Bandita Mohanty

Others

4.0  

Bandita Mohanty

Others

ଏକ ମିରାକଲର ସନ୍ଧାନରେ

ଏକ ମିରାକଲର ସନ୍ଧାନରେ

3 mins
200



ରାତିରେ ଦୁହେଁ ଗୋଟିଏ ବେଡରେ ଶୋଉ। ଟିକେ ଛାଇ ନିଦ ମତେ ଲାଗି ଯାଇଛି। କିନ୍ତୁ ମୋ ଫ୍ରେଣ୍ଡ୍ ସ୍ମୃତିକୁ ନିଦ ହେଉ ନଥାଏ। ହଠାତ୍ ସେ ପାଟି କରି ଉଠିଲା ଉଷା ଉଠ ଉଠ ସେଠି କିଏ ଗୋଟେ ଛିଡ଼ା ହେଇଚି। ମୁଁ ଧଡ ପଡ ହେଇ ଉଠି ପଡ଼ିଲି। ପଚାରିଲି ,"ଏଇ ଏମିତି କଣ ଡରାଉଛୁ"।

ସ୍ମୃତି ସେଇଠୁ କହିଲା,"ଆରେ ମୁଁ ଡରେଇବି କାହିଁକି ତୁ ନିଜେ ଦେଖୁନୁ ଜାଣି ଯିବୁନି କି .."

ତା ପରେ ମୁଁ ଝରକା ଆଡେ ଚାହିଁଲି । ଏକ ଉଜ୍ଜ୍ବଳ ଆଲୋକ ଦେଖା ଯାଉଥିଲା। କଣ ହେଲା ଆମ ଦୁହିଁଙ୍କୁ ଜଣା ନାହିଁ। ଆମେ ସେଇ ଆଲୋକକୁ ଦେଖି ଆକର୍ଷିତ ହେଇ ତା ପାଖକୁ ଚାଲିଲୁ। ପ୍ରାୟ ସେଇ ଆଲୋକ ପାଖାପାଖି ପହଞ୍ଚି ଯାଇଥିଲୁ, ହେଲେ ସେଇ ଆଲୋକ କୁଆଡେ "ଛ ହର୍ଷ ଉ ଛୁ" ହେଇଗଲା।


କୁଆଡେ ଯିବୁ ଆମେ ଦୁହେଁ ଭାବି ପାରିଲୁନି କାହିଁକି ନା ଆମେ ବହୁତ ଦୂର ଚାଲି ଆସିଥିଲୁ।

ଘର ଭଡ଼ା ନେଇ ଦୁହେଁ ରହୁଥିଲୁ।+2 ପଢ଼ୁଥିଲୁ ଖଲ୍ଲିକୋଟର ଆର୍.ସି.ଏମ୍. କଲେଜରେ। ଘରଟା କଲେଜ ଠାରୁ ଟିକେ ଦୂର ଥିଲା। ତେଣୁ ଆଲୋକକୁ ଦେଖି ଦେଖି ଆମେ ଜଙ୍ଗଲ ପାଖା ପାଖି ଚାଲି ଗଲୁଣି। ସେ ଆଲୋକ ଯେମିତି ଅନ୍ତର୍ଦ୍ଧାନ ହେଲା ଆମମାନଙ୍କ ନିଦ୍ରା ଭାଙ୍ଗି ଗଲା । ନିଦ୍ରା ଭାଙ୍ଗିଲା ମାନେ ବୁଝି ପାରୁଥିବେ ତ ଆମେ ଆଉ ସେ ଆଲୋକ ପ୍ରତି ଆକର୍ଷିତ ହେଇ ନ ଥିଲୁ।


