STORYMIRROR

Sashmita Panda

Comedy Drama Tragedy

4  

Sashmita Panda

Comedy Drama Tragedy

ଏକ ଅଜଣାଚିଠି ( ହାସ୍ୟରସାତ୍ମକ ଏକାଙ୍କିକା )

ଏକ ଅଜଣାଚିଠି ( ହାସ୍ୟରସାତ୍ମକ ଏକାଙ୍କିକା )

7 mins
5


ଚିଠିପତ୍ର ଆସିବାର ଅପେକ୍ଷାରତ ସୋମାର ବାପା , ମୋହନ୍ ଲାଲ୍ ବସି ଅଗଣାରେ ଚଉକିଟେ ପକେଇ ଖବରକାଗଜ ପଢୁଥିଲେ ଚାହା ପିଉ ପିଉ । ଚାହା ସହିତ ବସି ସିପ୍......ସିପ୍ କରି ଖବର ପଢ଼ିବାର ସେ ଯେଉଁ ଆନନ୍ଦ ଆଉ କୋଉଠି ନଥାଏ । ଏଇଟା ତାଙ୍କର ଗୋଟେ ପୁରୁଣା ସଉକ୍ ‌। ସେଦିନ ଘରେ କେହି ନଥାନ୍ତି । ତେଣୁ ନିଜେ ଚାହା କପେ ବନେଇ ଆଣି ଅଗଣା ସବୁଦିନ ପରି ବସିପଡିଲେ ଖବରକାଗଜ ହାତରେ ଧରି । ଝିଅର ପଢା ସରିବା ପରେ ସେ କାଳେ ସରକାରୀ ଚାକିରି ଖଣ୍ଡେ ପାଇଁ ଆବେଦନ ଫର୍ମ ଟେ ପକାଇଥିଲା । ସେଇ ଚାକିରି ପୋଷ୍ଟ ଡାକରେ କେବେ ଆସିବ ବୋଲି ସମସ୍ତେ ଘରେ ଆଶାବାଦୀ ହୋଇଥାନ୍ତି ।

ଖୁବ୍ ଶିଘ୍ର ଅପେକ୍ଷା ର ଅନ୍ତ ଘଟାଇ ଦୁଆରେ ବାଜି ଉଠିଲା , ଡାକବାଲା ସାଇକେଲ୍ ର ଘଣ୍ଟି !! ଟିଣିଙ୍ଗ୍.....ଟିଣିଙ୍ଗ୍.....କ୍ରି‍ଂ.....କ୍ରିଂ ଶବ୍ଦ କରି । ସେ ଡାକ ଦେଲା --" ଚିଠି.... ଚିଠି.....କହି ।

ସୋମବାର ବାପା ପାଖକୁ ଆସିଲେ । ହାତରେ ବଙ୍କୁଲିବାଡିଟେ ଧରି ଡେଙ୍ଗା ମୋଟା ମସ୍ତ୍ ଚେହେରା ସାଙ୍ଗକୁ , ହଳେ କଳା ମଚମଚ ମୋଟା ଲମ୍ବାନିଶ । ପାଖରେ ପହଞ୍ଚି ସେ କହିଲେ ଆରେ ଚିଠିଦେ ମୋର ଖବରକାଗଜ ପଢିବା ପାଖରୁ ମୁଁ ଉଠିକି ଆସିଛି ।‌ ମୋ ଝିଅର ଚାକିରି ପୋଷ୍ଟ କାଗଜଟା ଦେଖିବି । ଏଣେ ଡାକ ବାଲା । ପ୍ରଥମକରି ଏପରି ମଣିଷ ଟେ ଦେଖୁଥିଲା । ସେ ହଡବଡେଇ ଯାଈ ବ୍ୟାଗ୍ ରୁ ହାତକୁ ଗୋଟେ ଚିଠି ବଢ଼େଇ ଦେଲା । ଆଊ ସେଠୁ ମୁଣ୍ଡ ଟୁଙ୍ଗାରି ପଳେଇଲା । 

ବାପା ଚିଠି ଟାକୁ ହାତରେ ଧରି ଯଥାସ୍ଥାନକୁ ପଳେଇଲେ । ଚଉକି ଉପରେ ବସି ଭାରି ଖୁସି ହୋଇ ଲଫାପା ଟିକୁ ଖୋଲିଲେ ।

