STORYMIRROR

Sashmita Panda

Horror Tragedy Thriller

4  

Sashmita Panda

Horror Tragedy Thriller

ଦିନେ ଗାଁ,କୁ ଯାଇଥିଲି ( ଭୁତ କାହାଣୀ)

ଦିନେ ଗାଁ,କୁ ଯାଇଥିଲି ( ଭୁତ କାହାଣୀ)

4 mins
5

ଦିନେ ଗାଁ କୁ ଯାଇଥିଲି। ସେଠି ମୋ ମାମୁଙ୍କର ଘର ! ଅତୀତର ଭୌତିକ ଅନୂଭୁତିର କାହାଣୀଟିଏ । କୁହନ୍ତି ଆଗକାଳରେ ଯେତେବେଳେ ବିଜୁଳି ଆଲୁଅ ନଥିଲା ସେତେବେଳର କଥାଟିଏ । କୁଆଡେ ମୋ‌ ଜେଜେମା କହୁଥିଲେ ,ରାତି ଯେବେ ବହଳ ହୁଏ ସମସ୍ତେ ଗାଢ଼୍ ନିଦ୍ରାରେ ଶୋଇଲା ପରେ ,କାଳେ ଡାହାଣୀ ଆଲୁଅ ବାହାରେ । ସେ ରାସ୍ତା ରେ ଚୁପ୍ ଚାପ୍ ଯାଉଥାଏ ରାତିର ତୃତିୟ ପହରେ । ସେ ଆଲୁଅ କେହି ଦେଖନ୍ତିନି ଆଊ ଯେ ଦେଖେ ସେ ତା ଆଗରେ ପଡ଼ିଲେ କାଳେ ରକ୍ତବାନ୍ତି କରି ମରିଯାଏ । ତା ଛାତି ଫାଟିଯାଏ ତା ବିକରାଳ ରୂପ ଦେଖିଲେ । ଆଊ କେବେ କେବେ ମୁଁ ମୋ ଆଈମା ଗପ ରୁ ଶୁଣିଛି ପିତାଶୁଣୀ ,ଚିରୁଗୁଣୀ କୁଆଡେ ଆଲୁଅ ଜଳେଇ, ରାତିରେ ତା ଛୁଆକୁ ଗୋଡ ଲମ୍ବେଇ ଶେକେ। ସେ ଆଲୁଅ ଦୂରରୁ ମିଞ୍ଜିମିଞ୍ଜି ଜଳି ଦିଶୁଥାଏ ନିଶାର୍ଦ୍ଧ ରାତିରେ । ଏସବୁ ମୁଁ ଶୁଣିଲାପରେ ଆଈ କୁ ପଚାରେ ସେ ଅନେକ ପ୍ରଶ୍ନ । ସେ ତା ନିଜଛୁଆକୁ କାହିଁକି ଶେକେ ? କଣପାଇଁ ଶେକେ ? ତାକୁ ଦେଖିଲେ ଆମେ କଣ ହେବ ? ସେ କଣ ପାଇଁ ପିତାଶୁଣୀ ଚିରୁଗୁଣୀ ହେଇଗଲା ?? ଏମିତି କେତେ ପ୍ରଶ୍ନ ସବୁର ଉତ୍ତର ଦେଇ ଆଈମା କହେ - " ଯେଉଁ ସ୍ତ୍ରୀଲୋକମାନେ ଗର୍ଭରେ ଶିଶୁଥାଇ କୋୖଣସି କାରଣରୁ ପିଲା ଜନ୍ମ ନକରି ମରିଯାଇଥାନ୍ତି । ସେମାନଙ୍କ ପେଟକୁ ଚିରି ପିଲାଟିକୁ ବାହାର କରି ପେଟ ସିଲେଇ କରି ଦିଆଯାଏ । ଆଊ ତାର ମୃତ ମାଆର ଶବଦାହ ସଂସ୍କାର କରାଯାଇ ସ୍ତ୍ରୀ ଲୋକଟିର ମୃତ ଶୁଶୁକୁ ତା ମାଆର ସଂସ୍କାର ପାଖରେ ଗାତ ଖୋଳି ପୋତି ଦିଆଯାଏ । ଏମିତି ନକଲେ ମୃତ ପ୍ରେତାତ୍ମା ପରିବାରର ଅନିଷ୍ଟ ଘଟାଏ । ରାତିରେ ସେ କଇଁକଇଁ କାନ୍ଦେ‌ ପିଲାଟାକୁ ତା ପେଟ ଆଉଁସି ଖୋଜେ ଏତିକିବେଳେ କୁଆଁ କୁଆଁ ରାବ ଦେଇ ଛୁଆଟା ତାର ସମାଧି ପାଖରୁ କାନ୍ଦି ଉଠେ । ତାକୁ ଚିରୁଗୁଣୀ, ପିତାଶୁଣୀ ଧରି ଖେଳାଏ ନିଆଁ ଜାଳେ ଗୋଡ ଲମ୍ବେଇ ତା ମୃତପିଲାକୁ ଶେକେ । ତା ହାବୁଡ଼ରେ ଯେ ପଡେ ସେ ଇଶ୍ଵର ଙ୍କୁ ସ୍ମରଣ କରି ପଛେଇ ପଛେଇ ଘୁଞ୍ଚି ଆସିଲେ ବଞ୍ଚି ଯାଏ, ନହେଲେ ସେ ତାକୁ ଦେଖି ଝାଡ଼ା ବାନ୍ତି ଜ୍ୱର ଭୋଗିଭୋଗି ଶୁଖି ମରିଯାଏ ।