ହେଲେ ଆମେ ତ ବହୁତ ଦୂରକୁ ଆସି ଯାଇଛୁ। ଏବେ କରିବୁ କଣ ...? ଏପଟେ ଅନ୍ଧାର ଚାରିଆଡ଼େ। ପୁରା ଶୁନଶାନ୍। ପରସ୍ପରର ମୁହଁକୁ ବି ଆମେ ଦେଖି ପାରିଲୁନି। ଖାଲି ଯାହା ହାତ ଧରାଧରି ହୋଇଥିଲୁ ସେତିକି। ତା ପରେ ଧିରେ ଧିରେ ଆଗକୁ ବଢ଼ିଲୁ। ଗୋଟି ଗୋଟି କରି ପାଦ ପକାଉ ଥାଉ। କାଳେ ସାପ କି ବେଙ୍ଗ ଥିବ ବୋଲି, ନ ହେଲେ ତା ଉପରେ ଗୋଡ ପଡ଼ିଲେ ସେ ସିଧା ଦେବ ଆମକୁ। ଆଗକୁ ଆଗକୁ ଚାଲିଲୁ। ପୁଣି ଥରେ ସେଇ ଆଲୋକ ଦେଖାଗଲା। ମୁଁ ସ୍ମୃତିକୁ କହିଲି ସିଆଡେ ଦେଖେ ନା ଜମା ନ ହେଲେ ପୁଣି ତା ପଛେ ଚାଲି ଯିବୁ। ସେ ବି ମୋ କଥା ଶୁଣି ସେପଟକୁ ଚାହିଁଲାନି। ଦୁହେଁ ଆଲୋକ ଦେଖା ଗଲା ବୋଲି ତୀବ୍ର ଗତିରେ ପାଦ ପକାଇ ଚାଲିଲୁ। ହେଲେ ମୁଁ କିନ୍ତୁ ଏଇ ଥର ପଛକୁ ବୁଲି ଚାହିଁ ଦେଲି...। ମତେ ସେ ଆଲୋକ ତା ଆଡ଼କୁ ଟାଣିଲା। ମୁଁ ନ ଯିବାର ଦେଖି ସ୍ମୃତି ବି ମୋ ପଛେ ପଛେ ଆସିଲା। ଦୁହେଁ ପୁଣି ବିପରୀତ ମୁଖୀ ହେଇ ଗଲୁ ଆଲୋକ ଆଡ଼କୁ। ଏଥର ବି ଠିକ୍ ସେମିତି ହେଲା ଆର ଥର ଭଳି। ଆଉ କଣ କରିବୁ ଭାବି ସେଠି ରାସ୍ତା ଉପରେ ବସି ପଡିଲୁ। ମୁଁ କହିଲି ସେଇ ଆଲୋକଟା ବାରମ୍ବାର ଦେଖା ଯାଉଚି ମାନେ ନିଶ୍ଚିତ ରୂପେ କିଛି କାରଣ ଥିବ। ସ୍ମୃତି ବି ମୋ କଥାରେ ସମ୍ମତି ପ୍ରକାଶ କରିଲା। ମୁଁ କହିଲି ଚାଲ ଏଥର ଦେଖିବା ପ୍ରକୃତରେ ସେ ଆଲୋକଟା କଣ ....?


ଡର ଲାଗୁଥିଲେ ବି ଦୁହେଁ ହାତ ଧରାଧରି ହୋଇ ଚାଲଯାଇଥିଲେ ଥାଉ ଆଲୋକ ଯେଉଁ ଦିଗରୁ ଆସୁଥିଲା। କିଛି ଦୂର ଯାଇଛୁ କିଏ ଜଣେ କାନ୍ଦିବା ଭଳି ଶୁଣାଗଲା। ଏମିତିରେ ମୁଁ ବି ତ ଗୋଟେ ଡରକୁଳା ଥିଲି। ସେଇ କାନ୍ଦ ଯେମିତି ଶୁଣିଲି ସ୍ମୃତିର ହାତକୁ ଆହୁରି ଜୋରରେ ଧରିଲି। ମତେ ସେ ଖତେଇ ହେଇ କହିଲା,"ଡରୁ ନ ଥିଲୁ ବୋଲି ସବୁ ଦିନ ଫୁଟାଣି ମାରି କଥା କହୁଥିଲୁ। ଆଉ ଏବେ ତୋ ଡ଼ାଇଲଗ କୁଆଡେ ଗଲା ମିସ୍ ବିରାଙ୍ଗନା...."ମୁଁ କହିଲି ଚୁପ୍ ରହ ସେଠି କିଏ ଗୋଟେ ଆସିଲା ଭଳି ଲାଗୁଛି। ଆସ ଏପଟେ ଲୁଚି ଯିବା। ତା ପରେ ଦୁହେଁ ଗୋଟେ ବୁଦା ମୂଳେ ଲୁଚି ଗଲୁ। କେତେ ସମୟ ଅପେକ୍ଷା କଲୁ କାଇଁ କିଏ ଆସି ନାହାନ୍ତି ତ... ସେ ମୋ ଉପରେ ରାଗି ଗଲାଣି। ମୁଁ କହିଲି ହଉ ହଉ ତୁ ରାଗେନି ଚାଲ୍ ଘରକୁ ଚାଲି ଯିବା। ଦୁହେଁ ପଛକୁ ବୁଲି ଲମ୍ବା ଲମ୍ବା ପାଦ ପକାଇ ଚାଲିଲୁ।

ହଠାତ୍ କିଛି ବାଟ ଯାଇଛୁ ଦୂରରେ ନୀଳ ନୀଳ କଣ ଗୋଟେ ଦେଖା ଗଲା। କୋଉ ପଶୁର ଆଖି ଭଳି ମତେ ଲାଗିଲା। ଆମ ଆଡ଼କୁ ମାଡି ଆସୁଥାଏ। ଦୁହେଁ କଣ କରିବୁ ଭାବି ପାରିଲୁନି ଏକ ମୁହାଁ ହୋଇ ଧାଇଁଲୁ ହାତ ଧରାଧରି ହୋଇ....।

ତା ପରେ.... ଆଖି ଖୋଲିଲା ବେଳକୁ ଘରେ ନିଜକୁ ପାଇଲୁ। ମୋ ଚାରି ପଟେ ମୋ ବୋଉ, ବାବା ଭାଇ ଠିଆ ହୋଇଛନ୍ତି। ମତେ ସମସ୍ତେ ଚାହିଁ ରହି ଥାଆନ୍ତି। ମୁଁ ବି ସମସ୍ତଙ୍କୁ ଆଶ୍ଚର୍ୟ୍ଯ ହୋଇ ଚାହିଁ ରହିଥିଲି। କିଛି ସମୟ ପରେ ପାଟି ଖୋଲିଲି,"ମୁଁ କୋଉଠି ଅଛି"

ମୋ ଭାଇ ମୋ ମୁଣ୍ଡକୁ ପିଟି ଦେଇ କହିଲା,"ହେଇ ଲୋ ହୁଣ୍ଡି ତତେ ରାତିରେ ବସ୍ରେ ଆସିବାକୁ ମନା କରିଥିଲି ନା। ମୁଁ ତୋ ପାଖକୁ ଯାଇ ରାଖୀ ବାନ୍ଧିବି ବୋଲି କହିଲି, କିନ୍ତୁ ତୁ ଆଉ ସେ ସ୍ମୃତି ଏତେ ରାତିରେ ସେ ରାସ୍ତା ଉପରେ କଣ କରୁଥିଲ...। ସୁଯୋଗ ବଶତଃ ମୋ ସାଙ୍ଗ ସେଇ ବାଟ ଦେଇ ଆସୁଥିଲା । ଆଉ ତମ ଦୁହିଁଙ୍କୁ ଅଚେତ୍ ଅବସ୍ଥାରେ ଦେଖି ମୋ ପାଖକୁ ଫୋନ୍ କରିଲା। ତା ପରେ ତତେ ଆଉ ତୋ ସାଙ୍ଗକୁ ଘରକୁ ନେଇ ଆସିଲୁ.....

ମୁଁ କହିଲି ଭାଇ,"ଆମ ମିରାକଲ୍ କୁଆଡେ ଗଲା....? ମିଳିଲା ନା ନାହିଁ.....

ବୋଉର ଛାଞ୍ଚୁଣୀ ଟେକିବା ଦେଖି ମୁଁ ଖଟରୁ ତଳକୁ ଓହ୍ଲାଇ ଗାଧେଇବାକୁ ବାହାରି ପଡ଼ିଲି..... କିନ୍ତୁ ମୋ ମନରୁ ସେଇ ଘଟଣା କଥା ଯାଇନଥାଏ...। କାଲି ରାତିର ଯାତ୍ରା ସତ ନା ମିଛ.....  



Rate this content
Log in