STORYMIRROR

Sashmita Panda

Horror Tragedy Thriller

4  

Sashmita Panda

Horror Tragedy Thriller

ଏକ ସନ୍ଧ୍ୟାର କାହାଣୀ

ଏକ ସନ୍ଧ୍ୟାର କାହାଣୀ

4 mins
40

ପାଖ ଗାଁରେ ହେଇଥିଲା ଗୋଟେ ବାହାଘର କାହାର । ସେଦିନ

ସନ୍ଧ୍ୟା ରେ ଯାଇଥିଲି ମୁଁ ସେ ପାରି ଗାଁ ପଡ଼ିଆରେ ବସିକି ଟିକେ

ଥଣ୍ଡାପବନ ର ମଜା ନେବି ବୋଲି । ସେଇ ବାହାଘରକୁ ଆସିଥିବା ତାଙ୍କ ପରିବାର ଭିତରେ ହେଲା ଗୋଟେ ଝଗଡ଼ା ,ବଡପାଟି କରି । ସେ ଘର ମାଲିକାଣୀ (ବୋହୁର ଶାଶୁ) କହୁଥାଏ ତା ବଡ଼ଝିଅ କୁ ରାଗିମାଗି କରି । ଆଲୋ ଏ କୁନମୁନି ,ଆରେ ସନ୍ଧ୍ୟା ହେଲାଣି ପରା ଯା ଯାଈ ଘର ବାଡ଼ି ଓଳେଇଦେ । ସନ୍ଧ୍ୟାବତୀ‌ ଜଳେଇଦେ । ଦେଖୁଚୁ ତ ବୋହୁ ଟା ନୂଆ ହେଇ ଆସିଚି । ଅଷ୍ଟମଙ୍ଗୁଳା ନଗଲା ଯାଏ ସେ କଣ ଘରପାଇଟି କରିବ । ନାଁ ଘରଝାଡୁ ଧରିବ । ଯା ଯା ହେଇ.....ତ ସଞ୍ଜ ଗଡ଼ି ଆସିଲାଣି । ଡେରି କରନି । ସଞ୍ଜଦେଵା ଡେରି ହେଲେ ନାଁ.... ଶାସ୍ତ୍ର କହେ ଭାରି ଖରାପ୍ । 

ଧେତ୍ ତେରିକା.......

ଗୋଟେ ଯଉଠି ଟିକେ ଶାନ୍ତିରେ ମଣିଷ ବସି ଶୋଇଥିବ,ସେ ତା କରେଇ ଦବନି । ବୋଉ ତୁ ଯାଉନୁ ଟିକେ ସାନକୁ କହିବୁ । ସେ କଣ କରୁଛି କି । ତୁ ମୋ କଷ୍ଟ ଜାଣିପାରି ବୁନି । ମୋ ଦେହଟା

କେତେ ଥକ୍କା ହାଲିଆ ଆଊ ଦୂର୍ବଳ ପରି ଅନୁଭବ ହେଉଚି ।

ମୁଁ ମିଛ କହୁନି ଲୋ ବୋଉ । ସାନ ଝିଅ ତ ତୋର ଖାଲି ଯେତେବେଳେ ଦେଖିବୁ ମୋବାଇଲ୍ ମେଲେଇ ଲଭର୍ ସାଙ୍ଗରେ ଗପୁଚି । ସେ ଟିକେ ଘରକାମ ହାତ ବଣ୍ଟାଇନେଲେ କଣ ଏମିତି

ଭାସିଯାଉଛି । ମୋ ଦେହ ଟା ଚାହୁଁନି ନହେଲେ କଣ ମୁଁ ମନା କରୁଚି । ତା ସାନ ଭଉଣୀ ଦଉଡ଼ି ଆସି କୈତେ କଜିଆ ଲଗେଇଲା ।

ବଡ ଭଉଣୀ ଓ ତା, ମା ସହ । ତୁମେମାନେ ମୋତେ ସହିପାରୁନ

ମୁଁ କାଇଁ କାହା ସହ ଗପିବି ଫାଲତୁ ମିଛ କଥା ଗୁଡା କହି,ଗୁଡେ

କଥା ଗପିଗଲା । ଏଠିକି ଆସିଲା ମାନେ ଖାଲି କାମ ଆଉ କାମ

ମୋବାଇଲ ଧରିବା ମନା ,ବସିବା ମନା ,ରେଷ୍ଟ ନବା ମନା ।

ତା ବୋଉ‌ ତାକୁ କହିଲା କିଏ ମନା କରୁଚି କି ତୋତେ,ଯାହା କୁହାଯାଉଛି,ବୋଲହାକ ଟିକେ କରିଦେଇ କର ଯା କରିବୁ । ସେ