ସୋମା,ର ଭଲ ନାଁ ସହ ଚିଠି 💌 ଟା ବାହାରି ଆସିଲା । ହେଲେ ୟେ କଣ୍ ! ସେ ଚିଠିଟିକୁ ପଢ଼ିବା ତ ଦୂରେଥାଉ ତାକୁ ଦେଖି ରାଗରେ ପାଚି ପଞ୍ଚମ ହୋଇଗଲେ । 

 (ତାର କାରଣ କଣ ଆମେ ବୁଝିବା,ଟିକିଏ ପରେ )

ଚିଠିଟିକୁ ମୋଡାମୋଡି କରି ସେ ସେଇ ଲଫାପା ଭିତରକୁ ଫିଙ୍ଗି ଦେଲେ ଟିପୟେ ଉପରେ । ଆଉ ହାତର ପାପୁଲିରେ ବଙ୍କୁଲି ବାଡିକୁ ଘୁରାଇ ଘୁରାଇ ଚଉକି ଉପରେ ଦୀର୍ଘ ଦୀର୍ଘନିଃଶ୍ୱାସ ନେଇ ଅନେଇ ବସିଲେ , ପରିବାର ସମସ୍ତ ସଦସ୍ୟ ଓ ସୋମାର ଆସିବା ପଥକୁ ଅନେଇ । ଲାଗୁଥିଲା ,ଆଜି ତାଙ୍କ ମୁଣ୍ଡରେ ସତେ ଯେମିତି ବଜ୍ର ପଡିଚି । ଆସୁ ସେ ସୋମା ମହାରାଣୀ ଆସୁ ତା ମାଆ ,ତା ଭାଈ ଭଉଣୀ ଆଜି ଘରେ ମହାଭାରତ କି ରାମାୟଣ ଖଣ୍ଡେ ହେବ !

ଘଡ଼ିଏ ପରେ ସେମାନେ ସବୁ ଆସି ଘରେ ପହଞ୍ଚିଗଲେ ,ଯେଝା

ମାର୍କେଟିଂ ସାରି । ଘର ଗେଟ୍ ଖୋଲି ପଶୁ ପଶୁ ସମସ୍ତେ ଦେଖିଲେ,ମୋହନ ବାବୁଙ୍କ ରାଗୁଆ ମୁଖ ବାଡି ଟାକୁ ଧରି ବସିଥିଲେ । ଏମାନଙ୍କୁ ଦେଖି ଉଠିପଡିଲେ ମୋହନଲାଲ୍ । ମାଆ ଭାବିଲେ ଫେରୁ ଫେରୁ ଟିକେ ଡେରି ହେଇଗଲା ସେଥିପାଇଁ ବୋଧେ ସ୍ୱାମୀ ରାଗିକି ଦୂଆରେ ଯଗି ବସିଛନ୍ତି । ଘରେ ସମସ୍ତେ ମୋହନ୍ ବାବୁଙ୍କୁ ଡରନ୍ତି । ମାଆ ତାଙ୍କୁ ହାତଯୋଡି କହିଲେ soory darling ଭୁଲ୍ ହେଇଗଲା ମୁଁ ଏବେ ଯାଇ ସବୁ କାମ ସାରି ଦଉଛି । ମୋହନ୍ ଲାଲ୍ ଟିକେ ସରମିଯାଇ କହିଲେ ସେ ସୁଆଗପଣିଆ କଥା ଗୁଡା ପଛରେ ଥାଉ ଯାଉଛ କୁଆଡେ ଏଇଠି ରୁହ ସିଧାଠିଆ ହୋଇ । ତମେ ଦୁଇ ଭାଈଭଉଣୀ ନିସଙ୍କୋଚରେ ଯାଇପାର । ହେଲେ ଏ ତୁମ ମା ଆଉ ବଡ ଭଉଣୀ ସୋମାକୁ ଏଇଠି ଛାଡି । ସେମାନେ ବାପାଙ୍କ କଥାଶୁଣି ସେଠୁ ପଳେଇ ଆସିଲେ ଘର ଭିତରକୁ । ମୋହନ୍ ଲାଲ୍ ନିଜ ସ୍ତ୍ରୀ ଓ ସୋମାକୁ ଡାକି ନେଇଗଲେ ଛାତ ଉପରକୁ । ଏ ଭାଈଭଉଣୀ ସବୁ ଦେଖୁଥାନ୍ତି କଣ୍ ସବୁ ଚାଲିଛି ବୋଲି !!

