STORYMIRROR

Bharatabandhu Biswal

Horror Tragedy Inspirational

4  

Bharatabandhu Biswal

Horror Tragedy Inspirational

ରାଗ ବ୍ଯାଘ୍ର ଭୈରବ

ରାଗ ବ୍ଯାଘ୍ର ଭୈରବ

2 mins
6


  ମନେପଡେ ଏଇ କିଛି ବର୍ଷ ତଳର କଥା । ଆମେ ରହୁଥିବା ପାଣିଟାଙ୍କି ପଡାରୁ ସହରର ମୁଖ୍ଯ ପରିବା ବଜାରକୁ ପାଦରେ ଚାଲି ଚାଲି ଗଲାବେଳେ ପୋଲିସ ଲାଇନ ଦେଇ ବେଶୀ ସଟକଟ ରାସ୍ତା ଦେଇ ଯିବାକୁ ସହଜ ମନେ କରୁଥିଲୁ । ସେତେବେଳକୁ ଜିଲ୍ଲା ସଦର ମହକୁମାର ଏହି ରିଜର୍ଭ ପୋଲିସ ଅଞ୍ଚଳ ଏବେପରି ଉଚ୍ଚ ପାଚେରୀ ଘେରା ନଥିଲା । ପ୍ରାୟତଃ ସେହି ରାସ୍ତା ଦେଇ ଯିବାବେଳେ ପାଖରେ ଥିବା ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ସମବେତ କଣ୍ଠରୁ "ଆହେ ଦୟାମୟ ବିଶ୍ବ ବିହାରୀ " ପ୍ରାର୍ଥନାଟି କାନରେ ବାଜି ଯାଉଥିଲା । ଡ୍ରିିଲ ଓ ମାର୍ଚ୍ଚପାଷ୍ଟ କରିବାବେଳେ ଯେମିତି ସାବଧାନ,ବିଶରାମ, ବାଏଁମୁଡ ନିର୍ଦ୍ଦେଶ ସବୁକୁ ଗ୍ରୁପର କମାଣ୍ଡର ଉଚ୍ଚ କର୍କଶ ସ୍ବରରେ ଦେଇ ଥାଆନ୍ତି , ସେପରି ଅତି କ୍ଷିପ୍ର ଓ ତରବରିଆ ଭାବେ ଭକ୍ତିଭାବର ଲେଶ ମାତ୍ର ନଥାଇ ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଗାନ କରାଯାଉଥିବା ଉପଲବ୍ଧି ହେଉଥିଲା । ସନ୍ଦେହ ମୋଚନ ପାଇଁ ଏ ବିଷୟରେ ସେଠାରେ ରହୁଥିବା ଜଣେ ଚିହ୍ନାଲୋକଙ୍କୁ ପଚାରିବାରୁ ଜାଣିବାକୁ ମିଳିଲା ଯେ ବହୁବର୍ଷ ହେଲା ଏହି ସ୍ବରରେ ହିଁ ପ୍ରାର୍ଥନାଟି ବିଦ୍ୟାଳୟରେ ଗାନ ହୋଇ ଆସୁଅଛି । ଏହି ପରମ୍ପରାକୁ ବଦଳାଇବାକୁ ଯେତେ ଥର ଚେଷ୍ଟା କରା ହୋଇଛି ତାହା ପୁଣି ପୂର୍ବବତ ହୋଇ ଯାଉଛି । ବୋଧହୁଏ ଭାବ ଉପରେ ବୃତ୍ତି ଓ କର୍ମର କିଛି ଅଦୃଶ୍ଯ ସମ୍ବନ୍ଧ ରହିଥାଏ ବୋଲି ବୋଧହେଲା ।

