STORYMIRROR

Sashmita Panda

Comedy Drama Classics

4  

Sashmita Panda

Comedy Drama Classics

ପଖାଳ ଦିବସରେ ଗଳ୍ପଟିଏ

ପଖାଳ ଦିବସରେ ଗଳ୍ପଟିଏ

3 mins
317

"ପଖାଳ 🍚ଦିବସ" ଅନେକ ଅନେକ ଶୁଭେଚ୍ଛା 💐ଶୁଭକାମନା ଜଣାଇ ,ଏହି ଅବସରରେ ଆସନ୍ତୁ ପଢ଼ିବା ଗଳ୍ପଟିଏ।

ଆରଘରେ  ସଂଗୀତ ଗୁରୁ ଙ୍କ ଠାରୁ ଗୀତ ପ୍ରାକ୍ଟିସ୍  କରୁଥିଲା ବଡଦିଦି (ଆୟେସା) ତାର ସ୍କୁଲ ରେ କଣ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ତାରିଖ ପାଖେଇ ଆସୁଛି ବୋଲି

   ମା  ଛାତ ଉପରେ ବିରି ବଡ଼ି ପାରୁଥିଲେ ତଳୁ  ମିନି ଡାକ ଛାଡ଼ିଲା ସ୍କୁଲ ରୁ ଫେରି.......।

ମା ....ମା.....କଣ କରୁଚୁ ?? ଭାରି ଭୋକ ହେଲାଣି ମା
କଣ ଗଣ୍ଡେ ଖାଇବାକୁ ବାଢେ ........ ମୁଁ ଖାଇସାରି,ଟିକେ ଶୋଇବି
ତାପରେ ପଢିବାକୁ ଯିବି
ଡେରି ହେଲେ ସାର୍ ମାରିବେ ମା.....ଜାଣିଛୁ math sir ଭାରି
ରାଗି ଟିକେ ଭୁଲ କଲେ କି ମାଡ଼ ଓଃ ...।
ତୁ ଜଲଦି ଖାଇବାକୁ ଦେଲୁ.....***

ମା -: ଆସୁଛି ଲୋ ମା ,ଯା ତୁ ହାତ ଗୋଡ ଧୋଇ ପୀଢା ପକେଇ
ବସ ମୁଁ ଆସିଲି ଏଇତ

ମିନି -: ଆସିଲି ମା (ହାତଧୋଇ ସାରି) ମା "ବଡଦିଦି କଣ କରୁଛି କି ସେ ଆଜି କାଇଁ ମୋ ସହ ଖାଇବାରେ ଝଗଡ଼ା କରିବାକୁ ଆସିନି ।!! କୁଆଡେ ଗଲା କି ଆୟେସା ଦିଦି ??!

ମା :-ଆଲୋ ମିନି ସେ ପରା ଆରଘରେ song rehersal କରୁଛି । ସାର୍ ଅଛନ୍ତି ସେ ଅଧାରୁ ଆସିପାରିବନି
ତୁ ଖାଇନେ ସେ ପରେ ଖାଇବ

କହି ମା ଖାଦ୍ୟ ଆଣିବାକୁ ଗଲେ ।କେତେ କଣ ବାଢି ପକେଇଲେ।
କଂସାରେ ଥିଲା ଦହି ପଖାଳ 🍚 ତାଟିଆ ଗୁଡିକରେ ଥିଲା ତା ପାଖକୁ ତା ପାଖ ,ଭଳିକି ଭଳି ବିଭିନ୍ନ ପ୍ରକାରର ଓଡିଆ ଖାଦ୍ୟ

ମାଛ 🐟 ଭଜା, ବଡ଼ିଚୁରା , ସୁନୁସୁନିଆ ଶାଗଭଜା  ,ଆମ୍ବ ଚଟଣି , ମିକ୍ସ ଖଟା ଆଚାର ,ତେଲମଖା ପୋଡା ବାଇଗଣ 🍆 ମିଶାଇ
ଆଳୁଚକଟା ,ବେସର ,ପାମ୍ପଡ, ଝୁଡୁଙ୍ଗ ଭଜା, ଆମ୍ବୁଲରାଈ , ଭେଣ୍ଡି ଭଜା ,କଲରାଭଜା ,ମସଲା ଦିଆ ଗୋଟା ପୋଟଳ ଭଜା, କଖାରୁ ଫୁଲ ବରା 🤤😋ଏମିତି ଭଳିକି ଭଳି ସବୁ । ମିନି ପଚାରିଲା ତା ମା କୁ .....।।

Wow .... ମାଁ !! ଆଜି କଣ, ଏତେ ପ୍ରକାରର ଖାଇବା ସେ ପୁଣି ଆମର ଫେବରେଟ୍ ଆଇଟମ୍ ,ଭଳିକି ଭଳି ବନେଇଚୁ
ଆଜି କଣ କି ??? ବାପା କଣ ତୋ ପାଇଁ ଦାମୀ ନୂଆ ଶାଢ଼ୀ ଆଣିଦେଲେ କି ?? ସେଇ ଖୁସିରେ ବଘରା ଛୁଙ୍କ ଦହିପଖାଳ ସାଙ୍ଗ କୁ ଏତେ ପ୍ରକାରର ରାନ୍ଧଣା କରିପକେଇଚୁ । ବୋଧେ ଆଉ ....
   ମା ମିନିକୁ ହସି ହସିହସି ଉତ୍ତର ଦେଲେ-"ନୂଆ ଶାଢ଼ୀ ନା ପୁରୁଣା ଶାୟା" (ମିନି ଫିକ୍ କିନା ହସି ପକେଇ କହିଲା) ତା'ହେଲେ କଣଖାସ୍ ଆଜି ଦିନରେ ଅଛି କି ???

ମା କହିଲେ ତାକୁ...........

ମା -: ଆଲୋ ମିନି ତୁ କଣ ଜାଣିନାହୁ 😳 ?!!!ଆଜି ପରା 
" ବିଶ୍ୱ ପଖାଳ ଦିବସ" ଓଡ଼ିଶାର ପ୍ରଧାନ ଖାଦ୍ୟ ପଖାଳ ଖାଇବା
ପରମ୍ପରା କୁ ଦୃଷ୍ଟିରେ ରଖି ଆଜି ଦିନକୁ "ପଖାଳ ଦିବସ"
ବୋଲି ସମସ୍ତେ ପାଳନ କରନ୍ତି ଏହାଛଡା କୋଟି ଓଡିଆଙ୍କ
ମଉଡମଣି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମଧ୍ୟ,ମହାପ୍ରସାଦ
ରୂପରେ ଏଇ " ଦହି ପଖାଳ "ଭୋଗ ଲାଗିହୁଏ
ଶ୍ରୀମନ୍ଦିରରେ  ଦହି ପଖାଳ ଟଙ୍କ ତୋରାଣି କୁ ଶ୍ରଦ୍ଧାଳୁମାନେ
ଅତି ଆନନ୍ଦିତ ହେଇ ଗ୍ରହଣ କରନ୍ତି ଖରାଦିନେ ହଉ କି ବର୍ଷାଦିନେ ହେଉ  କୋଟି କୋଟି ଓଡିଆ  ,ଏଇ ପଖାଳ କଂସାରେ ଶାନ୍ତି ରେ ମା.....ବୁଝିଲୁ ।???

ହଁ  ମା  ମୁଁ  ସବୁ ବୁଝିଗଲି ତୁ ସତରେ ମହାନ୍.....
କେତେ କଥା ତୋତେ ଜଣା ।
                🌸🌸🌸🌸
(ଆଜିତ ଖାଈବାଟା ଜମିଲା ଆଉ ) ।
ଯାହାହେଉ ମଣିଷ ଆଜି ଟିକେ ଶାନ୍ତିରେ ଖାଈବ
କି ଆନନ୍ଦ... ମିନି 😊ଏତେ ପ୍ରକାରର ଖାଇବା ଏକାସାଙ୍ଗେ
ସେ ଆଗରୁ ଖାଈନଥିଲା
ଭଲ ହେଲା ,ବଡଦିଦି ଏବେ ମୋପାଖରେ ନାହି ,,ମୁଁ ଆଗେ ପେଟପୁରା ଖାଈଦିଏ ସେ ଯେତେବେଳେ ଆସୁଚି ଆସୁଥାଉ ,କହି ପଖାଳ ଖାଈବା ଆରମ୍ଭ କଲା...........
                       ।।  କ୍ରମଶଃ  ।।
                        ⭐⭐⭐⭐  
                  ଲେଖା :- ସସ୍ମିତା ପଣ୍ଡା

       


Rate this content
Log in

Similar oriya story from Comedy