Bandita Mohanty

Romance

3  

Bandita Mohanty

Romance

ଏକ ରାଜା ଔର ଏକ ରାନୀ

ଏକ ରାଜା ଔର ଏକ ରାନୀ

6 mins
535



    ମୋ ଦୁନିଆ ରେ ମୁଁ ହିଁ ରାଜା। ନା ମତେ କେହି ତାଗିଦ୍ କରିବାକୁ ଅଛନ୍ତି ନା କେହି ମନା କରିବାକୁ। ଏଇଟା କରିଲେ ଠିକ୍ ସେଇଟା କରିଲେ ଠିକ୍ , ଏ ସବୁ କହିବାକୁ ମତେ କେହି ବି ନାହାନ୍ତି। କେହି ବି ଯଦି ଥାଏ ତା ହେଲେ ତାକୁ ମୁଁ ଖାତିର କରେନି। ଏମିତି କିଏ କି ସେ , ସିଏ କହିବ ଆଉ ମୁଁ ମାନି ନେବି। କେବେ ବି ସମ୍ଭବ ନୁହେଁ। ମୁଁ ଏକୁଟିଆ ଅଛି ଭଲ ରେ ଅଛି। ନା ଆଉ କାହାକୁ ବିଶ୍ବାସ କରିବିନି କି ଆଉ କାହାକୁ ଲଭ କରିବିନି ! ଏ ସବୁ ମିଛ , ଏ ଦୁନିଆ ମିଛ , ଏଠି ସମସ୍ତେ ମିଛ ! ହଁ ହଁ ସବୁ ମିଛ ମିଛ ମିଛ ମିଛ !

  ଏମିତି ବଡ ପାଟି ରେ ଚିଲେଇ ଚିଲେଇ କହୁ ଥିଲା ତୃପ୍ତି। ଆକାଶ ଆଜି ସତେ କି ଛିଡି ପଡ଼ିଥିଲା ତା ଦୁଃଖରେ। ଭାଙ୍ଗି ଯାଇଥିଲା ତାର ସବୁ ସ୍ବପ୍ନ , ସବୁ ଆଶା। ଯୋଉ ସ୍ବପ୍ନ ସେ ଦେଖିଥିଲା ସେ ସବୁ ମାଟି ରେ ମିଶି ଗଲା। ସବୁକିଛି ଜାଣିବା ପୂର୍ବରୁ ତାର ଅସଲ ଚେହେରା ସାମ୍ନା କୁ ଆସି ଗଲା। ଛି ଏମିତିକା ଲୋକ ସିଏ। କେତେ ବିଶ୍ବାସ କରିଥିଲି। ତା ପାଇଁ ପରିଚୟ ପାଇଥିଲି ଏଇ ଦୁନିଆ ରେ ! ଘୃଣା ଲାଗୁଛି ନିଜକୁ। କେମିତିକା ଲୋକ କୁ ମୁଁ ଭଲ ପାଉଥିଲି ! କାନ୍ଦି ଉଠିଲା ତୃପ୍ତି ବହୁତ ଜୋରରେ ପଛ ପଟୁ ପ୍ରୀତି ଆସି ତାକୁ ଉଠାଇଲା।

  " ତୁ ଏମିତି ଭାଙ୍ଗି ପଡେ ନା ସବୁ କିଛି ଠିକ୍ ହେଇଯିବ। ପ୍ରକୃତ କଥା କଣ କହ ମତେ ? ତା ପରେ ମୁଁ ସମସ୍ୟା ର ସମାଧାନ ବାହାର କରିବି ! " ପ୍ରୀତି କହିଲା।

  ତୃପ୍ତି ତା କୋଳ ରେ ମୁଣ୍ଡ ରଖି ଶୋଇ ପଡିଲା। ଆଖି ବନ୍ଦ କରି କହିଲା " ମୁଁ ଅନାଥ,ବେସାହାରା ଥିଲି। ଅଜଣା ଥିଲି ଏଇ ଦୁନିଆରେ। କେଉଁ ମାଆ ମତେ ଜନ୍ମ କରି ଛାଡ଼ି ଚାଲିଗଲା , ଟିକେ ବି ତାର ଅନ୍ତରାତ୍ମା ତାକୁ କେମିତି ବାଧା ଦେଇ ନ ଥିଲା କେଜାଣି ଏମିତି ନୀଚ କର୍ମ କରିବାକୁ। ଅନାଥାଶ୍ରମରେ ପନ୍ଦର ବର୍ଷ କାଳ ରହିଆସିଲି।ସେଠାକାର ପାଣି ପବନ ମୋର ମା ବାପା ସବୁ କିଛି ଥିଲା। ଏ ବାହାର ଦୁନିଆ କୁ ଚିହ୍ନି ନ ଥିଲି।

  ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପାହାଚ ମୁଁ ଚଢ଼ି ଚାଲିଥିଲି । ଭଲ ଷ୍ଟୁଡେଣ୍ଟ୍ ଥିଲି ତେଣୁ ଆଶ୍ରମ ରେ ବି ମତେ ସମସ୍ତେ ବହୁତ ଭଲ ପାଉଥିଲେ। ଆଶ୍ରମ ରେ ସବୁ ପିଲା ଙ୍କ ଅପେକ୍ଷା ମତେ ବେଶି ପ୍ରାଧାନ୍ୟ ଦେଲେ। ମୁଁ କାରଣ ଜାଣି ନ ଥିଲି। ସେମାନେ ମୋ ପାଇଁ ନୂଆ ନୂଆ ଡ୍ରେସ୍ ଆଣୁଥିଲେ , ଭଲ ଭଲ ଖାଇବା କୁ ଦେଉଥିଲେ । ଏକ୍ସଟ୍ରା ଗୋଟେ ରୁମ୍ ରେ ରଖୁ ଥିଲେ। ସମସ୍ତଙ୍କ ଠାରୁ ଅଲଗା !

  ମୁଁ ବି ପ୍ରଥମେ ପ୍ରଥମେ ଏ ସବୁ ମୋ ସଫଳତା ପାଇଁ କରୁଛନ୍ତି ବୋଲି ଭାବି ଗ୍ରହଣ କରି ନେଲି ! କିନ୍ତୁ କିଛି ଦିନ ପରେ ଏ ସବୁ ମୋ ଦ୍ଵାରା ହଜମ ହେଲା ନାହିଁ। ମୁଁ ମୋ ମନ ରେ ରାଜା ଥିଲି। ଜାଣିଛୁ ପ୍ରୀତି , ସେମାନେ ଯେବେ ଠାରୁ ମୋର କେୟାର ନେବା ଆରମ୍ଭ କରି ଦେଲେ ମତେ ନିଜ ବିଷୟରେ ଭାବିବାକୁ ମନା କରିଲେ ଆଉ କହିଲେ ନିଜ କଥା କି ପାଠ ପଢା କଥା ବେଶି ଚିନ୍ତା କରି ଦେହ ଖରାପ କରିବ ନାହିଁ। କୁଆଡେ ବୁଲିବାକୁ ଯିବ ନାହିଁ । କଲେଜ ଯିବା ପାଇଁ କୋଉ ଗାଡ଼ି ର ଆବଶ୍ୟକ ନାହିଁ। ତୁମ ପାଇଁ ଗାଡ଼ି ଠିକ୍ ହେଇ ସାରିଛି , ସେ ଗାଡ଼ି ରେ ତୁମେ ସବୁ ଦିନ ଯିବା ଆସିବା କରିବ।

 ଦିନ କୁ ଦିନ ସେମାନେ ମୋର ପ୍ରତିଟି କାର୍ଯ୍ୟ କୁ ସୀମିତ କରି ଚାଲିଲେ। ବାହାର ପିଲା ଙ୍କ ସହ ମିଶିବାକୁ ମନା କରି ଦେଲେ। ଏକୁଟିଆ ରହିବାକୁ କହିଲେ । ମୋ ମନ କିନ୍ତୁ ମାନୁ ନ ଥିଲା। ମତେ ଏମିତି ଲାଗୁଥିଲା ସେମାନେ ଯେମିତି ମତେ କେଉଁଠାକୁ ବଳି ପକାଇ ବାକୁ ନେଉଛନ୍ତି !

  ଦିନେ ଆଶ୍ରମ କୁ ଗୋଟେ ଯୁବକ ଆସି ଥିବାର ଦେଖିଲି। ଚଉଡ଼ା ଛାତି, ହୃଷ୍ଟ ପୃଷ୍ଟ ଦେଖା ଯାଉଛି। ଦାଢ଼ି ଟିକେ ଅଧିକ ଥିଲା। ଆଖି ରେ ଗୋଟେ କଳା ଚଷମା ପିନ୍ଧି ଥିଲା। ମୁଁ କଣେଇ କଣେଇ ଚାହୁଁ ଥିଲି। ସେମାନଙ୍କ କଥା ମତେ କିଛି କିଛି ଶୁଣା ଯାଉଥାଏ। ଲୋକ ଟି ମୋ ଆଡେ ମୁହଁ ବୁଲେଇ ଦେଲା। ମୋ ଆଖି ସହ ତା ଆଖି ମିଶି ଗଲା ପରେ ମୁଁ ସ୍ଥାଣୁ ହେଇ ଛିଡ଼ା ହୋଇ ଗଲି। ମୋ ଶରୀର ରେ ବସନ୍ତ ର ପ୍ରଥମ ସ୍ପର୍ଶ ଯେପରି କିଏ ଛୁଇଁ ଦେଇ ଗଲା ଭଳି ଲାଗିଲା। ଶିହରଣ ଖେଳି ଉଠିଲା ମନରେ ! ମୁଁ ଧିରେ ଧିରେ ନିଜର ଅସ୍ତିତ୍ତ୍ଵ ହରେଇ ବାକୁ ବସିଥିଲି। ପ୍ରଥମ ଥର ପାଇଁ କେହି ମୋର ଏକାନ୍ତ ନିଜର ବୋଲି ମତେ ମନେ ହେଲା !

   ଦୁହେଁ ଦୁହିଁଙ୍କୁ ସେମିତି ଚାହିଁ ରହିଥାଉ। କାହାର ଆଖି ପତା ଟିକେ ବି ପଡୁ ନ ଥିଲା। ତାଙ୍କ ଆଖି ରେ ଯେମିତି ମୁଁ ବାନ୍ଧି ହେବାକୁ ବସିଥିଲି । ଧୀରେ ଧୀରେ ମୋ ମନ ପକ୍ଷୀ ପ୍ରଥମ ଥର ପାଇଁ କାହାର ଫାସ ରେ ପଡୁ ଥିଲା। ହଠାତ୍ ଗୋଟିଏ ଝିଟିପିଟି ମୋ ଉପରେ ପଡ଼ି ଗଲା ମୁଁ ଏ ବୋଉ କହି ଧାଇଁ ଯାଇ ଭିଡ଼ି ଧରିଲି ତାଙ୍କୁ। ତାଙ୍କ ଛାତି ଉପରେ ମୁଣ୍ଡ ଦେଇ କାନ୍ଦୁ ଥାଏ। ଆଶ୍ରମ ର ଗୁରୁମା ମାନେ ସବୁ ଚାହିଁ ରହି ଥାଆନ୍ତି। ସେପ୍ରତି ନିଘା ନ ଥିଲା ମୋର। କିନ୍ତୁ ଯେମିତି ତାଙ୍କ ବଳିଷ୍ଠ ଦୀର୍ଘ ଶରୀର ହିଁ ମୋର ସେଇ ସମୟର ଆଶ୍ରୟ ପାଲଟି ଯାଇଥିଲା। ଜଣେ ମତେ ତାଙ୍କ ଠାରୁ ନେବାକୁ ଆସିଲା , କିନ୍ତୁ ସେ ହାତ ଠାରି ମନା କରିଲେ। ଗୁରୁମା ମାନେ ସମସ୍ତେ ଚାଲି ଯାଇଥିଲେ !