   ଏଇ କିଛି ବର୍ଷ ହେବ ଅବସର ପରେ ଆମ ଗ୍ରାମାଞ୍ଚଳରେ ଆସି ରହିବାର ସୁଯୋଗ ମିଳିଛି । ଏଠି ଆଉ ଯାହା ପଛେ ହେଉ ନହେଉ , କିଛି ଆଗ୍ରହୀ ଶ୍ରମଜୀବୀ ମାନଙ୍କର ମନରେ ପ୍ରବଳ ଭକ୍ତି ଭାବ ଥିବା ଦେଖିବାକୁ ମିଳୁଛି । ସନ୍ଧ୍ଯାହେଲେ ଅଷ୍ଟପ୍ରହରୀ , ଭଜନ କୀର୍ତ୍ତନ , ବୈଠକୀ , ଏକୋଇଶା ସତ୍ଯନାରାୟଣ ପୂଜା ଯାହା ହେଲେ କିଛି ନା କିଛି ଚାଲିବାଟା ଥୟ । ବିବାହୋତ୍ସବ, ଶୋଭାଯାତ୍ରା, ଯାନିଯାତ୍ରା ସମୟରେ ଉତ୍କଟ ଡିଜେର ପ୍ରଦୂଷଣ ବୋଧେ ସହର ଠାରୁ ଗ୍ରାମାଞ୍ଚଳରେ ବେଶୀ ଲାଗେ । ମାଇକ ନ ବାଜିଲେ ଗାୟକ ମାନଙ୍କ କଣ୍ଠ ଆଦୌ ଖୋଲେ ନାହିଁ । ଅତ୍ଯନ୍ତ ଶ୍ରୁତିକଟୁ କର୍କଶ ସ୍ବରରେ କେହି ଗାଉଥିଲେ ବି ତାକୁ କେହି ବାରଣ କରି ପାରନ୍ତି ନାହିଁ ।ଉଦ୍ଦଣ୍ଡ ବାଦ୍ଯ ସାଙ୍ଗକୁ ଝାଞ୍ଜ କୁବୁଜି ବାଜା ଓ ପାଶ୍ଚାତ୍ୟ ନୃତ୍ଯର ଅନୁପ୍ରବେଶ ମଧ୍ଯ ସ୍ଥଳ ବିଶେଷରେ ହେଉଥିବା ଦେଖାଯାଉଛି ।  ଶ୍ରୀଚୈତନ୍ୟଙ୍କ ରଚିତ ମହାମନ୍ତ୍ର ( "ହରେକୃଷ୍ଣ ହରେକୃଷ୍ଣ.....)ଏବଂ କବି ଜୟଦେବଙ୍କ ରଚିତ ଦଶ ଅବତାର ଆଦିକୁ ବିିଭିନ୍ନ ଶୈଳୀ ଓ ଧୂନରେ ଗାନ କରିବା ଏବଂ ନୃତ୍ଯ କରିବା ସମୟରେ ବଡ ବିଚ୍ଚିତ୍ର ଅନୁଭୂତି ସୃଷ୍ଟି ହେଉଛି । ଘୋଷା ପଦ ଜୟ ଜଗଦୀଶ ହରେ ସହିତ ସ୍ବାମୀ ଶବ୍ଦକୁ ଲଗାଇ ଗାୟକ ଗାଇବା ପରେ ତାଙ୍କ ପଛେ ସାଥୀଗଣ ପାଳିଧରି ଆବୃତ୍ତି କଲେ,ଲାଗୁଛି ସତେ ଯେମିତି ଭଗବାନଙ୍କୁ ଜୋରରେ ଧମକି ଦିଆଯାଉଛି ।କାହାକୁ ଏଠି ଶୁଣିବାକୁ ବା ଭଲ କଥା କିଛି ଶିଖିବାକୁ ବେଳ ନାହିଁ ।

ଯାହାକୁ ଯାହା ଲାଗୁଛି ଲାଗୁଥାଉ , ସେମାନଙ୍କ ଗୀତକୁ ସମସ୍ତଙ୍କୁ ଅଲବତ ଶୁଣିବାକୁ ହିଁ ପଡିବ ।

 ଲାଗୁଛି , ଆଜିକାଲି ମଣିଷ ମନରୁ ଭକ୍ତି ,କାରୁଣ୍ୟ ,ଲାଳିତ୍ୟ ଓ ମାଧୁର୍ଯ୍ଯ ପରି ମହନୀୟ ଗୁଣସବୁ ଉଭାନ ହୋଇ ଗଲାଣି ।ମାନସିକ ଅବସାଦ ଓ ବିକୃତିର ଶୀକାର ହେଲେ ବି ଅତ୍ଯାଧୁନିକ ଭକ୍ତି ସଙ୍ଗୀତର ଏହି ବ୍ଯାଘ୍ର ଭୈରବ ରାଗ (ରଡି) କବଳରୁ ବର୍ତ୍ତିପାରିବା ଆଜି ଦିନରେ ଅସମ୍ଭବ ମନେହୁଏ ।

ସନ୍ଧ୍ୟା ହେବା ମାତ୍ରେ ସତେ ଯେପରି ମାତବର ମହାବଳ ମାତିଲା ପରି ଭୟ ଲାଗୁଛି ।

    


Rate this content
Log in

Similar oriya story from Horror