STORYMIRROR

Anuradha Nath

Romance

4  

Anuradha Nath

Romance

ଏକାକୀ ଜୀବନେ

ଏକାକୀ ଜୀବନେ

3 mins
409

ଵାପା ଵୋଉ ଫଟୋ ଦେଖାଇଵା କ୍ଷଣି ପ୍ରନିଲ ମାନିନୀକୁ ଵିଵାହ ପାଇଁ ରାଜି ହୋଇ ଯାଇଥିଲା କାରଣ ମାନିନୀ ସେହି ଝିଅ ଯାହାର ଠିକଣା ସେ ଖୋଜି ଵୁଲୁଥିଲା। ନିଜ ଅଜାଣତରେ ହୃଦୟର ଏକ ଗୋପନ କୋଣରେ ତାକୁ ସାଇତି ରଖିଥିଲା। ପ୍ରେମ ଯଦିଓ ନଥିଲା ତଥାପି ଭବିଷ୍ୟର ମନର ମାନସୀ ସ୍ଥାନରେ ତା ନାଁ ଲେଖି ସାରିଥିଲା।


ଗୋଟିଏ ନୃତ୍ୟ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ପ୍ରଥମଥର ତାକୁ ଦେଖିଥିଲା। ଵାଦ୍ୟର ତାଳେ ତାଳେ ସେ ନାଚି ଚାଲିଥିଲା କିନ୍ତୁ ପ୍ରନିଲକୁ ଲାଗୁଥିଲା ତା ପାଦ ଚାଳନାରେ ସେ ତା ପାଖକୁ ଆସୁଛି। ଲାଗୁଥିଲା ଵୋଧହୁଏ ସେ ତା ପାଇଁ ନାଚୁଛି। ତା ଆଖିର ଭଙ୍ଗୀ ମତେ ତା ଆଡକୁ ଆକର୍ଷିତ କରୁଥିଲା। ଆଉ ସେ ଅଳପ ଦେଖାରେ ନଜର ଚୋରାଇ ଆଣିଥିଲା।


ସେଦିନ ରାତିରେ ସେ ଶୋଇ ପାରି ନଥିଲା, ତାର ଚେହେରା ଵାରମ୍ଵାର ମୋ ସାମ୍ନାରେ ଠିଆ ହେଉଥିଲା। ଖୋଜୁଥିଲା ତାର ଠିକଣା ଏକ ଅଜଣା ସହରରେ ।କିନ୍ତୁ କିଏ ଜାଣିଥିଲା ଵିଵାହ ପ୍ରସ୍ତାବ ନେଇ ତା ଘରଲୋକେ ତାକୁ ପୁଣି ତା ସାମ୍ନାରେ ଠିଆ କରାଇଵେ। ବହୁ ଆଡମ୍ବରରେ ତା ସହିତ ପ୍ରନିଲ ଵିଵାହ ହେବାକୁ ଯାଉଥିଲା। କିନ୍ତୁ ବିବାହ ର କିଛି ଘଣ୍ଟା ପୂର୍ବରୁ ସେ କହିଲା କ୍ଷମା କର ପ୍ରନିଲ ଏ ଵିଵାହ ମୁଁ କରି ପାରିବି ନାହିଁ। କାରଣ ମୁଁ ଆଗରୁ ଵିଵାହିତା। କଲେଜ ରାଗିଂରେ ଗୋଟିଏ ବନ୍ଧୁ ମୋ ମଥାରେ ସିନ୍ଦୂର ଦେଇଥିଲେ । ମୁ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲି ତାଙ୍କୁ । ସେହି ଘଟଣା ପରେ ସେ କଲେଜ ଓ ସହର ଛାଡ଼ି ଚାଲି ଯାଇଥିଲେ। ମୁଁ ତାଙ୍କୁ କହିଥିଲି ଆମ ପରମ୍ପରା ଅନୁଯାୟୀ ସିନ୍ଦୂର ର ପ୍ରାଧାନ୍ୟ ବହୁତ ଅଧିକ। ତମେ ଏମିତି କାହିଁକି କଲ? ସେ କହିଥିଲେ ଯଦି ତମକୁ ଲାଗୁଛି ସିନ୍ଦୂର ର ପ୍ରାଧାନ୍ୟ ଅଧିକ ତେଵେ ମତେ ଅପେକ୍ଷା କର, ମୁଁ ତମ ପାଖକୁ ଫେରିଵି। ଆଉ ସେହି ଦିନ ଠାରୁ ମୁଁ ଅପେକ୍ଷା କରିଛି ତାଙ୍କୁ। ଆଗରୁ ତମକୁ ମନା କରି ଦେଇଥିଲେ ହୁଏତ ଘରେ ଆଉ ଗୋଟିଏ ପ୍ରସ୍ତାବ ଖୋଜି ମୋ ଜୀବନ ତା ସହ ଜୋଡି ଦେଵେ, କିନ୍ତୁ ଵିଵାହ ଵେଦୀ ରୁ ଵାହାଘର ଭାଙ୍ଗିଲେ ଆଉ କେହି ଵିଵାହ ପାଇଁ ଆଉଥରେ ଵାଧ୍ୟ କରିବେନି।


ମାନିନୀ ପ୍ରନିଲ କୁ ତାର ସେହି ଵନ୍ଧୁ ର ଫଟୋ ଦେଖାଇଲା। ପ୍ରନିଲ କଣ ଵା କରିଥାନ୍ତା ଆଶିର୍ବାଦ ଦେଇ ଚାଲି ଯିବାକୁ ନିଷ୍ପତ୍ତି ନେଇଥିଲା। ଏକଥା ପ୍ରନିଲ କୁ ଆଶ୍ଚର୍ଯ୍ୟ ଲାଗୁଥିଲା, ତଥାପି ନିଜ କୁ ମାନିନୀ ଜୀବନରୁ ପୃଥକ୍ କରି ଦେଇଥିଲା। ସମୟ କ୍ରମେ କ୍ରମେ ଵିଵାହ କରିଥିଲା ରୁକ୍ମିଣୀ କୁ। କେଵେଵି ରୁକ୍ମିଣୀ ଭିତରେ ମାନିନୀ କୁ ଖୋଜି ନଥିଲା। ଵାସ ଜୀବନ ରାସ୍ତା ରେ ଆଗେଇ ଚାଲିଥିଲା ରୁକ୍ମିଣୀ ର ହାତ ଧରି। ତିନି ବର୍ଷ ର ଵ୍ୟଵଧାନ ପରେ ମାନିନୀ ର ଜୀବନସାଥୀ କୁ ଦେଖି ଥିଲା ଅନ୍ୟ ଏକ ନାରୀ ର ସ୍ୱାମୀ ଭୂମିକା ରେ। ଖୋଜି ଚାଲିଥିଲା ମାନିନୀ କୁ କେବଳ ଏକଥା କହିବା ପାଇଁ ତାର ଅପେକ୍ଷା ଵୃଥା। କିନ୍ତୁ ପାଇ ନଥିଲା ମାନିନୀର ନୂଆ ଠିକଣା। ମଧ୍ୟ ବୟସରେରେ ଆଉଥରେ ଭେଟ ହୋଇଥିଲା ମାନିନୀ ସହ, ସେଠାରେ ସେ ତାକୁ ମାନିନୀ ର ଅପେକ୍ଷା କରିଥିବା ଜୀବନସାଥୀ ର ଖବର କହିଥିଲା । କିନ୍ତୁ ମାନିନୀ ର କୌଣସି ପ୍ରତିକ୍ରିୟା ନଥିଲା ।

ପ୍ରନିଲ ମାନିନୀ କୁ ପ୍ରଶ୍ନ କଲା ଏବେ ତମେ ଅପେକ୍ଷା ମୁକ୍ତ ହୋଇଗଲ। ନିଜ ପାଇଁ ଏକ ମନ ପସନ୍ଦର ଜୀବନସାଥୀ ଖୋଜି ବାହାର କର। ମାନିନୀ କହିଲା ଏକଥା ମୁଁ ବହୁ ଆଗରୁ ଜାଣେ। ଯେତେବେଳେ ଆମ ଵିଵାହ ପ୍ରସ୍ତାବ ପଡିଥିଲା ତା ପୂର୍ବରୁ ସେ ଵିଵାହିତ। ତଥାପି ମୁଁ ତମକୁ ଵିଵାହ କରି ପାରିଲି ନାହିଁ। କାରଣ ମୋ ମଥାରେ ଯେଉଁ ସ୍ଥାନରେ ସିନ୍ଦୂର ଥରେ ଲାଗିଛି, ସେହି ସ୍ଥାନରେ ଅନ୍ୟ ଜଣଙ୍କ ନାଁରେ କେମିତି ସିନ୍ଦୂର ପିନ୍ଧି ଥାନ୍ତି। ଜୀବନସାଥୀ ଵିଶ୍ୱାସଘାତକ ହୋଇପାରେ, କିନ୍ତୁ ଏ ସିନ୍ଦୂର ଵିଶ୍ୱାସଘାତକ ହୋଇ ପାରିଵନି। ଜୀବନ ଥିଲା ଯାଏଁ ଏମିତି ସିନ୍ଦୂର ପିନ୍ଧିଥିଵି । ଆଉ ମୋ ଏକାକୀ ଜୀବନର ସାଥି ହୋଇ ନିଜ ରାସ୍ତା ରେ ନିଜେ ଚାଲିବି ମାନିନୀ ପ୍ରନିଲକୁ ଵିଦାୟ ଦେଇ ଚାଲିବାକୁ ଲାଗିଲା। ଆଉ ପ୍ରନିଲ ସେମିତି ତାକୁ ଚାହିଁ ଥାଏ। ସେଦିନ ର ନୃତ୍ୟ ପରିବେଷଣ କରୁଥିବା ମାନିନୀ ର ପାଦ ସହିତ ତାର ଆଜିର ଏକାକୀ ଜୀବନର ପାଦ ଭିତରେ ସାମଞ୍ଜସ୍ୟ ଖୋଜୁଥିଲା ।



Rate this content
Log in

Similar oriya story from Romance