  ମୁଁ କିଛି ସମୟ ପରେ ମୁଣ୍ଡ ଟେକିଲି। ତାଙ୍କର ବଳିଷ୍ଠ ଦୀର୍ଘ ଶରୀର ଦେଖି ମୁଁ ଦୂର କୁ ଚାଲି ଆସିଲି। ମୁଣ୍ଡ ପୋତି ଛିଡ଼ା ହୋଇଲି। ସରି କହି ଦେଇ ଚାଲି ଆସିଲା ବେଳକୁ ମୋ ହାତ ଟିକୁ ଟାଣି ଧରି ବସିଲେ ସେ ! ମୁଁ କିନ୍ତୁ ଛିଞ୍ଚାଡି ଦେଇ ଚାଲି ଆସିଲି।

   ତା ପରେ ଶୁଣିବାକୁ ପାଇଲି ଯେ ମୁଁ ସେଇ ଲୋକ ର ଘରକୁ ଯାଉଛି। ଦୁଃଖ ଟିକେ ଲାଗିଲା। ଏତେ ଦିନ ଧରି ଯେହେତୁ ସେଠାରେ ବଢ଼ିଛି ତେଣୁ ଯିବାକୁ ଇଚ୍ଛା ହେଉ ନ ଥିଲା । ତଥାପି ଯିବାକୁ ହିଁ ପଡ଼ିବ ନା। ବାହାରିଲି ତାଙ୍କ ସହ ଗାଡ଼ି ରେ ବସି। ଗାଡ଼ି ରେ ଗଲା ବେଳେ ସେ କେବଳ ମୋ ମୁହଁ କୁ ଚାହୁଁ ଥିଲେ। ଗାଡ଼ିର ଆଇନା ରେ ମୋ ମୁହଁକୁ କେବଳ ସେ ଚାହିଁ ରହି ଥାଆନ୍ତି। କିଛି ସମୟ ପରେ ଘର ଆସିଲା। ବହୁତ ବଡ ଘର। ସେ ଘରକୁ ଦେଖି ମୋର ହୋସ ଉଡ଼ିଗଲା।

  ଚେତା ଆସିଲା ବେଳକୁ ମୋ ମୁଣ୍ଡ ପାଖରେ ସେ ଶୋଇ ପଡ଼ିଥିଲେ। ମୁଁ କୋଉଠି ଅଛି ବୋଲି କହି ଚିଲେଇ ବାକୁ ଲାଗିଲି। ସେ ତା ପରେ ମୋ ପାଟି ଉପରେ ହାତ ରଖି କହିଲେ ତମେ ବର୍ତ୍ତମାନ ମୋ ଘରେ ଅଛ। ଚୁପଚାପ୍ ଶୁଅ। ଆଉ ପାଟି କରନି।

 ସକାଳ ହେଲା, ପୂରୁବଆକାଶୁ ରବି ଯେମିତି ଆଜିକିଛି ନୂତନବାର୍ତ୍ତା ନେଇଆସିଲା ଭଳି ମନେ ହେଉଥିଲା।ନୂଆ ନୂଆ ଜୀବନ ଆରମ୍ଭ ହେଲା। ଏ ସକାଳ କୁ ଯେମିତି ବହୁତ ଦିନ ରୁ ମୁଁ ଅପେକ୍ଷା କରି ଥିଲି। ଧୀରେ ଧୀରେ ମୁଁ ତାଙ୍କୁ ଭଲ ପାଇବାକୁ ବସିଲି। ପ୍ରତିଟି କଥାରେ ସେ ମୋର ବହୁତ ଯତ୍ନନେଉଥିଲେ। ବାପା ମା ଙ୍କ ଅଭାବ ମୁଁ ବାରି ପାରୁନଥିଲି। ଏତେ ଭଲ ପାଇବା ଦେଉଥାଆନ୍ତି ସେ, ଯାହା ବର୍ଣ୍ଣନା କରିବା ଅସମ୍ଭବ। ପ୍ରେମ ଏକ ଆତ୍ମିକ ମିଳନ, ଯେଉଁଠି ଦୈହିକ ସମ୍ପର୍କର ପ୍ରବେଶ ନ ଥିଲା। ଆତ୍ମା ଆତ୍ମାର ମିଳନ ଘଟିଥିଲା ସେଠି। ପବିତ୍ର ବନ୍ଧନ ଥିଲା ସେଠି। ଏକାନ୍ତ ନିଜର ହେଇଗଲେ ସେ।ମୋ ପାଇଁ ସବୁ ସୁବିଧା କରି ଦେଇଥିଲେ। ଚାକର ବାକର ସବୁ ସୁବିଧା ଥିଲା। ମୁଁ ବି ନିଜକୁ ଭାଗ୍ୟ ବାନ ମନେ କରୁଥିଲି । ଆରାମ ସେ ବସି ପାଠ ପଢିଲି , ମସ୍ତି କରିଲି।

