STORYMIRROR

Bandita Mohanty

Comedy Romance Others

4  

Bandita Mohanty

Comedy Romance Others

ଅଧୁରା ପ୍ରେମ କାହାଣୀ

ଅଧୁରା ପ୍ରେମ କାହାଣୀ

5 mins
303

ସବୁ ସରିଗଲା ଗଲା ସବୁ ତ ସରିଗଲା ଆଉ ! ପ୍ରଭୁ ହେ କେବେ ଉଦ୍ଧାର କରିବ ଏଇ ସଂସାର ରୁ ! ମଣିଷ ବୋଲି ଏମାନଙ୍କର ବୁଦ୍ଧି ଜ୍ଞାନ ଅଛି କି ନାହିଁ କେଜାଣି। କାହାକୁ ଏମିତି ମାଡ଼ ଦିଆଯାଏ । ଏମାନେ କଣ ଜାଣି ନାହାନ୍ତି। ଭଲା ଆମେ ଗରିବ ନୁକ ହେଲୁ ବୋଲି ଆମର କଣ ମାନ ଇଜ୍ଜତ ନାହିଁ। ମୁଁ ତ ଖାଲି କିଏ ବୋଲି ଦେଖିବାକୁ ଯାଇଥିଲି । ହେଲେ ଏମିତି ଇଜ୍ଜତ ଦେଇକିଛାଡିଦେଲା ମତେ।ତମକୁ ଯଦି ମାନ ଇଜ୍ଜତ ଦେବାର ଆସୁନି ଆମ ଠାରୁ ଥରେ ଆସି ଶିଖି ଯାଉନ। ଆମେ ପରା ଟ୍ଯୂସନ୍ କରୁଛୁ ମାନ ଇଜ୍ଜତ କେମିତି ଦିଆ ଯାଏ। ଆସିବ ଆମ ପାଖକୁ ରାତି ଅଧରେ । ଭଲ କରି ପାଠ ପଢେଇ ଦେବୁ । ଏମିତି ପାଠ ପଢେଇବି ଯେ କାହାକୁ କେମିତି ଇଜ୍ଜତ ଦିଆଯାଏ ଗୋଟିଏ ଦିନ ରେ ଶିଖିଯିବ। ହାରେ ଭଲା ଚିହ୍ନିନି ବୋଧେ ମତେ। ହେଇଟି ଧନ ଅନେଇଲୁ ମୁଁ ପା ଓରଫ ବାଙ୍କ ବିହାରୀ ! ସବୁ ତୋର ବଙ୍କେଇ କି ଛାଡ଼ି ଦେବି ରେ ଧନ। ସମ୍ଭାଳି କି ରଖିଥିବୁ।


   ଭାବୁଥିବେ କଥା ଆରମ୍ଭରୁ କଣ ଗାଳି ର ବର୍ଷା ହେଲା ବୋଲି। ସେମିତି କିଛି ନାହିଁ ମ ଆଜ୍ଞା। ଏଇ ଆମର ଓରଫ ବାଙ୍କ ବାବୁ ସେ ନଈ କୂଳରେ ବସି ପ୍ରକୃତି ରାଣୀ କୁ ମନ ଭରି ଉପଭୋଗ କରି ଚାଲିଥିଲେ। ଉପଭୋଗ ବି କରିବେନି କେମିତି ଯେ। ପାଗ ଟା ଯେହେତୁ ସୁନ୍ଦର ମିଠା ମିଠା ରୋମାଣ୍ଟିକ ପାଗ ଥିଲା । ଦୂର ଦିଗ୍ ବଳୟ କୁ ଚାହିଁ ନିରୋଳା ରେ ବସି ପ୍ରକୃତି କୁ ଉପଭୋଗ କରିବାର ମଜା ହିଁ କିଛି ନିଆରା ଥିଲା। ମନେ ମନେ ସେ ଗୀତ ଗାଉଥିଲେ ନଈ କୂଳେ କୂଳେ କିଏ ଲୋ ଯାଏ କାନି ଉଡେଇ


  ହେଲେ ସେ କଣ ଜାଣିଛନ୍ତି କି ସତରେ ସେଠି କିଏ କାନି ଉଡେଇ ଯାଉଛି ବୋଲି। ସନ୍ଧ୍ୟା ବି ହେବାକୁ ବସିଲାଣି। ତେଣୁ ଭାବିଲେ ଏ ନିଶ୍ଚୟ ମଶାଣି ଚଣ୍ଡୀ କି ଅଶିରିରି ହେଇଥିବ। କିନ୍ତୁ ସେ ତ ରଙ୍ଗୀନ ଶାଢ଼ୀ ପିନ୍ଧିଛି। ତେଣୁ ଭାବିଲେ ନା ଇଏ କାହିଁକି ମଶାଣି ଚଣ୍ଡୀ ହେବ। ଏ ସାୟଦ୍ ସେ ସଙ୍କରା ନନାଙ୍କ ଝିଅ ଚାନ୍ଦି ହେଇଥିବ। ହଉ ଯାଏ ତା ପାଖକୁ ଗଲେ ଜଣା ପଡ଼ିବନି କି ଇଏ କିଏ ! ଯଦି ଚାନ୍ଦି ନାନୀ ହେଇଥିବ ତା ହେଲେ ତ କଥା ସରିଲା ଆଉ !


  ଓରଫ ବାଙ୍କ ବାବୁ ଲୁଚି ଲୁଚି ଗଲେ। ହେଲେ ଇଏ କଣ ହେଲା ସେ ପରା ଏକା ବୁଲୁଥିଲା । କିନ୍ତୁ ଦେଖିଲା ବେଳକୁ ତା ଆଗକୁ ତ ଷଣ୍ଢ ମାଡ଼ି ଆସିଲା । ଗୋଟେ ଶିଙ୍ଘିଆ ମାରିଲା ଯେ ତାଙ୍କର ଆଗ ଦୁଇ ଦାନ୍ତ ହଲିଗଲା। ଭାବୁଥିବେ ଷଣ୍ଢ ବୋଲି କାହାକୁ କହୁଛି। ଆରେ ଷଣ୍ଢ ହେଉଛନ୍ତି ଆମ ଚାନ୍ଦି ନାନୀ ଙ୍କ ସିଏ। ଏବେ ଜାଣି ପାରିବେ ତ ! ନ ଜାଣିଲେ ମୁଁ ଆଉ କିଛି କହି ପାରିବିନି। 


  ଦୁହେଁ ମିଶି ଆସିଥିଲେ ନଈ କୂଳର ଥଣ୍ଡା ସୁଲୁସୁଲିଆ ପବନ ଖାଇବା ପାଇଁ। ଚାନ୍ଦି ନାନୀ ଏକୁଟିଆ ପବନ ଖାଉଥିଲା। ତାଙ୍କର ସିଏ ଯାଇଥିଲେ କିଛି ମୃଦୁ ପାନୀୟ ଆଣିବା ପାଇଁ। ଏ ସମୟରେ ଓରଫ ବାଙ୍କ ବାବୁ ଭାବିଲେ ଚାନ୍ଦି ନାନୀ ଏକୁଟିଆ ବୁଲୁଛି। ଟିକେ ଯାଇ ଭଲ ମନ୍ଦ ପଚାରି ଦେବା ବୋଲି। କିନ୍ତୁ ଏ ଷଣ୍ଢ ତ କୋଉଠି ଥିଲା ମାଡ଼ି ଆସିଲା ଆଉ। ଆସିଲା କଣ ବା ଆସିକି ଏମିତି ଗୋଟେ ମାଇଲା ଯେ ! ହେ ଭଗବାନ ସତରେ ଏ ମଣିଷ ମାନଙ୍କର କେବେ ବୁଦ୍ଧି ହେବ କେଜାଣି। କିଛି ପଚରା ଉଚୁରା ନାହିଁ ସିଧା ଆସି ଫିଲ୍ମ ଷ୍ଟାଇଲ ରେ ଗୋଟେ ମାଡ଼ ମାରି ଦେଲା। ହଁ ମତେ ଗରିବ ନୁକ ବୋଲି ଭାବିଛି। ହେଲେ ସେ ଜାଣିନି ଏ ଓରଫ ବାଙ୍କ ବିହାରୀ କେମିତିକା ଜନ୍ତୁ ଟାଏ। ଛାଡ ଛାଡ ଭାଗ୍ୟ ଆଜି ଭଲ ଥିଲା ତାର। ଶନି ଚଳନ ନ ଥିଲା। ରାହୁ ବୋଧେ ଅଷ୍ଟମ ରେ ପ୍ରବେଶ କରି ଥିଲା। ତେଣୁ ବଞ୍ଚିଗଲା। ଆଉ ଦିନେ ଯଦି ମାଡ଼ ଦେବ ତା ହେଲେ ମତେ ଚିହ୍ନିବ ଆଉ !


   ବାପ୍ ରେ ମୋ ଦାନ୍ତ ତ ହୁଗୁଳା ହେଇଗଲା। କି ମାଡ଼ ବେ ଶଳା ର। ନାଇଁ ମତେ ବି ଏଥର କୁଙ୍ଗ- ଫୁ ଶିଖି ବାକୁ ପଡ଼ିବ। ଏ ଗାଁ ର ଭିଆଇପି ଗୁଡା ଯେତେବେଳେ ଇଚ୍ଛା ହେଉଛି ମତେ ଖାଲି ଛେଚି ଦେଉଛନ୍ତି। ମତେ ଚାଇନା ଯାଇ ସେଠି ଟ୍ରେନିଙ୍ଗ ନେବାକୁ ପଡିବ। ଛାଡ ଆଜି ମୁଁ ବି କୋଉ ଲଗ୍ନ ରେ ନଈ କୂଳ କୁ ଯାଇଥିଲି କେଜାଣି। ନାଇଁ କାଲି ଠାରୁ ମତେ ଖଡ଼ି ପାଞ୍ଜି ପକେଇ ଲଗ୍ନ ଦେଖି ଘରୁ ବାହାରି ବାକୁ ପଡ଼ିବ। 


   ତା ପରଦିନ ସକାଳୁ ଗାଧେଇ ଗଲେ ଓରଫ୍ ବାଙ୍କ ବାବୁ। ଗଲା ବେଳକୁ ଚାନ୍ଦି ନାନୀ ଆଉ ରାଧି ନାନୀ ଦୁହେଁ ଗାଧଉ ଥିଲେ। ସେଠାକୁ ଯିବାକୁ ବାଙ୍କ ବାବୁ ଙ୍କ ମନ ହେଉଥିଲେ ବି ସେ ଗଲେ ନାହିଁ। ପୁଣି ଯଦି ସେ ଷଣ୍ଢ ପିଟି ଦେବ ତା ହେଲେ କଣ କରିବେ ? ତେଣୁ ସେ ଚାଲି ଆସିଲେ। ଆର ସାହି ପୋଖରୀ କୁ ଗଲେ।


  ପ୍ରକୃତ କଥା ହେଲା ବାଙ୍କ ବାବୁ ଚାନ୍ଦି ନାନୀ କୁ ଦେଖି ଦେଲେ ତାଙ୍କ ଭିତର ଟା କଣ ନାଇଁ କଣ ହେଇ ଯାଉଥିଲା। ତେଣୁ ସେ ତା ଠାରୁ ଟିକେ ଦୁରେଇ ରହୁଥିଲେ। ସିଏ ବି ଦେଖିବାକୁ ଚାନ୍ଦ ଭଳି ସୁନ୍ଦର ଥିଲା । ତେଣୁ ତା ବାପା ଘରୁ ବାହାରିଲା ବେଳେ ତା ସହ ତିନି ଚାରିଟା ବଡି ଗାର୍ଡ ଛାଡନ୍ତି। କାଳେ କିଏ ଯଦି ଚାନ୍ଦ ଦେହରେ କଳଙ୍କ ଲଗେଇ ଦେବ । ସେଇ ଡର ରେ ତାକୁ ଏକୁଟିଆ କୁଆଡେ ଛାଡନ୍ତି ନାହିଁ। ତା ଛଡା ଏବେ ତାର ବାହାଘର ବି ଠିକ୍ ହେଲାଣି। ତେଣୁ ବାଙ୍କ ବାବୁ ଭାବିଲେ ତା ଠାରୁ ଯେତେ ଦୂରରେ ରହିବ ସେତେ ଭଲ।


  ଧୀରେ ଧୀରେ ଚାନ୍ଦି ନାନୀ ର ବାହାଘର ପାଖେଇ ଆସୁଥିଲା। ଗାଁ ରେ ସିଏ ଜମିଦାର ଘରର ଝିଅ ଥିଲା। ତେଣୁ କୋଉ ଜିନିଷ ରେ ଅଭାବ ନ ଥିଲା ତାର। ତା ବାପା ସୁନା ରୂପା ରୁ ଆରମ୍ଭ କରି ସିନ୍ଦୁକ ଖଟ ଆଦି କିଣି ଦେଇଥିଲେ। ବାହାଘର ପାଇଁ ନିମନ୍ତ୍ରଣ କରାଗଲା। ଚାରିଆଡ଼େ ନିମନ୍ତ୍ରଣ ଦିଆ ସରିଲା। ହେଲେ ଓରଫ୍ ବାଙ୍କ ବାବୁଙ୍କୁ କେହି ବି ନିମନ୍ତ୍ରଣ ଦେଇ ନାହାନ୍ତି। ଚାନ୍ଦି ନିଜ ହାତରେ ବାଙ୍କ ବାବୁ ଙ୍କୁ ନିମନ୍ତ୍ରଣ ଦେବ ବୋଲି ମନସ୍ଥ କରିଥିଲା। ଏଇ କଥା ତା ସାଙ୍ଗ ରାଧୀ ନାନୀ ଛଡା ଆଉ କେହି ବି ଜାଣି ନ ଥିଲେ।


   ବାହାଘର ପୂର୍ବ ଦିନ ରାଧୀ ନାନୀ ଘରକୁ ବୁଲିବାକୁ ଯିବ ବୋଲି କହି ଘରୁ ଚାଲି ଆସିଲା ଚାନ୍ଦି। ଖରାବେଳ ସମୟ ବାଙ୍କ ବାବୁ ଖାଇ ଦେଇ ଖଟରେ ଗଡୁ ଥାଆନ୍ତି। ଚାନ୍ଦି ଧାଇଁ ଯାଇ କବାଟ ଠକ୍ ଠକ୍ କରିଲା। ଏଇ ସମୟରେ କିଏ ଆସିଲା ବୋଲି କହି ବାଙ୍କ ବାବୁ କବାଟ ଖୋଲିବାକୁ ଗଲେ। କବାଟ ଖୋଲି ଦେଖିଲା ବେଳକୁ ଚାନ୍ଦି । ସେ ଆଶ୍ଚର୍ଯ୍ୟ ହୋଇ କହିଲେ ଆଲୋ ଚାନ୍ଦି ତୁ ! ଚାନ୍ଦି ବାଙ୍କ ବାବୁ କୁ ଠେଲି ଦେଇ ଘର ଭିତରକୁ ପଶିଗଲା। ବାହାରେ ରାଧି ନାନୀ ଠିଆ ହୋଇ ଦେଖିଲା କିଏ ଆସୁଛି ନା କଣ ବୋଲି ! ସେ ଘରକୁ ଗଲା ନାହିଁ।


