STORYMIRROR

Sashmita Panda

Romance Tragedy Thriller

3  

Sashmita Panda

Romance Tragedy Thriller

ଯେବେ ବର୍ଷା ଆସେ

ଯେବେ ବର୍ଷା ଆସେ

11 mins
10

ଆମ କାହାଣୀରେ ନାୟିକାର ନାଁ ବର୍ଷା ଆଊ ନାୟକର ନାଁ ମିଲନ୍ ! ଆସନ୍ତୁ ପ୍ରିୟ ପାଠକବୃନ୍ଦ ତେବେ ପଢ଼ିବା ଏକ ରୋମାଞ୍ଚକର ପ୍ରେମକାହାଣୀ ( ବର୍ଷା ମିଳନର ପ୍ରେମକାହାଣୀ)

ବିଷୟକୁ ନେଇ ! ଯେବେ ବର୍ଷା ଆସେ ମିଲନ୍ ର‌ ମନରେଖେଳିଯାଏ ରୋମାଞ୍ଚର‌ ଢେଉ ! ହେଲେ ସେମାନେ ପରସ୍ପର କିପରି ଚିହ୍ନା ପରିଚିତ ହେଲେ ? କିପରି ସେମାନଙ୍କ ବନ୍ଧୁତା 

ଗୁଡିଏ ବର୍ଷର ଅତିକ୍ରମରେ ଭଲପାଇବାରେ ବଦଳି ଯାଇଥିଲା ।

ଆଊ କିଏ କାହାକୁ ଉପହାରରେ କଣ୍ ଦେଇଥିଲେ । ଏଇ

ଭଲପାଇବା ଏକତରଫା ଥିଲା କି ଦୁଈଆଡୁ ଦୁଈମନରେ

ଜଳୁଥିଲା ପ୍ରେମର ପ୍ରଦୀପ ସେଇ ବିଷୟରେ ଆମେ ଏଇ 

ଜାଣିଯିବା.... ସେମାନଙ୍କ କୁମାର ଅବସ୍ଥାରରୁ କିଶୋରର

ଓ ଯୌବନର ଅତିକ୍ରମ ମଧ୍ୟରେ ଆନାବିଳ ସ୍ନେହ ପ୍ରେମ ଓ

ରୋମାଞ୍ଚ ରେ କିପରି ଶେଷ ସମୟରେ ସେମାନେ ଉଭୟେ

ଊଭୟଙ୍କର ପ୍ରେମକୁ ସ୍ବୀକୃତି ଦେଇଥିଲେ ! ଖୁବ୍ ମଜାଦାର 

ଆଉ ସୁନ୍ଦର ସୁଦୀର୍ଘ କାହାଣୀ ମୁଁ ନେଇ ଆସିଛି ଆପଣଙ୍କ ପାଇଁ 


ଆକାଶରେ ଘୋଟି ଯାଇଥିଲା ଘନକଳା ବାଦଲର ଆଭରଣ ।

ବହୁଥିଲା ଶୀତଳ ପବନ । ଆଊ ଚଳଚଞ୍ଚଳ ହେଉଥିଲା ଦୁଈମନ ଆଊ ଦୁଇଟି ଶରୀର ଏକ ହେଇଥିବା ପାଇଁ ଖୋଲା

ମେଘ ବର୍ଷାଝରା ଆକାଶର ତଳେ ! ମିଲନ୍ ଫୋନ୍ କରି ଡକାଇଥିଲା ବର୍ଷାକୁ କିଛି ପର୍ସନାଲ୍ କଥାକହି ତାକୁ କିଛି ଉପହାର ଦେବାପାଇଁ । ହେଲେ ବର୍ଷା ଯେତିକି ଊଚ୍ଛୁର ହେଉଥିଲା ମିଲନ୍ କୁ ଭେଟିବା ପାଇଁ ତା ଠାରୁ ବି ଅଧିକ ଅଧୀର

ହୋଇଉଠୁଥିଲା ମିଲନ୍ ତା ପ୍ରେମିକା ବର୍ଷାକୁ ତା ଛାତି ଭିତରେ

ବିପୁଳ ଜାଗାଟିଏ ଦେଇ ଦେବୀ ପରି ତାର ପୂଜା କରିବା ପାଇଁ 

ପ୍ରେମକରିବା ପାଇଁ....ଆଊ ମିଲନ୍ ତାର ମନକଥା କହି ବର୍ଷାକୁ

ତା ପ୍ରେମ ବର୍ଷାରେ ଭିଜେଇ ଦେବାପାଇଁ ।‌ ସେଥିପାଇଁ ସେ ଆଗରୁ ଏକ ବଡ ଗୋଲାପ 🌹 ଫୁଲର ତୋଡାଟିଏ ଧରି ବାଇକ୍ ରେ ବସି ଅପେକ୍ଷା କରିଥିଲା ବର୍ଷାର ଆଗମନକୁ ବାଟ ଚାହିଁ । ଆଊ କିଛି ସମୟ ପରେ ଆସି ପହଞ୍ଚିଗଲା ବର୍ଷା ! ତାର

ଯୌବନ ଭରା ସବୁଜିମାକୁ ଥରେ ଚକ୍ଷୁ ଅନ୍ତରାଳରେ ବୁଲାଇ 

ଘଡ଼ିଏ ଅନେଇ ରହିଲା ବର୍ଷାର ଆଖି ଓ ଗୋଲାପ ସଦୃଶ ଦୁଈଓଠ ପାଖୁଡ଼ାକୁ , ଭାବିଲା ସେ କିଛି କହିବା ତା ଗୋଲାପ ସଦୃଶ ପାଖୁଡା ପରିକା ଓଠଖୋଲି ଆଊ ବର୍ଷା ଓଠ ଖୋଲାଲା ବି ଆଊ କହିଲା ବି......

