STORYMIRROR

Jayashree Nanda

Abstract Tragedy Inspirational

3  

Jayashree Nanda

Abstract Tragedy Inspirational

ମାଆ

ମାଆ

1 min
178

ସେଦିନ ଅଫିସର ପୁଅ କୁ ଡାକ୍ତର ଖାନା ରେ ସୁସ୍ଥ ହୋଇ ଆସୁଥିବାର ମାଆ କୁ ଦେଖିବାର ଥିଲା, ଦରକାର ପଡିଲେ ମାଆକୁ ଯଦି ଡାକ୍ତର ଛାଡ଼ି ଦେବେ, ତେବେ ଘରକୁ ଆଣିବାକୁ ପଡ଼ିବ । ପୁଅକୁ ଜମା ଇଚ୍ଛା ନଥିଲା, ପଛେ ପଇସା ସରୁ, ମାଆ ଡାକ୍ତର ଓ ନର୍ସର ସେବା ପାଉ ଅଯଥା ଘରେ ତାର କିଏ ଯତ୍ନ ନେବ, ସୀମା ଆଉ ଛୁଟି ନେଇକି ସେବା କରୁ ଓ ହଇରାଣ ହୋଇ ମୋତେ ନାହିଁ ନଥିବା କଥା କହୁ, ଏପଟେ ମାଆଙ୍କ ନଖରାମୀ କିଏ ସହିବ ! ଏତେ ସବୁ କିଛି ସେବା କଲା ପରେବି ସୀମା ସାଥିରେ ରାଗ, ଚାକର ବାକର ସାଥିରେ ଯାତ୍ରା  

ନିଜ ଆଡୁ କହନ୍ତା କି ମୋତେ ଗାଆଁ ବସ ରେ ବସେଇ ଦେ। ଯେତେ ଶୀଘ୍ର ହୁଅନ୍ତା ଛାଡି ଦେଇ ଆସନ୍ତି, ଶାଶୁ ବୋହୂ ଦୁଇଜଣ ଅଣନିଃଶ୍ୱାସୀ ହୋଇ ପଡିଲେଣି, ଏହି କଛି ଦିନ ଭିତରେ । ଏୟା ଭାବୁ ଭାବୁ ପୁଅ ଡାକ୍ତରଖାନାରେ ପହଞ୍ଚି ମାଆର କ୍ୟାବିନରେ ପାଦ ବଢ଼େଇଲା। ମାଆ ସେପଟେ ନିଜ ଜିନିଷ ଗୁଡା ଧୀରେ ଧୀରେ ଗୋଟାଏ ଗୋଟାଏ କରି ସଜାଡି ସାରିଛି ଭାବୁଚି, ପୁଅ ବୋହୁ ଦୁହେଁ କେତେ ହୋଇରାଣ ହେଲେଣି, ପାଣି ପରି ପଇସା ଖର୍ଚ୍ଚ ହୋଇ ଚାଲିଛି। ଆସିଲେ କହିବି ମୋତେ ଗାଡ଼ି କରି ଛାଡିବା ଦରକାର ନାହିଁ, ତୁମେ ଦୁହେଁ ବହୁତ୍ କଷ୍ଟ କଲଣି, ଏବେ ରେଷ୍ଟ୍ ନିଅ ଓ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅ, ମୋତେ କାଲି ଭୋର ଗାଡ଼ିରେ ବସେଇ ଦେଲେ, ମୁଁ ଚାଲିଯିବି। ମୁଁ ପୁରା ଭଲ ହୋଇଗଲିରେ ବାପା।" 

ତାପର ଦିନ ବଡି ଭୋର ରୁ ସହରୀ ପୁଅ ମାଆକୁ ଗାଆଁ ବସ ରେ ବସେଇ ଦେଇଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract