ଦମ୍ପତ୍ତି ସମ୍ପତ୍ତି ଓ ସନ୍ତତି
ଦମ୍ପତ୍ତି ସମ୍ପତ୍ତି ଓ ସନ୍ତତି
ଅବଧୁତ ବାବୁ ବହୁତ ଖୋଜାଖୋଜି ପରେ ପାଇସାରିଛନ୍ତି ଚାକିରୀଆ ସହଧର୍ମିଣୀର ସାନ୍ନିଧ୍ୟ। ଅଧିକ ସମ୍ପତ୍ତି ଲାଳସାର ଦୁର୍ବାର ମୋହରେ ପ୍ରଫୁଲ୍ଲିତ ଅବଧୁତବାବୁ।ସହଧର୍ମିଣୀ ବି ଚାକିରୀଆ ସ୍ୱାମୀଟିଏ ପାଇ ଉତଫୁଲ୍ଲିତ। ରେଳରେ ବୁଲି ନାଚଦେଖାଇ ପେଟପୋଷୁଥିବା ବାରବୁଲା ଦମ୍ପତ୍ତିଙ୍କ ବି ଆଶା ସୁନ୍ଦର ସଂସାର।
ଅବଧୁତ ବାବୁ ଓ ସହଧର୍ମିଣୀ ଚାରୁଲତାଙ୍କ ବ୍ୟସ୍ତବହୁଳ ଜୀବନ ପରିଧିରେ ସ୍ୱଳ୍ପସମୟ ଆମୋଦପ୍ରମୋଦର ଫଳ ସ୍ୱରୂପ ଧସେଇ ପଶିଆସେ କନ୍ୟାସନ୍ତାନଟିଏ। ଖୁସିରେ ନାଆଁ ଦିଅନ୍ତି ଅନିନ୍ଦିତା।
ଛୋଟବେଳରୁ ବାସ୍ଛଲ୍ୟ ପ୍ରେମରହିତ ଅନିନ୍ଦିତାର ସାଥି ଥିଲା ତାର ବିରାଟ କଣ୍ଢେଇ।ଅବଧୁତ ଓ ଚାରୁଲତା ନିଜ ନିଜର କାର୍ଯ୍ଯ ଓ ଅର୍ଥଉପାର୍ଜନରେ ବ୍ୟସ୍ତ। ରୋଷେଇବାସ ସହ ଅନିନ୍ଦିତାର ଯତ୍ନ ନିଏ ଘରର ଯୁବଚାକର ରତନ।
ସମୟ ଗଡିବାସହ ଆଠ ନଅବର୍ଷର ହୋଇସାରିଥିଲା ଅନିନ୍ଦିତା । ସ୍କୁଲରୁ ଫେରି ତାର ସାଥି କଣ୍ଢେଇ ସହ ଏକାଏକା ଖେଳି ବାପାମାଆଙ୍କୁ ଅପେକ୍ଷା କରିକରି ଶୋଇଯାଏ ଚୁପଚାପ। ଆଖିର ଲୁହ ଆଖିରେ ଶୁଖିଯାଏ। ବେଳେବେଳେ ରତନ ଚକୋଲେଟଟିଏ ଆଣି ଧରେଇ ଦେଉଥିଲା ଅନିନ୍ଦିତାର ହାତରେ ଓ ସେ ଖୁସିରେ ଗ୍ରହଣ କରିନିଏ। ସମୟ ଅତିବାହିତ ହେବାସହ ସମୟ ଅଭାବରୁ, କାର୍ଯ୍ୟବ୍ୟସ୍ତତା ଏହିସବୁ କାରଣରୁ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ଥିଲେ ଦୁହେଁ।
କିଛିଦିନ ପରେ.......
ହଠତ୍ ଦିନେ ଚାକର ରତନର ଗାଆଁରୁ ତାର ତିନିସାଙ୍ଗ ଆସି ପହଞ୍ଚିଗଲେ ସହର ଭ୍ରମଣ ଉଦ୍ଦେଶ୍ଯରେ। ସେମାନଙ୍କୁ ରଖିବାରେ ରତନର କୌଣସି ଅସୁବିଧା ନଥିଲା, କାରଣ ଅବଧୁତବାବୁ ଚାକିରୀ ସହ ବ୍ୟବସାୟୀ। ମାଆ ଚାରୁଲତା ବ୍ୟବସାୟରେ ଅବଧୁତବାବୁଙ୍କ ଠାରୁ ଆଉ ପାଦେ ଆଗରେ। କିଏ କେତେବେଳେ ଫେରେ ତାର ହିସାବ କାହାରିକୁ ଜ୍ଞାତ ନାହିଁ। ମୋଟାମୋଟି କହିବାକୁ ଗଲେ ରତନ ସେଇ ଘରର ଚାକର ବି ଓ ମାଲିକ ବି।
ଗୋଟିଏ ଦିନ ସହର ଘୁରି ଫେରିବା ସମୟରେ ମଦ୍ୟପାନ କରି ଫେରିଲେ ରତନର ସାଙ୍ଗମାନେ। ଆପତ୍ତି କଲା ଅନିନ୍ଦିତା। ମାଡମାରି ଚୁପ୍ କରାଇଦେଲା ରତନ। କାନ୍ଦି କାନ୍ଦି କଣ୍ଢେଇଧରି ଚୁପଚାପ ଶୋଇଗଲା ଅନିନ୍ଦିତା ।ରାତିରେ କେତେବେଳେ ନିଦ ଭାଙ୍ଗିଛି ଜଣାନାହିଁ , ପାଖରେ ମାଆଙ୍କୁ ଦେଖି ସବୁକଥା ବର୍ଣ୍ଣନା କଲା ଅନିନ୍ଦିତା। ମାଆ କହିଲେ ଚୁପଚାପ ଶୋଇଯାଅ, ଏମିତି ଛୋଟମୋଟ କଥା କାହିଁକି ମୁଣ୍ଡରେ ଭର୍ତ୍ତିକରୁଛୁ। ଚୁପଚାପ ଶୋଇଗଲା ଅନିନ୍ଦିତା ।
ଦିନେଦୁଇଦିନପରେ.........
ଚିରାଚରିତ ପଦ୍ଧତିରେ ମଦ୍ୟପାନ କରି ଘରେ ବସିଥିଲେ ତିନିମଦ୍ୟପ। ସ୍କୁଲରୁ ଫେରି ଜାମା ପରିବର୍ତ୍ତନ କରିବାକୁ ଉଦ୍ୟତ ହେଲା ଅନିନ୍ଦିତା।ହଠାତ୍ ଜଣେ କହିଉଠିଲା ଆବେ ରତନା, ଚାଖଣା ବିନା ମଦଟା ଜମୁନି। ବଢିଆ ସହରୀମାଲଟାକୁ ଆଜି ଚାଖିବା କହି ଅନିନ୍ଦିତା ଉପରେ ଝାମ୍ପି ପଡିଲେ ତିନିତିନିଟା ମଦ୍ୟପ।
ଝୁଣିଚାଲିଲେ ଛୋଟଝିଅଟିର ଶରୀରକୁ। ଅବର୍ଣ୍ଣନୀୟ,କାରୁଣ୍ୟଭରା ଦ୍ରୁଶ୍ୟ। ଅନିନ୍ଦିତାର ନିଶ୍ଚଳ, ଉଲଗ୍ନ, ରକ୍ତଜୁଡୁବୁଡୁ ଶରୀରଟି ଲୋଟିଥିଲା ଚଟାଣରେ। ବାପାମାଆ ଘରକୁ ଫେରି ସବୁକିଛି ଦେଖି ମୁଣ୍ଡରେ ହାତ ଦେଇ ବସିଥିଲେ। ଉଜୁଡିଯାଇଥିଲା ସଂସାର। ଆଖିବୁଜିସାରିଥିଲା କୁନିଝିଅ ଅନିନ୍ଦିତା। ପାଖରେ ରକ୍ତଜୁଡୁବୁଡୁ କଣ୍ଢେଇ।
ଲାଗୁଥିଲା କୁଣ୍ଢେଇଟି କହୁଛି, ହେ !! ଧନଲୋଭୀ ମାତାପିତା। ସରିଗଲା ତମ ସଂସାର। କଣ କରିବ ସମ୍ପତ୍ତି ? କାହାପାଇଁ ସଂଚୟ ? ସନ୍ତାନ ସମ୍ଭାଳିବାର ସାମର୍ଥ୍ଯ ନଥିଲେ ତାକୁ ଆଲୋକକୁ ଆଣୁଛ କାହିଁକି ? କେଉଁ ଅଧିକାରରେ ? ପ୍ରଶ୍ନ କରୁଥିଲା କଣ୍ଢେଇ।
ଅନିନ୍ଦିତାର ଆତ୍ମା କହୁଥିଲା :;
"କାହିଁକି ଆସିଛୁ ମନ କିସ ନେବା ପାଇଁରେ,
ତତେ ଛାଡିଯିବାକୁ ମୋ ମନ ବଳୁ ନାହିଁରେ।
ଆଶା, ଭରସା, ବିଶ୍ବାସର ଦ୍ରୁମ ଯାଇଛିଟି ମରି ରେ,
ଜୀବନଦୀପ ମୋ ଲିଭିଗଲା ମୋର ବାପାମାଆ ପାଇଁରେ। "
ପାଗଳପ୍ରାୟ ଭୁଇଁରେ ଲୋଟିଥିଲେ ଅବଧୁତ ଓ ଚାରୁଲତା। ବୁଦ୍ଧିଉଦୟ ବେଳକୁ ସରିଯାଇଥିଲା ସବୁକିଛି।
କାନ୍ଦି କାନ୍ଦି ଅବଧୁତ କହୁଥିଲେ, ହେ ଭାରତର ଅବଧୁତ, ଚାରୁଲତା ମାନେ, ଆମପରି ଭୁଲ କରନାହିଁ। ସମ୍ପତ୍ତି ହେଉଛି ମାୟାହରିଣୀ। ଦମ୍ପତ୍ତିର ଉଦାହରଣ ରାମସୀତା। ଦମ୍ପତ୍ତିରୁପି ରାମସୀତା ସମ୍ପତ୍ତି ରୁପି ମାୟାହରିଣୀ ପଛରେ ଦୌଡିଲେ ସନ୍ତତି ରୁପି ଅନିନ୍ଦିତାର ଅଦ୍ରୁଶ୍ୟ ହେବା ନିଶ୍ଚିତ।

