ପ୍ରେମଫୁଲ 🌹
ପ୍ରେମଫୁଲ 🌹
( ଯେଉଁଠି ସତପ୍ରେମ ଥାଏ । ସେଠି ପ୍ରେମର ଫୁଲଟି ଆପେ ଫୁଟି ଉଠିଥାଏ । ପ୍ରେମ ଏକ ସମର୍ପଣ । ଯେଉଁଠି ସର୍ତଥାଏ । ସେଠି ପ୍ରେମ ନଥାଏ ଆଉ ଯେଉଁଠି ସର୍ତ୍ତଥାଏ ସେଠି କେବେ ପ୍ରେମ ନଥାଏଏହା ବୁଲବୁଲ୍ ଚଢ଼େଇ ଓ ଏକ ଧଳାଗୋଲାପ ଫୁଲର ପ୍ରେମକାହାଣୀ )
ଏକ ଛୋଟ ଚଢ଼େଇ ଟିଏ ଥିଲା । ସେ ସେଇ ଧଳାଫୁଲକୁ ବହୁତ୍ ପ୍ରେମ କରୁଥିଲା । ହେଲେ ଧଳାଫୁଲ ସେ ଛୋଟ ଚଢ଼େଇ କୁ ପ୍ରେମ କରୁନଥିଲା । ଦିନେ ସେଇ ଛୋଟ ଚଢେଇଟି ଧଳାଫୁଲକୁ କହିଲା ମୁଁ ତୁମକୁ ବହୁତ ଭଲପାଏ । ତୁମକୁ ଘଣ୍ଟା ଘଣ୍ଟା ଅନେଇ ରହେ । ତୁମପାଇଁ ସୁନ୍ଦର ଗୀତ ବି , ଗାଏ । ହେଲେ ତୁମେ ମୋ ସହ କଣପାଇଁ କଥା ହୁଅନି ? ଦେଖ ମୋର ବି ରଙ୍ଗ ଧଳା ଅଟେ । ତା କଥା ଶୁଣି ଧଳା ଗୋଲାପ ଫୁଲଟି କହିଲା , ମୁଁ ତୁମ ପ୍ରେମକୁ ଗ୍ରହଣ କରିବି , ହେଲେ ଗୋଟେ ସର୍ତ୍ତ ରେ !! ଚଢ଼େଇଟି ପଚାରିଲା ତେବେ ସେ ସର୍ତ୍ତ କଣ ମୋତେ କୁହ । ମୁଁ ମୋ ଭଲପାଇବା ର ନିଦର୍ଶନ ଦେଇ ନିଶ୍ଚେ ପୁରଣ କରିବି । ବୁଲବୁଲ୍ ର କଥା ଶୁଣି ଧଳା ଗୋଲାପ କହିଲା ମୋତେ ଲାଲ୍ ଗୋଲାପ 🌹 ହେଇ ଫୁଟିବା କୁ ବହୁତ ଇଚ୍ଛା ଥିଲା । କାରଣ ମୋର ମାଲିକ ଏକ ସୁନ୍ଦରୀ ରାଜକୁମାରୀ ଙ୍କୁ ଭଲ ପାଉଛନ୍ତି । ଆଉ କାଲି ତାର ଜନ୍ମଦିନ ଶୁଭ ଅବସରରେ ତାକୁ ଏକ ଲାଲ୍ ଗୋଲାପ ଫୁଲର ତୋଡା ଦେଇ ତାର ମନକୁ ଖୁସି କରିବାକୁ ଚାହୁଁଛନ୍ତି । ମାଲିକଙ୍କ ବଗିଚାରେ ଗୋଟେ ବି ଲାଲ୍ ଗୋଲାପ ନଥିବାରୁ ସେ ତାଙ୍କ ପ୍ରେମିକା ପାଇଁ ବିକଳ ହୋଇ କାନ୍ଦୁଛନ୍ତି । ଆଉ ତାଙ୍କ ଦୁଃଖସହି ନପାରି ମୁଁ ଏଠି ମନଦୁଃଖରେ ରହିଛି ।
କଣ ତୁମେ ମୋର ସବୁ ଧଳାରଙ୍ଗ ଗୋଲାପ କଢ ଗୁଡିକୁ ରାତି ପାହିଲା ମାତ୍ରେ ଲାଲ୍ ଫୁଲରେ ପରିଣତ କରିପାରିବ ? ଯଦି ତୁମେ ମୋର ଏଇ ସର୍ତ୍ତ ପୂରଣ କରିଦିଅ ,ତେବେ ପ୍ରଭାତ ପରେ ମୁଁ ତୁମ ପ୍ରେମକୁ ନିଶ୍ଚେ ସ୍ୱୀକାର କରିବି । ଛୋଟ ଚଢେଇଟି ରାତି ଭିତରେ ଅନେକ ପ୍ରଚେଷ୍ଟା କରିଲା ହେଲେ ହେଲେ ସେସେଥିରେ କୃତକାର୍ଯ୍ୟ ହେଲା ନାହିଁ । ରାତି ପାହିବା କୁ ଆଉ ଘଡିଏ ବାକି ଥିଲା । ଧଳା ଗୋଲାପ ବୁଲବୁଲ୍ ଚଢ଼େଇ ଟିକୁ ଏକ ଉପାୟ ଚିନ୍ତା କରି କହିଲା ତୁମେ ଯଦି ତୁମର ହୃଦୟକୁ ମୋ ଦେହର କଣ୍ଟାରେ ଗଭୀର ଭାବେ ଫୁଟାଇ ରକ୍ତ ଝରାଇ ସୁନ୍ଦର ପ୍ରେମ ଗୀତ ଗାଇବ ତେବେ ଉଜ୍ଜ୍ୱଳ ଜହ୍ନର ଆଲୋକର ଆଶ୍ରୀର୍ବାଦ ରେ ଲାଲ୍ ରଙ୍ଗ ଧାରଣ କରିବ । ଆଉ ମୋ ମାଲିକ ମୋ ଉପରେ ଖୁସି ହୋଇ ଲାଲ୍ ଗୋଲାପ ତୋଡା ଟିଏ କରି ରାଜକୁମାରୀ ଙ୍କୁ ଭେଟି ଦେବେ । ମୋ ମାଲିକ , ଓ ସେଇ ନବଯୁବକ। ଯିଏ ରାତି ଅନିଦ୍ରା ହୋଇ ଲାଲ୍ ଗୋଲାପ ର ଚିନ୍ତା ରେ କାନ୍ଦୁଛନ୍ତି । ତୁମେ ତୁମ ହୃଦୟର ରକ୍ତ ଦେଇ ପ୍ରେମ ଗୀତଗାଇ ମୋ ଦେହର କଣ୍ଟାରେ ଯେତେ ଗଭୀର କ୍ଷତ ସୃଷ୍ଟି କରିବ । ମୋ ଦେହରେ ସେତେ ଗାଢ୍ ରଙ୍ଗ ର ଲାଲ୍ ଗୋଲାପ ଫୁଲ ଫୁଟିପାରିବ । ଏକଥା ଶୁଣି ବୁଲବୁଲ୍ ଚଢ଼େଇ ତୁରନ୍ତ ସେ ଧଳା ଗୋଲାପ ଗଛର କଣ୍ଟାରେ ନିଜ ଦେହକୁ କ୍ଷତ କରି ସବୁଆଡେ ଚିରି ଦେଲା । ତା ଦେହରୁ ଲାଲ୍ ରକ୍ତ ଝରିବାକୁ ଲାଗିଲା । ସେଇ ରକ୍ତକୁ ସବୁ ଧଳାଫୁଲ କଢି ରେ ଉଡି ଉଡ଼ି ଘସି ହେଇ , ବୁନ୍ଦାବୁନ୍ଦା କରି ରକ୍ତଢାଳିଲା ଆଊ ସେ ପର୍ଯ୍ୟନ୍ତ ଏପରି କରି ଚାଲିଲା ଯେ ପର୍ଯ୍ୟନ୍ତ ଗୋଟେ ଧଳା କଢ ବି ଯେପରି ବାକି ନରହେ । ଯେତେବେଳେ ଚଢ଼େଇ ଟି ତାର ଶେଷରକ୍ତ ବିନ୍ଦୁ ଝରାଇ ସେ ଧଳା ଗୋଲାପ କୁ ଲାଲ୍ ରଙ୍ଗର ଗୋଲାପ 🌹 ହେଇ ଫୁଟିବାରେ ସକ୍ଷମ ହେବାର ଦେଖିଲା ସେ ଧଳା ଗୋଲାପ ଗଛର ତଳେ ପଡି ତାର ଶେଷ ନିଶ୍ବାସ ତ୍ୟାଗ କରିଦେଲା । ପ୍ରଭାତ ହୋଇବା ମାତ୍ରେ ଧଳା ଗୋଲାପ କଢ ଗୁଡିକ ଗାଢ଼୍ ଲାଲ୍ ରଙ୍ଗର ଫୁଲରେ ବିକସିତା ହୋଇ ଅତିସୁନ୍ଦର ମନୋହର ଦିଶୁଥିଲା ଲାଲ୍ ଗୋଲାପ ଫୁଲ ଅତି🌹 ପ୍ରୀତ ହୋଇ ଯେତେବେଳେ ଚଢ଼େଇ ଟିକୁ ଖୋଜିଲା, ସେବେ ଲାଲ୍ ଗୋଲାପ ଦେଖିଲା ତା ପ୍ରେମୀ ଚଢ଼େଇ ତାର ପାଦତଳେ ହିଁ ମରି ପଡ଼ିଛି । ତାକୁ ମୃତ ଅବସ୍ଥାରେ ଦେଖି ଏବେ ଲାଲ୍ ଗୋଲାପ ଆଖିରୁ ଲୁହ ଝରାଉଥିଲା । ସେ ତାର ସଚ୍ଚା ପ୍ରେମିକ କୁ ହରାଇବା ପରେ , ବିଚାରି ଲାଲ୍ ଗୋଲାପ ଫୁଲର ପଶ୍ଚାତାପ ବିନା ଆଉ ରାସ୍ତା ନଥିଲା । ତାର ସତ୍ୟପ୍ରେମର ନିଦର୍ଶନ ଦେଇ ଚଢ଼େଇ ଟି ଆରପାରିକୁ ସବୁଦିନ ପାଇଁ ଚାଲି ଯାଇଥିଲା ,ସେ ଫୁଟାଇ ଥିବା ପ୍ରେମ ଫୁଲ କୁ ଛାଡି ।🌹ଏପଟେ ସକାଳ ହେବାମାତ୍ରେ ଯେବେ ଆଶ୍ଚର୍ଯ୍ୟାନ୍ୱତ ଭାବେ ନବଯୁବକଟି ତା ବଗିଚାରେ ସୁନ୍ଦର ଲାଲ୍ ଗୋଲାପ ଫୁଟିଥିବାର ଦେଖି ସେ ତାକୁ ଅତ୍ୟନ୍ତ ଖୁସିରେ ତୋଳି ଏକ ଲାଲ୍ ଗୋଲାପ ଫୁଲର ତୋଡା ବନାଇ ସେ ଭଲପାଉଥିବା ରାଜକୁମାରୀ ର ଗେଟ୍ ପାଖକୁଗଲା । ହେଲେ ସେ ପ୍ରତାରିକା ରାଜକୁମାରୀ ସତ୍ୟପ୍ରେମକୁ ନବୁଝିପାରି , ପ୍ରେମିକ କୁ ଅନେକ ଧିକ୍କାର କରି ସେ ଲାଲ୍ ଗୋଲାପ ଫୁଲ ସ୍ତବକଟିକୁ ଗେଟ୍ ବାହାରକୁ ଫୋପାଡି ଦେଲା । ସେ 🌹 ଲାଲ୍ ଗୋଲାପ ଫୁଲ ତୋଡାଟି ବାହର ନଳାରେ ପଡି ପଥିକ ମାନଙ୍କ ପାଦରେ ମକୁଚି ହୋଇଗଲା । ରାଜକୁମାର୍ ଆଣିଥିବା ମୂଲ୍ୟବାନ ମଣିହାରକୁ ଆପଣେଇ ରାଜକୁମାରୀ ତା ହାତଧରି ଅନ୍ତଃପୂରକୁ ପଳାଇଗଲା.....!!
