Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ବାଘ ବଫେଟ

ବାଘ ବଫେଟ

2 mins
13



  ଘଞ୍ଚ ଜଙ୍ଗଲରେ ସହଜରେ ଖରା ପଡେ ନାହିଁ । ଶୀତଦିନେ ତ ଅନେକ ଡେରିଯାଏ ଜୀବଜନ୍ତୁ ବାହାରକୁ ଚଲାବୁଲା କରିବାକୁ ବାହାରନ୍ତି ନାହିଁ । ବିଚରା ବାଘରଜାର ବଡ ଭାଳେଣି । ବାଘୁଣୀମାନଙ୍କୁ ପାଖକୁ ଡାକି ତାଗିଦ କରୁଥାଏ । ପିଲାଗୁଡାକ ଭୋକରେ ଆଉଟୁପାଉଟୁ ହେଲେଣି । ଶୀଘ୍ର କୋଉଠି ଖୋଜିଲୋଡି କିଛି ଆଣି ତାଙ୍କ ମୁହଁରେ ପକାଅ ।

   ବାଘରଜାର ବାରବାର ତାଗିଦ୍ ଶୁଣି ତିନି ଚାରିଟି ବାଘୁଣୀ ବଣକୁ ଶୀକାର କରି ବାହାରିଲେ । ବଡ କଷ୍ଟରେ ସେମାନେ ଗୋଟିଏ ଛୁଆ ମଇଁଷି ମାରି ଅତର୍ଚ୍ଛା ଗୁମ୍ଫା ଆଡକୁ ଧାଇଁ ପଳାଇ ଆସିଲେ । କାଳେ ସୁରାକ ପାଇ ବଣୁଆ ମଇଁଷି ପଲ ଆସି ପହଁଚି ଯିବେ ,ତେବେ ସେମାନଙ୍କ କବଳରୁ ଉଦ୍ଧୁରିବା କଷ୍ଟକର ହେବ । 

   ଗୁମ୍ଫା ପାଖରେ ପହଞ୍ଚି ଗଲାରୁ ବାଘରାଜା ସହିତ ପରିବାରର ସବୁ ରୁଣ୍ଡ ହୋଇଗଲେ । ଆହାର ତ ସମୁଦ୍ରକୁ ଶଙ୍ଖେ । ବାଘରଜା ଭାବିଚିନ୍ତି କହିଲା-

ମୋତେ ଛାଡି ମୋର ଗଣ୍ଡାଏ ଛଟା ବାଘୁଣୀଙ୍କ ଜଣପ୍ରତି ଦୁଇ ଚାରିଟି କରି ତ ଛୁଆ । ଯେଉଁ ଛୁଆ ସବୁ ଖରାଖରାଟିରେ ଜନ୍ମ ହୋଇଥିଲେ ଟିକେ ବଡ ହୋଇ ଗଲଣି । ଦୁଇ ତିନିମାସ ତଳେ ଥଣ୍ଡ  ପଡିଲାରୁ ଜନ୍ମ ହୋଇଥିବା ଛୁଆ ମା କୋଳ ଛାଡି ନାହାନ୍ତି । ଏମିତି କୋଡିଏ ସରିକି ପ୍ରାଣୀ ଆମେ ଚାଲ ଖାଇବା ପାଇଁ ଛଡାମଡା ନକରି ମଣିଷ ପରିକା ଶୃଙ୍ଖଳା ସହିତ ଯାହା ମିଳିଛି ଖାଇବା ।

   କଥାଟା ସମସ୍ତଙ୍କ ମନକୁ ପାଇଲା ।

ବାଘରଜା ଉତ୍ସାହିତ ହୋଇ ବଫେଟର ନୀୟମ ଗୁଡିକ ବୁଝାଇଲା ।

1.ବ - ବସିରହି କେହି ଖାଇ ପାରିବ ନାହିଁ । ଖାଇବାକୁ ହେଲେ ଧାଡିବାନ୍ଧି ଆସିବ ।

2.ଫେ- ଫେରି ପୁଣି ଖାଦ୍ଯ ଖାଇବାକୁ ଚାହିଁଲେ ଧାଡିରେ ଆସିବ ।

3.ଟ- ଟକଟକ ଆଦୌ ହେବନାହିଁ ।

   ସୂଚନା ପ୍ରଦାନ ପରେ ଭୋଜନ ଆରମ୍ଭ ହେଲା । ଛୋଟରୁ ବଡ କ୍ରମରେ ଧାଡି ଲାଗିଲା । ଛୋଟ ଛୁଆ ଗୁଡିକ ନା ଜୋର ଲଗାଇ କଞ୍ଚାମାଂସକୁ କଅଁଳିଆ ଦାନ୍ତରେ ଛିଡାଇ ଟାଣି ପାରୁ ଥାଆନ୍ତି , କି ଘଡିଏ ରହି ଜିଭ ଲଗାଇ ଚାଟି ପାରୁ ଥାଆନ୍ତି । ବିଚରା ବାଘୁଣୀ ମାଆମାନେ ବାଘରଜା ନ ଖାଇ ସାରିଲେ ଖାଇବେ କଣ ଖାଦ୍ଯକୁ ଛୁଁଇ ବି ପାରିବେ ନାହିଁ ।

   ବାଘରଜା ମନଭରି ଖାଇ ସାରିବା ପରେ ଯାହା ହାଡପିଞ୍ଜରାରେ ମେଞ୍ଚେକେଞ୍ଚେ ଲାଗିଥିଲା ବିିଚାରି ବାଘୁଣୀ ମାନଙ୍କୁ ସେତିକକୁ କବ୍ଜାକୁ ନେବାକୁ ନୟାନ୍ତ ହେବାକୁ ପଡିଲା । ତାଙ୍କୁ ତାଙ୍କର ଛୁଆ ମାନେ ଘେରି ଯାଉଥାନ୍ତି । ଖାଇବା ସ୍ଥାନଟିରେ ପ୍ରବଳ ହଟ୍ଟଗୋଳ ଢେର ସମୟ ଧରି ଚାଲୁଥାଏ ।

   କିନ୍ତୁ ବାଘରଜା ସେତେବେଳକୁ ଗୁମ୍ଫା ଭିତରେ ଘୁଂଘୁଡି ମାରି ନିଘୋଡ ନିଦରେ ଶୋଇ ରହିଥାଏ ।

   ନିଜପା ଇଁ ଆହାରକୁ ସୁରକ୍ଷିତ ରଖିଦେଇ ଅନ୍ୟମନଙ୍କୁ ହାତ ଛିଞ୍ଚାଡି ଟିକେ ରଞ୍ଚେ ଭଣ୍ଡାଇ ବଡଦାନୀ ଓ ବଡପଣ ଦେଖାଇ ହେବା ବୋଧେ ଅତି ବୁଦ୍ଧିମାନ  ମଣିଷମାନଙ୍କ ବଫେଟ ପରିବେଷଣ କୌଶଳ ବୋଲି ସେହି ରଙ୍କ ନିରୀହ ଜୀବମାନେ ପରସ୍ପର ଆଲୋଚନା କରୁଥିଲେ ।

    ଜଙ୍ଗଲରେ ବାଘରଜା ସିନା ବଜେଟକୁ ଅଧାପନ୍ତରିଆ ଲାଗୁ କରି ପକାଇ ନିନ୍ଦା ପାଇଲା , କିନ୍ତୁ ଚତୁର ମଣିଷ ବଫେଟ ସୁବିଧାର ପୂର୍ଣ୍ଣ ଉପଯୋଗ କରି ବେଶ ଉପହାର ହାତେଇ ବାଘୁଆ ନିଶାରେ ମସଗୁଲ ହୋଇ ରହିପାରୁଛି ।

            -----

       



Rate this content
Log in

Similar oriya story from Inspirational