ଦିନେ ଗାଁ,କୁ ଯାଇଥିଲି
ଦିନେ ଗାଁ,କୁ ଯାଇଥିଲି
ଦିନେ ଗାଁ କୁ ଯାଇଥିଲି, ଶୁଣିବାକୁ ପାଇଲି ଗାଁରେ ଭାରି ଝଗଡ଼ା
ହୋଇଛି ବୋଲି ! ଆରେ ମା, ଆରେ ଭାଈ ହେଲେ କାହା ସହ ?
ସେମାନେ ସବୁ କଥା ଅ ଠାରୁ ଆରମ୍ଭ ଲ ଯାଏ ବଖାଣିଗଲେ ।
କହିଲେ କହନା କହନା....ରେ ବାବା ଏ ଯୁଗ ଯା ହେଲାଣି ଭଲ
କଥା ବୁଝେଇ କହିଲେ ସାହିରେ ଭାବରେ ଲୋକରେ ଖଣ୍ଡେ
ରାମାୟଣ ! ମୁଁ ପଚାରିଲି କାରଣ ଟା ତେବେ କଣ୍ ମା ସହିତ ଭାଈ କଥା ଉପରେ କଥା କହିବାକୁ ଲାଗିଲେ ସୈଦିନର ଘଟଣା
ଗାଁ ରେ ବିଲ ଫସଲ ସବୁ ଗାଇ ଓ ଷଣ୍ଢପଲ ଖାଇ ଯାଉଛନ୍ତି
ବୋଲି , ଗାଁ ର କିଛି ଓଡ଼ିଆ ଲୋକ ଗାଈ,ଷଣ୍ଢ ମାନଙ୍କୁ ଧରି
ଗଛରେ ବାନ୍ଧି ରଖୁଛନ୍ତି ଆଊ ମଉକା ଉଣ୍ଡି ପଠାଣ ମାନଙ୍କୁ
ବିକି ଦେଉଛନ୍ତି। ପଠାଣ ମାନେ ତ ଗୋମାଂସ ଭକ୍ଷଣ କରନ୍ତି।
ସେଥିପାଇଁ ସେମାନଙ୍କୁ ଚିଲ୍ ଖାନାକୁ ଧରିଆଣିବା ପରେ ଅନେକ
ଅନେକ ଗୋରୁ ଷଣ୍ଢ ବଳି ପଡନ୍ତି ପଠାଣ ମାନଙ୍କ ଆହାର ପାଇଁ।
ଥରେ ସେମିତି ଏକ ଛୋଟିଆ ଷଣ୍ଢକୁ ଧରି ଆମ ବିଲରେ ଗଛମୂଳେ ବାନ୍ଧି ରଖିଥିଲେ । ମୋ ମାଆଙ୍କ କହିବା ମୁତାବକ ଶ୍ରାବଣ ମାସରେ ଏପରି କାମଗୁଡା ନିହାତି ଧର୍ମଛଡା ନିରିହ ପ୍ରାଣୀଙ୍କୁ ମାରି କି ଲାଭ ଅବା ସେଥିପାଇଁ ସେ ଷଣ୍ଢଛୁଆଟିକୁ
ସେ ବନ୍ଧନକୁ ଫିଟାଇ ଦେଇଥିଲେ । ଯାହାଫଳରେ ସୃଷ୍ଟିହେଲା
ଘମାଘୋଟ କଳିଝଗଡା । କାରଣ ଷଣ୍ଢଛୁଆଟି ସେଠାରୁ ଖସି ଯାଇଥିଲା । ତେଣୁ ସେଠାରେ ସେମାନେ ମୋ ମାଆଙ୍କ ସହିତ
ଝଗଡ଼ା ଆରମ୍ଭ କରିଦେଲେ ଏଣୁ ମାଆ ତାଙ୍କର smart
phone ଟିକୁ ବାହାରକରି ମେଡିଆକୁ ଜଣାଇବାକୁ ସେଠାର କଳିଗୋଳ ପରିସ୍ଥିତିର ଭିଡିଓ ସୁଟ୍ କରିବା ଆରମ୍ଭ କରିଦେଇ ଥିଲେ । ଯାହାଫଳରେ ସେମାନେ ସମସ୍ତେ ଭୟରେ ସେଠାରୁ
ଛତ୍ରଭଙ୍ଗ ଦେଇ ଯିଏ ଯାହା ବାଟରେ ଫେରି ଯାଇଥିଲେ ।
କିନ୍ତୁ କିଛିଦିନ ପରେ ସେମାନେ ଅନେକ ଖୋଜାଖୋଜି କରି
ପୁନର୍ବାର ସେଇ ଷଣ୍ଢଛୁଆଟିକୁ ଧରି କାବୁ କରିନେଇ ଥିଲେ ।
ଆଊ ତାକୁ ଧରି ପଠାଣ କଂସେଇ ହାତରେ ବିକି ଦେଇଥିଲେ ।
ହେଲେ ମୁଁ ବୁଝି ପାରୁନି ପୋଲିସ୍ ଥାନା ଆଊ କୋଟ୍ କଚେରୀ
ଥାଇଁ କି ଲାଭ ଯଦି ବେଯୁବାନ୍ ପ୍ରାଣୀଙ୍କ ପାଇଁ କୌଣସି ନ୍ୟାୟ
ନାହିଁ । କେବେ ଏ ଫାଲତୁ ପ୍ରଥା ଦୂରୀଭୂତ ହେବ ଆମ ଦେଶରୁ
ଗୋ ମାତା ଠାରୁ ଆମେ କ୍ଷୀର ଖାଊଛେ ସେ ଆମର ମା କିନ୍ତୁ
ଅସଭ୍ୟ ସମାଜର କୈତେକ ହିଁସ୍ର ମଣିଷ ଅଛନ୍ତି ସେମାନେ ଗୋରୁ ଚାଲାଣ ଓ ଗୋମାଂସ ଭକ୍ଷଣରେ ସର୍ବଦା ଜଡ଼ିତ
ରହୁଛନ୍ତି। ଗାଁ ଠାରୁ ସହର ସବୁଠି ଏ ଅପରାଧର ଚେର
ମାଡ଼ି ଗଲାଣି । ଏହାକୁ ରୋକିବା ପାଇଁ ଆହ୍ୱାନ ଦରକାର
ସାର୍ବଭୌମ ସ୍ଵାଧୀନ ଭାରତରେ........