ସାନ ଝିଅ ତାର ରାଗ ତମତମହେଇ ପଳେଇଲା । ବଡ଼ଝିଅ କୁ,

ତାର ମାଆ ଆହୁରି ଝଗଡ଼ା କରି ବାଣୀ ଶୁଣେଈଲା । ବଡ଼ଝିଅ ଟି ୩/୪ ମାସର ଗର୍ଭବତୀ ଥିଲା । ସେ ସମୟରେ ବାନ୍ତି,ଉଦୁଗାର ହେଇ ଦେହଟା ଅସଜ ପରି ଦୂର୍ବଳ ନାଗେ । ନିଦ ମାଡିବସେ ମେଞ୍ଚାଏ ଆଖିରେ ,ଦେହଟା ଆରାମ୍ ଖୋଜେ ଚଟାଣରେ ଶୋଇବାକୁ ଇଛା ହୁଏ । ହେଲେ କଣ ହେବ କିଏ ତା କଷ୍ଟ ବୁଝୁଛି ଯେ ସେ କହିବ । ବୋଉ ଠାରୁ ଗାଳି ଶୁଣି ରାଗ ତମତମ ହେଇ ଘର ଓଳେଇ ଦେଇ ଛାଞ୍ଚୁଣି ଫୋପାଡି ଦେଇ ଅପମାନରେ ଆଖି ଛଳଛଳ କରି ପଳେଇଲା ଗାଁ ପାଖରେ ଥିବା ବନ୍ଧମୁଣ୍ଡ ଉପରକୁ ସହଜରେ ତାକୁ ବହୁତ ବାଧିଚି । ଭାଈ ବି ତା ଉପରେ ହାତ ଊଠେଇଚି ସାନ ହେଇ ବି । ତେଣୁ ସେ ମନରେ ନିଶ୍ଚିତ କଲା ସେଇ ନିରୋଳା ଜାଗାରେ ବସି ବହେ କାନ୍ଦିବ । ମନରେ ଟିକେ ଶାନ୍ତି ପଡିଗଲେ ସେ ସେଠୁ ପଳେଇବ । ଏୟା ଭାବି ବସିଲା। ନିଛାଟିଆ ଟାରେ । ସେଇଟା ସହଜେ ସଞ୍ଜବେଳ ଥିଲା ଆଊ ସମୟ ଟିକେ ଗଡିଯାଈ ରାତି ସାତ ପାଖାପାଖି ହେଲା । ସେ ଜାଗାଟିରେ କଣ ଘଟିଛି ସେ ଜାଣି ନଥିଲା । ତେଣୁ ନିଶ୍ଚିନ୍ତରେ ବସି କାନ୍ଦୁଥିଲା । ତା ଦୂଃଖ କଷ୍ଟ ସବୁ ମନେପକାଇ । ସେ ସ୍ଥାନ ରେ ଅଳ୍ପ ଲାଇଟ୍ ଜଳାଇ ବାଇକ୍ କେଇଟି ଯିବାଆସିବା କରୁଥିଲା ଆଉ ସାଙ୍ଗରେ ଠେଙ୍ଗା , ଟର୍ଚ ଧରି ବୁଢ଼ୀ ଲୋକଟିଏ ପଡିଆକୁ ଝାଡ଼ା ଆସିଥିଲା । ତା ସାଙ୍ଗରେ ଆଉ ଜଣେ ସ୍ତ୍ରୀ ଲୋକଟିଏ ଫେରୁଥିଲା । ସେମାନେ ଦୁଇଜଣ ୟାକୁ ଏକୁଟିଆ ବସିଥିବାର ଦେଖି,ପଚାରିଲେ -" ଆଲୋ ମା ତୁ କିଏ ? ତମଘର କଣ ଏଇ ଗାଁ ରେ ? ଏଠି କଣପାଇଁ ବସିଛୁ ?? କଣ ହେଉଛି ତୋର ??

ଏ ଯାଗା ଟା hunted ..ମାନେ ଅଭିଶପ୍ତ । ପ୍ରେତଗ୍ରସ୍ତ । 

ସେଇ ରାସ୍ତାରେ ୨୦ ହାତ ଦୂରକୁ ଚାଲିଗଲେ ମଶାଣୀ ପଡେ ରାସ୍ତାର ଗୋଟେ କଡ଼ରେ । ମସ୍ତ ଏକ ଝଙ୍କାଳିଆ ବରଗଛ ଓ ଆମ୍ବଗଛ ଓସ୍ତଗଛର ଜଙ୍ଗଲରେ ପରିପୂର୍ଣ୍ଣ ତାର ଚତୁଃପାର୍ଶ୍ଵ । ଗାଁ ର ଯେତେ ଲୋକ death ହୁଅନ୍ତି ସେଇଠି ତାଙ୍କ ଦାହ ସଂସ୍କାର 