ବର୍ଷା -: ଓଃ ମାଇଁ ଗଡ୍....!!! ଆମର ଏମିତି ଏକ ବର୍ଷାଦିନିଆ ମୌସୁମୀ ପାଗରେରେ ଦେଖାହେବ ବୋଲି ମୁଁ ସ୍ବପ୍ନରେ ବି କେବେ ଭାବି ନଥିଲି । ଖୁସିରେ ମତୁଆଲା ହେଇ କହୁଥିଲା ବର୍ଷା , ମିଲନ୍ କୁ......


ମିଲନ୍-: ସତରେ ପିଗେଳୀ ....ଆଛା ଏମିତି ଆଜି କଣ ପାଇଁ କହିଲୁ ଯେ.....ସେକଥା କହିବୁନି ମୋତେ । 


ବର୍ଷା-: କାହିଁକି ନୁହେ !! ତୋତେ କହିବିନି ତ କାହାକୁ କହିବି ହେଲେ ମନରେ କଥା ଟା କଣ ଅଚାନକ କହିହୁଏ କି ??? କହିଲୁ ତୁ ଦେଖି । ମୋତେ ଭାରି ଲାଜ ଲାଗୁଛି । ସେ ପୁଣି ଆମ ପୁରୁଣା ଅତୀ ର ଗୋପନ ପ୍ରେମକଥା । ତୁ ମୋତେ ଭଲ ପାଉଥିଲେ ବି କହୁନଥିଲୁ କି ମୁଁ ବି କହିବାକୁ ସାହାସ କରିପାରୁ ନଥିଲି । ଆଉ ଆଜି ଅଚାନକ ତୋ ହାତରେ ମୋ ପ୍ରେମ ଚିଠି ଧରା ପଡିଯିବା ପରେ ଭାରି ଲାଜ ଲାଗୁଛି । ସେଥିରେ କଣ ଲେଖିଚି କଣ ନାଁହି ତୁ ମୋ ଆଗରେ ଖୋଲନା । ଘରେ ଯାଇ ପଢ଼ିବୁ ସମସ୍ତେ ଶୋଇଗଲା ପରେ । ମୁଁ ତୋତେ ଏବେ ନୁହେଁ ବହୁତ ଆଗରୁ , ଭଲପାଉଛି ସ୍କୁଲ ଲାଇଫ୍ ରୁ । ହେଲେ ସେସବୁ କଥା ତୋ ଆଗରେ କହିବାକୁ ମୋତେ ଭାରି ଲାଜ ଲାଗୁଛି । 


ମିଲନ୍ -: ( କହିଲା ବର୍ଷା,କୁ ) ଆଚ୍ଛା ସତରେ । ହୁଁ....ଉଁ....ଆଛା ଲାଜ ପୁଣି ମୋତେ.....!! ତୁ ସତରେ ପାଗେଳୀ ବୁଝିଲୁ ହଉ , ମୁଁ ସେପଟକୁ ମୁହଁ ମୋ ବୁଲେଇ ନଉଚି ତୋତେ ଆଉ ଲାଜ ଲାଗିବନି , ହେଲା ......ଏଥର ତୋ ମନକଥା ମୋତେ ସବୁ କହିଦେ 😅 ହସିହସି କହିଲା ପିୟୁସ୍ ।

ଶୁଣ୍ ମୋତେ ବି ତୋତେ କିଛି କହିବାର ଅଛି ହେଲେ ଲେଡିଜ୍ ଫାଷ୍ଟ୍ ତେଣୁ ତୁ ଆଗେ କହିସାର୍ ତା ପରେ ମୁଁ ବି ମୋ କଥା କହିବି ଆଊ ତୋତେ କିନ୍ତୁ ମୋ ଆଖିରେ ଆଖି ମିଶେଇ ଶୁଣିବାକୁ ପଡ଼ିବ ମୋ କଥା ମୁହଁ ଲୁଚେଇବୁନି ବୁଝିଲୁ !!🥰


ବର୍ଷା -: ଆଚ୍ଛା....ହଉ ଠିକ୍ ଅଛି। ମୁଁ ଆଗେ କହୁଛି।

 ତେବେ ଶୁଣ୍ । ଅଷ୍ଟମ ଶ୍ରେଣୀରେ ମୋର ଯେବେ ମୋର ହାଇସ୍କୁଲ ପାଠପଢା ପାଇଁ ରଘୁନାଥ ଜୀଉ ରେ ଆଡ଼ମିଶନ ହେଲା , ମୁଁ ସେବେଠୁ ସେଇଠି ପାଠ ପଢିଲି । ସ୍କୁଲ୍ ରେ ସବୁଥିରେ ଭଲ ନମ୍ବର ରଖିବା ସହ ସ୍କୁଲ୍ ର ମାଷ୍ଟରାଣୀ ଓ ମାଷ୍ଟର୍ସ ସମସ୍ତଙ୍କର ପ୍ରୀୟପାତ୍ରୀ ହୋଇଗଲି ।

ମୋ ସହ ସାଙ୍ଗ ହେବାପାଇଁ ସମସ୍ତେ ଆଗେଇ ଆସୁଥିଲେ । ସେ ସମୟରେ ମୋର ନୂଆ ଟ୍ୟୁସନ୍ ପାଇଁ ବାପା ମାଁ ଚିନ୍ତାରେ ଥାନ୍ତି । ଗୋଟେ ଭଲ ସାର୍ ମିଳିଲେ ପିଲାଟା ଆମର ଭଲ ନମ୍ବର ରଖି ପାସ୍ ହେବ ପରୀକ୍ଷାରେ । ତାର ଭଲ ଗାଇଡ୍ ମିଳିବ ଭବିଷ୍ୟତ ଉଜ୍ଜ୍ବଳ ହେବ ଏ ଆଶା ନେଇ । ଆଉ କିଛିଦିନ ପରେ ମୋର ନୂଆ ଟ୍ୟୁସନ୍ ଠିକ୍ ହୋଇଗଲା ଆମ ଘରଠାରୁ ୨/୩ କି.ମି. ଦୂରତା ଭିତରେ । ମୁଁ ଡେଲି ସାଇକେଲରେ ଯିବା ଆସିବା କରେ.....ମୁଁ କେବେ ଜାଣିନଥିଲି ତୋତେ । କି ତୁ ବି ଜାଣିନଥିଲୁ ମୋତେ । ଆମେ ଦୁହେଁ ଦୁହିଁଙ୍କ ଅଜାଣତରେ ପ୍ରତିଦିନ ଗୋଟିଏ ସ୍କୁଲ ଓ ଗୋଟାଏ ଟିୟୁସନ୍ କୁ ହିଁ ପଢିବାକୁ ଯାଉଥିଲେ । ହଠାତ୍ ମୋ ନଜରରେ ତୋ ନଜର ଏକ ହେଇଥିଲା ବହି ଦୋକାନରେ । ଆମେ ଖାତା କିଣିବାପାଇଁ ଯାଇଥିଲେ । ତୁ ମୋତେ କଣ ପଚାରିବୁ ଭାବି ଚୁପ୍ ଥିଲୁ । 

ମୁଁ ବି ଚୁପ୍ ଚାପ୍ ଫେରି ଆସିଲି ଖାତା କିଣା ସାରି ତା ପରଦିନ ଆମର ଭେଟ ହେଇଥିଲା ପ୍ରାର୍ଥନା ସମୟରେ ।‌ ସେଦିନ ତୁ ମୋ ଅପର ପାର୍ଶ୍ଵ ବଏଜ୍ ଲାଇନ୍ ରେ ଠିଆ ହୋଇଥିଲୁ । ସେଦିନ ଆମେ ଜାଣିଲେ ଆମର ଗୋଟେ ସ୍କୁଲ ବୋଲି । ସେଦିନ ବିତିଗଲା । ତୋତେ ମୁଁ ପ୍ରଥମ ଥର ମନ ଦେଇ ଦେଇଦେଲି ସେଦିନ....... ଯେଉଁଦିନ ଶନିବାର ଥିଲା । ଆଉ ସ୍କୁଲ୍ ରେ ପିଟି ସାର୍ ସକାଳୁଆ ଡ୍ରିଲ ଶିଖାଉଥିଲେ । ଆମ ସ୍କୁଲରେ ଶନିବାର ଆଗେ ଡ୍ରିଲ ହୁଏ । ମୁଁ ଡ୍ରିଲ କରିବା ହଠାତ୍ ମୋ ମୁଣ୍ଡ ଜୋର୍ ଘୁରେଇ ଦେଲା ମୁଁ ଭୁଇଁରେ କଚାଡି ହୋଇ ପଡିଗଲି । 


ସେଠାରେ ଏତେ ପିଲା ଥିଲା ମଧ୍ୟ କେହି ମୋତେ ଉଠାଇ ନେବାକୁ ଆସିନଥିଲେ । ତୁ ସାର୍ ଙ୍କୁ ବଡପାଟିରେ କହିଲୁ । ସାର୍ ତୋତେ ମୋତେ ଉଠାଇ କ୍ଲାସ୍ ରୁମ୍ ରେ ଛାଡ଼ିଦେବା କୁ କହିଲେ । ସାଙ୍ଗରେ ସ୍କୁଲ୍ ପିଅନ କୁ ଯିବାକୁ କହିଲେ । ତୁ ମୋତେ ଭୂଇଁରୁ ଉଠାଇ ତୋ ବାହୁରେ ତୋଳି ଧରିଲୁ ଯତ୍ନର ସହ ଆଉ କ୍ଲାସ ରୁମ୍ କୁ ନେଇ ଗଲୁ ସେଠାରେ ପିଅନ ତୋ ହାତରେ ପାଣି ଦେଇ କହିଲେ ମୁଁହରେ ଛାଟିବାପାଇଁ । ତୋ ହାତରୁ ଥଣ୍ଡା ପାଣି ଛିଟିକା ପଡ଼ିଲା ପରେ ମୁଁ ଉଠିବସିଲି । ଦେଖିଲି ତୁ ମୋର ପାଖରେ ବସି ସେବାକରୁଛୁ । ପାଖରେ ଅନ୍ୟମାନଙ୍କ ଭିଡ ଲାଗିଛି । ମୋତେ ତୁ‌ ଗୋଟେ ସ୍କୁଲ ଖାତାରେ ହାୱା କରୁଥିଲୁ ପାଖରେ ବସି ମୋ ମୁହଁକୁ ଅନେଇ ରହି । ମୋର ଡ୍ରେସ୍ ରେ ପାଣିପଡି ଓଦା ହେଇ ଯାଇଥିଲା । ତୋତେ ମୋ ପାଖରେ ବସିଥିବା ଦେଖି ମୁଁ ଲାଜରେ ଓଢଣିଟା କୁ ମୋ ଛାତି ଉପରେ ପକେଇ କହିଲି ତୋତେ ଲାଜେଇ ଲାଜେଇ ମୁଁ ଏବେ ଠିକ୍ ଅଛି । ତୁ ଏଥର ଯାଆ ଏଇଠୁ । ସମସ୍ତଙ୍କ ଦୃଷ୍ଟି ଆମ ଉପରେ କେନ୍ଦ୍ରିଭୂତ ହୋଇଥିଲା ସେଦିନ ! 

ମୋର ସ୍ୱାସ୍ଥ୍ୟ ଠିକଥିବା ଦେଖି ସବୁପିଲା ବେଞ୍ଚ ରେ ବସିଲେ । ତୁ ପକେଇଲୁ ତୋ ସେକ୍ସନ୍ - ବି କୁ ମୋର ଥିଲା ଏ ସେକସନ୍ । ଏସବୁ ଘଟଣା ପରେ ତୋ,ପାଇଁ ଧୀରେଧୀରେ ମନରେ ଗୋଟେ ଜାଗା ବନିସାରିଥିଲା ।

ଆଊ ଦିନେ ମନେଅଛି ....ଟିୟୂସନ୍ ଯିବା ବାଟରେ ମୋର ସାଇକେଲରୁ ଚେନ୍ ଖସିଯିବାରୁ ମୁଁ ହାତ କଳାକରି ସାଇକେଲ ରେ ଚେନ୍ ଦେବାକୁ ଚେଷ୍ଟା କରୁଥିବା ବେଳେ ତୁ ଆସି ସେଠି ପହଞ୍ଚି ମୋତେ ହେଲ୍ପ କଲୁ । ତୋ ହାତରେ ବି କଳା ଲାଗିଥିଲା । ପକେଟ୍ ରୁ ଗୋଟେ ରୁମାଲ ବାହାର କରି ନିଜେ ପୋଛି ମୋ ହାତ ପୋଛି ଦେଇଥିଲୁ । ଆମେ ସାଙ୍ଗ ହୋଇ ଗୋଟେ ଜାଗାରେ ପହଞ୍ଚିଲେ । ସେଇଠୁ ତୁ ଆଉ ମୁଁ ଜାଣିଲେ ଯେ ଆମର ଏକା ଟ୍ୟୁସନ୍ ବୋଲି । ଧିରେଧିରେ ତୋର ମୋର ଗୋଟେ ସମ୍ପର୍କ ଗଢ଼ି ଉଠିଥିଲା ବନ୍ଧୁତ୍ୱ ର.......ଏଥର ସବୁବେଳେ ମୋର କାମ ତୋ ପାଖରେ ଆଉ ତୋ କାମ ମୋ‌ ପାଖରେ ପଡୁଥିଲା ।

ଯେମିତି ସ୍କୁଲ ଆଉ ଟ୍ୟୁସନ୍ ର ପାଠ ଖାତା ଦିଆନିଆ । ଆମେ ଦୁଇଜଣ ଏକାସାଙ୍ଗରେ ଭଲ ନମ୍ବର୍ ରଖି ନବମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ । କିନ୍ତୁ ସେକ୍ସନ୍ ଟା ତଥାପି ଅଲଗା ଥିଲା । 

ଏ ଆଉ ବି । ନବମ ଶ୍ରେଣୀରେ ବାର୍ଷିକ ପରୀକ୍ଷା ବେଳକୁ ମୋର ଆଉ ସ୍କୁଲ୍ ଆସିବା କିଛି ଦିନ ବନ୍ଦ ହେଇଗଲା । ମୋର ସ୍କୁଲ ନଯିବା ଆଉ ତୋ ସହ ଦେଖା ନହେବା ଆମ ଉଭୟଙ୍କୁ ଭାରି କଷ୍ଟଦେଲା ।‌ ତାର କିଛି ଦିନ ପରେ ମୁଁ ପୁଣି ସ୍କୁଲ କୁ ଆସିଲି ।

ତୁ ରିସେସ୍ ଟାଇମ୍ ରେ ମୋ ପାଖକୁ ଧାଇଁଆସିଲୁ ଯେମିତି ତୋତେ ମୁଁ ବୋଧେ ଖୋଜୁଛି । ପକେଟ୍ ରୁ ବାହାରକଲୁ ସାଙ୍ଗରେ ଆଣିଥିବା ଏକ ବଡ ଡେରିମିଲ୍କ ଚକୋଲେଟ୍ 🍫 । ଆଊ ମୋ ହାତରେ ଧରେଇ ଦେଇ କହିଲୁ ଆଜି ଚକୋଲେଟ୍ ଡେ ରେ ଏଇଟା ମୁଁ ତୋ ପାଇଁ ଆଣିଥିଲି । 

ମୋତେ ପଚାରିଲୁ ,କଣ ପାଇଁ ଏତେଦିନ ସ୍କୁଲ ବନ୍ଦ‌କଲୁ ବୋଲି ??? ମୁଁ ମୁହଁଟାକୁ ଲାଜରେ ତଳକୁ କରି ବୁଲାଇ ନେଲି। ତୁ ଆଉଥରେ ପଚାରିଲୁ ସେଇ ଏକା ପ୍ରଶ୍ନ । କଣ ହେଇଥିଲା । ଏଥର ମୁଁ ତୋ ପାଖରୁ ଲାଜରେ ଦୂରେଇ ପଳେଇଲି । କହିଲି ପରେ କହିବି । ହେଲେ ତୋର ଏକା ଜିଦ୍ ଆଗରେ ମୁଁ ହାରିଗଲି । ଆଉ କହିଲି ଶୁଣ ପିୟୁଷ୍ , ଏକଥା ସମସ୍ତଙ୍କୁ କୁହାଯାଏ ନାହିଁ ।

ତୁ ପୁଣି କହିଲୁ - ନାହିଁ ! ସମସ୍ତେ ନୁହେଁ ମୋତେ କହ । ମୁଁ ତୋତେ ମିଛଟାରେ କହିଥିଲି ଯେ ମୋର ହାଡଫୁଟି ହେଇଥିଲା ବୋଲି । ତୁ ମୋ ଦେହକୁ ବାରବାର ଆଖି ବୁଲାଇଲୁ କାହିଁ କଉଠି ତ dark mark ନାଁହି । ମୁଁ କହିଲି ତୋତେ ମୋ ରାଣ ଏକଥା ମୁଁ ତୋତେ କହିପାରିବିନି , ଯେ- ମୁଁ ଆଠଦିନ କାହିଁକି ସ୍କୁଲ ବନ୍ଦ କଲି । ମୋ ସାମାନ୍ୟ ରାଗରେ ପକେଇଥିବା ରାଣର ସମ୍ମାନ ରଖି ତୁ ଚୁପ୍ ରହିଲୁ । ସମୟ ଗଡିଚିଲିଲା । ମୋ ଦେହରେ ଯୌବନର ଢେଉ ଲହଡ଼ି ଭାଙ୍ଗୁଥିଲେ । ଅଷ୍ଟମ ଶ୍ରେଣୀରୁ ପାଠ ପଢିବା ସହ ମୁଁ ତୋ ପାଇଁ ପ୍ରତି ତିନି ମାସରେ ଥରେ ସମୟ ବାହାରକରି ଚିଠିଟେ ଲେଖୁଥିଲି ତୋ ନାଁ ରେ । ଆଉ ଲୁଚାଇ ରଖୁଥିଲି ମୋ ଡାଏରି ରେ, ଆଉ ତା ସହ ଗୋଟେ ସଜଗୋଲାପ । ସବୁବେଳେ ଭାବୁଥିଲି ୟାକୁ ଏକାଠି କରି ତୋତେ ନିୟୁ ଇୟର ରେ ଗ୍ରିଟିଂସ ରେ ଲୁଚାଇ ଦେଇଦେବି ହେଲେ ,ବର୍ଷ ପରେ ବର୍ଷ ବିତିଗଲେ ବି ମୁଁ ତୋତେ କହିପାରିଲିନି କି ଦେଇ ପାରିଲିନି ଚିଠି 💌 ଗୁଡାକୁ ।‌ ଦଶମ ଶ୍ରେଣୀର ଆରମ୍ଭ ରୁ, ମୋ ସହ ଯଦି କୌଣସି ପୁଅସାଙ୍ଗଟେ କଥାହୁଏ , ତୁ ମୋ ପାଖକୁ ଚାଲିଆସୁ ଖବର‌ ରଖିବାକୁ ଯେ ସେ ମୋତେ କଣ୍ କହୁଛି ବୋଲି । ଏମିତି ସମୟ ବିତିଚାଲିଲା । ହେଲେ ତୁ କହିଲୁନି ତୋ ମନକଥା କି ମୁଁ ବି କହି ପାରିଲିନି ମୋ ମନବ୍ୟଥା । ହେଲେ‌ ମୋ ମନରେ ଗୋଟାଏ ପ୍ରଶ୍ନ ସେ କଣ ସତରେ ମୋତେ‌ ଭଲ 💖 ପାଉଥିବ ଆଉ ଯଦି ନୁହେଁ ମୁଁ ଆଗେ ( ଆଇ ଲଭ୍ ୟୁ ) କହିବା ପରେ ତୋ ଠାରୁ ମନା ଶୁଣିଲେ ଭାରି ବାଧିବ । ତେଣୁ ଚୁପ୍ ରହି ମନକଥା କୁ ମନରେ ଲୁଚାଇ ରଖିଲି 


ମିଲନ୍-: ଆଲୋ...ପାଗେଳି ମୁଁ ସିନା ସେତେବେଳେ ବୁଝି ନଥିଲି

ଯେ ତୁ ଆଠଦିନ ସ୍କୁଲ୍ କାହିଁକି ବନ୍ଦ୍ କରିଥିଲୁ ବୋଲି । ହେଲେ

ଆଜି ମୁଁ ଯୌବନର ପ୍ରଥମ ପାହାଚରେ ଠିଆହୋଇ ସବୁ ବୁଝି

ପାରୁଛି ସେଦିନ ତୋର କଣ୍ ଅସୁବିଧା ପାଇଁ ତୁ ସ୍କୁଲ ଆସୁନଥିଲୁ

ଏ ବର୍ଷା ତୁ କହ ତୁ ବି ସେଦିନ ଯୌବନର ପ୍ରଥମ ପହାଚ ଚଢୁଥିଲୁ । ପ୍ରଥମ ଋତୁସ୍ରାବର କାରଣ ଯୋଗୁ ତୁ ଆସୁନଥିଲୁ 

ବର୍ଷା ଲାଜରେ ମୁହଁପୋତି ମୁଣ୍ଡ ହଲାଇ ସମ୍ମତି ଜଣାଇଲି ।


ସରିଲା ୧୦ମ ଶ୍ରେଣୀ ମାଧ୍ୟମିକ ପରିକ୍ଷା । ଆଉ ମୁଁ ଲେଖିବସିଲି ବର୍ଷର ଶେଷ ଚିଠିଟି । ଲୁଚାଇ ରଖିଲି 🌹 ଫୁଲ ସହ ଡାଏରୀ ଭିତରେ ସମ୍ଭାଳି । ଆଉ ବାର୍ଷିକ ପରୀକ୍ଷା ପ୍ରସ୍ତୁତିରେ ଲାଗିପଡିଲି । ଦଶମ ଶ୍ରେଣୀର ବର୍ଷଶେଷ ମେଟ୍ରିକ୍ ପରୀକ୍ଷା ବି ସରିଗଲା ୟା ଭିତରେ । ତଥାପି ବି ମୁଁ ତୋତେ ଦେଇପାନଥାଏ ମୋ ହାତଲେଖା ପ୍ରେମର ଗୋପନ ଚିଠି କି କହିବି ପାରୁନଥାଏ ମୁଁ ତୋତେ ଭଲ ପାଉଛି ବୋଲି । ଭାଗ୍ୟକୁ ଆମ ଦୁହିଁଙ୍କ ଫାଷ୍ଟ କ୍ଲାସ ରେ ନମ୍ବର ରହିଥିଲା । ତୁ ହାପି କୁ ମୁଁ ହାପି ଆମ ଘର ଲୋକେ ବି ଡବଲ୍ ହାପିଥିଲେ । ମୁଁ ଦଶମ ଶ୍ରେଣୀର ସବୁ ବହିକୁ ସେଟ୍ କରି କ୍ଲାସ୍ ର ସାଙ୍ଗ କୁ ଦେଇଦେଲି । 

ଆଉ ଚିଠି ସବୁକୁ ଏକାଠି କରି ଡାଏରୀ ରେ ଭରି ଆଗରୁ କିଣି ରଖିଥିବା ସୁନ୍ଦର ଲଭ୍ କପଲ୍ ଡିଜାଇନ୍ ଗ୍ରିଟିଂ କାଡ୍ ଭିତରେ ରଖି ପାର୍ସଲ ଟିଏ ବନାଇଦେଲି । ପାର୍ସଲ୍ ଉପରେ ଗୋଟେ ବଡ ଲାଲ ଗୋଲାପ 🌹 କଣି ତୋ ନାଁରେ ସଜେଇବାକୁ ଫୁଲ କିଣିବାକୁ ସାଇକେଲରେ ଯାଇଥିଲି । 

ଫୁଲଟା କିଣି ସାରିବାପରେ ମୁଁ ଫେରୁଥାଏ । ସତେ ଯେମିତି ଆମ ଦୁହିଁଙ୍କୁ ଏକାଠି କରିବାପାଇଁ ମେଘ ଅନ୍ଧାର କରି ମାଡିଆସିଥିଲା । ମୁଁ ସାଙ୍ଗ ରେ ଆଣିନଥିଲି ଛତା । ମୋର ଆସିବା ବାଟଦେଇ ପବନବେଗରେ ସାଇକେଲର ହାଣ୍ଡେଲ୍ ବୁଲିଗଲା ପେଡାଲ୍ ରୁ ଗୋଡ ଖସିଗଲା । ମୁଁ ଜୋର୍ ରେ ତୋ ସାଇକେଲ ସହ ଧକାଖାଇ ତଳେ ପଡିଗଲି । ମେଘୁଆ ଶୀତଳ ପବନରେ ମନଟା ମତୁଆଲା ହୋଇ ଯାଇଥିଲା ମୋର । ପବନର ବେଗ ଏତେ ଜୋର୍ ଥିଲା ଯେ ମୋର ଓଢ଼ଣୀ ଟା ଦେହରୁ ଖସି ଦୂରକୁ ଉଡିଗଲା ।


ମିଲନ୍ -: ତୋ ଦେହ‌ ବିନା ଓଢ଼ଣୀ ରେ ସୁଗୋଲ୍ ସୁଢଳ ସ୍ତନ ଦୁଇଟା ଉପରେ ମୋର ଚୋରା ନଜର ପଡିଗଲା । 

ତୋ ସାଇକେଲ ଡାଲାରୁ ଖସି ପଡିଥିଲା ପାର୍ସଲ୍ ଟି । ଆଉ ତା ପାଖରେ ସେଇ ବଡ ଲାଲ ଗୋଲାପ 🌹 ଫୁଲ ।


ବର୍ଷା -: ହଁ ଆଉ ତୁ ଗୋଟେ ଆକର୍ଷଣୀୟ ଲୋଲୁପ ଦୃଷ୍ଟିରେ ଅନାଇ ରହିଥିଲୁ ମୋତେ ! ମୋର ବକ୍ଷସ୍ଥଳ କୁ ଲୋଲୁପ ଦୃଷ୍ଟି ରେ 🙈। ତୋର ଘନଘନ ନିଃଶ୍ୱାସ ପ୍ରଖର ବେଗରେ ଧାଉଁଥିଲା ମୋତେ ଦେଖି , ତୋର ଚା‌ହାଣୀ ଆଊ ତୋର ଏମିତି ଅଡ଼ୁଆ ଅବସ୍ଥା କୁ ପ୍ରଥମଥର ଅନୂଭଵ କରି ,ଲାଜରେ ସରମି ଯାଇଥିଲି ମୁଁ.......। ତୁ ବି ମୋର ‌ଲାଜମିଶା ଦୃଷ୍ଟିଭଙ୍ଗୀକୁ ଦେଖି ମୁଁହକୁ ତଳକୁ କରି ବଢାଇଲୁ ସାହାଯ୍ୟର ହାତ ସବୁଥର ପରି । ଊଠାଇନେଲୁ ମୋତେ ତୋର ବିଶାଳ ବାହୁରେ‌ ଦଉଡିଗଲୁ ଖଣ୍ଡେ ଦୂରେ ମୋର ଊଡିଯାଇଥିବା ଓଢ଼ଣୀ ପଛରେ ଆଊ ନେଇଆସି ମୋତେ ଢାଙ୍କି ଦେଇଥିଲୁ ଆପାଦମସ୍ତକ ଯାଏ । 

ମୁଁ ଜାଣିଜାଣି ପାର୍ସଲଟି ଉଠାଇ ନଥିଲି , ତୋ ପ୍ରତିକ୍ରିୟା କଣ ଦେଖିବାପାଇଁ । ମୋ ଭାବନା ସହ ତାଳ ମେଳାଇ ତୁ ସେଦିନ , ସେୟା ହିଁ କଲୁ ଯାହା ମୋ ମନରେ ଆଶା ଆଶଙ୍କା ବାନ୍ଧିଥିଲା ।

ତୁ ଊଠାଇଲୁ ତଳେ ପଡିଥିବା ମୋର ପାର୍ସଲ୍ ଟି । ଆଉ ସେତେବେଳେ ତୋର ହାତରୁ ଗୋଟି ଗୋଟି ହେଇ ଖସି ପଡିଲା , ମୋ ହାତଲେଖା ପ୍ରେମର ♥️ ଗୋପନ ଚିଠି 💌 ଯେଉଁଥିରେ ଚିଠିର ପ୍ରତିଟି ପୃଷ୍ଠାରେ ଲେଖାଥିଲା କାହାର ନାଁ । ମୁଁ ସେଇ ପାର୍ସଲ୍ ଟିକୁ ତୋ ହାତରୁ ଛଡ଼ାଇବାକୁ ଚେଷ୍ଟାକଲି । ହେଲେ ତୁ ମୋ ମୁହଁକୁ ସନ୍ଦେହ ଦୃଷ୍ଟିରେ ଅନେଇ ସେସବୁ ଚିଠି କୁ ଛଡେଇ ନେଲୁ ମୋ ହାତରୁ ।

ଆଉ ଯେବେ ପଢି ଦେଖିଲୁ ସେଥିରେ ସବୁ ପେଜ୍ ରେ ଲେଖାଥିଲା ଖାଲି ତୋରି ନାଁ । ତାପରେ ତୁ ମୋତେ ଜାବୁଡ଼ି ଧରିଲୁ ସେ ଫୁଲ ମାଳମାଳ ରାସ୍ତା କଡର ମେଘୁଆ ଖୋଲା ଆକାଶ ତଳେ । ରାସ୍ତାଟି ସେ ସମୟରେ ଜନ ଶୂନ୍ୟତା ଘେରି ଯାଇଥିଲା ସିନା , ହେଲେ ତୋ ଛାତିରେ ଭରି ଯାଇଥିଲା ମୋ ପାଇଁ ପ୍ରେମମାଧୁରୀ ର ପୂର୍ଣ୍ଣତା ‌।

ମୁଁ ଥରିଥରି ଲାଜରେ ଅପରାଧୀ ଟିଏ ହୋଇ ଖୁଣ୍ଟପରି ଠିଆ ହୋଇଥାଏ । ଆଉ ତୁ ତୋର ଓଠରେ ଛାତିରେ ଲଗାଇ ଜାବୁଡ଼ି ଧରିଥିଲୁ ସବୁ ଚିଠିକୁ ତଳୁ ଉଠାଇ । ଆଊ ସେ 🌹 ଗୋଲାପ ଫୁଲ...............( ତା ପାଟିରେ ହାତ ବନ୍ଦକରି କହିଲା ମିଲନ୍ )


ମିଲନ୍ -: ଏତେଦିନ ପରେ ଏବେ ଏ ପ୍ରେମଚିଠି ସବୁ ମୋରି ହାତରେ ଧରାପଡିଛି । ତୁ ପୁଣି, ମୋତେ ଏ ଚିଠି ସବୁ ଲୁଚେଇ ଥିଲୁ...!!? ଥରେ କହି ଦେଖିଥାନ୍ତୁ କି ...!!ତୁ ମୋତେ ଭଲପାଉ କି , ନାଁ....!! ମୁଁ ତୋତେ ହାତରେ ଗୋଲାପ ତୋଡା ଟିଏ ଧରି ତୋ‌ ଆଗରେ ଆଣ୍ଠେଇ କି ତୋତେ ପ୍ରପୋଜ୍ କରି କହିଥାଆନ୍ତି ।Do you Love 💕 me....? ବର୍ଷା.....? ତୁ ଯାଣୁ , ମୁଁ ତୋରିପାଇଁ କେତେ ମିଠା ମିଠା ଫିଲିଙ୍ଗ୍ସ ମନରେ ନେଇ ତୋତେ ଅପେକ୍ଷା କରିଥିଲି ତୋରି ବାଟରେ । 

ମୋ ମନ ଭିତରେ ପ୍ରତି ମୂହୁର୍ତ୍ତ ରେ ଖାଲି ତୋରି ନିରିମାଖି ମୁହଁ ଦିଶି ଯାଉଥିଲା । ଆଜି ପୃଥିବୀ ର ସବୁଜାକ ଦାମୀ ସୁନା ହୀରା ଲୀଳା ଠାରୁ ବି ଅମୂଲ୍ୟ ସମ୍ପଦ , ତୋର ଏ Love letter 💌 ସବୁ ମୋ ପାଇଁ .....। ଏୟାକହି ମିଲନ୍ ବର୍ଷାର ସବୁ ଚିଠି 

ଗୁଡ଼ିକୁ ଅତି ଯତ୍ନରସହ ତାର ବ୍ୟାଗ୍ ରେ ରଖିଦେଲା । ଆଊ ବର୍ଷାକୁ କୋଳରେ ବସେଇ କହିଲା....

ମୁଁ ତାକୁ ସବୁଦିନ ସବୁରାତିରେ ଖୋଲି ପଢିବି । ଘରେ ସମସ୍ତେ ନିଦରେ ଶୋଇଯିବା ପରେ । ସାଇତି ରଖିବି ସବୁଦିନ ମୋ ଛାତିରେ । ଓଠରେ ଲଗେଇ ରଖିବି ନର୍ଜନ‌ ରାତିର ବେଳାରେ । ଏତେ ଭଲପାଇ ଜଣେ ,ଏଯାଏ କେମିତି ମୋ ପାଇଁ ଚିଠି ଲେଖି , ମୋତେ ଲୁଚେଇ ରଖିଥିଲା । ବଡ ଆଶ୍ଚର୍ଯ୍ୟ ଲାଗୁଛି ମୋତେ ......ସତରେ❤️ ବର୍ଷାର କଥାସବୁ ସରିବାପରେ ,ଏବେ କହିବାକୁ ଆରମ୍ଭ କଲା ମିଲନ୍....


ମିଲନ-:ମୁଁ.... ବି...ତୋତେ ବହୁତ ଭଲପାଏ ବର୍ଷା.....!! ଶୁଣ୍ ‌ଯାହା ଆଜିଯାଏଁ ମୁଁ ବି ଏକଥା ତୋତେ ନକହି , ଲୁଚେଇ ରଖିଥିଲି । କାଳେ ତୁ ଆଉ କାହାକୁ ପସନ୍ଦ କରୁଥିବୁ ଏଇ ସନ୍ଦେହରେ....! ହେଲେ ଆଜି ସେ ସନ୍ଦେହ ମୋର ଦୂରୀଭୂତ ହୋଇଯାଇଛି । ଆଉ ଆଜି ମୁଁ....ବି..... କହୁଛି , ତୋତେ ଲୋ ପ୍ରିୟା ମୁଁ ପ୍ରଥମ ଦେଖାରୁ ହିଁ ଭଲ ପାଉଛି । ଏ ମୋର ବର୍ଷା....!! ବର୍ଷା......!! ତୁ ହିଁ ମୋ ମନର ମାନସୀ ବର୍ଷା.....!! ( କହିବାବେଳେ ମିଲନ୍ ର ଦେହରେ ପୁଲକିତ ରୋମାବଳି ସମୁଦ୍ରର ଢେଉ ହୋଇ ଉଠୁଥିଲା ଆଊ ବଢୁଥିଲା ଘନଘନ ହୃଦୟର ସ୍ପନ୍ଦନ.......!!!

ଏତେ ବର୍ଷର ଭଲପାଇବା କୁ ତୁ........କେମିତି.....? ! କେମିତି ଲୁଚେଇ ରଖିଥିଲୁ ଲୋ.... ମୋ.... ପାଗେଳୀ......!!!! ଶୁଣ୍ ପାଗେଳୀ , ଯଦି ଆଜି ତୋର ଏଇ ପ୍ରେମ ଚିଠି ତୋତେ ମୋ ଆଗରେ ଧରା ପକେଇ ନଥାନ୍ତା ! ଆଊ ତୁ ଯଦି ମୋତେ ପ୍ରପୋଜ୍ କରିବାପାଇଁ , ଆଉବେଶୀ ଡେରି କରିଥାନ୍ତୁ...ନାଁ......!! ସତରେ କହୁଛି , କଲେଜ୍ ଟାଇମ୍ ‌ରେ ମୁଁ ନିଜେ ଆସି ତୋତେ ‌କହିଥାନ୍ତି ଭଲେଣ୍ଟାଇନ୍ wish କରି । " I LOVE 💕 YOU " ଲୋ....... ♥️ ଗୋରୀ.....। କେବେ...ଭାବି......ମୁଁ ନଥିଲି , ଜୀବନରେ ଏମିତି ମୋଡରେ ଆମର ଦେଖାହେବ ! ଆଉ ଲେଖାହେବ, ଆମ LOVE ❤️ STORY ✍️ 

ମିଲନ୍ -: ଶୁଣ୍ ମୋ ଗେଲି..... ଖାଲି ତୁ ନୁହେଁ , ମୁଁ ବି ତୋତେ surprise ଦେବି ବୋଲି କେବେଠୁ ଗୋଟେ ଜିନିଷଟେ ରଖିଛି ।‌ ଆଊ ଏଇଥର ଦେଖାହେଲେ ମୁଁ ସେଇଟା ତେତେ ଦେବି ବୋଲି ମନେମନେ ଭାବିଥିଲି......ଏଇ ଦେଖ୍ ।

ବର୍ଷା -: wao return surprise 🫢 ମାନେ ତୁ ବି ମୋ ପାଇଁ କିଛି ରଖିଛୁ । ହେଲେ କଣ୍ ଅଛି ୟା ଭିତରେ......!!?? Verynice ☺️

ମିଲନ୍ -: ହୁଁ......ସେଇମିତି ଦେଇଦେବି ବୋଲି ଭାବିଛୁ କି.....?? ଉଁ..... ହୁଁଉଁହ୍......ତୁ ଆଗେ ଆଖି ବନ୍ଦକର୍ ।

ବର୍ଷା -: ( ଆଖି ବନ୍ଦକରି ) ହଉ ଆଖି ବନ୍ଦକଲି....ଏବେ ଖୋଲ୍ ମୋ surprise 🎁 gift....

ମିଲନ୍ -: ( ବର୍ଷାର କାନ ପାଖରେ ଫିସ୍ ଫିସ୍ କରି କହିଲା ) ଗୋଟେ ଦିନ ଏମିତି ଦେଖାହେବ , ମୁଁ ଲେଖିଦେଲି ✍️ ଆମ ଏଇ Love💕Story 🥰 ........" ।

ଏତିକି କହି ମିଲନ୍ , ମାନସୀ କୁ ପ୍ରେମର ♥️ ପ୍ରଥମ ଆଲିଙ୍ଗନରେ ଭିଡିନେଲା ତା ଛାତିକୁ ଆଊ ଜୋରରେ ଚାପିଧରିଲା । ମାନସୀ ଛାତିରେ ମିଠା ଦରଜ ଭରିଦେଲା ମିଲନ୍ । ଆଉ ପିନ୍ଧାଇ ଦେଲା ଏକ ସୁନାରେ ତିଆରି ଦୂଈ ଫାଳିଆ ଲଭ୍❤️ ଲକେଟ୍ । ଯେଉଁଥିରେ କି ଗୋଟେ ପାର୍ଶ୍ଵରେ ରେ ମିଲନ୍ ଓ ଅପର ପାର୍ଶ୍ଵରେ ବର୍ଷାର ସୁନ୍ଦର ଫୋଟ ଯୋଡା ହୋଇଥିଲା । ଏ ସମୟରେ ଆକାଶରୁ ଘଡ଼ଘଡ଼ି ଓ ବିଜୁଳି ମାରିଦେବାରୁ ମିଲନ୍ ଛାତିକୁ କୁଣ୍ଢେଇ ଧରିଲା ବର୍ଷା। ଆଊ 

ବର୍ଷା ଆଊ ମିଲନ୍ ର ପ୍ରେମକାହାଣୀକୁ ଭିଜେଇବାକୁ ସତସତିକା ଆକାଶରୁ ଏତିକିବେଳେ ବର୍ଷାଧାରା ଝରିଝରି ଭିଜେଇ ଦେଇଥିଲା ସେ ଦୁଈପ୍ରେମପକ୍ଷୀଙ୍କ ଦେହ, ମନ ପ୍ରାଣ ।

ବର୍ଷା ଖୁସିରେ ଆତ୍ମବିଭୋର ହୋଇ‌ ମିଲନ୍ ଓଠକୁ ,💋 ତା ଓଠରେ ଆଙ୍କିଦେଲା ପ୍ରେମର, ପହିଲି ଚୁମ୍ବନ..........💋ସେ କେବେ ସ୍ୱପ୍ନ ରେ ସୁଦ୍ଧା ଭାବିନଥିଲା,ତା ସହ ମିଲନ୍ ଗୋଟେ ଦିନ ଏମିତି ଦେଖାହେବ । ଆଉ ଯାହା ତାର ଜୀବନର ରଙ୍ଗ ବଦଳାଇ ଦେବ । ପ୍ରଥମ ପ୍ରେମ , ପ୍ରଥମ ଚିଠି, ପ୍ରଥମ ସ୍ପର୍ଶ, ପ୍ରଥମ ଆଲିଙ୍ଗନ ଓ ପ୍ରଥମ ଚୁମ୍ବନରେ ଯେ , ଏତେ ମାଦକତା ଓ ସୌମ୍ୟ ସ୍ପନ୍ଦନରେ ଭରି ରହିଥାଏ ବୋଲି ଆଜି ବର୍ଷା ଓ ମିଲନ୍ ମର୍ମେ ବୁଝି ପାରୁଥିଲେ । 

     

            ❤️---ସମାପ୍ତ ---❤️

            ସସ୍ମିତା ପଣ୍ଡା ✍️କଟକ 

            -----------------------


  

  







Rate this content
Log in

Similar oriya story from Romance