Jayashree Nanda

Abstract Inspirational Others

3  

Jayashree Nanda

Abstract Inspirational Others

ସିତାୟନ: ଏକ ପ୍ରେରଣା

ସିତାୟନ: ଏକ ପ୍ରେରଣା

3 mins
8


ମୋର ବ୍ୟକ୍ତିଗତ ଅନୁଭବ ପ୍ରଭୁ ଶ୍ରୀରାମ ଓ ସୀତା ଙ୍କ ଉପରେ ସବୁବେଳେ ଆକ୍ରୋଶ ମୂଳକ ଓ ଭୀଷଣ ଅଭିମାନ ଭରା ଥିଲା। ସୀତା ସବୁ ସହିଲେ ନି ଯେ ଏ ସଂସାର ନାରୀ ମାନଙ୍କୁ ଦୁର୍ବଳ। କରି ଭାରତୀୟ ସଂସ୍କୃତି ରେ ସହିବା ନାରୀ ର ପ୍ରଥମ କର୍ତ୍ତବ୍ୟ ବୋଲି ଲେଖା ହୋଇରହିଗଲା।

ସତେ ଯେମିତି କର୍ମ ଖାତା ରେ ଟିକି ନିଖି ଲେଖା ହେଲା ପରି, ମୋ ଖାତା ମଧ୍ୟ ମାତା ରାମ ଙ୍କ ଅତ୍ୟାଚାର ଓ ସୀତା ଙ୍କ ବଳିଦାନ ର ମିଥ୍ୟା ଗଳ୍ପ ରେ ସରିଯାଇଥିଲା।

ମୋ ଦାମ୍ପତ୍ୟ ଜୀବନ ରେ ମଧ୍ୟ ନୂଆ ନୁଆ କଳହ ଓ ମନ ମାଳିନ୍ୟ ଉଙ୍କି ମାରୁ ଥିଲା। ସମୟ ଓ ଅସହିଷ୍ଣୁ ହୋଇପଡ଼ିଥିଲା ମୋ ଉପରେ। ଗୋଟେ ପଟେ ମୋ ର କର୍ମ ସ୍ଥଳ ରେ ଉନ୍ନତି ର ଚରମ ସିମା ଓ ଅନ୍ୟପଟେ ମୋ ପରିବାର ଭିତରେ ମୁଁ ହିଁ ନିର୍ଯାତିତା।। ସମୟ ଏମିତି ବି ଆସିଲା, ଅଲଗା ହୋଇ ଜୀବନ , ଏକାକୀ ପିଲା ଙ୍କୁ ଧରି ସଂଘର୍ଷ କରିବା। କାରଣ ମୋ ଜଣା ଶୁଣା ସୀତା ଙ୍କ ପରି ମୁଁ ସହି ପାରୁ ନଥିଲି।

କିନ୍ତୁ ମୁଁ ଧୀରେ ଧୀରେ ତାଙ୍କ ପାଖ କୁ ଯାଉଥିଲି, ଏ ବ୍ରହ୍ମାଣ୍ଡ ମୋତେ ନୂଆ କିଛି ଶିକ୍ଷା ଦେବା କୁ କହୁଥିଲା। ମୁଁ ଧ୍ୟାନ ଓ ସାଧନା ରେ ନିଜ କୁ ନିୟୋଜିତ କଲି। ଅଚାନକ ମୋତେ ଏକ ବହି ମିଳିଲା।" The untold story of Sita ", ଯାହା ବିଦେଶୀ ଲେଖିକା ଦେନା ମାରିଅମ୍ ଲେଖିଥିଲେ, ସେ ବହି ଟିର ଆକର୍ଷଣ ଏମିତି ଥିଲା ଯେ, ମୋ ଦେହ ରେ ମୋ ପ୍ରାଣ ରେ ଦିବ୍ୟ ଶକ୍ତି କୁ ଅନୁଭବ କରିପାରୁଥିଲି।

ମୋର ଦୁଃଖ, ଅତୀତ , ପରିତ୍ୟକ୍ତ ନାରିତ୍ଵ କୁ ଏକ ଶତ୍କି ମୟୀ ଓ ମମତା ରେ ଭରି ଦେଲା ଏହି ବହି। ପ୍ରତ୍ୟକ ପୃଷ୍ଠା ମୋ ପାଇଁ କିଛି ସନ୍ଦେଶ ଆଣୁଥିଲା।

ମୁଁ ଘୃଣା ବଦଳ ରେ ଅନନ୍ତ ପ୍ରେମ , ପ୍ରତିଶୋଧ ବଦଳ ରେ କ୍ଷମା , କର୍କଶ ଶବ୍ଦ ବଦଳ ରେ ଶାନ୍ତ ରହିବା କୁ ଗ୍ରହଣ କରୁଥିଲି।

ସେ ବହି ଟି ର ଜ୍ଞାନ କୁ, ମାତା ସୀତା ଙ୍କ ସତ୍ୟତା କୁ ଲୋକଲୋଚନକୁ ଆଣିବା ପାଇଁ ତାର ଅଡିଓ ରିଲିଜ୍ କଲି।

ପୁସ୍ତକ ର ଅଡିଓ ସରି ଆସୁଥଲା, ଓ ମୋର ଜୀବନ ରେ ପୂର୍ଣ୍ଣତା ଫେରି ଆସୁଥିଲା । ଏହି ପୁସ୍ତକ ଶେଷ ହେବା ଭିତରେ ନ୍ୟାୟାଳୟ ରେ ସମାଧାନ ହେବା କୁ ଯାଉଥିବା ଦମ୍ପତି ସମସ୍ୟା ଟି କେମିତି କଣ ପ୍ରଭୁ ଶ୍ରୀରାମ ଓ ମାତା ସୀତା ସମାଧାନ କରିଦେଲେ। ଆମ ର ପୁନାର୍ମିଲନ ହେଲା ଦୀର୍ଘ୍ ତିନି ବର୍ଷ ପରେ ଆମେ ଦୁହେଁ ମିଶୁଥିଲୁ ଠିକ୍ ନୂଆ ନୁଆ ଜନ୍ମ ନେଲାପରି।

ଠିକ୍ କରିଥିଲି ଏହାକୁ ଅନୁବାଦ କରିବି, ଅନୁବାଦ କରଚି ଆଶା ସବୁ ନାରୀ ମାନେ ପଢ଼ିବେ ଓ ନିଜ କୁ ସର୍ବଦା ଶକ୍ତିପୂର୍ଣ୍। ଅନୁଭବ କରିବେ।

ଏହି ପୁସ୍ତକ ରେ ରାବଣ ଦ୍ଵାରା ହରଣ ହୋଇଥିବା ଅବଳା ସୀତା ଙ୍କୁ ଭେଟିବେନି ବରଂ ଯୋଦ୍ଧା ସୀତା ଙ୍କୁ ଭେଟିବେ ଯେ ସମସ୍ତ ନାରୀ ଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସାହସ ବାନ୍ଧି ରାବଣ ର ଅନ୍ୟାୟ କୁ ଧ୍ଵଂସ କରିବାକୁ ଆଗେଇ ଥିଲେ, ସେହି ସୀତା ଙ୍କୁ ଭେଟିବେ ଯାହାଙ୍କୁ ଶ୍ରୀ ରାମ ଅନନ୍ତ ପ୍ରେମ କରୁଥିଲେ ଓ ତାଙ୍କ ର ପରାମର୍ଶ ରେ ସମାଜ କୁ ଉନ୍ନତି ପଥ ରେ ଚଳାଇବାରେ ସଫଳ ହୋଇପାରିଥିଲେ। ସେହି ସୀତା ମାତା ଙ୍କୁ ଦେଖିବେ ସନ୍ତାନ ମାନଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ଜଙ୍ଗଲ କୁ ଶିକ୍ଷାଳୟ ବୋଲି ବାଛି ନେଇ ଥିଲେ, ସେହି ଦିବ୍ୟ ସୁନ୍ଦର୍ଯ୍ୟ ରେ ଭରା ଦେବୀ ଙ୍କୁ ଦେଖିବେ ଯେ ଅତି ସାଧାରଣ ଭାବରେ ନିଜ ର ଦିନ ଚର୍ଯ୍ୟା କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଯଥା :- ନାରୀ ଶିକ୍ଷା, ନାରୀ ସଶକ୍ତି କାରଣ , ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ର ଔଷଧି ପ୍ରୟୋଗ କୁ ସମାଜ ରେ ପ୍ରଚଳନ କରିଥିଲେ!!


Rate this content
Log in

Similar oriya story from Abstract