  ବାଙ୍କ ବାବୁ କହିଲେ ଆରେ ଆରେ ଇଏ କଣ ! ଚାନ୍ଦି ପାଟି ଉପରେ ହାତ ଦେଇ କହିଲା ମୁଁ ଯାହା କହୁଛି ଶୁଣ। ମୁଁ ତମକୁ ବହୁତ ଭଲ ପାଏ। ଆଉ ଏ ବାହାଘର ରେ ମୁଁ ଜମା ଖୁସି ନୁହଁ। ବାପାଙ୍କ ଇଜ୍ଜତ ରଖିବା ପାଇଁ ମୁଁ ବାହା ହେଉଛି। ବାଙ୍କ ବାବୁ ଏତିକି କଥା ଶୁଣି ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଲେ। କଣ କଣ କହିଲ ତମେ ପୁଣି ମତେ ଭଲ ପାଉଛ। ନାଇଁ ମ ମୋର କାଇଁ ବିଶ୍ବାସ ହେଉନି। ଚାନ୍ଦି କହିଲା ସତ କଥା ମୁଁ ତମକୁ ସତରେ ବହୁତ ଭଲ ପାଉଛି। ଖାଲି ବାପାଙ୍କ ଭୟରେ କିଛି କହି ପାରୁ ନ ଥିଲି। କେତେ ଥର କହିବାକୁ ଚେଷ୍ଟା କରିଛି। ସେଦିନ ନଈ କୂଳରେ ଭାବିଲି କହିବି ବୋଲି କିନ୍ତୁ ଠିକ୍ ସମୟରେ ସେ ଷଣ୍ଢ ଆସି ପହଞ୍ଚି ଗଲା। ବାଙ୍କ ବାବୁ କହିଲେ ଆଗରୁ କହିଥିଲେ କଣ ଉପାୟ କରି ଥାଆନ୍ତି। ଏବେ ତ ଆଉ କିଛି କରି ହେବନି। ତମେ ସେଠି ହିଁ ବାହା ହୋଇ ଖୁସି ରେ ରୁହ। ଚାନ୍ଦି କାନ୍ଦି କାନ୍ଦି ଚାଲି ଆସିଲା।


  ରାଧୀ କହିଲା କାନ୍ଦେନା ଚାନ୍ଦି। ତୁ ବହୁତ ଡେରି କରି ଦେଲୁ। ସିଏ ବି ଆଉ କଣ କରି ପାରିବ । ଆଗରୁ କହିଥିଲେ ସେ କଣ ଉପାୟ ବାହାର କରି ଥାଆନ୍ତା । ହଉ ଯାହା ହେବାର ଥିବ ତାହା ହିଁ ହେବ । କେହି ବିଧାତା ଙ୍କ ନିୟମ କୁ ଅଟକାଇ ପାରିବ ନାହିଁ। ଘରକୁ ଚାଲ ଯିବା। ନ ହେଲେ କିଏ ଯଦି ଜାଣିବ ଆମେ ଏଠି ଅଛୁ ତା ହେଲେ କଥା ସରିଲା ! ଦୁହେଁ ଏଥର ଘର କୁ ଚାଲି ଗଲେ। ଓରଫ୍ ବାଙ୍କ ବାବୁ ଚାଲିଗଲେ ନଈ କୂଳକୁ । ସନ୍ଧ୍ୟା ହେବାକୁ ବସିଲାଣି। ଆକାଶରେ ଉଇଁ ଆସୁଥିବା ଚାନ୍ଦ କୁ ଦେଖି ସେ କେତେବେଳେ ହସୁ ଥାଆନ୍ତି ତ ଆଉ କେତେବେଳେ କାନ୍ଦୁ ଥାଆନ୍ତି।

   ତାଙ୍କ ଅଧୁରା ପ୍ରେମ କାହାଣୀ ତ ପୁରା ହେଇ ପାରିଲାନି । ଆଉ ଗୋଟିଏ ଚାନ୍ଦ ଭଳି ଝିଅ ଟେ ଖୋଜି ଦିଅନ୍ତୁ । ତାଙ୍କ ସହ ପ୍ରେମ କାହାଣୀ ଆରମ୍ଭ କରିବା। ଯଦି ଝିଅ ମିଳେ ତା ହେଲେ ମତେ ଏଇ ନମ୍ୱର୍ ରେ ଫୋନ୍ କରିବେ। ନମ୍ୱର୍ ଟି ହେଲା:- 

ଡବଲ ନାଇନ ଡବଲ ଥ୍ରୀ ଯେତେ କଥା ହେବ ସେତେ ଫ୍ରି ।


Rate this content
Log in

Similar oriya story from Comedy