  କିଛି ଦିନ ପରେ ଆଶ୍ରମ କୁ ଯିବାକୁ ବାହାରିଲି। ଆଶ୍ରମ ରେ ନେଇ ମତେ ଛାଡ଼ି ଦେଲେ। ଆସିଲା ବେଳକୁ ନେଇ ଆସିବେ କହି ଚାଲି ଗଲେ। ଆଶ୍ରମ ରେ ସମସ୍ତେ ମତେ ଦେଖି ବହୁତ ଖୁସି ହେଇଗଲେ। କେମିତି ଅଛୁ , କଣ କରୁଛୁ ପଚାରିଲେ ? କିଛି ସମୟ ହସ ମଜା ରେ ବିତାଇ ଦେଲେ। ତା ପରେ ମୁଁ ସାଙ୍ଗ ମାନଙ୍କ ସହ ବସି କଥା ହେଉଥିଲି। ମୋ କାନ ରେ ଗୋଟେ କଥା ପଡ଼ିଲା । ସେପଟେ ଗୁରୁମା କହୁଥିଲେ " ଏତେ ସୁନ୍ଦର ଝିଅ , ଭଲ ମନ୍ଦ କିଛି ଜାଣିନି , ୟାର ବି ଜୀବନ ନଷ୍ଟ ହେଇଯିବ କିଛି ଦିନ ପରେ। ଏହା ପରେ ପାଳି ଅଛି ସ୍ଵାତୀ ର। ତା ପାଇଁ ଡ୍ରେସ୍ ଆଉ କଣ କଣ ସବୁ ଦେଇ ଯାଇଛନ୍ତି। ଏ କଥା ଯଦି ବାହାର ଲୋକ କେହି ଜାଣିବେ ତା ହେଲେ ଆମ ଚାକିରୀ ଯିବ ! ମନା କରିବାକୁ ପଡ଼ିବ ବାବୁ ଙ୍କୁ। ତୃପ୍ତି ପରେ ଆମେ ଆଉ କୋଉ ଝିଅ ର ଜୀବନ ନଷ୍ଟ ହେବାକୁ ଦେବୁନି।"

  "ଠିକ୍ କହିଛନ୍ତି। ଆଜି ଆସିଲେ ଯେମିତି ହେଲେ ବି କହିବାକୁ ପଡ଼ିବ।" ଆଉ ଜଣେ ଗୁରୁମା କହିଲେ।

  ମୋ ଆଖିରେ ସବୁ କଥା ଗୋଟି ଗୋଟି ହେଇ ନାଚି ଉଠିଲା। ମୋ ପ୍ରତି ଗୁରୁମା ମାନଙ୍କର ମିଛି ମିଛିକା ଭଲ ପାଇବା , ନୂଆ ନୂଆ ଡ୍ରେସ୍ ଭଲ ଖାଇବାକୁ ଦେବା ଏ ସବୁ ତା ହେଲେ ସେଇ ଲୋକ ଦେଉଥିଲା। ଆଉ ଏବେ ସେ ଘରେ ମତେ ତାଗିଦ୍ କରିବା , ଭୁଲ୍ ଠିକ୍ ବାଛିବା , ଭଲ ପାଇବାର ବାହାନା କରିବା , ମୋର ସବୁ କଥା କୁ ସମ୍ମାନ ଦେବା ଏ ସବୁ ମିଛ। ନା ଏମିତି କେବେ ହେଇ ପାରିବନି। ଏତେ ବଡ ଧୋକା। ମତେ ନେଇ ବିକିବାକୁ ବସିଛନ୍ତି ! ଆଉ ତା ପରେ

  ପ୍ରୀତି ତା କଥାକୁ ଶୁଣୁ ଥିଲା। ସେ କହିଲା " ଓଃ ! ଏମିତି କଥା। କିନ୍ତୁ ତତେ ସିଏ ସତରେ ବହୁତ ଭଲ ପାଉଛି। ଯଦି ବିକିବାର ଥାଆନ୍ତା ତା ହେଲେ କେବେ ଠାରୁ ବିକି ସାରନ୍ତାଣି। ଯା ଦେଖିବୁ ଯା' ପାଗଳ ଙ୍କ ଭଳି ବାଡେଇ ହେଉଛି ସିଏ। ତୁ ତା ଜୀବନ ରେ ଆସିଲା ପରେ ସିଏ ପୁରା ବଦଳି ଯାଇଛି। ମୁଁ ତା ଭଉଣୀ ହେବି। ଦାଦା ଙ୍କ ଝିଅ। ମୁଁ ବି ଜାଣି ନ ଥିଲି ସିଏ ଏମିତି କାମ କରୁଥିଲା ବୋଲି। ଆଉ ଯେବେ ଜାଣିଲି ସେବେ ଠାରୁ କଥା ହେବା ବନ୍ଦ କରି ଦେଇଥିଲି।

  କିନ୍ତୁ ତୁ ଆସିବା ପର ଠାରୁ ସେ ସବୁ କିଛି ଖରାପ କାମ ବନ୍ଦ କରି ଦେଲା। ମତେ ଆସି ନିଜେ କହିଲା। ମୁଁ ବିଶ୍ବାସ କରୁ ନ ଥିଲି , ତତେ ଦେଖିବା ପରେ ମୋର ବିଶ୍ବାସ ହେଲା। ମୁଁ କହିଲି ହଁ କଲେଜ ରେ ମୋର ସବୁଠାରୁ ବେଷ୍ଟ ଫ୍ରେଣ୍ଡ୍ ତୁ ଥିଲୁ। ସେ କହିଲା " ହଁ ସେବେ ଠାରୁ ମୁଁ ତାକୁ ଦେଖିବା ପରେ ବଦଳି ଯାଇଛି ବୋଲି. !

   ତୃପ୍ତି କିନ୍ତୁ ବିଶ୍ବାସ କରୁ ନ ଥିଲା। ପଛ ପଟୁ କାହାର କୋମଳ ସ୍ପର୍ଶ ରେ ଚମକି ପଡିଲା। ଦେଖିଲା ବେଳକୁ ହୃଦୟ ର ରାଜା ଛିଡ଼ା ହେଇଛି। ବସି ପଡି ପାଖରେ ବହୁତ କାନ୍ଦିଲା। ତୃପ୍ତି ମୁଣ୍ଡ ଟିକୁ ଟେକି ଦେଇ କହିଲା " କଣ ଛୋଟ ପିଲା ଭଳି କାନ୍ଦୁଛ। ମୋର ଭୁଲ୍ ଥିଲା। ମୁଁ ହିଁ ତମକୁ ଭୁଲ୍ ଭାବି ନେଇଥିଲି। ମତେ କ୍ଷମା କରିଦେବ।"

  ତା ପରେ ତୃପ୍ତି ଛାତି ରେ ଆଉଜି ପଡ଼ିଲା।ପ୍ରୀତି ପାଖରେ ବସି ଥିଲା। ଆଖି ବନ୍ଦ କରି କହିଲା ଏକ ରାଜା ଔର ଏକ ରାନୀ ।




Rate this content
Log in

Similar oriya story from Romance