ରାତ୍ର‌ର‌ ଚତୁର୍ଥ ପ୍ରହରରେ ଗ୍ରାମଦେବାଦେବୀ ମାନେ ଏକ ଲାଲ୍ ଆଲୋକ ପିଣ୍ଡ ରୂପେ ଭ୍ରମଣ କରନ୍ତି । ମୋ ଯେଜ ଯେଯେମା ଅମଳରେ ସେମାନେ ସେହି ଦେବୀ ଆଲୋକକୁ ଦେଖିଥିବା ପ୍ରକାଶ କରନ୍ତି । ସେହି ଆଲୋକକୁ ହାବୁଡ଼ରେ ପଡ଼ିଲେ ଭକ୍ତି ଉଦ୍ରେକକାରୀ ମନୁଷ୍ୟର କଲ୍ୟାଣ କରି ବାଟ ଛାଡିଦିଅନ୍ତି ଓ ଦୁଷ୍ଟ ସ୍ୱଭାବର ମନୁଷ୍ୟମାନେ ଦେଖି ଭୟରେ ମୂର୍ଦ୍ଧନାପାତ ହୁଅନ୍ତି ବୋଲି ସେମାନେ କୁହନ୍ତି । ଆମ ଗାଁ ରେ ବି ଆମେ ଜନ୍ମ ନହୋଇ ଥିବା ବେଳେ ମା ତଡରେଇ ଗ୍ରାମଦେବୀ ରାତିର ଚତୁର୍ଥ ପହରରେ ଘୁଙ୍ଗୁର ଧ୍ଵନି ଓ ଝୁଣା ସୁଗନ୍ଧ ରେ ଧୂଆଁମୟ ଲାଲ୍ ଆଲୋକ ପିଣ୍ଡ ହୋଇ ନିଜ ଭଉଣୀ ମାନଙ୍କୁ ଭେଟିବାକୁ ଯାଉଥିଲେ । ଏବେ ସବୁକିଛି ଆଊ ସେପରି ଆଗକା ଘଟଣା ଘଟୁନାହିଁ । ମୋ ମାମୁଁଘର ଗାଁ ମୋ ଜେଜଘର ଘରଠାରୁ ପ୍ରାୟ ୨/୩ କି:ମି ର ପଥଚଲା ଗୋଟେ ରାସ୍ତା । ରାସ୍ତାର ଆରପାଖରେ ମୋ ମାମୁଁଘର । ଆଊ ଗଲାବେଳେ ବାଟରେ ପଡେ ବଡ ଆମ୍ବତୋଟା ମାଳ‌ । ତାକୁ ପାରି ହେଲେ ଗାଁ ପୋଖରି ହୁଡା । ଆଉ ତାକୁ ପାରି ହେଲେ ଦିଶେ ମୋ ମାମୁଁଘରଟି । ଘରକୁ ଲାଗି ରହିଛି ଗ୍ରାମଦେବତୀ ମା ମଙ୍ଗଳାଙ୍କ ପ୍ରତିଷ୍ଠିତ ମନ୍ଦିର ଓ‌ ଅନ୍ୟ ପାର୍ଶ୍ବରେ ଭାଗବତ ଘର ଓ‌ ଠାକୁର ରୋଷଘର । ମଝିରେ ଅଛି ମୋ ମାମୁଘର । ହେଲେ ତଥାପି ବି କାହିଁକି କେଜାଣି ମୁଁ ମାମୁଘରକୁ ଗଲେ ରାତିରେ ଶୋଇବା ଚିନ୍ତା । ତଳଘରେ ମଣିଷ ଟେ ଜେନତେନ‌ ଆମେ ଶୋଇଯାଉ । ହେଲେ ଯଦି ଛାତ ଉପରେ ଶୋଇବା ପ୍ରବନ୍ଧ କରାଯାଏ ତେବେ ଅତି ଚିନ୍ତାର ବିଷୟବସ୍ତୁ ର କାରଣ ପାଲଟିଥାଏ ମୋ ପାଇଁ । ମାନେ ଆମ ଆଈ ଓ ମାଇଁ ଙ୍କୁ ବାଦ୍ ଦେଲେ ଆମ ସମସ୍ତଙ୍କର ମନରେ ଭୟ ମାଡିଆସେ । ଇଚ୍ଛା ନଥାଇ ମଧ୍ୟ ବାଦ୍ଧ୍ୟରେ ମଣିଷକୁ ଶୋଇବାକୁ ପଡେ । ଠିକ୍ ରାତି ବାରଟା ପରେ ଆରମ୍ଭ ହୋଇଯାଏ ଭୟର କାଣ୍ଡ । ହଠାତ୍ କାହା ପାଦର ଛମ୍ ଛମ୍ ପାଉଁଜି ପିନ୍ଧି ଛାତ ସିଡିରୁ ଉପରେ ତଳ ଓ ତଳୁ ଉପର ହେଇ ଚାଲିଯିବାର ଆଭାସ ହୁଏ । ଏଇ ସମୟରେ ପାଖରେ ଶୋଇଥିବା ନିଜ ଲୋକେ ନିଦରେ ଶୋଇପଡ଼ି ଥିଲେ ସେ ତ ଆହୁରି ଭୟ ଲାଗେ ଏକା ଏକା‌ । ଛାତରୁମ୍ ର ଜିରୋ ଲାଇଟ୍ ଟି ଧପଧପ୍ ହେଇ ଲିଭିଯାଏ ପୁଣି ଜଗିଉଠେ । ତଳକୁ ଯାଇ କାହା ପାଖରେ ଗୁଞ୍ଜିଗାଞ୍ଜୀ ହୋଇ ଶୋଇବାକୁ ଭାବିଲା ବେଳକୁ ପଲଙ୍କ ରୁ ପାଦଟି ତଳକୁ ପକେଇବାକୁ ସାହସ ହୁଏନାହିଁ । ଆଉ ଯଦି ସାହସ କରି ସିଡ଼ିରେ ତଳକୁ ଯିବାକୁ ଆସିଲ ତ ଏମିତି ଲାଗେ ସିଡି ଉପରୁ କିଏ ଗୋଟେ ଆମ ଆଡ଼କୁ ଗୋଡେଇ ଆସୁଚି ଖୁବ୍ ଜୋର୍ ରେ । ମୋ ସହ ଏମିତି ଘଟିଲା ଥରେ ମୁଁ ଛାନିଆ ହୋଇ ଧାଇଁ ଯାଉଯାଉ ଭୟରେ ଧକା ମାରି ବସିପଡିଲି ସିଧା ଭଉଣୀ ଜୋଇଁ ଉପରେ ରୁମ୍ ଟା ଅନ୍ଧାର ଥିବାରୁ ଯଣା ପଡିଲାନି ମୁଁ ହାଉଳି ଖାଇ ବଡପାଟି ଶୁଣି ସେମାନେ ଲାଇଟ୍ ଜଳେଇବାରୁ ମୁଁ ଲଜ୍ଜିତ ହେଲି, ହେଲେ ମୋ ଦେହର ଲୋମଗୁଡା ଠିଆ ହୋଇଯାଇ ମୁଁ ଗୋଟାପଣେ ଥରୁଥାଏ । ସେଦିନ ରାତିରେ ଆଉ ଭଲରେ ନିଦ ହେଲାନି । ସକାଳୁ ଉଠି ଗୋବର ପାଣି ପିଇଲି । ଆଉ ସବୁକଥା କହିଲି । ପ୍ରକୃତରେ ସେଠି ଛାତଘରେ ଲାଇନ୍ ଥାଇଁ କିଛି ଲାଭ ନାହଁ। ଲାଇଟି ଜଳେଇକି ବି ,ଭୟ ପିଛା ଛାଡେନି । ସେଠି କିଏ ଅଛି ଆଜିଯାଏଁ ବି ଧରାପଡୁନି‌।

ମୋ ଭାଇ ଥରେ ଛାତ ଉପରେ ଆଈ ପାଖରେ ଶୋଇ ଫୋନ୍ ରେ ଗେମ୍ ଖେଳୁଥିଲା । ଗରମ୍ ହେଉଥିବାରୁ ଝରକାଟି ଖୋଲାଥିଲା । ଅଧରାତିରେ ଗୋଟେ ସ୍ତ୍ରୀ ଲୋକ ଝରକା ସେପଟେ ଠିଆ ହେଇଥିବା ପରି ତାକୁ ଲାଗିଲା । ସେ ନଜର ପକାଇ ଦେଲା ଯେଣୁ ତା ବୁଦ୍ଧି ହଜିଗଲା । ସେ ଦେଖିବାକୁ କିପରି ଜଣାପଡୁନଥିଲା ହେଲେ ଶାଢ଼ୀଟା ଏ ପିନ୍ଧିଥିବାରୁ ସ୍ତ୍ରୀ ଲୋକପରି ଜଣାଯାଉଥିଲା । ମୋ ମାମୁଁଙ୍କ ବଡ଼ପୁଅ କୁ ସେ ଗାଢେଇ ଅନେଇ ଥିଲା ରାଗରେ । ସେ ହଠାତ୍ ମାଆ ମାଆ ବୋଲି ମୋ ଆଈକୁ ଡାକ ପକାଇଲା ହେଲେ ତା ପାଟିରୁ କଥା ବାହାରୁ ନଥିଲା ଭୟରେ ସେ ଥରିକି ହାତ ହଲାଇ ଡାକିଲା ରୁ ଝରକା ସେପଟୁ ଶୁଭିଲା ସେ ସ୍ତ୍ରୀ ଲୋକଟି

ଖତେଇ ହେଇ କହୁଛି - " ହୁଁଃ .....ମାଆ ମାଆ ହଉଛୁ ନାଇଁ । ରହ‌.....ରହ...... ଏତିକିବେଳେ ତା ଜେଜେମା ଉଠିପଡିବାରୁ ସେ ଧଡ୍ କରି ଝରକା କବାଟ ଲଗାଇଦେଲା । ସେ ଅଦୃଶ୍ୟ ହୋଇଯାଇଥିଲା କୁଆଡେ ଯେମିତି। ଜେଜେମା ଚାରିଆଡ଼େ ନଜର ବୁଲାଇଲେ କଉଠି କେହି ନଥିଲେ । ଆଶ୍ଚର୍ଯ୍ୟ ??? ଏଇଠି ତ ଥିଲା ସେ । ଫୋନ୍ ଗେମ୍ ଖେଳା ଥୋଇଦେଇ ସେ ଚାଦରରେ ମୁହଁ ଘୋଡାଇ ମୋ ଆଈମା କୋଳରେ ଜାକିଜୁକି ଶୋଇପଡ଼ିଲା ।

ଆଉ ଶୋଇରହି ଭାବୁଥିଲା , ଦୁଇମହଲା ଛାତ ଉପରକୁ ସେ ସ୍ତ୍ରୀ ଲୋକଟି ଆସିଥିଲା କଉବାଟେ ??!!! ଆଜି ବି ସେମିତି ଖାଁ ଖାଁ ଲାଗେ ଛାତ ଉପର ରୁମ୍ ଗୁଡାକ । ମାମୁଁ ବି ରାତିରେ ‌କେବେ ଏକାକି ଶୁଅନ୍ତି ନାଇଁ । ଆଉ ମୁଁ ସେଦିନୁଁ ଛାତରେ ଶୋଇବାକୁ ଯାଏ ନାହିଁ । ବେଳେବେଳେ ଭାବୁ ଆମେ ସମସ୍ତେ ଆମେ ଚାରିପାଖରେ ଦେବାଦେବୀ ମନ୍ଦିର ରହିଥିଲେ ମଧ୍ୟ ଆମକୁ ଡରାଉଛି ତେବେ କିଏ ?



Rate this content
Log in

Similar oriya story from Horror