STORYMIRROR

Bandita Mohanty

Inspirational

3  

Bandita Mohanty

Inspirational

ମନ ଖୋଲା ଝିଅଟି

ମନ ଖୋଲା ଝିଅଟି

2 mins
185

  "ଏଇ ଆସେ ନା...!! ଆରେ ୟାର ବଗିଚାକୁ ଡାକୁଛି। କୋଉ ମଶାଣିକୁ ତତେ ଧରି ଯାଉ ନାହିଁ। ଖାଲି ସେଇ ଘରଟାରେ ବହିରେ ମୁହଁ ଦେଇ ବସି ରହ। ବିରକ୍ତ ଲାଗୁନି କି ତତେ...? ଘଣ୍ଟା ଘଣ୍ଟା ଧରି ସେଇ ବହି ଭିତରେ ପଶି ରହୁଛୁ। ଟିକେ ଆସ ବାହାରେ ବୁଲିବା। “କାଜଲ କହିଲା।

 "ତୁ ଯାଆନା, ମୁଁ ଏଇ ପ୍ରୋଜେକ୍ଟ କରି ଦେଇ ଯିବି।”ଲିଜା କହିଲା ।

 କାଜଲ ରାଗିକି ଆସି ଖଟ ଉପରେ ବସି ପଡ଼ିଲା ମୁହଁଟାକୁ ମୋଡି ଦେଇ। ଲିଜା ତା ଆଡେ ଆଉ ଧ୍ୟାନ ଦେଲା ନାହିଁ। ପ୍ରୋଜେକ୍ଟରେ ମନ ଦେଲା। କାଜଲ ଧୀରେ ଧୀରେ କହିଲା “ହେ ଭଗବାନ ଏ ଝିଅକୁ କୋଉ ବେଳାରେ ଗଢିଥିଲ କେଜାଣି...!!! କୋଉ ଧାତୁରେ ଗଢା ଏ ଝିଅ....!!! ଟିକେ ବି ବଦଳୁ ନାହିଁ। "


 ଲିଜା ସବୁ ଶୁଣୁଥିଲା। କିନ୍ତୁ କିଛି କହୁ ନ ଥିଲା। ସିଏ କିଛି ନ କହିବା ଦେଖି ଲିଜା ଆଉ କିଛି ନ କହି ଫୋନ୍ ଦେଖିଲା। କିଛି ସମୟ ପରେ ପ୍ରୋଜେକ୍ଟ ସରିଲା। କାଜଲର ହାତଟାଣିଲା ବଗିଚାକୁ ଯିବା ପାଇଁ। କାଜଲ କହିଲା “ସାଆନ୍ତାଣୀ ଏବେ ସରିଲା ପରା ମୁଁ କିନ୍ତୁ ଯିବିନି। ନିଜେ ଯା'...!! “ଲିଜା କହିଲା "ହଉ ମୁଁ ଦେଖିବି...!! କେମିତି ତୁ ଆସୁଛୁ କି ନାହିଁ...!! "

  

  କାଜଲ କହିଲା, ”ମୁଁ ନ ଗଲେ କଣ ହେବ ?“ ଏହା କହି ହାତ ଧରି ଦୁଇ ସାଙ୍ଗ ଆସିଲେ ବଗିଚାକୁ ବୁଲିବା ପାଇଁ। ସୁନ୍ଦର ସୁନ୍ଦର ଗୋଲାପ ମଲ୍ଲି କେତକୀ ରଜନୀଗନ୍ଧା ଫୁଲ ଫୁଟିଥାଏ। ବହୁତ ସୁନ୍ଦର ଦେଖା ଯାଉଥିଲା ପରିବେଶଟା। ଲିଜା ପୁରା ହଜି ଯାଇଥିଲା ପ୍ରକୃତିର ସୌନ୍ଦର୍ଯ୍ୟରେ। ସତେ ଯେମିତି ତାକୁ ଲାଗୁଥିଲା ସେ ଏକୁଟିଆ ଥାଇ ଏହି ସୌନ୍ଦର୍ଯ୍ୟମୟ ପ୍ରକୃତିକୁ ଉପଭୋଗ କରୁଛି ।ଦୁନିଆର ଅନେକଙ୍କ ମଧ୍ୟରୁ ସେ ଯେମିତି ଜଣେ ନିଆରା ପ୍ରକୃତି ପ୍ରେମୀ ସାଜି ଅଛି। ନିଜ ଜୀବନ ରାସ୍ତାରେ ନିଶ୍ଚଳ ଆଉ ନିସ୍ତବ୍ଦ ହେଇ ଯାଇଛି ସେ। 


  କାଜଲ ଗୋଟେ ଗୋଲାପ ଛିଡାଇ ବାକୁ ଯାଉଥିଲା ଲିଜା ହାତଟାକୁ ଧରି ମନା କରିଲା। କାଜଲ କହିଲା “ଆରେ ଗୋଟେ ନେବି...।”ଲିଜା କହିଲା ନା ହେଇପାରିବନି। କାଜଲ କହିଲା ଆରେ ତତେ କାହିଁକି ଏତେ କଷ୍ଟ ହେଉଛି ।

  

  ମୁଁ ଜାଣିନି । ତତେ ତ କହିଲି ତୁ ତୋଳିବୁନି ମାନେ ତୋଳିବୁନି। ମତେ ଆଉ ବେଶି କଥା କହ ନାହିଁ। ସତରେ ଲିଜା ଏମିତି ଏକ ଝିଅ ଥିଲା କୌଣସି ଗଛ ପତ୍ରମାନଙ୍କର ଦୁଃଖ ବି ଦେଖି ପାରୁ ନ ଥିଲା। ଆଉ ମଣିଷମାନଙ୍କ କଥା ତ ଛାଡ। ଯେବେ ଠାରୁ ନିଜ ସ୍ନେହମୟୀ ମା'କୁ ହରାଇ ଥିଲା ଏବଂ ମାସକ ପରେ ସାବତ ମାଆର ଅନୁଶାସନରେ ଅତିଷ୍ଠ ହେଇ ପଡ଼ିଥିଲା। ତେଣୁ ତା ବାପା ଏ ସବୁ ସହିନପାରି ହଷ୍ଟେଲରେ ନେଇ ରଖି ପାଠ ପଢ଼ାଉ ଥିଲେ। ଏଇ କିଛି ଦିନ ହେବ ସାଙ୍ଗ ଘରକୁ ବୁଲିବାକୁ ଆସିଛି। ହଷ୍ଟେଲରେ ରହିବା ପର ଠାରୁ ସେ ଟିକେ ମନ ଖୋଲି ହସି ପାରୁ ଥିଲା। କିନ୍ତୁ ମାଆ କଥା ମନ ପକାଇ ବେଳେବେଳେ ବହୁତ କାନ୍ଦେ। ବାପା କିଛି କରି ପାରିବେ ନାହିଁ। ତେଣୁ ସେ କହିଲେ ବାହାରେ ହିଁ ରହି ଜବ୍ କରିବୁ। ଘରକୁ ଆସିଲେ ସାବତ ମାଆର ଅତ୍ୟାଚାର ବଢିଯିବ।


 କାହା ଉପରେ ରାଗ ରୁଷା ମାନ ଅଭିମାନ କିଛି ନାହିଁ। ଯିଏ ଯେତେବେଳେ ଯାହା କହିବ ଯାହା ମାଗିବ ତାହା ଦେଇ ଦେଉଥିଲା। ଭିକାରୀ ଦରିଦ୍ରମାନଙ୍କୁ ମନ ଖୋଲି ଯାହା ପାଖରେ ଥିବ ଦେଉଥିଲା। ଏଇ କିଛି ଦିନ ଭିତରେ ତାର ଆଉ ଜଣେ କିଏ ନିଜର ହେଇ ଗଲା ଭଳି ଲାଗୁଛି। କେହି ଜଣେ ତାକୁ ଗଭୀର ଭାବରେ ଭଲ ପାଉଛି। ଆପଣାର ମନେ କରୁଛି। ତାରି ଖୁସି ପାଇଁ କିଛି ଭାବୁଛି। ଆପଣା ଘର ସଦସ୍ୟ ନ ହେଲେ ମଧ୍ୟ ହୃଦୟ ରୂପକ ଘରର ସଦସ୍ୟ ହେଇ ସାରିଛି। ହେଲେ ଲିଜା ଭାବୁଛି ତାର ଏଇ ଖୋଲା ମନକୁ ସେ କଣ ଆଉ କାହାକୁ ଦେଇ ପାରିବ....? ସବୁ କିଛି ଅନ୍ୟମାନଙ୍କୁ ଦାନ ଦେଲା ପରି ତା ମନକୁ ଦେଇ ପାରିବ କି ଆଉ କାହାକୁ...?



Rate this content
Log in

Similar oriya story from Inspirational