STORYMIRROR

Jayashree Nanda

Abstract Classics Inspirational

3  

Jayashree Nanda

Abstract Classics Inspirational

ଅଣୁ ଗଳ୍ପ

ଅଣୁ ଗଳ୍ପ

1 min
125

ମୁଁ ଏବେ ଖୁବ୍ ବଡ଼ ହେଇଗଲି ଭାବିଲି ,ଯେଉଁ ଦିନ ପ୍ରଥମ ଦରମା ହାତ ରେ ଧରି ମାଆ ପାଖକୁ ଗଲି।

ସେଦିନ ଛାତି ଟି ମୋର ଚଉଡ଼ା ହୋଇଯାଇଥାଏ, ମା କୁ ଦରମା ତକ ଧରାଇ ଦେଇ କହିଲି, "ମା ମୁଁ ତୁମକୁ ସଶକ୍ତି କରିଦେବି, କୁହ କଣ ଦରକାର?? ସ୍କୁଟି ନା କାର? ନା ଆଉ କିଛି??

ମାଆ କିଛି ନ କହି ଗୋଟେ ଇଟା ଆଣି ମୋ ପେଟ ରେ ବାନ୍ଧି ଦେଇ କହିଲା, ଧନ ରେ ତୁ ଯଦି  ଏଇଟା ସହ ବଗିଚା ର ମାତ୍ର ଚାରି ଘେରା ମାରିବୁ , ତା ପରେ ମୁଁ କହିବି ମୋତେ କଣ ଦରକାର "!!

ମା ର ଏ ଅଜବ କଣ୍ଡିସନ ରେ ରାଜି ହେବା ଛଡ଼ା ଆଉ କିଛି କରିବାର ନଥିଲା। ତିନି ରାଉଣ୍ଡ ମାରିସରିବା ବେଳ କୁ ମୋ ଅବସ୍ଥା ଖରାପ।

ମା ପାଖରେ ଲଥ କରି ବସି ପଚାରିଲି ଏବେ ତ କୁହ କଣ ଦରକାର।

ମାଆ କହିଲା, " ଏଇଟା ତ ସାମାନ୍ୟ ଗୋଟିଏ ଇଟା, ତୋ ମା ତୋତେ ନ ମାସ ପେଟ ରେ ବୋହି ସବୁ କାମ କରି, ମୂଲ ମଜୁରୀ କରି ତତେ ବଡକରିଚି, ତାକୁ ତୁ କଣ ସଶକ୍ତି କରିବୁ " ???

ସେଦିନ ଠୁ ମୁଁ ବୁଝି ପାରିଥିଲି ମା ର କେତେ ଶକ୍ତି।

ସପନ ରେ ବି ମୁଁ ଭାବି ପାରୁନି, ମୁଁ ମା ଠୁ ସିନା ପାଠ ଦି ଅକ୍ଷର ଅଧିକା ପଢ଼ିଚି, କିନ୍ତୁ ମାଆ ଆଗରେ ମୁଁ ମାତ୍ର କେବଳ ମା ର କୁନି ଛୁଆ ଟିଏ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract