ଆମ୍ବ ବଗିଚାରେ ଡିମ୍ବ ( ହାସ୍ୟରସାତ୍ମକ)
ଆମ୍ବ ବଗିଚାରେ ଡିମ୍ବ ( ହାସ୍ୟରସାତ୍ମକ)
ଥରେ ଦଳେ ବଦମାସ୍ ରାଣ୍ଢୁଆ ଟୋକାଦଳ ଗୋଟେ ଆମ୍ବବଣ ରେ ପଶିଗଲେ ବାତେରାମି ଦେଖେଇ । ତାଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡରେ ନଇଁ ରହିଥିବା ଡାଳରେ କଞ୍ଚା ଆମ୍ବ ଝୁଲୁଥିବା ଅବସ୍ଥାରେ ଢାଏ.... ଢାଏ......କରି ତିନି ଚାରିଟା ଆମ୍ବ ଏକାଥରକେ ବାଡ଼େଇ ହେଇଗଲେ । ସେ ଓ ମାଲୋ କିଏ ମାଇଲା ବେ ମୋତେ କହି ,ବଡପାଟି ଟା ମେଲେଇବାରୁ ସବୁ ବାତେରା ଦଳ ତା ପାଖକୁ ଚିଲଭଳି ମାଡ଼ି ଆସିଲେ । ଯେତେହେଲେ ବି ସେମାନେ ଯିଗିରି ଦୋସ୍ତ୍ ତାଙ୍କ ଭିତରୁ ଦୁଇ ଚାରିଜଣ ବେଢ଼ି ପଚାରିଲେ ।
ଆବେ ଏ ସାଙ୍ଗ । ତୁ ଆମ ଜିଗିରି ଦୋସ୍ତ । ତୋତେ ଏଠି ପୁଣିକିଏ ମାଇଲା......ବେ.....। କା ଜିଭରେ ହାତୀ ଦାନ୍ତର ହାଡ଼ ଖଣ୍ଢେ ଅଛି ....!! ଆଜି ଜଣାପଡିଯିବ । ଆବେ ଆମେ ପରା ଏଠି ସିଗାରେଟ୍ ଟାଣି ଏ ......ଏରିଆ ଟା ଧୂଆଁ ରେ ଘାଣ୍ଟିଆକୁ ଆଇଚେ ......କିଏ ଶଳା ଏଠି ଲୁଚି ଛପି ମାରୁଚି ଦେଖିବା । ତାକୁ ଦବା ଭଲକରି ପାନେ ......
ଏତିକିବେଳେ ଯିଏ ଡାଏଲଗ୍ କହି ଭାଉ ମାରୁଥିଲା , ପବନରେ
ଡାଳରେ ଥିବା ଆମ୍ବ ଗୁଡାକ ଝୁଲିଯାଇ ତାର ଗାଲ ଥୋମଣି ରେ
ପିଟି ହୋଇଗଲେ ଦୁଇ ଚାରିଟା ।
ସେ ତା ଗାଲଥୋମଣି,କୁ ଆଉଁଶି ଆଉଁଶି ଇଆଡ଼େ ସିଆଡେ ବୁଲି
ବୁଲି ଉପରକୁ ଅନେଇଲା ବେଳକୁ ତା କାନ୍ଧ ଉପରେ ଆମ୍ବଗୁଡାକ ଝୁଲୁଥିବାର ଦେଖି କାନ୍ଦ କାନ୍ଦ ହେଇ କହିଲା -
- ଆବେ ସାଙ୍ଗ । ଏ ବଡ ବଡ କଞ୍ଚା ଆମ୍ବଗୁଡାକ ଆମକୁ ମାରୁଥେଲେ....ରେ......। ନାଇଁ...... ନାଇଁ......ଚକମାଚୁର୍......।
-- ସେ ଆମକୁ ଚକମାଚୁର୍ କରିଚନ୍ତି ମାନେ ।
ଆମେ ବି ତାକୁ ଏ ପ୍ଲସ୍ ବି ର ହୋଲ୍ ସ୍କୋୟାର୍ - 2 ଏ ବି , କରି ଦବା....ନା....ଆଉ....।
ଚାଲ.....ବେ.....ଏ ଗଛର ସବୁଯାକ ଆମ୍ବ ଆଜି ଖଲାସ୍ , ମାନେଚକମାଚୁର୍ ହବ । ମା'ର ଢେଲା ପଥର ଗୋଟାଅ ଆମ୍ବ । ଘରକୁ ଧରି ପଳେଇବା ଗୋଟେଇକି , କାଚମାର୍କା ଚଟଣୀ କି ଆଚାର ବନେଇ ଆମ ଘର ଲୋକ ଖାଇ ଟାକରା ଫୁଟେଇବେ । ଗାଁ ଖଣ୍ଡାକ ରେ ଆମ ଭୟ ଆମ୍ବବଣରେ ଆଜିଠୁ ଆମ ନାଁ ଯୁଗ ଯୁଗକୁ ରହିଯିବ ହାଁ.....ଆଁ......ଏୟା କହି ସେମାନେ ସେ ଆମ୍ବଗଛକୁ ଢେଲା ମାରିବାରୁ ଗଛ ଉପରୁ ଗୋଟାଏ ଡିମ୍ବ ଟାଏ ଖସି ଆଉ ଗୋଟେ ବାତେରା ର
ହାତେରେ ପଡ଼ିଲା । ସେ ସବୁ ବାତେରା ଙ୍କୁ ଡାକିକି ଦେଖେଇଲା ।ସେମାନେ ସବୁ ଗଛ ମୂଳରେ ବସି ଆଲୋଚନା କଲେ ।
ଆବେ .....ହେ । ଶଳା......ଶାରୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ୟା ହାତରେ ଡିମ୍ବ ଟାଏ କଉଠୁ ପଡ଼ିଲା ।
ତା......ମାନେ ୟେ ଷଣ୍ଢ କଣ୍ ଏକୁଟିଆ ତା ପିଲା ମାଇପ ଖାଇବା ପାଇଁ ନେଇଯିବ ?! ଆମେ ବି ଟିକେ ଆମ ହାତକୁ ଗରମ୍ କରିବା ନାଁ ....। ସୋନେ.....ପେ....ସୁହାଗା ଅଫର୍ ବାଃ......ଚାଲରେ ମାଡିଚାଲ ।
ସେମାନେ ଆମ୍ବଗଛକୁ , ଡିମ୍ବ ଆଉ ଆମ୍ବ ପାଇବା ଲୋଭରେ ଢେଲା ଉପରେ ପଥର ଫୋପଡା ଫୋପଡି କରିବାକୁ ଲାଗିଲେ । ଏଣେ ଗଛରେ ଦୁଇ ଚାରି ଦଳ କାଉ ବସାରେ ଅଣ୍ଡାକୁ ଜଗି ବସିଥିଲେ । ଭୟରେ ଗୋଟେ କାଉ କା...ଆ , କା....ଆ ବୋଲି ରାବି ଦେଲା ରୁ ସବୁ କାଉ ଯାକ ଗେଣ୍ଡାଳିଆ ପରି ପଲପଲ ହେଇ,କା.....କା..... କା..... କା.... ରଡ଼ି ଛାଡି ତାଙ୍କ ପିଲା ମାପି ଙ୍କ ରକ୍ଷାପାଇଁ ଊଡି ଆସିଲେ ।
ଏଣେ ବାତେରା ଙ୍କ ଗୁରୁ ଯିଏ ଥିଲା ସେ ମାରିଥିବା ତା ଢେଲା ଟା ଅଜ୍ଞାନରେ ଅନ୍ଧ ବାଡି ହଜେଇଲା ପରି ଢାଏ କରି , ମାଡ଼ ହେଲା ଯାଇଁ ବାଘୁଆ ମହୁମାଛି ଙ୍କ ବଡ ମହୁଫେଣାରେ ,,,,ଏଣେ କାଉ ଦଳ ଆଊ ସେଣେ ପଣେ ବାଘୁଆ ମହୁମାଛି ଙ୍କ ହାବୁଡ଼ରେ ପଡ଼ି ସେମାନଙ୍କ ର ଯାହା ଅବସ୍ଥା ହୋଇଥିବ ...ଆପଣମାନେ ଯାହା ଭାବୁଥିବେ ଆ.......ଉ.....କଣ ଭାବୁଛନ୍ତି.....???
ସେମାନେ ତା ପରଠୁଁ ବାତେରାମୀ ଛାଡି ଏବେ ସେଇ ଜଙ୍ଗଲର
ବୃକ୍ଷ ମୂଳରେ ତପସ୍ୟାରତ ।