କରାଯାଏ । ନଅ ପଣା ଦଶ ପଣା ହାଣ୍ଡି ସେଇଠି ଥୁଆହୁଏ । ସେମାନଙ୍କ ପ୍ରେତାତ୍ମା ଭିନ୍ନ ଭିନ୍ନ ରୂପରେ ସନ୍ଧା ଗଡିଗଲେ ଏଠାର ଯାଗାକୁ ଅଧିକାର ‌କରିନିଅନ୍ତି । ତାଙ୍କ ନିମନ୍ତେ ଦିଆଯାଉଥିବା ପଣା ହାଣ୍ଡିର ଖାଦ୍ୟ କୁ ଗ୍ରହଣ କରନ୍ତି । ତେଣୁ ତୁ ଏଇଠୁ ପଳା ।

ସେ ଝିଅଟା କିନ୍ତୁ କିଛି ନକହି ଚୁପବସିଲା । ଶୁଣି ନଶୁଣିଲା ପରି

ତେଣୁ ସେମାନେ ତାଙ୍କ ଗନ୍ତବ୍ୟ ସ୍ଥଳରେ ଫେରିଗଲେ । ସୈଇ ରାସ୍ତାରେ କିଛି ସମୟ ପରେ ଆଉ ଏକ ବୁଢୀଟିଏ ବାଡି ଧରି ଆସିଲା । ସେ ବି ପଚାରିଲା ଏକା କଥା । ଏଥର ସେ ମୁହଁ ଖୋଲିଲା ଆଉ ସବୁ କଥା କହିଲା ସେ ମାଉସୀଟିକୁ ନିଜ ପରିଚୟ ଦେଇ । ବୁଢ଼ୀ ଜାଣିଲା ଯେ ସେ ଏଇ ଗାଁ ର ଝିଅ ସେ ‌ତାକୁ ବୁଝାଇଲା ,ଆଲୋ ମା ଯେତେ ଯାହା ହେଲେ ବି ଏ ଅସମୟରେ ଏଠାକୁ କେହି ଆସି ବସନ୍ତି ନାହିଁ । ତୁ,ପୁଣି ଅସୁବିଧା ମଣିଷଟାଏ ।ଏଠୁ ପଳା ନହେଲେ ଭାରି ଅସୁବିଧା ହେବ । କାଲି ମୋ ବୋହୁ ଝାଡ଼ା ଯିବାପାଇଁ ଆସିଥିଲା । ସେତେବେଳେ ଠିକ୍ ଏଇ ସମୟରେ ପଣାହାଣ୍ଡି ଭିତରୁ ଏକ ବଡ କଳା ମଚମଚ 🐺ବଡବିରାଡି ଟାଏ ବାହାରି ଖାଊଥିଲା । ସେ ଏତେ ବଡ ବିରାଡି କେବେ ଦେଖିନଥିଲା ।

ତହୁଁ ହାଉଳି ଖାଇ ଡରିଗଲା ରୁ ଜ୍ୱର ୧୦୫ ତାକୁ ମନ୍ଦିରର ଜଣେ ସାଧୁବାବାଙ୍କ ଦେଖାଇଲା ରୁ ସେ କହିଲେ ତା ଉପରେ ପିଶାଚର ନଜର ପଡିଚି ଆଊ ମନ୍ତ୍ରକରି ପାଣି ପିଆଇ ଝାଡିଦେଲେ‌ ।ସେ ଏଇନୁ ସୁସ୍ଥ ଅଛି ହେଲେ ଗୋଟେ ଦିନରେ ତାର ଆଖି ଖୋଳେ ଖୋଳେ ପଶି କଳା ଦେଖାଯାଉଛି । ତୋର ଏ ଅବସ୍ଥାରେ ଯଦି କେଉଁ ଡାହାଣୀ ପିଶାଚୀ ନଜର ପଡେ ତୋ ଗର୍ଭସ୍ଥ ପିଲାକୁ ଶୋଷିଦେଵ । ତୁ ପଳା ଯା । ସେ ଏକଥା ଶୁଣି ହଉ ବୋଲି ଉଠିଲା ମାଟିରେ ଭରାଦେଇ । ଉଠିଲାବେଳକୁ ସେ ବୁଢୀଟି ହଠାତ୍ ଗାଏବ୍ ହୋଇ ଯାଇଥିଲା । ମାଟିରେ ତାର ପାଦଚିହ୍ନ ର ସନ୍ଧାନ ନଥିଲା । ଦୂରରୁ ଶୁଭୁଥିଲା ତାର ଅଟ୍ଟହାସ୍ୟ । 

ବିଲୁଆ ରଡିଟା ମାନ ଛାଡୁଥିଲେ ହୁକେହୋ.....ହୋୟୋ......ହ୍ୱ। ଭୟାତୁର ଭୌତିକ ପରିବେଶ ସୃଷ୍ଟି କରୁଥିବା ସମୟରେ ଗମନାଗମନର ବାରଣ କରା ଯାଉଥିବା ସ୍ଥଳକୁ ଯିବା ମନା । ଏକଥା ଶୁଣିଲା ପରେ ମୁଁ କି ଆଉ ସେଠି ଥାଏ ....

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror