ଷଣ୍ଢ ଓ ଗାଇର ବାହାଘର
ଷଣ୍ଢ ଓ ଗାଇର ବାହାଘର



ଆଜିକାଲି ର ଜଞ୍ଜାଳ ମୟ ଜୀବନ ରେ ଆଉ କେହି ଗାଇ ପାଳୁ ନାହାନ୍ତି। ହଁ ସେମାନଙ୍କୁ ବା କିଏ ଆଉ ରଖିବ । ରଖିଲେ ସେମାନଙ୍କର ଦେଖା ଶୁଣା ଭଲ ଭାବରେ କରି ପାରିଲେ ହେଲା। ସେମାନଙ୍କ ମୂତ ପୋଛେ ଗୋବର ନେଇକି ପକା ଘାସ ଦେ ପାଳ ଦେ ତୋରାଣି ଦେ ଏ ସବୁ ତ କରୁ କରୁ ଦିନ ଯାଇ ରାତି ଆସିଯିବ। ଆଉ ନିଜ କଥା କେତେବେଳେ ବୁଝିବ । ଆପେ ବଞ୍ଚିଲେ ବୋପା ର ନାଁ ବୋଲି ଗାଁ ରେ କୁହାକୁହି ହେଉଛନ୍ତି। ଆଉ ଏ ଗାଇ ମାନଙ୍କୁ ବଞ୍ଚାଇଲେ ମୋ ବୋପା କଣ ମୋ ପୁଅ ବି ନାଁ ଭୁଲିଯିବ ମୋର। ତା ଛଡା ଏବେ ତ ଘୋଡ଼ା ଛ ଟଙ୍କା କୁ ଦାନା ନ ଟଙ୍କା ହେଲାଣି। ଆଉ ସେମାନଙ୍କୁ ଖାଇବାକୁ କୁଆଡେ ଦେବି। ମୋ ବୋଉ କଣ ସଂପତ୍ତି ଥୋଇଛି କି ମୋ ପାଇଁ। ଥାଉ ଥାଉ ମୁଁ ଗାଇ ରଖିବିନି। ନିଅ ନିଅ ଆଉ କାହାକୁ ପଚାର । ଏତିକି କହି ଦେଇ ଘର ମୁହାଁ ହେଲେ ଧଣ୍ଡୁ ବାବୁ।
ପଛରୁ ପୁଣି ଡାକ ଛାଡ଼ିଲେ ବାଙ୍କ ବିହାରୀ। ସାରେ ଗୋଟିଏ ରଖନ୍ତୁ ହେ !ମୋ ସଂସାର ଭାସି ଗଲାଣି ଏ ଚାରି ଟାକୁ ଆଉ ଖାଇବାକୁ ଦେଇ ପାରୁନି। କେବଳ ଗୋଟେ ରଖନ୍ତୁ। ଟିକିଏ ତ ଦୟା କରନ୍ତୁ ବିଚରା ଗାଇ ମାନଙ୍କ ଉପରେ। ଦେଖିଲେ ସେମାନେ କେମିତି ବିକଳ ରେ ଆପଣଙ୍କ ମୁହଁ କୁ ଚାହିଁ ରହିଛନ୍ତି। ଏଇ ସାତ ଦିନ ହେଲା ଚମ୍ପା ନାନୀ ର ଚାରିଟା ଷଣ୍ଢ ମୋ କିଆରୀ ରେ ପଶି ଧାନ ଖାଉଛନ୍ତି ଆଉ ମୋ ରାଜକୁମାରୀ ଗାଇ ମାନଙ୍କ ଉପରେ ଆଖି ବି ପକାଉ ଛନ୍ତି। ଏତେ ସୁନ୍ଦର ରାଜକୁମାରୀ ମାନଙ୍କୁ ମୁଁ କୋଉଠି ଲୁଚେଇ ରଖିବି କହିଲେ । ଗୁହାଳ ରେ ଏତେ ବଡ ବଡ ପାଚେରୀ କରିଲି କିନ୍ତୁ ସେ ବାଡିପୋଡ଼ା ଚାରିଟି ଯାକ ଷଣ୍ଢ ମୋ ପାଚେରୀ କୁ କଣା କରି ଦେଖୁଛନ୍ତି। ଫଟା କପାଳ ମୋର। କଣ କରିବି ? ଏମାନଙ୍କୁ ନେଇ କୁଆଡ଼େ ଯିବି ? ଏ ଚାରିଟା ପାଇଁ ମୁଁ ଏ ପର୍ଯ୍ୟନ୍ତ ନ ମରିକି ବଞ୍ଚି ରହିଛି। ଯମ ମନା କରୁଛି ମତେ ନେବ ନାହିଁ ବୋଲି।" ଏହା କହି ବାଙ୍କ ବିହାରୀ କାନ୍ଦିଲା।
ହଉ ହଉ କାନ୍ଦେନା ରେ ପୁଅ। ନେବି ନେବି ତୋର ଏ ସୁନ୍ଦରୀ ରାଜକୁମାରୀ ମାନଙ୍କୁ ମୁଁ ମୋ ପାଖରେ ନେଇ ରଖିବି। ଆଉ ଯଦି କିଏ ମୋ ସୁନ୍ଦରୀ ମାନଙ୍କ ଉପରେ ଆଖି ପକେଇବ ତା ହେଲେ ତୁ ତ ଜାଣିଛୁ ଆଉ ମୁଁ କଣ କରିବି ?
ବାଙ୍କ:- କଣ କଣ କରିବେ ସାରେ !
ଧଣ୍ଡୁ ବାବୁ :- ହଇରେ ବାଙ୍କ ! ତୁ ଆମ ଗାଁ ର ପିଲାଟି। ନାଇଁ ନାଇଁ ସତ କହ ତୁ ଆମ ଗାଁ ର ଲୋକ ନା ଆଉ କୋଉ ଗାଁ ର ?
ବାଙ୍କ:- ସାରେ ଇଏ କି କଥା କହୁଛନ୍ତି ବା ! ମୁଁ ଆଉ କୋଉ ଗାଁ ନୋକ ଭଳି ଦେଖା ଯାଉଛି କି ? ମୋ ବେଶ ପୋଷାକ ଆଭିଜାତ୍ୟ ରୁ ଆପଣ ଜାଣି ପାରୁ ନାହାଁନ୍ତି । ମୁଁ ପରା ଏଇ ଗାଁ ର ମରଦ ଟୋକା । ଯିଏ ଗୋଟେ ହାତରେ ଚାରି ଚାରି ଟା କୁକୁଡ଼ା କୁ ଟେକି ଦିଏ। ଏ ଖଣ୍ଡ ମଣ୍ଡଳରେ କିଏ ଏମିତି ନାଇଁ ଯିଏ ବାଙ୍କ ବିହାରୀ କୁ ଚିହ୍ନିନି। ମୁଁ ପରା ଦିନେ କୁମ୍ଭକର୍ଣ୍ଣ ସାଜି ଚାରି ଟା ନଡ଼ିଆ ମୋ ମୁଣ୍ଡରେ ପିଟି ଥିଲି। ଚାରିଟା ଷଣ୍ଢ ର ବଳ ମୋ ପାଖରେ ଅଛି। ଆଉ ମୁଁ ଏଇ ଗାଁ ର ହେବିନି ଆଉ କୋଉଠି ର ହେବି।
ଧଣ୍ଡୁ ବାବୁ:- ତା ହେଲେ ! ତମେ ପଚାରୁଚ ମୁଁ କଣ କରି ପାରିବି ବୋଲି। ଆମ ପଡିଶା ନୋକ ତମେ ଜାଣିନ ମୋ ମାଲ ରେ କେହି ଆଖି ପକେଇଲେ ମୁଁ କଣ କରେ ତାର !
ବାଙ୍କ:- ଜାଣିଛି ସାରେ ସବୁ ଜାଣିଛି। ଏମିତି ପଚାରି ଦେଲି ନା। ହଉ ହଉ ମୋ ରାଜ କୁମାରୀ ମାନେ ଏଥର ଆପଣଙ୍କୁ ଲାଗିଲା। ଆପଣ ତାଙ୍କର ଯତ୍ନ ନେଉଥିବେ ଟିକେ ଭଲ ଭାବରେ। ମୁଁ ତା ହେଲେ ଆସୁଛି। ଗାଈ ମାନଙ୍କୁ ଟିକେ ଚାହିଁ ଦେଇ ! ମୋ ରାଣୀ ମାନେ ମୁଁ ଯାଉଛି। ସୁଖରେ ରହିବ । ମାଢ଼ଗୋଳ ହେବନି , ବାବୁଙ୍କୁ ବେଶି ବିରକ୍ତ କରିବନି। କାନ୍ଦି କାନ୍ଦି ଚାଲିଗଲା ବାଙ୍କ ବିହାରୀ। ସତେ ଯେମିତି ଝିଅ ମାନଂକୁ ସେ ଶାଶୁ ଘରେ ଛାଡ଼ି ଦେଇ ଆସିଛି।
ଧଣ୍ଡୁ ବାବୁ ଆମର ଅବାଡୁଆ ଟୋକା । ବୟସ ସିନା ଚଉତିରିଶି ହେଲେ ବାହା ହେବାକୁ କେହି ଭଲ ଝିଅ ମିଳୁ ନାହାନ୍ତି ବୋଲି ସେ ନ ବାହା ହେଇ ଏ ଯାଏଁ ବୁଲୁଛନ୍ତି। ତାଙ୍କରି ହାଇଟ ର ତାଙ୍କ ସାଇଜ ର ଝିଅ ସେ କୋଉଠି ଖୋଜିବେ ଭାବି ପାରୁ ନାହାଁନ୍ତି। ବୋଉ କୁ କହିଲେ ବୋଉ ଯେତେ ଝିଅ ଦେଖେଇଲା କରିନା କପୂର୍ କଟ୍ରିନା ଏଲିନା ଅର୍ଚ୍ଚନା ସମସ୍ତଙ୍କ ଫଟୋ ଦେଖାଇଲା କିନ୍ତୁ କେହି ବି ସୁନ୍ଦର ନ ଥିଲେ। ସେଥିପାଇଁ ମନା କରିଦେଲା। ହଉ ହଉ ଦେଖିବା ତାଙ୍କୁ ଝିଅ ମିଳୁଛି କି ନାହିଁ। ଆମ ଗାଇ ମାନଙ୍କ ଉପରେ କିନ୍ତୁ ନଜର ପଡିଗଲାଣି ଷଣ୍ଢ ମାନଙ୍କର।
ଧଣ୍ଡୁ ବାବୁ ଗାଇ ମାନଙ୍କୁ ନେଇ ଗୁହାଳ ରେ ରଖି ଦେଲେ। କୁଣ୍ଡା ଆଣିବାକୁ ଗଲେ ମଝି ସାହି ବାଡ଼ୁଅ ଭାଇନା ପାଖକୁ। ବାଙ୍କ କଥା ଅନୁଯାୟୀ ସେ ଗୁହାଳ ଚାରିପଟେ କଣ୍ଟା ବି ପକେଇ ଦେଇ ଥାଆନ୍ତି। ଯେମିତି କିଏ ଆଉ ଆଖି ପକେଇ ପାରିବ ନାହିଁ। ସତରେ ଦେଖିବାକୁ ଗଲେ ଗାଇ ଗୁଡ଼ିକ ଦେଖିବାକୁ ପୁରା ଡଉଲ ଡାଉଲ ଥିଲେ। ଜଣଙ୍କ ନାଁ ଥିଲା ମଲ୍ଲି। ନାଁ ଯେମିତି ଦେଖିବାକୁ ବି ସେମିତି। ମଲ୍ଲି ଫୁଲ ପରି ସେ ବାସନା ଚହଟାଇ ଦିଏ। ଆଉ ଜଣଙ୍କ ନାଁ ଜୁଇ । ସେ ବି ଦେଖିବାକୁ ବହୁତ ସୁନ୍ଦର ଥିଲା। ଯେ କେହି ବି ତାକୁ ଦେଖିବ ସେମିତି ଚାହିଁ ରହିଥିବ। ତା ପାଖ ଗାଇ ନାଁ ଥିଲା ଜାଇ ଆଉ ଆର ଟା ନାଁ କେତକୀ। ସମସ୍ତଙ୍କ ବାସ୍ନା ଏମିତି ଚହଟୁ ଥାଏ ଯେ
"ଆରେ ହେଇ ରହ ରହ ଦେଖ ଦେଖ କିଏ ଗୋଟେ ପାଚେରୀ ପଟେ ଚାହିଁ ରହିଛି।" ମଲ୍ଲି କହିଲା।
ଜୁଇ କହିଲା ଆଲୋ ହଁ ଲୋ ନାନୀ ସେଠି କିଏ ଗୋଟେ ଆମକୁ ଲୁଚି ଲୁଚି ଦେଖୁଛି।
କେତକୀ କହିଲା କିଏ ଆଉ ହେଇଥିବ । ଆମ ନାଗର ମାନଙ୍କ ଛଡା ଆଉ କିଏ କି ଆମେ ଯୋଉଠି ବି ଥିଲେ ସେମାନେ ଆମ ବାସନା ଶୁଙ୍ଘି ଶୁଙ୍ଘି ଚାଲି ଆସନ୍ତି।
ଆଉ ଏଠାକୁ ଆସିବେ ବୋଲି ଜାଇ ତା ନାଗର କୁ କହି ଦେଇଥିଲା। ତେଣୁ ଆମ ଦେହର ଅପୂର୍ବ ବାସ୍ନା ପାଇ ଚାଲି ଆସିଛନ୍ତି ଏଠାକୁ।
ଜୁଇ କହିଲା ହଉ ହଉ ଏବେ ଆଉ କଥା ହେବାକୁ ସମୟ ନାହିଁ। କେମିତି ସେମାନଙ୍କୁ ଭିତରକୁ ଆଣିବା । ଚିନ୍ତା କର । ଜଲଦି ଜଲଦି ଭାବ କେମିତି ହେଲେ ବି ସେମାନଙ୍କୁ ଆଣିବାକୁ ହେବ। ମାଲିକ ତ ଚାରି ପଟେ କଣ୍ଟା ପକେଇ ଦେଇଛି। ଚାରି ଜଣ ଯାକ ବସି ଭାବୁ ଥାଆନ୍ତି। ସେଇ ସମୟରେ ଜୁଇ ର ନାଗର ମାନେ ଗୋଟେ ଷଣ୍ଢ ଭିତରକୁ ଚାଲି ଆସିଲା। ଜୁଇ କହିଲା କିହୋ ତମେ ଭିତରକୁ କେମିତି ଆସିଲ ହେରି !
ଯେଣ ତେଣ ପ୍ରକାରେଣ ଚାଲି ଆସିଲି। ତା ପରେ ଗୋଟେ ଗୋଟେ ହେଇ ସମସ୍ତେ ଚାଲି ଆସିଲେ। ଏ ଚାରି ଜଣ ଆଶ୍ଚର୍ଯ୍ୟ ହେଇ ଚାହିଁ ରହି ଥାଆନ୍ତି। ତା ପରେ ଯିଏ ଯାହାର ଗାର୍ଲ୍ ଫ୍ରେଣ୍ଡ୍ ପାଖରେ ବସି ପଡ଼ିଲେ। କିଛି ସମୟ କଥା ବାର୍ତ୍ତା ଚାଲିଲା। ସେମାନଙ୍କର ବି ଗୋଟେ ଗୋଟେ ନାଁ ଥିଲା। ମଲ୍ଲି ଯାହାକୁ ଭଲ ପାଉଥିଲା ତା ନାଁ ରୋମିଓ । ଜୁଇ ର ବୟ ଫ୍ରେଣ୍ଡ୍ ନାଁ କିଶୋର , ଜାଇ ର ବୟ ଫ୍ରେଣ୍ଡ୍ ନାଁ ବ୍ରଜ ବିହାରୀ , ଆଉ କେତକୀ ର ବୟ ଫ୍ରେଣ୍ଡ୍ ନାଁ ଶୁଭମ୍। କେମିତି ହେଇଛି ନାଁ ଗୁଡ଼ିକ ହଁ ଭଲ ବି ହେବନି କାହିଁକି। ଯେତେ ହେଲେ ଚମ୍ପା ନାନୀ ର ଷଣ୍ଢ ପିଲା ଟି। ହଉ ହଉ ଏଠି ତ ପ୍ରେମ ର ବାସ୍ନା ହେଉଛି। ଦେଖିବା ଆମର ଧଣ୍ଡୁ ବାବୁ କୋଉଠି ଝିଅ ଦେଖିଲେଣି ନା କଣ ?
ଗୋଟେ ଝିଅ କାଖରେ କଳସୀ ଧରି ଆସୁଥାଏ। ବାବୁଙ୍କର ନଜର ପଡିଗଲା। ଆଖି ଆଉ ଫେରୁ ନ ଥାଏ। ଏତେ ସୁନ୍ଦର ସୁନ୍ଦର ଫିଗର୍ ବାଲା ହିରୋଇନ୍ ମାନେ ବି ପସନ୍ଦ ଆସିଲେନି କିନ୍ତୁ ଏ ଝିଅ କୁ ଦେଖି ଦେଲା କ୍ଷଣି କୁଛ କୁଛ ହୋତା ହୈ ! ଧାଇଁ ଯାଇ ବାଟ ଓଗାଳିଲା।
ଝିଅ ଟି ୟାକୁ ଦେଖି ଲାଜେଇ ଗଲା। ବାବୁ କହିଲେ ଇସ୍ କି ଲାଜ ! ତମର ଏଇ ଲାଜ ରେ ମୁଁ ଗୋଟେ ପଣେ ଓଦା ହେଇ ଗଲିଣି। ଆଉ ଲାଜ କରନି। ତମ ନାଁ କଣ ?
ଝିଅ ଟି କାଖରେ ଥିବା ମାଠିଆ କୁ ଉପରକୁ ଟିକେ ଟେକି ଦେଇ କହିଲା ମୋ ନାଁ ମାଳତୀ !
ଓଃ ! ତା ହେଲେ ତ ଖେଳ ଜମିବ ଆଉ। ମୁଁ ଅବାଡୁଆ ତୁମେ ବି ଅବାଡୁଆ । ଦୁହେଁ ମିଶିଗଲେ ବାଡ଼ୁଅ ହୋଇଯିବ। ନା କଣ କହୁଛ !
ମାଳତୀ କହିଲା ଆରେ ରୁହ , ଏତେ ଜଲଦି ହୁଅନି। ଟିକେ ଟିକେ ବାହାଘର ପୂର୍ବରୁ ଦୁଷ୍ଟ ନ ହେଲେ କେମିତି ଚଳିବ । ଧଣ୍ଡୁ କହିଲା ଆରେ ବାପ୍ ରେ ଇଏ ତ ସର୍ବଜ୍ଞାନସମ୍ପୂର୍ଣ୍ଣ। ହଉ ହଉ ତମେ ମାଠିଆ ଥୋଇ ଆର ସାହି କୁ ଆସ। ମୁଁ ସେଠି ଅପେକ୍ଷା କରିଛି। ମାଳତୀ ହଁ କହି ଚାଲି ଗଲା।
ସେପଟେ ବାଙ୍କ ବିହାରୀ ଧଣ୍ଡୁ ବାବୁ ଙ୍କ ପାଖକୁ ଆସୁଥିଲା କିଛି ପରିବା ନେବା ପାଇଁ। କିନ୍ତୁ ଧଣ୍ଡୁ ବାବୁ ତ ନ ଥିଲେ। ତେଣୁ ସେ ବାହୁଡ଼ି ଯିବାକୁ ବାହାରିଲା ବେଳକୁ ଗୁହାଳ ଉପରେ ନଜର ପଡିଲା। ଦେଖିଲେ ଆଠ ଜଣ ଅଛନ୍ତି। ବାଙ୍କ ମନକୁ ପାପ ଛୁଇଁଲା। ଚମ୍ପା ନାନୀ ର ଷଣ୍ଢ ଗୁଡାକ ହିଁ ଭିତରେ ଅଛନ୍ତି। ସେ ଏକା ଥରକେ ଲୁଙ୍ଗି ଧରି ଧାଇଁଲା ମଝି ସାହି କୁ।
ଧଣ୍ଡୁ ର ମନ ହୃଦୟ ସେତେବେଳକୁ ଖାଲି ଗାଦୁଲୁ ଗାଦୁଲୁ ହେଉଥାଏ। ଘରକୁ ଆସିବା ପାଇଁ ବାହାରିଛି ଦେଖିଲା ବାଙ୍କ ଲୁଙ୍ଗି ଧରି ଧାଇଁ ଆସୁଛି । କିରେ ବାଙ୍କ ଲୁଙ୍ଗି ଟାକୁ ତଳେ ପକା ଇମିତି କଣ ଧାଇଁ ଆସୁଛୁ । ସାପ ନା ବାଘ ଦେଖିଲୁ କି ! ସାରେ କଥା ସରିଲା ଷଣ୍ଢ ସେପଟେ ସବୁ ଧାନ ଖାଇ ଦେଲାଣି । ଆଉ ଆପଣ ଯେ ଏଠି ମତେ କହୁଛନ୍ତି ସାପ ନା ବାଘ ଦେଖିଲି । ଜଲଦି ଆସନ୍ତୁ । ଧଣ୍ଡୁ ବାବୁ କହିଲେ ଆଚ୍ଛା କୋଉ ଷଣ୍ଢ ର ଏତେ ସାହାସ ଯିଏ ମୋ କିଆରୀ ଉପରେ ଆଖି ପକେଇ ଲାଣି। ଚାଲେ ଚାଲେ ଜଲଦି ଚାଲ। ଆଜି ସେ ଷଣ୍ଢ ର ଦିନେକୁ ମୋର ଦିନେ ହେବ । ଦୁହେଁ ଦୃତ ଗତିରେ ପାଦ ପକାଇ ଚାଲିଲେ ।
ଆରେ କୋଉଠି ମୋ କିଆରୀ ରେ ତ ଗୋଟେ ହେଲେ ଷଣ୍ଢ ନାହିଁ । ତୁ ଆଉ କାହାକୁ ଦେଖି ଥିଲୁ ନା କଣ ! ଓଃ ! ସାରେ ଆଗକୁ ଦେଖନ୍ତୁ।
ଗୁହାଳ ରେ ଚାରି ଜଣ ବଦଳରେ ଆଠ ଜଣ ଶୋଇଛନ୍ତି। ଭଲ କରି ଟିକେ ଚାହିଁଲା। ଦେଖିଲା ଷଣ୍ଢ ଗୁଡାକ। ଗୋଟେ ବାଡି ଧରି ଗଲା। ଷଣ୍ଢ ମାନେ ରୋମାଣ୍ଟିକ ମୁଡ୍ ରେ ଥିଲେ। ସୂର୍ଯ୍ୟ ଙ୍କ କିରଣର ମଜା ନେଉଥିଲେ । ଉପଭୋଗ କରି ଚାଲିଥିଲେ ସେଇ ମୁହୁର୍ତ୍ତ ଟାକୁ । ହେଲେ ଧଣ୍ଡୁ ର ବେଳା ଖରାପ । ଏମିତିକା ମୁହୁର୍ତ୍ତଟାକୁ ସିଏ ଆସିଛି ଜାଳିପୋଡ଼ି ଛାରଖାର କରି ଦେବାକୁ । ଧଣ୍ଡୁ ମଝିରେ ପଶିଗଲା। ଜୁଇ ର ହିରୋ ଗୋଟେ ଶିଙ୍ଘିଆ ଦେଲା ଇଏ ଯାଇ ତଳେ ପଡ଼ିଗଲା। ତରବର ରେ ଘରକୁ ଚାଲି ଆସିଲା। ବସିକି କାନ୍ଦିଲା। ବାହୁନି ବାହୁନି କାନ୍ଦୁ ଥାଏ ଷଣ୍ଢ ଖାଇଗଲା ଧାନ ଲୋ ମୋର ବୋଉ ମୋ ଗାଈ ମାନଙ୍କୁ ଆଖି ପକେଇଲା ଲୋ ବୋଉ. ଗାଈ ମାନଙ୍କୁ ମୁଁ ଲୁଚେଇ ରଖିିଲି ସିନା ଲୋ କିଛି କାମ ଦେଲାନି ଲୋ ମୋ ବୋଉ
ମାଳତୀ କହିଲା କାନ୍ଦୁଛ କାହିଁକି ? ଧଣ୍ଡୁ ସବୁ କଥା କହିଲା । ମାଳତୀ କହିଲା ତମେ ବି କେମିତିକା ଲୋକ କେଜାଣି । ସେମାନଙ୍କ ଭିତରେ ଥିବା ପ୍ୟାରକୁ ଜାଣି ପାରିଲନି । ଧଣ୍ଡୁ କହିଲା ଠିକ୍ କହିଛ । ଏ ବାଙ୍କ କଥାରେ ପଡି ମୁଁ ସେମାନଙ୍କ ଭଲ ପାଇବାକୁ ଭାଙ୍ଗି ଦେବାକୁ ବସିଥିଲି । ତାଙ୍କୁ ଅଲଗା କରି ଦେଇଥିଲେ ଆମେ ଦୁହେଁ ଆଉ ବାହା ହୋଇ ପାରି ନ ଥାନ୍ତେ। ହଉ ହଉ ସେମାନଙ୍କର ବାହାଘର କରେଇ ଦେବି।
ଯଥୋଚିତ ବେଳା ଲଗ୍ନ ସବୁ ଠିକ୍ ହେଇଗଲା। ଏବେ ବାହାଘରର ସମୟ। ଭୋଜି ବି ରନ୍ଧା ହେଲା। ଆଉ ସମସ୍ତଙ୍କୁ ନିମନ୍ତ୍ରଣ ବି ରହିଲା । ସମସ୍ତେ ଭୋଜି ଖାଇବାକୁ ଯିବେ। ହଁ ଆସିଲା ବେଳେ ଗିଫ୍ଟ ବି ଆଣି ଥିବେ।