେଷ୍ଠ କୋଡିଏ ଜଣଙ୍କ ମଧ୍ୟରେ ସ୍ଥାନ ଅଧିକାର କରି ଗଣମାଧ୍ୟମ ଓ ସୋସିଆଲ ମିଡିଆ ଗୁଡ଼ିକର ଶିରୋନାମା ପାଲଟିଥିଲେ । ତାଲିମ ପରେ ସେ ବିଭିନ୍ନ ପଦରେ ଅବସ୍ଥାପିତ ହୋଇ ନିଜର ଅସାଧାରଣ କାର୍ଯ୍ୟ ଦକ୍ଷତାର ପରିଚୟ ମଧ୍ୟ ଦେଇ ଆସିଛନ୍ତି ।

 ଏବେ ଏବେ ତାଙ୍କର ବିବାହ ବିଷୟଟି ଗଣମାଧ୍ୟମ ଗୁଡିକରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଭାରତୀୟ ବୈଦେଶିକ ସେବାରେ ଉଚ୍ଚ ପଦରେ ଅଧିଷ୍ଠିତ ଜଣେ ଯୁବକଙ୍କ ସହିତ ତାଙ୍କର ବିବାହ ସ୍ଥିରୀକୃତ ହୋଇଯାଇଛି । ନିକଟ ଭବିଷ୍ୟତରେ ନିଜର ନୂଆ ସ°ସାର ଗଢିବାକୁ ଯାଉଥିବା ଉଭୟ ଭାବୀ ପତିପତ୍ନୀ ଖୁବ୍ ଉଚ୍ଚ ଶିକ୍ଷିତ ଏବଂ ସମାଜରେ ମର୍ଯ୍ୟାଦା ସମ୍ପନ୍ନ ପଦପଦବୀରେ ପ୍ରତିଷ୍ଠିତ ମଧ୍ୟ ହୋଇଥିବାରୁ ଉଭୟ ପରିଚୟ ହେବାଦିନଠାରୁ ପରସ୍ପରକୁ ଭଲଭାବେ ବୁଝିନେଇଥିବେ ନିଶ୍ଚୟ । ଉଭୟ ଏ ପ୍ରସ୍ତାବରେ ଏକମତ ହୋଇ ସାରିବା ପରେ ନିଜ ନିଜର ପରିବାରରେ ମାତାପିତାଙ୍କୁ ମଧ୍ୟ ରାଜି କରାଇ ସାରିଛନ୍ତି । ମନୋରମାଙ୍କ ଗୋଟିଏ ସର୍ତ୍ତ ଏହା ଯେ ତାଙ୍କୁ ତାଙ୍କର ପିତା ବେଦୀ ଉପରେ କନ୍ୟାଦାନ କରିବେ ନାହିଁ, ତାଙ୍କ ବିଚାରରେ ସେ ନିଜକୁ ଏକ ଦାତବ୍ୟ ପଦାର୍ଥ ବୋଲି ମନେକରୁ ନାହାନ୍ତି । ସେ ମଧ୍ୟ ପୁରୁଷମାନଙ୍କ ପରି ରକ୍ତ ମା°ସରେ ଗଢା ଏକ ମଣିଷ । ତାଙ୍କ ଆତ୍ମ ପରିଚୟକୁ ଅକ୍ଷୁର୍ଣ୍ଣ ରଖି ବିବାହ ପରେ ମଧ୍ୟ ମାତାପିତାଙ୍କ କନ୍ୟା ହୋଇ ରହିବା ତାଙ୍କର ପସନ୍ଦ ଅଟେ ।

