STORYMIRROR

Jayashree Nanda

Romance Classics Inspirational

3  

Jayashree Nanda

Romance Classics Inspirational

ଦୀପାବଳୀ

ଦୀପାବଳୀ

1 min
173

ମୋ ଦୀପ ର ସଳିତା କୁ କହେ, ମୋ ସହିତ ଜଡ଼ି ଥିବା ସମସ୍ତ ଙ୍କୁ ଭଲ ରେ ରଖ!! 

କିନ୍ତୁ ତୁମେ ଯେବେ ମୋତେ ବୁଝିବା ରେ ଭୁଲ କରିବା ଆରମ୍ଭ କଲ , ମୁଁ ଦୀପ ପାଖରେ ଖାଲି କାନ୍ଦୁ ଥିଲି , କେଜାଣି ତାକୁ ହିଁ ସାକ୍ଷୀ ରଖି କହୁଥିଲି, ତୁ ସାକ୍ଷୀ ଅଛୁ, ତୁ ଯଦି ସତ୍ ଥିବୁ, ମୋ ଜୀବନରେ ସତ୍ୟ ର ପ୍ରକାଶ ନିଶ୍ଚୟ ଆଣିଦେବୁ।

ତୁମେ ଦୂର କୁ ଦୂର କୁ ମାଡ଼ି ଚାଲି ଥିଲ, ସମୟ ତା ବାଟ ରେ ଚାଲିଥିଲା।

ମୋ ରାତି ଗୁଡାକ ତୁମ କଦର୍ଯ୍ୟ ବ୍ଯବହାର

ରେ ଅସହ୍ୟ ହେଉଥିଲା, ତଥାପି ତୁମ ଛାତି ର ସ୍ପନ୍ଦନ ରେ କାଳେ ମୋ ସ୍ପନ୍ଦନ ମିଶିଯିବ, ଚେଷ୍ଟା କରୁଥିଲି, ଭୋର ଭୋର ରୁ ଉଠି, ରାତି କୁ ବିତିଗଲା ଭାବି ତୁମ ପାଖ ରେ ମୁଣ୍ଡ ଗୁଞ୍ଜୁ ଥିଲି।

ତୁମେ ଦେଖି ପାରୁ ନ ଥିଲ, ମୋ ଆଖି ତଳ 

ର ଶିଥିଳ କଳା ରଙ୍ଗକୁ। ଅଚାନକ ମୋ ର ପରିଚୟ ତୁମ ପାଖ ରେ ଅସୁନ୍ଦରକାହାଣୀ ର ଆରମ୍ଭ ହୋଇଯାଇଥିଲା। ମୁଁ ତୁମର ଯେତେ ନିକଟ ହେଉଥିଲି, ସେତେ ଦୂର କୁ ଚାଲି ଯାଉଥିଲ ତୁମେ,

ସେତେ ତିକ୍ତ ମିଶ୍ରିତ ମଧୁର ରସକୁ ପିଇ ଚାଲିଥିଲି

ବାସ୍!!

ତୁମ ର ସେଇ ସମ୍ମାନ!! ମୋ ମଥାରୁ ପାଣି ଦେଇ ଯେବେ ତୁମେ କହି ଚାଲିଲ, ତୁମ ସହ ମୋର କିଛି ସଂପର୍କ ନାହିଁ।

ମୁଁ ବି କେମିତି ଅସହ୍ୟ ହୋଇ ପଡ଼ିଥିଲି, 

ସେଦିନ ଆଉ ନା ଦୀପ ଜଳିଥିଲା ନା ଚୁଲି ଜଳିଥିଲା!!

ସବୁ ଦୀପାବଳୀ ଆସେ, ସବୁ ଦୀପାବଳୀ ର ସେହି ସ୍ମୁତି ମୋ ଛାତି କୁ ଚିରି ପକାଏ।

ଆଉ ଯେବେ ମୁଁ ତୁମ କୁ ମୋ ପାଖରେ ରେ ଦେଖେ ହୁଏତ, ସେ କଷ୍ଟ ରୁ ଅନେକ ଶାନ୍ତି ଓ ଆତ୍ମ ସନ୍ତୋଷ ପାଏ।

କେବଳ ଗୋଟିଏ କଥା ପାଇଁ.. ମୁଁ ତୁମ କୁ ହିଁ ଭଲ ପାଏ, ଆଉ ମୋ ଭଲ ପାଇବା ତୁମ ପାଇଁ ସର୍ତ୍ତ ବିହୀନ ଓ ସୀମାହିନ ଅଟେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance