Bandita Mohanty

Others

3  

Bandita Mohanty

Others

ମୁଁ କେମିତି ଭାଇ ହେଲି

ମୁଁ କେମିତି ଭାଇ ହେଲି

5 mins
129


    ମନ୍ଦିର ସାମ୍ନାରେ ଛିଡ଼ା ହୋଇ ଥାଏ ମୁଁ। ଆମ ଭଳି ଲୋକମାନଙ୍କର ଅବା କି କାମ ଟ୍ରେନ୍ ଭିତରୁ ନ ହେଲେ ବସ ଭିତରୁ ଲୋକମାନଙ୍କ ପାଖରୁ ପଇସା ବାହାର କରିବା। ଗୋଟେ ତାଳି ବାଜିଲା କ୍ଷଣି ଲୋକଙ୍କ ପାଖରୁ ପଇସା ବାହାରି ଥାଏ। ଆଉ ସେଇ ପଇସାକୁ ନେଇ ମୁଁ ଅଧା ଅନାଥ ଆଶ୍ରମରେ ଦେଇ ଦିଏ ଆଉ ବାକି ମୋ ପାଇଁ ରଖିଦିଏ। କିନ୍ତୁ ଆଜି ତ କିଛି ପଇସା ବାହାରିନି, ଯାଉଛି ବସରେ ଚଢ଼ିଯିବି ... କିଛି ତ ମିଳିଯିବ...!! ନହେଲେ ସେଇ ଅନାଥ ପିଲା ମାନଙ୍କୁ ଖାଇବାକୁ ଦେବ କିଏ...!! ଏହା ଭାବି ବସ ଉପରକୁ ଚଢ଼ିଗଲା କୁନି...। ବସ ଭିତରେ ତାଳି ବାଡେଇ ଚାଲିଥାଏ। "ଏ ବାବୁ ... କିଛି ଦେ... ବା ..!!ଛକା ଲୋକ ବୋଲି ଖରାପ ଭାବେନା। ମୁଁ ମୋ ପାଇଁ ପଇସାମାଗୁନି ... ଅନାଥ ପିଲା ଗୁଡ଼ାଙ୍କୁ ମତେ କିଛି ଦେବାକୁ ହେବ..। କିଛି ଖାଇ ନାହାନ୍ତି ସକାଳୁ ସେମାନେ..!!"

     ବସ ଭିତରୁ ଜଣେ କହି ଉଠିଲା,"ଏ... ଚାଲ୍ ଏଠୁ ... କୁଆଡୁ ଗୋଟେ ଚାଲି ଆସି କହିଲା... ଅନାଥ ପିଲାଙ୍କୁ ଖାଇବାକୁ ଦେବି। ଏଇ କିନ୍ନରମାନଙ୍କୁ ଦେଖିଲେ ହିଁ ମତେ ବହୁତ ରାଗ ଲାଗେ । ସମାଜ ପାଇଁ ଏମାନେ ଗୋଟେ ଗୋଟେ କଳଙ୍କ । ଆମଠୁ ପଇସା ଏମିତି ହିଁ ଠକି ନିଅନ୍ତି ଏମାନେ। ଏମାନଙ୍କୁ କେହି ବି ବିଶ୍ୱାସ କରି ପଇସା ଦିଅନ୍ତୁ ନାହିଁ। ଏମାନେ ଗୋଟେ ଗୋଟେ ବିଶ୍ୱାସ ଘାତକ।"

   କୁନିର ରକ୍ତ ଗରମ ହୋଇ ଉଠିଲା। ରାଗରେ ଗର୍ଜନ କରି କହିଲା,"ଏ... ବାବୁ... ପଇସା ନାଇଁ ଦେବାର ଅଛି ତ ନ ଦେ... ହେଲେ ଚୋର୍ କି ଖଣ୍ଟ କହନା...!! ଆରେ ଅନାଥ ପିଲାଙ୍କୁ ରଖୁଛେ ବୋଲି ତୁମାର ପାଶେ ହାତ ଯୋଡୁଛେ...!! ଥାଉ ତମାର ସାହାଯ୍ୟ ଆମକୁ ଦରକାର ନାଇଁରେ। ମୁଁ ଏଠୁ ଚାଲି ଯାଉଛେ।"

   ଏହା କହି କୁନି କାନ୍ଦି କାନ୍ଦି ଚାଲି ଆସିଲା ସେଠୁ। ମନେ ମନେ ଭାବୁଥାଏ, କିନ୍ନର ହେଲି ବୋଲି ସମ୍ମାନ ନାହିଁ। ଆରେ ସ୍ଵୟଂ ଦେବ ଦେବ ମହାଦେବ ତ ଜଣେ ଅର୍ଦ୍ଧନାରୀଶ୍ୱର ତା ହେଲେ ତାଙ୍କୁ କାହିଁକି କେହି କିଛି କହି ପାରୁନି । ଆଖିରୁ ତାର ରଙ୍ଗହୀନ ରୁଧିର ଗାଲର ପୃଷ୍ଠ ଦେଇ ତଳକୁ ଝରି ଆସୁଥାଏ। ଚାଲି ଚାଲି ଆସିଲା ବେଳେ ଗୋଟିଏ ଜାଗାରେ ଆଖି ଅଟକିଗଲା...!! ମୁହଁଟି ଚିହ୍ନିଲା ପରି ଲାଗୁଛି। ମତେ ସେ କେତେବେଳୁ ଦେଖୁଛି। ମୁଁ ବସରୁ ଓହ୍ଲେଇଲା ବେଳେ ଦେଖିଥିଲି କିନ୍ତୁ ଏତେ ଧ୍ୟାନ ଦେଲି ନାହିଁ ।

   ହଠାତ୍ ମୋର କିଛି ମନେ ପଡ଼ିଲା ମୁଁ ଦୃତ ଗତିରେ ପାଦ ପକାଇ ଚାଲିଲି। ଝିଅଟି ମୋ ପିଛା କରୁଥାଏ। ମୁଁ ଯୋଉ ଶାଢ଼ୀ ପିନ୍ଧିଥିଲି ସେଥିରେ ମୋ ମୁହଁକୁ ସମ୍ପୂର୍ଣ୍ଣ ରୂପେ ଢାଙ୍କିଦେଲି, କେବଳ ଆଖି ଦୁଇଟି ଛାଡ଼ି। ଦୃତ ଗତି ସହ ତାଳ ଦେଇ ଝିଅଟି ବି ପିଛା କରୁଥାଏ ମୋର। ମୁଁ ଆହୁରି ଗତି ତୀବ୍ର କରିଲି... । କିନ୍ତୁ ଝିଅଟି ମୋ ପାଖା ପାଖି ପହଞ୍ଚି ଯାଇଥିଲା। ହଠାତ୍ ମୋ ଗୋଡ ଗୋଟେ ଜାଗାରେ ବାଜିଗଲା। ମୁଁ ଆଃ ବୋଲି କହି ସେଠି ବସି ପଡ଼ିଲି। ଝିଅଟି ଧାଇଁ ଆସି କହିଲା,"କଣ ହେଲା ଆପଣଙ୍କର ... ଆପଣ ଠିକ୍ ଅଛନ୍ତି ନା...!!" ମୁହଁଟିକୁ ମୁଁ ସେମିତି ଘୋଡେ଼ଇ ରଖିଥାଏ। କହିଲି କିଛି ନାହିଁ...!! ଝିଅ ଟି ପୁଣି କହିଲା,"ନା ନା ଆପଣଙ୍କୁ ବୋଧେ ମାଡ଼ ହେଇଛି ...। ଗୋଡ ଦେଖାନ୍ତୁ ଆପଣଙ୍କର...!"ଜବରଦସ୍ତିରେ ସେ ମୋ ଗୋଡକୁ ଦେଖିଲା। ସେ ଯେମିତି ମୋ ଗୋଡ ଧରିଛି ଏକ ଶିହରଣ ଖେଳି ଉଠିଲା ମୋ ମନରେ...। ଝିଅଟି ବି ମୋ ଗୋଡକୁ ଧରିଦେଲା କ୍ଷଣି... କିଛି ଗୋଟେ ଭାବିବାକୁ ଲାଗିଲା। ମୁଁ ତାକୁ କିଛି ନ କହି ଉଠି ଯିବାକୁ ବାହାରିଲା ବେଳକୁ ପୁଣି ସେ ହାତକୁ ଧରି କହିଲା ତୁ କୁନା ତ....

   ମୁଁ ଆଶ୍ଚର୍ଯ୍ୟ ହୋଇଗଲି...। ହାତଟିକୁ ଛିଞ୍ଚାଡି ଦେଇ କହିଲି,"ତମକୁ ଦେଖା ଯାଉନି କି ମୁଁ ଗୋଟେ କିନ୍ନର..। ମୋର ପରିଚୟ ଏ ସମାଜରେ କିଛି ନୁହଁ..। ଚାଲିଯାଅ ମୋ ଆଖି ସାମ୍ନାରୁ...!! ତମ ସହାନୁଭୂତି ମତେ ଦରକାର ନାହିଁ.."

   ଝିଅଟି କହିଲା,"ମୋ ଭାଇକୁ ମୁଁ ଚିହ୍ନିବାରେ କେବେ ଭୁଲ୍ କରିନି...!! ପ୍ଲିଜ୍ କୁନା ତୁ ଏମିତି କାହିଁକି କହୁଛୁ...??"

   "ଓଃ ଆପଣ ଯାଆନ୍ତୁ ଏଠୁ କହିଲି ନା...। ମୁଁ କୁନା ନୁହେଁ।"

ରାଗରେ ସେଠୁ ମୁଁ ଚାଲି ଆସିଲି। ପୁଣି ଆସି ମୋ ହାତ ଧରି ଦେଇ କହିଲା,"ତା ହେଲେ ମତେ ଗୋଟେ କଥା କୁହ... ପାଦରେ ତୁମର ପୋଡ଼ା ଦାଗ ଆସିଲା କୋଉଠୁ...!! ଆଉ... ତମ ଡାହାଣ ହାତର ଗୋଟିଏ ଆଙ୍ଗୁଠି କାହିଁ...!!"

   ମୁଁ ନିରବ ହୋଇ ଗଲି...। ପାଟିରୁ ଆଉ ମୋର କିଛି ବଚନ ବାହାରୁ ନ ଥାଏ କହିବା ପାଇଁ। ଦିଦି ବୋଲି କହି ଭିଡ଼ି ଧରି କାନ୍ଦିଲି...। ମୋ ଆଖିରୁ ଲୁହ ପୋଛି ଦେଇ ମୁଣ୍ଡକୁ ଆଉଁସି ଦେଇ କହିଲା,"ହଇରେ ପାଗଳା ନିଜକୁ ତୋ ଦିଦି ଠାରୁ ଏତେ ଚାଲାକ୍ କେବେଠୁ ଭାବି ଦେଲୁଣି...!! ତୁ କଣ ଭାବିଲୁ ତୋ ଦିଦି ତତେ କେବେ ଚିହ୍ନି ପାରିବନି ତତେ...! ମୁଁ ପରା ତୋର ବଡ ଭଉଣୀ ... ମା ଭଳି...। ମା କେବେ ପୁଅକୁ ଚିହ୍ନି ପାରିବନି...।"

  ନାଇଁ ଲୋ ଦିଦି ... ସମାଜ ଠୁ ଦୂରରେ ରହି ମୁଁ ନିଜକୁ ପଥର କରି ସାରିଲିଣି। ମୋ ପରିଚୟ ଅଲଗା ହୋଇ ସାରିଛି । ମୁଁ କୁନା ନୁହେଁ କୁନି। କୁନି ନାଁ ରେଏଠି ସମସ୍ତେ ଜାଣିଛନ୍ତି। ଆଉ ମୁଁ ଗୋଟେ ଅନାଥ ଆଶ୍ରମ ବି ଖୋଲିଛି। ଚାଲ୍ ସେଠାକୁ ଯାଇ କଥା ହେବା..। ଦିଦି ହଁ ଭରିଦେଲା ମୋ କଥାରେ..। ଦୁହେଁ ସାଙ୍ଗ ହୋଇ ଚାଲିଲୁ।

ପୁରୁଣା ସ୍ମୃତି ସବୁ ମନେ ପଡ଼ି ଯାଉଥାଏ...

     "ଦିଦି ଏ... ଦିଦି ତୋର ଏ ଲିପଷ୍ଟିକଟା କେତେ ସୁନ୍ଦର ଦେଖା ଯାଉଛି। ଆଉ ଏଇ କ୍ରିମଟା ତୁ ମୁହଁରେ ଲଗାଉଛୁ ନା...। କେତେ ଗୋରା ଦେଖା ଯାଉଥିବୁ ତୁ ନାଇଁ....।"

   ହଁ ଯେ ତୁ ମୋ ଜିନିଷ ପାଖରେ କଣ କରୁଛୁ...। ବାବା ଦେଖିଲେ ପାଟି କରିବେ...। ତୋ ରୁମ୍କୁ ଯା.... ଏହା ଥିଲା ସେଇ ସମୟର କଥା, ଯେତେବେଳେ ମତେ ବାର ବର୍ଷ ଓ ଦିଦିକୁ କୋଡ଼ିଏ ବର୍ଷ ଚାଲିଥିଲା। ମୋ ଶରୀରରେ କିଛି ପରିବର୍ତ୍ତନ ହେଉଥିଲା। ଆଚରଣ, ବ୍ୟବହାର ମୋର ଧୀରେ ଧୀରେ ପରିବର୍ତ୍ତନ ହେବାକୁ ଲାଗିଲା। ଝିଅ ପିଲାଙ୍କ ପାଖରେ ରହିବାକୁ, ତାଙ୍କ ସହ ଖେଳିବାକୁ ବହୁତ ଭଲ ଲାଗୁଥିଲା। ଦିଦିର କସ୍ମେଟିକ ଲଗାଇବାକୁ ଭଲ ଲାଗୁଥିଲା। ଦିଦି ମୋର ଏପରି ପରିବର୍ତ୍ତନର କାରଣ ଜାଣିଗଲା। କାହିଁକି ନା ମୁଁ ନପୁଂସକ ଥିଲି। ଦିଦିର କସ୍ମେଟିକ୍ ଲଗେଇବା ବେଳେ ବାବା ଦେଖି ଦେବେ ବୋଲି ଦିଦି ଜଗି ରହୁଥିଲା। ବୋଉ କି ବାବା କେହି ଜାଣି ନ ଥିଲେ। ଦିଦି କାନ୍ଦୁ ଥାଏ ମୋର ଏପରି ପରିବର୍ତ୍ତନକୁ ଦେଖି। ମୁଁ କିନ୍ତୁ ଉପାୟ ଶୂନ୍ୟ ଥିଲି...!!

    ସେଦିନ ରାଖୀ ପୂର୍ଣ୍ଣିମା ଥିଲା। ଦିଦି ଗାଧେଇ ପଡ଼ି ପୂଜା ଥାଳି ସଜେଇ ରଖିଦେଲା। ମୁଁ ଗାଧେଇ ଆସି ଦିଦିକୁ କହିଲି,"ଦିଦି ଆଜି କଣ କି...!"ସେ ମୋ ମୁଣ୍ଡକୁ ବାଡେଇ ଦେଇ କହିଲା,"ଆଜି ପରା ରାକ୍ଷୀ ପୂର୍ଣ୍ଣିମା। ମୁଁ ତୋ ହାତରେ ରାକ୍ଷୀ ବାନ୍ଧିବି...।"

    ସେତେବେଳେ ମୁଁ ଏକ ପ୍ରଶ୍ନ ଭରା ଚାହାଣିରେ କହିଲି,"ଦିଦି ମୁଁ କେମିତି ଭାଇ ହେଲି.....?? ମୁଁ ତ ଗୋଟିଏ ନପୁଂସକ.. ନା..।"ଦିଦି ଆଉ କିଛି କହି ପାରିଲାନି କେବଳ ଲୁହ ଭରା ଆଖିରେ ମତେ ଚାହିଁ ରହିଥାଏ। ବାବା ଏ କଥା ପଛ ପଟୁ ଶୁଣି ଦେଇଥିଲେ। ଘରେ ଚୁଲିରେ ରୋଷେଇ ହେଉଥିଲା। ଆଉ ବାବା ରାଗରେ ଗୋଟିଏ ନିଆଁ ଲାଗିଥିବା କାଠ ଆଣି ମୋ ଗୋଡ଼ରେ ଲଗେଇ ଦେଲେ। ମୋ ବୋଉ କିଛି କହି ପାରିଲାନି ସିନା ମୋ ଦିଦି କିନ୍ତୁ ମୋ ସପୋର୍ଟରେ ରହିଲା। ପ୍ରଥମ ଥର ମୋ ପାଇଁ ଦିଦି ବାବାଙ୍କୁ ଜବାବ୍ ଦେଲା,"ବାବା ଇଏ କଣ କରିଲ .... ସେଇଟା ତା ଦୋଷ ନୁହେଁ...!! ଭଗବାନ ଯାହାକୁ ଯେମିତି ଗଢ଼ିଛନ୍ତି। ଆଉ... ଆଜି ଭଳି ଦିନରେ ଆପଣ ତା ଗୋଡ଼କୁ ..."

   ସଙ୍ଗେ ସଙ୍ଗେ ଦିଦି ମତେ ମେଡିକାଲ ଆଣିଲା...। ଦିଦି ପଛେ ପଛେ ବୋଉ। ସେଠି ବି ଚିକିତ୍ସା ପାଇଁ ବାବା ପଇସା ନ ଦେବାରୁ ଦିଦି ନିଜ ସୁନା କାନଫୁଲ ବନ୍ଧା ପକାଇ ମତେ ଭଲ କରିଥିଲା । ଆଉ ମୁଁ ଯେବେ ଘରକୁ ଗଲି ବାବା ଘରୁ ବାହାର କରି ଦେଲେ। ମୁଁ ହାତ ଦେଇ କବାଟ ଖୋଲିବାକୁ ଗଲା ବେଳେ ଡାହାଣ ହାତର ଗୋଟିଏ ଆଙ୍ଗୁଠି କବାଟ ପାଖରେ ଏକ ଧାରୁଆ ଜିନିଷରେ କଟିଗଲା। ଯାହା କି ଆଜି ମୋ ଦିଦି ସେଇ ଚିହ୍ନ ଦେଖି ମତେ ଚିହ୍ନି ପାରିଲା...।

   ଆମେ ଆଶ୍ରମ ପାଖାପାଖି ପହଞ୍ଚି ଯାଇଥିଲୁ। ମୁଁ ତାକୁ ଚେୟାର ଉପରେ ବସେଇ ଦେଇ କହିଲି ... ଟିକେ ବସ। ମୁଁ ଏବେ ଆସୁଛି। କିଛି ସମୟ ପରେ ମୁଁ ପୂଜା ଥାଳି ଧରି ଆସିଲି...। ତା ପାଖରେ ବସି ପଡ଼ି କହିଲି,"ଦିଦି ତୁ ମୋ ପାଇଁ ସବୁ କିଛି କରିଛୁ ...। ମତେ ବଞ୍ଚିବାର ନୂଆ ଆଶା ବି ଦେଇଥିଲୁ। ତେଣୁ ତୁ ମୋ ଭାଇ... ମୁଁ ତୋ ହାତରେ ରାକ୍ଷୀ ବାନ୍ଧିବି। ହାତ ଦେଖା...!!"

   ଆଖିରେ ଲୁହ ଆସିଗଲା ଦିଦିର, ପୋଛି ଦେଇ କହିଲି,"କାନ୍ଦୁରି ଦିଦି ହାତ ଦେଖାଇବ କି...!!"ତା ପରେ ରାକ୍ଷୀ ବାନ୍ଧି ଦେଇ ମିଠା ଖୁଆଇଲି....। ଦିଦି ଆଜି ଠାରୁ ମୁଁ ତୋ ଭଉଣୀ ଆଉ ତୁ ମୋ ଭାଇ...



Rate this content
Log in