Bandita Mohanty

Children Stories

3  

Bandita Mohanty

Children Stories

ମାଆ ଦୁଇ ଟଙ୍କା ଦିଅ

ମାଆ ଦୁଇ ଟଙ୍କା ଦିଅ

4 mins
207



  ସକାଳ ସମୟ, ସୁରୁଜ ଦେବତା ପାହାଡ ପଛ ପଟୁ ଉଠି ଆସୁ ଥାଆନ୍ତି। ଧୀରେ ଧୀରେ ଅନ୍ଧାର ରାତ୍ରି ଦୂର ହେଇ ଯାଉଥାଏ। ଏଇ ସମୟରେ କାଳିଆ ଉଠି ପଡ଼ି ଗାଧେଇ ହୋଇ ଠାକୁରଙ୍କୁ ମୁଣ୍ଡିଆ ଟିଏ ମାରି ଦେଇ ଚାଲି ଯିବ, ମଙ୍ଗଳା ମନ୍ଦିରକୁ ଭିକ ମାଗିବା ପାଇଁ। ଏଇଟା ତା'ର ନିତିଦିନିଆ କାମ...। ଘରେ କେବଳ ତା ବୋଉ ଆଉ ସିଏ, ଆଉ କେହି ବି ନାହାନ୍ତି। ଏତେ ବଡ ଦୁନିଆରେ କେବଳ ସେ ଏଇ ମଙ୍ଗଳା ମାଆ ଆଉ ତା ମାଆ ଯିଏ ତାକୁ ଏଡିକିରୁ ଏତେ ବଡ କରିଛି ଏ ଦୁହିଙ୍କ ଛଡା ଆଉ କାହାକୁ ବିଶ୍ୱାସ କରେନି। ସେଇ ମଙ୍ଗଳା ମନ୍ଦିର ପାଖରେ ତାର ଘର। ତେଣୁ ଯେବେ ବି ଦୁଃଖ ପଡେ ସେ ଧାଇଁ ଯାଇ ମଙ୍ଗଳା ମାଆକୁ କାକୁତି ମିନତି ହେଇ ପ୍ରାର୍ଥନା କରେ ଯେମିତି ହେଲେ ବି ଏଇ ଦୁଃଖରୁ ପାରି ହେବା ପାଇଁ। ଆଉ ମଙ୍ଗଳା ମାଆ ଏମିତି ଏକ ଦେବୀ ଥିଲେ ଯିଏ କି ଡାକିଲେ ବି ଓ କରନ୍ତି। ସାକ୍ଷାତ ମାଆ ସ୍ୱରୂପ ଥିଲେ। ତାଙ୍କ ଦୁଆରକୁ ଯିଏ ବି ଆସିଲେ ସେ କେବେ ଖାଲି ହାତରେ ଯାଉ ନ ଥିଲା। ମାଆ ମନ ଜାଣି ସୁଖ ପ୍ରଦାନ କରୁଥିଲେ। ଆରେ ସେ ତ ଜଗତଯାକର ମାଆ'। ସେ କାହିଁକି କାହାର ଖୁସିକୁ ଛଡ଼ାଇ ନେବ। ତେଣୁ ମାଆ ସମସ୍ତଙ୍କ ମନୋବାଞ୍ଛା ସବୁ ପୂର୍ଣ୍ଣ କରି ଦେଉଥିଲେ।


  ସୁମିତ୍ରା ଦେବୀ ସହରର ଜଣାଶୁଣା ଏ. ସି. ପି ରଣବୀର ମହାପାତ୍ରଙ୍କ ସ୍ତ୍ରୀ ସିଏ। ସହରରେ ଭଲ ନାମ ଅଛି ତାଙ୍କର। କୋଉଥିରେ କମ୍ ନ ଥିଲା ତାଙ୍କ ନାଁ ସବୁଠି ବେଶି ପରିଚିତ। ସବୁ ଥାଇ ବି ତାଙ୍କ ପାଖରେ ଗୋଟିଏ ଜିନିଷର ଅଭାବ ରହିଥିଲା ଆଉ ତାହା ହେଉଛି ସନ୍ତାନ । ହଁ ସୁମିତ୍ରା ଦେବୀଙ୍କ ଭାଗ୍ୟରେ ସନ୍ତାନ ସୁଖ ଭୋଗ କରିବାର ଯୋଗ ନଥିଲା। ଯୋଗ ନଥିଲା ମାନେ ଜନ୍ମ ଦେବା ନୁହଁ। ସେ ଜନ୍ମ କରିଥିଲେ ଗୋଟିଏ ପୁତ୍ରକୁ.... କିନ୍ତୁ............।


   ଦିନେ କାଳିଆ ମନ୍ଦିର ସାମ୍ନାରେ ବସି ଭିକ ମାଗୁଥାଏ। ତା ମାଆ ଯେ ପର ଘରକୁ ବାସନ ମାଜିବାକୁ ଚାଲି ଯାଇଥିଲେ। କାଳିଆ ଏପଟେ ଭିକ ମାଗିଲା ସମୟରେ ଦେଖିଲା, ଗୋଟିଏ ବଡ କାରରୁ ଗୋଟିଏ ସ୍ତ୍ରୀ ଲୋକଟିଏ ଓହ୍ଲାଇ ଆସିଲେ। କାଳିଆ ସେଇ ସ୍ତ୍ରୀ ଲୋକଙ୍କ ମୁହଁ ଦେଖିଲା । ଯେମିତି ଏକ ଅଜଣା ଶକ୍ତି ସେଇ ସ୍ତ୍ରୀଲୋକ ଆଡ଼କୁ ତାକୁ ଟାଣି ନେଲା ଭଳି ଲାଗିଲା। ସ୍ତ୍ରୀଲୋକଟି ମନ୍ଦିରକୁ ଆସିଲେ। କାଳିଆ କହିଲା, "ମା' ଦୁଇ ଟଙ୍କା ଦିଅନ୍ତୁ।"ସୁମିତ୍ରା ଦେବୀଙ୍କ ମନରେ ଏକ ଆନନ୍ଦ ଭରି ଉଠିଲା। ସେ କିଛି ସମୟ ପାଇଁ କାଳିଆକୁ ଚାହିଁଲେ। କାଳିଆ ବି ଚାହିଁ ରହିଥାଏ। ତା ପରେ ସୁମିତ୍ରା ଦେବୀ କାଳିଆକୁ ଶହେ ଟଙ୍କିଆ ନୋଟଟେ ଦେଇଦେଲେ। କାଳିଆ ନୋଟଟିକୁ ଦେଖି ଖୁସି ହୋଇ ଗଲା। ପୁଣି ମନ ଦୁଃଖ କରି କହିଲା, "ନାଇଁ ମାଆ ଏତେ ପଇସା ନେଇ ମୁଁ କଣ କରିବି...?"

   ସୁମିତ୍ରା ଦେବୀ କହିଲେ, "ନେ .. ମତେ ମାଆ ବୋଲି ଡାକିଲୁ !! ସେଇ ଖୁସିରେ ଦେଲି।"

   କାଳିଆ ହଉ ବୋଲି କହି ପାଖରେ ରଖିଲା ପଇସାଟିକୁ। ସୁମିତ୍ରା ଦେବୀ ମନ୍ଦିରକୁ ଚାଲିଗଲେ। ମଙ୍ଗଳା ମାଆକୁ ମୁଣ୍ଡିଆ ମାରି ପ୍ରାର୍ଥନା କଲେ, "ମା ଆଉ କେତେ ଦିନ ମୋ ପୁଅ ଠାରୁ ମତେ ଦୂରେଇ ରଖିବୁ। ତୋ କଥା ଅନୁଯାୟୀ ମୁଁ ତାକୁ ଗୋଟେ ଭିକାରୀ ହାତକୁ ଟେକିଦେଲି। ଜଣା ନାହିଁ ସେ କେମିତି ରହୁଥିବ ... କଣ ଖାଉଥିବ ... ପାଠ ପଢୁଥିବ କି ନାହିଁ...? ଯୋଉଠି ବି ଥାଉ ଭଲରେ ଥାଉ ମା'। ମୁଁ ଆଉ ସହ୍ୟ କରିପାରୁନି ମୋ ପୁଅ ଠାରୁ ଦୂରରେ ରହିବାର ଦୁଃଖ...!! ଫେରେଇ ଦେ ମା' ମୋ ପୁଅକୁ ତୁ ଫେରେଇ ଦେ ମୋ ପାଖକୁ...!"

   ଠିକ୍ ସେତିକି ବେଳେ ମାଆଙ୍କ ମଥାରୁ ଏକ ନାଲି ମନ୍ଦାର ଫୁଲଟିଏ ଖସିଲା। ପୂଜକ ମହାଶୟ କହିଲେ, "ତମ ଡାକ ମାଆ ଶୁଣିଛନ୍ତି । ନିଶ୍ଚୟ ତୁମ ମନୋସ୍କାମନା ପୂର୍ଣ୍ଣ କରିବେ।"

   ସୁମିତ୍ରା ଦେବୀ ଚାଲି ଆସିଲେ ମନ୍ଦିରରୁ। କିନ୍ତୁ ଆଜି କାହିଁକି କେଜାଣି ତାଙ୍କ ମନ କାଳିଆକୁ ଖୋଜିଲା। ତାଙ୍କ ସହ ଆସିଥିବା ଡ୍ରାଇଭରକୁ କହିଲେ, ମତେ ଯୋଉ ପିଲାଟା ପଇସା ମାଗୁଥିଲା, ସେ କୁଆଡେ ଗଲା..?

  ଡ୍ରାଇଭର କହିଲା, "ମୁଁ ଦେଖିନି...!"

   ହଉ ବୋଲି କହି ସୁମିତ୍ରା ଦେବୀ ଚାଲିଗଲେ। ସବୁ ଦିନ ମନ୍ଦିରକୁ ଆସୁଛନ୍ତି କିନ୍ତୁ କାଳିଆକୁ ଦେଖି ପାରୁ ନଥାଆନ୍ତି। ଗୋଟିଏ ଦିନ ଦେଖିବା ପରେ ପିଲାଟି ତାଙ୍କ ମନକୁ କିଣି ନେଇ ଯାଇଥିଲା। ଦିନେ ସୁମିତ୍ରା ଦେବୀ କାରରୁ ଓହ୍ଲାଇ ଦେଖିଲେ କାଳିଆ ବୁଲି ବୁଲି ଭିକ ମାଗୁଛି। ଧାଇଁ ଯାଇ ତାକୁ ଧରି ପଚାରିଲେ, "ତୁ କୁଆଡେ ଯାଇଥିଲୁ...? ମୁଁ ତତେ ବହୁତ ଖୋଜିଛି। ଆଉ ଆଜି ତୁ ବୁଲି ବୁଲି ପଇସା କଣ ମାଗୁଛୁ।"

  କାଳିଆ କାନ୍ଦି କାନ୍ଦି କହିଲା,"ମୋ ବୋଉର ଦେହ ଖରାପ ହେଇ ଯାଇଛି। ପଇସା ଦରକାର ତାର ଦେହ ପାଇଁ, କିନ୍ତୁ ପଇସା ମତେ କୋଉଠି ବି ମିଳୁନି । ସୁମିତ୍ରା ଦେବୀ କାଳିଆ ଆଖିରେ ଲୁହ ଦେଖି ନିଜକୁ ସମ୍ଭାଳି ପାରିଲେନି। ସେ କହିଲେ, "ଚାଲ୍ ମୁଁ ତୋ ମାଆର ଚିକିତ୍ସା କରାଇ ଦେବି।"କାଳିଆ ସୁମିତ୍ରା ଦେବୀଙ୍କୁ ଧରି ତାଙ୍କ ଘର ଭିତରକୁ ନେଲା। ସେଠି ସୁମିତ୍ରା ଦେବୀ କାଳିଆର ମାଆକୁ ଦେଖି ଆଶ୍ଚର୍ଯ୍ୟ। ସବୁ କଥା ପଚାରିବେ ବୋଲି ଭାବୁଥିଲେ କିନ୍ତୁ ଦେହ ଖରାପ ଥିବା ଯୋଗୁଁ କିଛି ପଚାରିଲେ ନାହିଁ। ଡାକ୍ତର ଦେଖାଇ କାଳିଆର ମାଆକୁ ଔଷଧ କରିବା ପାଇଁ ଆଉ ପଇସା ଦେଲେ। ଧୀରେ ଧୀରେ କାଳିଆର ମାଆ ସୁସ୍ଥ ହେବାକୁ ଲାଗିଲେ। ତାଙ୍କୁ କିନ୍ତୁ ଗୋଟେ ଚିନ୍ତା ଘାରୁ ଥାଏ। ସେ କଣ କହିବେ ସୁମିତ୍ରା ଦେବୀଙ୍କୁ...।


   ତିନି ଦିନ ପରେ ସୁମିତ୍ରା ଦେବୀ ଆସିଲେ। କାଳିଆର ମାଆକୁ କହିଲେ, "ଏଥର ମୁଁ ନେଇଯିବି କାଳିଆକୁ । ମଙ୍ଗଳା ମାଆଙ୍କ ଠାରୁ ଅନୁମତି ପାଇ ସାରିଛି।" କାଳିଆର ମାଆ ହଁ ବୋଲି ଖାଲି କହିଦେଲେ । କାଳିଆ କିନ୍ତୁ ଯିବାକୁ ମନା କରି ଦେଲା। କାହିଁକି ନା ସେ ତା ବୋଉ ଛଡା ଆଉ କାହାକୁ ଚିହ୍ନି ନଥିଲା। ସୁମିତ୍ରା ଦେବୀ ବହୁତ ବୁଝାଇଲେ କିନ୍ତୁ କାଳିଆ ବୁଝିବାକୁ ନାରାଜ ଥିଲା। ତା ପରେ ସେ ଧାଇଁ ଧାଇଁ ମନ୍ଦିରକୁ ଚାଲିଗଲା। ସେଠି ଯାଇ ମାଆଙ୍କୁ କହିଲା, "ଯାହାକୁ ମୁଁ ଚିହ୍ନିନି କି ଜାଣିନି ତୁ ମତେ ସେଠାକୁ କାହିଁକି ପଠାଉଛୁ। ମୁଁ ଏଠି ବେଶ୍ ଖୁସିରେ ଅଛି। ମତେ କିଛି ଲୋଡା ନାହିଁ। ମୋ ପାଖରେ କେବଳ ତୁ ଆଉ ମୋ ବୋଉ ହିଁ ରହିଲେ ଭଲ। ଆଉ କେହି ବି ମୋ ପାଖରେ ରହିବେ ନାହିଁ।"

   ପଛ ପଟୁ କାଳିଆର ବୋଉ ଆସି କହିଲେ, "ଶୁଣ କାଳିଆ ତୁ ହେଉଛୁ ଏଇ ସୁମିତ୍ରା ଦେବୀଙ୍କ ପୁଅ। ତତେ ଜନ୍ମ ଦେବା ପରେ ତତେ ପାଖରେ ରଖିବାକୁ ଏଇ ମଙ୍ଗଳା ମାଆ ହିଁ ମନା କରିଥିଲେ। ତେଣୁ ତୋ ପାଳନ ପୋଷଣ ସେ ମତେ ସମର୍ପି ଦେଇଥିଲେ ତତେ।"ପୂଜକ ବାବା ବି ଆସି ସେଇ କହିଲେ। ଶେଷକୁ ସୁମିତ୍ରା ଦେବୀ କହିଲେ, "ଦେଖ ପୁଅ ସବୁ ଥାଇ ବି ଯଦି ତୁ ରାସ୍ତାରେ ବୁଲି ଭିକ୍ଷା ମାଗିବୁ, ତା ହେଲେ ମୁଁ କେତେ କେମିତି ସହିବି।"

   କାଳିଆ ମଙ୍ଗଳା ମାଆଙ୍କୁ ଚାହିଁଲା। ମଥାରୁ ଫୁଲ ପଡ଼ିବା ଦେଖି ସେ ସୁମିତ୍ରା ଦେବୀଙ୍କ ପାଖରେ ରହିବାକୁ ରାଜି ହେଲା।



Rate this content
Log in