ସେମାନେ ନିଜନିଜର ଭିତରେ କଥା ହେଲେ - ଆରେ ଭାଈ ଜାଣିଚୁ କିଛି ଗୋଟେ ପର୍ସନାଲ୍ ମେଟର୍ ଅଛି ।

ଭଉଣୀ - ହେଲେ ଆମେ ଜାଣିବା କେମିତି ?

ବାପା ଏଡ଼େ ଯୋରରେ ରାଗିକି ଥିଲେ । ଏମାନଙ୍କୁ ଛାତ ଉପରକୁ କଣ ପାଇଁ ନେଇକି ଗଲେ । ଭାଈ ତୁ ଯାଆ ଚୁପ୍ କରି ଶୁଣି ଆସି ମୋତେ କହିବୁ । ଭାଈ ତାର ହଉ ବୋଲି କହି ଛାତ ଉପରକୁ ସିଡ଼ିରେ ପାଦ ପକାଇ ଚାଲିଲା । ଛାତ ପାଖାପାଖି ହେଇଛି ନାଁ ନାହିଁ ଶୁଭିଲା ବାପାଙ୍କ ଧମକ୍ ଆଉ ତା ସହ ବ୍ରହ୍ମ ଚାପୁଡ଼ା ଉପରେ ଚାପୁଡା ,ମାଆ ଝିଅଙ୍କୁ ଛାତ ଦୂଆର କବାଟ ଟା ଉପରେ ଢୀରା ଦେଇ ଠିଆ ହୋଇଥିଲା ସେ ଲୁଚିକରି , ଏସବୁ ଶୁଣି ଭୟରେ ତା ଦେହ ମାଘ ମାସ ବାଘୁଆଶୀତ ପରି ଥରିଲା । ଭାବିଲା ଏଠୁ ପଳେଇବି । ଯଃ ପଳାୟତି ସଃ ଜୀବତିରେ ବାବା...!! କହି ପଛକୁ ପାଦ ଧିରେ ଧୀରେ ପକାଇଲା । ଏତିକିବେଳେ ଲାଇଟ୍ ଚାଲିଗଲା । ଖସିଗଲା ଗୋଡ ତାର କବାଟ ଟାକୁ ଜୋର୍ ରେ ଧରି ପକାଇବ କଣ ! କବାଟ ଟା ତାକୁ ଧରା ପକାଇଲା ବାପାଙ୍କ ପାଖରେ । ତା ପ୍ୟାଣ୍ଟ୍ ରେ ଖୁଞ୍ଚା ଲାଗିଯିବାରୁ ପଡିଗଲା ।  

ଢାଏକରି କବାଟ ଶବ୍ଦ ଶୁଭିଲା କାନ୍ଥରେ.... ବାପା କହିଲେ, ହେଇ ..ହେଇ... ଧର୍.. ଧର୍... ଦେଖ ସୋମାର lover ଲୁଚିକରି ଆସିଥିଲା ଦେଖା କରିବାକୁ ଖସି ପଳେଇବା ଆଗରୁ ଏଇ ବଙ୍କୁଲି ବାଡ଼ିରେ ତାକୁ ମୁଁ ପ୍ରେମପାଠ ପଢେଇବି । କହି ଆଗକୁ ମାଡି ଚାଲିଲେ । ହରବର ହୋଇ କବାଟରୁ ଖେଣ୍ଟା ବାହାର କରୁକରୁ ତା ପିଠିରେ ପସିଲା ଦୁଇ ପାହାର । ସେ ଇଲୋ ବୋଉଲୋ ହେଇ ପ୍ୟାଣ୍ଟ୍ ଚିରି ପଳେଇ ଆସିଲା ଦଉଡ଼ିକି । ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି। ଭଉଣୀ ପାଖରେ ଆସି ବସି ପଡ଼ିଲା । ସେ ମୋବାଇଲ ଟା ଧରି ଟର୍ଚ୍ଚ ଜଳାଇ ସେଇଠି ବସି ରହିଥିଲା ସୋହମ୍ ର ବାଟକୁ ଅନେଇ । ତାକୁ ପଚାରିଲା ତା ସାନଭଉଣୀ..!

