Jayashree Nanda

Abstract Inspirational

3  

Jayashree Nanda

Abstract Inspirational

ଏକ ଭିନ୍ନ ସାବିତ୍ରୀ

ଏକ ଭିନ୍ନ ସାବିତ୍ରୀ

2 mins
193



ରାତି ପାହିଲେ ସାବିତ୍ରୀ ବ୍ରତ, ଗତ କାଲି ଠୁଁ ବସ୍ତିର ସଧବା ମାନେ ଓଷା ପାଇଁ କେମିତି ସବୁ ବ୍ୟସ୍ତ ହୋଇପଡିଛନ୍ତି । କେତେଥର ଯେ ମିଲୀର ମା ' କହି ସାରିଲାଣି, ଚାଲ୍ ବଜାର ଯିବା, କିଛି ନ ହେଲେ ବି ଶାଢ଼ୀ ଆଉ ନାଲି ଚୁଡ଼ି, ସିନ୍ଦୂର ନେଇ ଆସିବା, ତାକୁ ସେମିତି ବାଉଁରେଇ ଚାଲିଛି।


କାଳୀ ପୂଜାରାତିରେ ରାଜୁର ବାପା ସାଥିରେ ମାଡ ମରାମରି ଘଟଣାରେ, ବାପ ଘର ସାଥିରେ ବି ସମ୍ପର୍କ କାଟି ଦେଲି, ଶଶୁର ଘର ସାଥିରେ ବି ଆପଣା ଛାଏଁ ସେମିତି କଟି ଗଲା ।ରାଜୁ କୁ ଧରି କି ଭୋର୍ରୁ ଯେମିତି ପଳେଇ ଆସିଛି ଯେ ଗୋଟେ ବର୍ଷ ହେଇଗଲାଣି ପଛ କୁ ଚାହିଁନି । ଏ ବସ୍ତିରେ ସୁମୀ ମାଉସୀ ଛଡା ଆଉ କେହି ଜାଣି ନାହାଁନ୍ତି। ସୁମୀ ମାଉସୀ ହିଁ ପ୍ରଥମ କାମ ଯୋଗାଡ କରିଦେଇଥିଲା ପାଖ ହଷ୍ଟେଲରେ। ଭଲ ପାଇ କି ବାହା ହୋଇଥିଲି ବୋଲି ବାପ ଘରେ ବି ଅଧିକାର ନାହିଁ,କି ଶଶୁର ଘରେ ଜୋର୍ ନାହିଁ । ପ୍ରଥମ କିଛି ବର୍ଷ ସବୁ କିଛି ଠିକ୍ ଥିଲା,ରାଜୁ ଜନ୍ମର ଦୁଇ ବର୍ଷ ପର ଠୁଁ ରାଜୁର ବାପା ଟିକେ ଟିକେ କଥାରେ ହାତ ଉଠେଇବ, କେତେ ଥର ଯେ ସହିଥା'ନ୍ତି ! କାଳୀ ପୂଜାଟାରେ ମଦ ପିଇକି ମନ ଇଚ୍ଛା ପିଟିଥିଲା, ସେଦିନ ରାଜୁଟା ସାହସ କରି ତାର ବାପା କୁ କାଠ ଫାଳିଆରେ ଦୁଇ ପାହର କେମିତି ପକେଇଛି ସେମିତି ତାର ରାଗ ପଞ୍ଚମକୁ ପଳେଇଥିଲା, ଛୁଆ ଟାକୁ ବି ଯେତେବେଳେ ଠେଲି କି ବୋତଲରେ ଉଁଚେଇଲା! ମୁଁ ସେଦିନ ଆଉ ଚୁପ୍ ନଥିଲି ମୋର ଶାଢ଼ୀରେ ହିଁ ତାକୁ ବାନ୍ଧି କି ବାହାର ପଟୁ ତାଲା ପକାଇ ବସି ଭୋର୍ କୁ ଅପେକ୍ଷା କଲି।ସକାଳୁ ତାର ନିଶା ଛାଡ଼ି ଯାଇଥିଲା, ବାପ ଘର କୁ ଖବର ପଲେଇଥିଲା ଯେ ସ୍ତ୍ରୀ ହେଇ କୁ ଆମ ପୁଅ କୁ ତୁମ ଝିଅ ହାତ ଉଠେଇଲା!! ସମାଧାନ ତ ଛାଡ, ସମସ୍ତେ ଛି ଛାକର କଲେ।


           ମୁଁରାତି ସାରାରାଜୁ କୁ ଧରି ମୋ ପାଇଁ ଏକ ସୁରକ୍ଷିତ ଆକାଶ ଟେ ଖୋଜୁଥିଲି। ମା ' ଠାକୁରାଣୀ ,ସୁମି ମାଉସୀ ବେଶରେ ସେଦିନ ମୋତେରକ୍ଷା କରିଥିଲା।

  ସେଦିନ ଠୁଁ ରାଜୁ ହିଁ ମୋର ଦୁନିଆଁ, ମୋର ପରିବାର ।ରାତିରେ ଏବେ ବି ନିଦ ଆସେନି,ରାଜୁ ବାପାର ଭଲ ପାଇବା ଅପେକ୍ଷା ତାର କୃର ରୁପଟା ମୋ ଆଖି କି ଆସିଯାଏ।ରାଜୁକୁ ବି ନିଦ ଆସେନି ଆମେ ଦୁହେଁ ପର୍ବ ପର୍ବାଣୀ ଆସିଲେ କାନ୍ଦୁ। ପୁଣି ଦୁହେଁ ଦୂହିଁଙ୍କ ଲୁହ ପୋଛି ଖୁସି ଖୋଜୁ।


ରାଜୁ ବାପା ଏ ଭିତରେ ଥରେ କି ଦିଇଥର କୋଉଠୁ ଫୋନ୍ ନମ୍ୱର୍ ପାଇ ଫୋନ୍ କରିଥିଲା, ହେଲେ ନା ରାଜୁ କଥା ହେବାକୁ ଚାହିଁଲା ନା ମୋର ତାର ସ୍ବର ଶୁଣିବାକୁ ଇଚ୍ଛା ଥିଲା।


ଆଜି କୋଉ ମନରେ ସାବିତ୍ରୀ ବ୍ରତ କରିବି, କୋଉ ମନରେ ତାର ଲମ୍ବା ଜୀବନ ମାଗିବି। କାହା ପାଇଁ ସଜବାଜ ହେବି।

ଏମିତି ଭାବିବା ସମୟରେ ସୂମି ମାଉସୀ ହାତରେ ପଲିଥିନ ଧରି ଆସିଲା। " କାଲି ସାବିତ୍ରୀ ବ୍ରତ , ତୋ ପାଇଁ ଆଣିଛି, ଉଷା କରିକି ପିନ୍ଧିବୁ। ଆଲୋ ସେ ସିନା ସେମିତି କଲା, ତୁ କଣ ଜାଣିନୁ ସଧବା ହୋଇ ମରିଲେ ତୋତେ ସ୍ଵର୍ଗ ମିଳିବ।ରାଗ ତମରେ କଣ ହେଇଗଲା ବୋଲି ତୁ ଦିଅଁ ପୂଜିବୁନି? ଶଙ୍ଖା ସିନ୍ଦୁର ଥିଲେ ପରା ତୋତେ କେହି ଖରାପ ନଜରରେ ଦେଖିବେନି, ସେଇଟା ପରା ତୋର ପ୍ରଥମ ସଜ୍। 


ତା' ପାଇଁ ବୋଲି ତୁ ନିଜ ସ୍ଵଭାବ ଛାଡିଦେବୁ ? କର୍ମ ସହିବ ତ!! ଦମ୍ଭରଖି ପୂଜା କର, ସବୁ ମା ' ଠାକୁରାଣୀ ଠିକ୍ କରିବେ" । ମୋ ଆଖିରୁ ଲୁହ ସେମିତି ଅନବରତ ବୋହି ଚାଲିଥିଲା କିନ୍ତୁ ଲାଗୁଥିଲା ମୋ ମନ୍ର ଦ୍ୱିଧା କୁ ଠାକୁରାଣୀ ଆସି କି ଦୂର କରିଦେଇଥିଲେ। ସେ ଯେଉଁଠି ଥାଉ, ଭଗବାନ ତାକୁ ଘଣ୍ଟ ଘୋଡାଇରଖିଥାନ୍ତୁ। 



Rate this content
Log in

Similar oriya story from Abstract