 ତାଙ୍କ ମାତାପିତା ଏ କଥାରେ ସହମତି ପ୍ରକାଶ କଲାରୁ ବରପକ୍ଷର ସମସ୍ତେ ଏ ବିଷୟରେ ରାଜି ଥିବା ଜଣାଇଛନ୍ତି ।ସମାଜରେ ବହୁ ଦିନରୁ ଚଳି ଆସୁଥିବା ବିବାହ ପରି ଏକ ପବିତ୍ର ପରମ୍ପରାର ବ୍ୟତିକ୍ରମ ହେଉଥିବାରୁ ଏହା ସମ୍ପ୍ରତି ଆଲୋଚ୍ୟ ବିଷୟ ହୋଇଅଛି । ଅନେକ ସମାଜସେବୀ ନାରୀନେତ୍ରୀ ଓ ବିଭିନ୍ନ ବୟସର ବ୍ୟକ୍ତି ବିଶେଷ ଏହି ନୂତନ ଚିନ୍ତାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ କହୁଥିବା ବେଳେ ଅଳ୍ପ କିଛି ମଧ୍ୟ ଉଦ୍ଭଟ ଅଭିମତ ରଖୁଛନ୍ତି ।

 କଥାରେ ଅଛି ସ୍ୱର୍ଗକୁ ନିଶୁଣୀ ନାହିଁ କି ବଡ଼ ଲୋକଙ୍କୁ ଉତ୍ତର ନାହିଁ । ସମାଜର ବହୁ ସ°ଖ୍ୟକ ମଧ୍ୟ ଓ ନିମ୍ନ ବର୍ଗର ପରିବାରରେ ଏହି ବିଷୟ ଏକ ଅଜଣା ଆତଙ୍କ ସୃଷ୍ଟି କରୁଥିବା ଦୃଷ୍ଟିଗୋଚର ହେଉଛି । ସେମାନେ ଅଧିକାଂଶ ଭୟରେ ପାଟି ମଧ୍ୟ ଖୋଲୁନାହାନ୍ତି । କିଛି ପୁରୁଖା ଲୋକ ଏହା ସମାଜରେ ପୂର୍ବ ଏବଂ ପର ପିଢ଼ି ପାଇଁ ନୂଆ ଜଟିଳ ସମସ୍ୟା ସୃଷ୍ଟିକରିବ ଏବଂ ମଙ୍ଗଳକାରକ ପନ୍ଥା ନୁହେଁ ବୋଲି ରୋକଠୋକ ଶୁଣାଇବାକୁ ପଛାଉନାହାନ୍ତି । ଶରୀର,ମନ ଏବଂ ଲକ୍ଷ୍ୟ ଏକ ନ ହେଲେ ସା°ସାରିକ ସୁସମ୍ପର୍କ କିପରି ସ୍ଥାପିତ ହେବ ଏହି କଥା ଅନେକ ବୁଝି ପାରୁ ନାହାନ୍ତି ।

 ବିବାହ କେବଳ ବ୍ୟକ୍ତିଗତ ନୁହେଁ, ଏକ ଆଦର୍ଶ ସାମାଜିକ ସମ୍ବନ୍ଧ ଅଟେ । ପୁରୁଖା ଲୋକେ ବ୍ୟବହାରିକ ଦୃଷ୍ଟାନ୍ତ ଦେଇ ବୁଝାଉଛନ୍ତି ନଈ ମଝିରେ ନୈ।କାଟିଏ ଭାସିଗଲେ, ଯାତ୍ରୀ ନିରାପଦ ମଣନ୍ତି ନାହିଁ, ଘାଟର ନିର୍ଦ୍ଦିଷ୍ଟ ଏକ କୂଳରେ ନୈ।କାଟି ଲାଗିବା ନିଶ୍ଚିତ ଭାବେ ଜୀବନ ପାଇଁ ଉପଯୋଗୀ ଏବଂ ଆଶାପ୍ରଦ । 

 ସମାଜରେ ଯୁଗ ଯୁଗ ଧରି ବହୁ ପରୀକ୍ଷା ନିରୀକ୍ଷା ମଧ୍ୟଦେଇ ଚଳିଆସୁଥିବା ଏବଂ ଆମ ସ°ସ୍କୃତି ତଥା ପରମ୍ପରା ଭିତରେ ଲୁଚି ରହିଥିବା ଏହି ଘାଟ-ଅଘାଟ ସୁଗଭୀର ତତ୍ତ୍ୱକୁ ସଠିକ ଅନୁଶୀଳନ କରିବା ଏବେ ମଧ୍ୟ ଆବଶ୍ୟକ ଥିବା ଉଚିତ ମନେହୁଏ ।

  -------



Rate this content
Log in

Similar oriya story from Romance