     

ଭଉଣୀ - ଭାଈ ...! କଣ କିଛି ଗୁପ୍ତ ଖବର ଆଣିଲୁ ...???

ଭାଈ - ହଁ .... ହଁ.....। କାହିଁକି ନୁହେଁ ମୋ ଗେଲି ଭଉଣୀଟା ପଠେଇଚି ଯେତେବେଳେ ମୁଁ ସେ କାର୍ଯ୍ୟ ସମାପନ ନକରି ଫେରିଥାନ୍ତି କେମିତି । 

ଭଉଣୀ- ଭାଈ ତୁ ଏମିତି ଧଇଁସଇଁ କଣପାଇଁ ହେଉଛୁ ??? ଭୂତଫୁତ ଦେଖିଲୁ କି ?? 

ଭାଈ- ଆଲୋ କହନା କହନା , ଭୂତଠାରୁ ବି, ଶକ୍ତିଶାଳୀ ବିରୁଡିଟାଏ ଅନ୍ଧାରରେ ବିନ୍ଧି ଦେଇ ଚାଲିଗଲା । ଓଃ.... ହୋ...କି ଜଳାପୋଡା ଯନ୍ତ୍ରଣା

ଭଉଣୀ- ଆଛା କହିଲୁ ଜଲଦି କଣ ଖବର ଶୁଣିଲୁ । 

ଭାଈ- ଆଜି ବୋଧେ ଗରମ୍ ବେଶୀ ହଉଛି । ସେଥିପାଇଁ ସେମାନେ ଖାଇପିଇ ଛାତ ଉପରେ ଶୋଇବେ ଚୋରକୁ ଯଗିକି ।

ଭଉଣୀ- ୟେଁ......କଣ....? ଚୋ.....ର

ଭାଈ- ହଁ ସେମାନେ କଥା ହେଉଥିଲେ ଆଜି ହାଟରେ ଦଳେ ପୋଲିସ୍ କଥା ହେଉଥିଲେ । ଯେଉଁମାନେ ଛାତ ଉପରେ ଶୋଇଥିବା ଅବସ୍ଥାରେ ଲୋକଙ୍କ ମୋବାଇଲ୍ ଓ ପିନ୍ଧାଲୁଗା ଚୋରି କରୁଛନ୍ତି ସେମାନଙ୍କୁ ଯିଏ ଧରାଇଦେବ ସେମାନଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ମନ୍ତ୍ରୀ ମହୋଦୟ ଙ୍କ ତରଫରୁ ମୁଣ୍ଡପିଛା ସୁନା ଲକେଟ୍ ପ୍ରଦାନ କରାଯିବା ସହ ସାହସିକତା ର ସମ୍ମାନ ମଧ୍ୟ ଦିଆଯିବ । ସେମାନେ ସାଙ୍ଗ ହୋଇ ଏୟା କଥା ହେଉଥିଲେ । ଏତିକିବେଳେ ଲାଇନ୍ ଆସିଗଲା । ସୋମା କାନ୍ଦି କାନ୍ଦି ଛାତରୁ ତଳକୁ ଆସିଲା ଆଉ ଟିପୟେ ଉପରେ ପଡିଥିବା ଲଫାପା ଟିକୁ ଧରି ତା ରୁମ୍ କୁ ଚାଲିଗଲା । ତା ପଛେପଛେ ବାପା ଓ ମାଆ ।

ବାପା ମାଆ ପଳେଇଲେ ତାଙ୍କ ରୁମ୍ କୁ । ମାଆ ରାତ୍ରୀଭୋଜନ ପ୍ରସ୍ତୁତି ସାରିଲେ ‌। ସମସ୍ତେ ଖାଇବାକୁ ଗଲେ dinner । ହେଲେ ସୋମା ଖାଇବାକୁ ଆସିନଥାଏ । ତାକୁ ତା ମାଆ ବୁଝେଇବାକୁ ଗଲେ ତା ପାଖକୁ । ରୁମ୍ କବାଟ ବାଡେଇଲାରୁ ସୋମା କବାଟ ଖୋଲିଲା ।

ମାଆ ତାକୁ ଆସି କହିଲେ , ଦେଖ୍ ମା ଏତେଗୁଡିଏ ପାଠ ପଢିଲୁ 

ହେଲେ ଭବିଷ୍ୟତ ଚିନ୍ତା ନକରି ତୁ ପ୍ରେମ ଚିଠି 💌 କାରବାର କରି ଆମକୁ ଅନ୍ଧାର ରେ ରଖି ଧୋକା ଦେଲୁ । କାହିଁକି ରେ ମାଁ ....???

ସେ ଆହୁରି ଜୋର୍ ରେ କାନ୍ଦି ଉଠିଲା କଇଁକଇଁ ହେଇ କହିଲା- 

"ମୁଁ ସତ କହୁଚି ମା' ମୁଁ କାହାକୁ ବି ଭଲପାଇନି । କି ମୋତେ କେହି ପୁଅ ଆଜିଯାଏଁ ଭଲପାଇବା ର ସୁଯୋଗ ଦେଇନି । ସତ କହୁଚି । କିଛି ଭୁଲ୍ ନକରି ମୁଁ ଏତେ ମାଡ଼ ଗାଳି ଖାଉଛି ।ମାଆ ତାକୁ କୌଣସି ମତେ ବୁଝାଇ ଖାଇବାକୁ ଡାକି ନେଲେ ତା ଆଖିରୁ ଲୁହ ପୋଛି । ଡାଇନିଂ ଉପରେ ଖିଆପିଆ ସରିବାପରେ ପୁଣି ସେମାନଙ୍କ ଆଲୋଚନା ଚାଲିଲା ଛାତ ଉପରେ । ଏଥର କଥାଟା ଅଲଗା ପ୍ରକାରିଆ ଲାଗିଲା ,ସୋହମ୍ ର ଭଉଣୀକୁ । ତା ଭାଈର କଥାରେ ସନ୍ଦେହ ହେଲା । ସେ ସୋହମ୍ କୁ ଡାକିଲା । ତା ଭାଈ ଆସି କହିଲା କଣ ହେଲା କହ ।  

ଭାଈ କହିଲା ଦେଖ୍ ଏଥରକୁ ତୁ ଯିବୁ ମୁଁ ଆଉ ବିରୁଡି କାମୁଡ଼ା ଖାଇ ପାରିବିନି । ଗଲେ, ତୁ ଯାଆ । ଭଉଣୀ ରାଗିକି କହିଲା - ହଉ ମୁଁ ଯିବି ପାତି ମୁହାଁ , ତୁ ନ ଆସେ !🤨 ତୋର ଆସିବା ଦରକାର ନାହିଁ । ହୁଁଃ...!😏.

ତହୁଁ ସୋମାର ଭଉଣୀ ଲୁଚିକରି ଗଲା ଖବରି ହୋଇ । 

ସେ ଶୁଣିଲା - ବାପାଙ୍କୁ କହୁଥିଲେ ମାଆ । ଦେଖ ପିଲାଟା ତ ଏମିତି ଭୁଲ୍ କଲାଣି । ଆମେ ସେ ପିଲାକୁ ଡକାଇ ତା ଘର ଲୋକଙ୍କ ସହ କଥାବାର୍ତା କରି ବାହାଘର କରାଇଦେବା । ବାପା କହିଲେ ବେଶ୍ ତେବେ ସେୟା ହେଉ । ଏକଥା ଆଲୋଚନା ସରିବା ପରେ ସେମାନେ ଫେରିଆସିଲେ । ସୋମାର ଭଉଣୀ ଲାଇଟ୍ ଅଫ୍ କରି ଠିଆ ହୋଇଥିବାରୁ ମାଆ ଡରିଗଲେ । ବାପା ପଛରୁ ଥାଇ ଏକ ପାହାର ଦେଲେ ସେଇ ବଙ୍କୁଲି ବାଡ଼ିରେ ।

ମୋହନ୍ ଲାଲ୍ - ଆରେ ହେ ୟେ କେମିତିକା ଲଭର୍ ଟା ମୁଁ ୟାକୁ

ଯେତେ ବାଡେଇଲେ ୟେ ମୋ ମାଡ଼ ଖାଇବାକୁ ବାରମ୍ବାର ଆସୁଚି ।

ରହ ମୁଁ ଲାଇଟି ଜଳାଏ କେମିତିକା ପ୍ରେମିକ ସିଏ । ସୋହମ୍ ର ଭଉଣୀ ଦଉଡ଼ି ଦଉଡି ତା ଭାଇ ପାଖକୁ ପଳେଇ ଆସିଲା ଧଇଁ ସଇଁ ହେଇ। ତାକୁ ସୋହମ୍ ପଚାରିଲା ତୋର କଣ ହେଲା । ସେ ତାକୁ କହିଲା ଭାଈ ତୁ ସତ କହିଲୁ ତୋତେ ଦୁଇଟା ବିରୁଡି କାମୁଡ଼ିଲେ .......ନାଁ ? ସେ କହିଲା ହଁ......ଆଉ ତୋତେ ???

ଭାଈ ମୋତେ ବି ଗୋଟେ ବିରୁଡି ସେଇଠି ଅନ୍ଧାର ରେ ବିନ୍ଧିଦେଲା ତୁ ମୋତେ ଯାବତୀୟ ମିଛ କହି ମାଡ଼ ଖାଇ ମୋତେ ବି ମାଡ଼ ଖୁଆଇଦେଲୁ । ସୋହମ୍ ତା କଥା ଶୁଣି ହସିହସି ଗଡିଲା । ରାତିରେ ସମସ୍ତେ ଶୋଇଗଲେ । ସୋମା ଆଖିରେ ନିଦ ନଥିଲା ତା ନଜର୍ ପଡିଗଲା , ସେ ଲଫାପା ଟି ଉପରେ । ସେ ତାକୁ ଉଠାଇ ଆଣି ଖୋଲି ପଢିଲା । ସେଥିରେ ଅନେକ କିଛି ପ୍ରେମର ଭାବନାର ରଙ୍ଗଛିଟା ବୋଳିଦେଇଛି ପ୍ରେମର ରଙ୍ଗ ରେ । 

ସେଥିରେ କେଇଧାଡି କବିତା ସହିତ ଏକ ଶୁଖିଲା ଗୋଲାପ ଫୁଲଟିଏ ପାଇଲା । ତାକୁ ଅତି ଯତ୍ନରେ ଲଫାପା ଟିରେ ପୁରାଇ ରଖିଦେଲା । ଲାପାଫା ଟିର ଉପରେ ଥିବା ନାଁ ଓ ଠିକଣା ଟିକୁ ଭଲରେ ଆଉଥରେ ପଢିଲା । ତାର ଆଶ୍ଚର୍ଯ୍ୟ ର ସୀମା ରହିଲା ନାହଁ ।

ଠିକଣା ଟି ତାଙ୍କ ଗାଁର ଗୋଟେ ଲାଇନ୍ ପଛ ସାହିଘର ଝିଅର ଥିଲା । ହେଲେ ନାଁ ଟାର surname ପୁରା ଅଲଗା ଥିଲା । 

ସୋମା ମହଳିକ । ଆଉ ସୋମା ର surname ସୋମା ମଣ୍ଡଳ

ସେ ଅଠା ଲଗାଇ ଭଲକରି ମୁଦିଦେଲା ଚିଠି ଟିକୁ । ରଖିଦେଲା ଚୁପ୍ ଚାପ୍ । ଏକଥା ସେ ଦିନେ ତା ବାପା ମାଆଙ୍କୁ ସବୁ ବୁଝାଇ ଦେବ । ଏ love letter 💌 ତାର ନୁହେଁ ବୋଲି । ଏଥର ସେ ଶାନ୍ତିରେ ଶୋଇପଡ଼ିଲା । ଏ ଘଟଣାର ଚାରିଦିନ ଗଡିଗଲା । ଦିନେ ସକାଳୁ ଉଠିଲା ପରେ ସାହିରେ ସବୁ ଟୁପୁରୁ ଟାପର ଶୁଭିଲା । ଘଟଣା କଣ ଜାଣିବାରୁ ଜଣାପଡ଼ିଲା ସୋମା ମହଳିକ ଘରଛାଡି ପଳେଇଛି । ତା lover ସାଙ୍ଗରେ.....ଅନ୍ ଲାଇନରେ ପ୍ରେମ ହୋଇଥିଲା ତାଙ୍କର । ସେ ପିଲା କୁଆଡ଼େ ଷ୍ଟେସନ୍ ଆସିଥିଲା ନେବାପାଇଁ । ସୋମା ରାତିରେ ଲୁଚି ଘରଛାଡି ତା ସହ ଛୁଃ .... ଷ୍ଟେସନ୍ ରେ କାମ କରୁଥିବା ତାଙ୍କ ଗାଁ ଲୋକଟିଏ , ତା ସହ ଯିବାର ଦେଖି କହୁଥିଲା ।

ଯୋଗକୁ ତା ପରଦିନ ପୁଣି ଡାକ ବାଲା ଆସି କ୍ରିଂ....କ୍ରିଂ କରି ସାଇକେଲର ଘଣ୍ଟି ବଜାଇଲା । ସୋମା ଘର ଦୂଆରେ । ଏଥର ସୋମା ଆସିଲା ପୂର୍ବ ଲଫାପା ଟାଏ ହାତରେ ଧରି । ସେ ତା ବାପା ଙ୍କୁ ଡାକିଲା । ବାପା ଆସି ହାଜର୍ ହେଲେ । ସୋମା ସେଇ ଲଫାପା ଟା ନାଁ ଅଲଗା ଥିବା କହି ଦେଖାଈଲା ତା ବାପାଙ୍କୁ । ଆଉ ମୋହନ୍ ଲାଲ୍ ରାଗିଯାଇ ଦାୟୀତ୍ବହୀନ ଲୋକ ବୋଲି କହି ଗୁଡ଼ାଏ ପାଟିକଲେ । ସେ ନିଜର ଭୁଲ୍ ମାଗି କହିଲା - କ୍ଷମା କରନ୍ତୁ 🙏। ଆମର ତ "ଚିଠିପତ୍ର " କାରବାର । ଏତେ ଚିଠି ଗୁଡାକ ସହ ମିଶି ଯାଇ ଏପରି ଭୁଲ୍ ହେଇଯାଇଛି ‌। ଏଥର ଭଲକରି ପଢି ଚେକ୍ କରି ଲଫାପା ଟେ ଧରାଇଦେଲା । ବାପା ମୋହନ୍ ଲାଲ୍ ସେ ପ୍ରେମଚିଠି କୁ ଡାକବାଲାକୁ ଫେରାଇ ଦେଇ । ତା ହାତରୁ ନୂଆ ଲଫାପା ଟି ନେଲେ । ବାପଝିଅ ଲଫାପା ଚିରି ଦେଖିଲେ । ସୋମାର‌ ସରକାରୀ ଚାକିରୀ ଗ୍ରାଣ୍ଟେଡ୍ ହୋଇସାରିଥିଲା । ସରକାରୀ ଷ୍ଟାମ୍ପ ଟି ସୋମାର ନିଯୁକ୍ତି କାଗଜରେ ଦାଉ ଦାଉ ଜଳୁଥିଲା ଓ ସେଥିରେ ଥିଲା କିଛି ଆଡଭାନ୍ସ Money...... ସୈମାନେ ଭାରି ଖୁସି ହୋଇଗଲେ ।ଡାକ ବାଲା ସେ ପୁରୁଣା ଲଫାପା ଚିଠିକୁ ଯେଉଁଠି ପହଞ୍ଚିବାର ଥିଲା ସେଠିକା ଘର ଦୂଆରେ ଡାକି ଦେଇଦେଲେ ।‌ ସେ ପ୍ରେମ ଚିଠି ସିନା ଘରଲୋକେ ଧରିନେଲେ, ହେଲେ ତାଙ୍କ ଝିଅ ସୋମା ମହଳିକ୍ ସେତେବେଳକୁ ସୁଦୁର ଦୀଲ୍ଲୀରେ ପହଞ୍ଚି ସାରିଥିଲା । ଏଣେ ସୋମା ମଣ୍ଡଳର ବାପା ବିନା ଦୋଷରେ ଏତେ ମାଡ଼ ଗାଳି ଦେଇଥିବାରୁ ନିଜକୁ ଝିଅ ପାଖରେ ଲଜ୍ଜିତ ମନେ କରୁଥିଲେ । ସୋମା ମଣ୍ଡଳ ର ମନରେ ଥିବା ଦୂଃଖର କଳାବାଦଲ ଅପସରି ଯାଇଥିଲା ବହୁଦୁରକୁ । ଆଗତ ଖୁସିକୁ ପାଖରେପାଇ ଭିତରୁ ବହୁତ ଆନନ୍ଦିତ ହେଉଥିଲା ପରିବାର ସଦସ୍ୟଙ୍କ ଗହଣରେ.....


   


     








  




Rate this content
Log in

Similar oriya story from Comedy